ପୃଷ୍ଠା:Arkakshetra konark.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉତ୍ତର ସୂର୍ଯ୍ୟ :

ଏହାଙ୍କ ବେଶ ପୋଷାକ, କିରୀଟି ଇତ୍ୟାଦି ପଶ୍ଚିମ-ପାର୍ଶ୍ୱଦେବଙ୍କ ପରି, କିନ୍ତୁ ଏକମାତ୍ର ଏଇ ପାର୍ଶ୍ୱଦେବ ଅଶ୍ୱପୃଷ୍ଠେ ଅଧିଷ୍ଠିତ । କେତେକ ଗବେଷକ ଏହାକୁ ସୂର୍ଯ୍ୟ ସାରଥି ଅରୁଣ ରୂପେ ଚିହ୍ନିତ କରିଛନ୍ତି । ଏ ପ୍ରସଙ୍ଗରେ କୃପାସିନ୍ଧୁ ଡ: ବ୍ଲକ୍‍ଙ୍କ ଅଭିମତ ଉପସ୍ଥାପନ କରିଛନ୍ତି ଏବଂ ବିଶନ ସ୍ୱରୂପଙ୍କ ମତ ଦ୍ୱାରା କାଟିଛନ୍ତି ମଧ୍ୟ । ଅରୁଣ ଦ୍ୱାଦଶ ସୂର୍ଯ୍ୟଙ୍କ ମଧ୍ୟରୁ ଅନ୍ୟତମ ହେଲେ ମଧ୍ୟ ପୁରାଣରେ ସର୍ବତ୍ର ସୂର୍ଯ୍ୟଙ୍କ ସାରଥି ରୂପେ କଳ୍ପିତ; ସୁତରାଂ କଦାପି ତାଙ୍କୁ ସୂର୍ଯ୍ୟଙ୍କ ସମାସୀନ କରାଯାଇନଥିବ ।(୨୮୧) ଏହାଛଡ଼ା ମୁଖ୍ୟ ପ୍ରମାଣ, ଅରୁଣ ପଦହୀନ କିନ୍ତୁ ଉତ୍ତର ପାର୍ଶ୍ୱଦେବଙ୍କ ପାଦ ଅଛି । (ଫଟୋ-୬୬ ଦ୍ରଷ୍ଟବ୍ୟ)

କରୁଣାସାଗର କହିଛନ୍ତି, ଏ ମୂର୍ତ୍ତିିକୁ ସମ୍ଭବତଃ ଭାସ୍କର ରୂପେ ଚିହ୍ନିତ କରାଯାଇପାରେ କାରଣ, ଅଗ୍ନି ପୁରାଣର ୫୧ ପରିଚ୍ଛେଦ କହୁଛି:

"ଅଥଭାସ୍ୱ-ସମୃଦ୍ଧ କାର୍ଯ୍ୟ ଏକସ୍ତୁ ଭାସ୍କରଃ ।"(୨୮୨)

ଅନ୍ୟ ଦୁଇଟି ମୂର୍ତ୍ତିି ଭଳି ତଳେ ରଜ୍ଜୁ ହସ୍ତରେ ଅରୁଣ ଓ ସପ୍ତଅଶ୍ୱ ନାହାନ୍ତିା ସ୍ୱାଭାବିକ ।

ଉତ୍ତର-ପାର୍ଶ୍ୱଦେବ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ । ଦକ୍ଷିଣ ହସ୍ତ କାନ୍ଧ ପାଖରୁ ଓ ବାମ ହସ୍ତ କହୁଣି ପାଖରୁ କଟି ଯାଇଛି । ମୁଣ୍ଡଟି ମଧ୍ୟ ଗଳା ପାଖରୁ କଟିଯାଇ ପଡ଼ିଥିଲା ପଥର କୁଢ଼ ଭିତରେ । ପଛେ ସ୍ୱସ୍ଥାନରେ ଯୋଡ଼ା ହୋଇଛି, ଯୋଡ଼ ଚିହ୍ନ ଦିଶୁଛି । ଘୋଡ଼ାର ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି, ତଳକୁ ବେଶ୍‍ କିଛି ନିଶ୍ଚିହ୍ନ ହୋଇଯାଇଛି, ଗୋଟିଏ ସାଦା ପଥର ଠେକ ଦେଇ ରଖା ଯାଇଛି । ଏ ପ୍ରସଙ୍ଗରେ ଗୋଟିଏ କଥା ନ କହି ରହି ପାରୁନାହିଁ ।

[[ଫାଇଲ:|423px|page=189]]

ଅର୍କକ୍ଷେତ୍ର କୋଣାର୍କ . ୧୮୯