Jump to content

ପୃଷ୍ଠା:Arkakshetra konark.pdf/୧୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=190]]
[[ଫାଇଲ:|423px|page=190]]

ମିଶରର "ଆବୁସିମ୍ବଲ'କୁ ଅସଓ୍ୱାନ ଜଳାଧାରରୁ ବଞ୍ଚାଇବା ପାଇଁ ଉଚ୍ଚସ୍ଥାନକୁ ଅପସାରଣ କରାଯାଇଥଲି । ୧୯୬୩ ଖୀ୍ରଷ୍ଟାବ୍ଦରେ । ଆବୁସିମ୍ବଲ ଗୋଟିଏ ପାହାଡ଼ରୁ କାଟି ଗଢ଼ା ହୋଇଥିଲା । ସେ ବିରାଟ କୀର୍ତ୍ତିିକୁ ୧୦୫୦ ଖଣ୍ଡରେ କାଟି (ପ୍ରତି ଖଣ୍ଡର ଓଜନ ପ୍ରାୟ ୩୩ ଟନ୍‍) ୬୯୦ ଫୁଟ୍‍ ଦୂରରେ ୨୦୦ ଫୁଟ୍‍ ଉଚ୍ଚରେ ନିଖୁଣ ଭାବେ ଯୋଡ଼ି ଦିଆଗଲା । ଯୋଡ଼ଗୁଡ଼ିକ ଇଞ୍ଚର ଏକ ଦଶମାଂଶ (୧.୫ mm) ମଧ୍ୟରେ ରଖିବାର ଚୁକ୍ତି ହୋଇଥିଲା କିନ୍ତୁ Chief Registrar ତାହା ମଧ୍ୟ ହେବାକୁ ଦେଲେ ନାହିଁ, ମୂଳ ପଥର ସହିତ ରଙ୍ଗ ମିଳେଇ କିଛି କାର୍ଯ୍ୟ କରିଥିଲେ ।(୨୮୩) ଦଶଫୁଟ୍‍ ଦୂରରୁ ତୋଳା ଯାଇଥିବା ଉତ୍ତର-ସୂର୍ଯ୍ୟଙ୍କ ଚିତ୍ରରୁ (ଫଟୋ-୬୬) ପରିଷ୍କାର ଦିଶୁଛି ଯୋଡ଼ ତ ମିଶି ନାହିଁ, ମଥାଟି ମଧ୍ୟ ଠିକ୍‍ ରୂପେ ବସାଯାଇ ନାହିଁ । INTACH ଅରଣ୍ୟରୋଦନ କରୁଛିା INTACH ଶୁଣି ପାରୁଛନ୍ତି କି ?

ପାର୍ଶ୍ୱଦେବତାତ୍ରୟଙ୍କ ପରିଚୟ ନେଇ ନାନା ବିବାଦ ଅଛି । ଡ: ବ୍ଲକଙ୍କ ମତରେ, ଦକ୍ଷିଣର ମୂର୍ତ୍ତିି ମଧ୍ୟାହ୍ନର ଶିବ, ପଶ୍ଚିମର ମୂର୍ତ୍ତିି, ସାୟାହ୍ନର ବ୍ରହ୍ମା ଓ ଉତ୍ତର ଦିଗର ସୂର୍ଯ୍ୟ ସକାଳର ବିଷ୍ଣୁା ବିଶନ ସ୍ୱରୂପ କହିଛନ୍ତି; ଦକ୍ଷିଣ ସୂର୍ଯ୍ୟ, ପୁଷନ କାରଣ ସିଏ ମସ୍ତକରେ ଜଟା ଧରିଥା'ନ୍ତି । ଅନ୍ୟ ଦୁଇ ମୂର୍ତ୍ତିି ବିଷ୍ଣୁ ଓ ହରିତାଶ୍ୱା ଉପରୋକ୍ତ ମତାମତଗୁଡ଼ିକ ଉପସ୍ଥାପିତ କରି ଏବଂ ନିଜେ କିଛି ଆଲୋଚନା କରି କୃପାସିନ୍ଧୁ ବିଶନ ସ୍ୱରୂପଙ୍କ ମତ ଗ୍ରହଣ କରିଛନ୍ତି ।(୨୮୪) କରୁଣାସାଗର ଉପରୋକ୍ତ ସମସ୍ତ ମତ ଉପସ୍ଥାପନ କରି କହିଛନ୍ତି, "However we cannot be certain whether the three images of Konarak Temple were worshipped as such, for the worship has long ceased in that place." ଏବଂ ଫୁଟ୍‍ନୋଟ୍‍ରେ ଆଉ ଜଣେ ଗବେଷକଙ୍କ ନାମ ଯୋଡ଼ିଛନ୍ତି - A. Chatarjee.(୨୮୫)

ସାଧାରଣ ବିଷୟକୁ ଅସାଧାରଣ ଦୃଷ୍ଟିକୋଣରୁ ଦେଖିଲେ ଯାହା ହୁଏ, ଏହା ତାହାର ଗୋଟିଏ ଉତ୍କୃଷ୍ଟ ଉଦାହରଣ । ଏହା ପ୍ରତିଷ୍ଠିତ ସତ୍ୟ, କୋଣାର୍କ ମନ୍ଦିର ନିର୍ଭୁଲ୍‍ ଭାବେ ପୂର୍ବ-ପଶ୍ଚିମ ବନ୍ଥଷଜ୍ଞରେ ଗଠିତ । ତାହାର ଉତ୍ତର ଓ ଦକ୍ଷିଣ ଦିଗର ମୂର୍ତ୍ତିି କାହିଁକି ସକାଳ ଓ ମଧ୍ୟାହ୍ନ ସୂଚିତ କରିବ ତାହା ବୋଧଗମ୍ୟ ନୁହେଁ । ଆଦିତ୍ୟ ହୃଦୟ ନାମକ ପୋଥି - ଯାହା ନାମିତ ହୋଇଛି ଏ ପ୍ରସଙ୍ଗରେ, ଠିକ୍‍ କାହିଁକି ଓ କେଉଁ ପ୍ରସଙ୍ଗରେ ରଚିତ ହୋଇଥିଲା ତାହାର ଆଲୋଚନା ନ କରି ତାହାର ଉପସ୍ଥାପନା କରିବା ବୋଧହୁଏ ଉଚିତ୍‍ ହେଲା ନାହିଁ । ଉପରୋକ୍ତ ପଣ୍ଡିତମାନେ ହିଁ ଲକ୍ଷଣ ମିଳେଇ ସୂଚିତ କରିଛନ୍ତି, ମୂର୍ତ୍ତିି ତିନୋଟି ସୂର୍ଯ୍ୟ ମୂର୍ତ୍ତିି ଏବଂ ପାର୍ଶ୍ୱଦେବତା ଭାବେ ଅଧିଷ୍ଠିତ । ଏହା ହିଁ ଯଥେଷ୍ଟ ହେବ ।

୧୯୦ . ଅର୍କକ୍ଷେତ୍ର କୋଣାର୍କ