ପୃଷ୍ଠା:Arkakshetra konark.pdf/୧୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=187]]

କୁଷ୍ଠରୋଗ ମୁକ୍ତ କରିବାକୁ । "The Iranian Surya (Sun God) wearing a long coat with sacred gridle and knee-high boots was worshipped by Indian Kings." ଭାରତବର୍ଷର ବହୁ ଅଞ୍ଚଳରେ ଏମାନଙ୍କ ପ୍ରଭାବ ଥିଲା । ଅନ୍ୟ ଗୋଟିଏ ସନ୍ଦର୍ଭରୁ ମିଳୁଛି, ମହାରାଜ କନିଷ୍କ ମଗ ପ୍ରଚଳିତ ବୁଟ୍‍ ଯୋତା ପିନ୍ଧୁଥିଲେ ।

ଗୁଜରାଟର ମୋଧେରା ମଧ୍ୟ ସୂର୍ଯ୍ୟ ମନ୍ଦିରରେ (୧୦୨୭ ଖ୍ରୀ.ଅ.) ସୂର୍ଯ୍ୟଦେବଙ୍କ ବୁଟ୍‍ ପରିହିତ (ଫଟୋ-୬୪) । ଜୋରାଷ୍ଟ୍ରିଆନ୍‍ (ସୂର୍ଯ୍ୟ ପୂଜକ) ମଗମାନଙ୍କ ପ୍ରବେଶ ସେ ଅଞ୍ଚଳରେ ମଧ୍ୟ ଘଟିଥିଲା ।

ଯେହେତୁ କୋଣାର୍କ ସହିତ ଶାମ୍ବ ଓ ମଗବ୍ରାହ୍ମଣଙ୍କ ନାମ ଜଡ଼ିତ ଇରାନୀୟ ସୂର୍ଯ୍ୟ ପରିଧାନ, ମନେ ହୁଏ ଓଡ଼ିଆ ଶିଳ୍ପୀ ହାତରେ ଉପସ୍ଥାପିତ ହୋଇଛି ପାର୍ଶ୍ୱଦେବତ୍ରୟଙ୍କ ଦେହରେ ।

[[ଫାଇଲ:|423px|page=187]]

ପଶ୍ଚିମ ସୂର୍ଯ୍ୟ:

ଏ ପାର୍ଶ୍ୱଦେବତା ଦେଖିବାକୁ ଅବିକଳ ଦକ୍ଷିଣ ପାର୍ଶ୍ୱ ଦେବତାଙ୍କ ଭଳି, କିନ୍ତୁ ଏହାଙ୍କ ମୁଣ୍ଡରେ ଗୋଟିଏ ମୁକୁଟ ଅଛି ଯାହାର କାରୁକାର୍ଯ୍ୟ ନିରୀକ୍ଷଣ କଲେ ଆଖି ରହିଯିବ । ଏହାଙ୍କ ହାତ ଦୁଇଟି ମଧ୍ୟ କହୁଣି ପାଖରୁ ଭାଙ୍ଗିଯାଇଛି, ଆଉ ନିଶ୍ଚିହ୍ନ ହୋଇଛନ୍ତି ପାଦତଳେ ଅରୁଣ । (ଫଟୋ-୫୯(ଖ) ଓ ୬୫)

ଅର୍କକ୍ଷେତ୍ର କୋଣାର୍କ . ୧୮୭