ପ୍ରଥମ କାନ୍ତିରେ ଦୁଇ ଜଣ ଢୋଲବାଦିକା ସ୍ଥାନ ଶୂନ୍ୟ ଅଛି କିନ୍ତୁ ଚିହ୍ନ ରହି ଯାଇଛି ।
ସୂର୍ଯ୍ୟଙ୍କ ଆରାଧନାରେ କି ଧରଣର ବାଦ୍ୟଯନ୍ତ୍ରର ବ୍ୟବହାର ହେବ ଏବଂ ଅପ୍ପରା, ଋଷି, ଗନ୍ଦର୍ଭ, ନାଗ, ଯକ୍ଷ, ରାକ୍ଷସ ଇତ୍ୟାଦି କିପରି ଭାବେ ସଂପୃକ୍ତ ହେବେ; ତାହା "ବିଷ୍ଣୁପୁରାଣ' ଓ "ସୂର୍ଯ୍ୟ-ଶତକ'ରେ ଉଲ୍ଲିଖିତ ଅଛି ।(୨୮୮) କୋଣାର୍କ ଶିଳ୍ପୀ ଅପ୍ପରା ଚୟନ କରିଛନ୍ତି ଶିଳ୍ପର ପରାକାଷ୍ଠା ଫୁଟେଇବାକୁ । ମୂର୍ତ୍ତିଗୁଡିକ ପ୍ରମାଣ ମାପରୁ ବଡ କରି ଗଢା଼ ହୋଇଛି ଯେପରି ବହୁଦୂରରୁ ଦେଖାଯିବ । ହୁଏତ ଶାସ୍ତ୍ରରେ ଅଛି ଅପ୍ପରାମାନେ ବାଦ୍ୟ ବଜେଇ ନାଚିବେ । ସ୍ୱଭାବତଃ ସେମାନଙ୍କ ସ୍ଥାନ ମନ୍ଦିର ସମ୍ମୁଖରେ ନାଟମଣ୍ଡପ ମଧ୍ୟରୋ ପୀଢ଼ ଦେଉଳ ଉପରେ ସ୍ଥାନ ଚୟନ ସେମାନଙ୍କୁ ଅନନ୍ତକାଳରେ ସ୍ଥାନ କରି ଦେଇଛି ।
'ସୂର୍ଯ୍ୟଶତକ'ରେ ଉଲ୍ଳିଖିତ ଅଛି ଆରତି ସମୟରେ ଚାରି ପ୍ରକାର ବାଦ୍ୟ ଯନ୍ତ୍ର ବ୍ୟବହୃତ ହେବ- (୧) ଢୋଲକ, (୨) କରତାଳ, (୩) ବୀଣା, (୪) ବଂଶୀ (ତୂରୀ) । କୋଣାର୍କ ଶିଳ୍ପୀ ମଧ୍ୟ ତାଙ୍କର ବାଜନ୍ତରୀ କନ୍ୟାମାନଙ୍କୁ ସେଇ ଚାରୋଟି ବାଦ୍ୟଯନ୍ତ୍ର ଧରେଇଛନ୍ତି, ସାମାନ୍ୟ ପରିବର୍ତ୍ତନ ସହ । ଯଥା ଢୋଲ ମଧ୍ୟରେ ମୃଦଙ୍ଗ, କାଠି ଓ ହାତ ଢୋଲ, ବଂଶୀ ସହିତ ତୂରୀ, କରତାଳ ସହିତ କୁବୁଜି । ଆନୁପାତିକ ହିସାବରେ ଢୋଲଜାତୀୟ ବାଦ୍ୟର ସଂଖ୍ୟା ସର୍ବାଧିକ (୩୦ ମଧ୍ୟରେ ୧୭) । ଏହାପରେ ଆସୁଛି କରତାଳ ଓ ତୂରୀ । ଏହାଛଡ଼ା ଭୈରବ ହାତର ଡମ୍ବରୁ ମଧ୍ୟ ଅଛି । ଶିଳ୍ପୀ କ'ଣ ରାଜକୀୟ ସଙ୍ଗୀତଜ୍ଞଙ୍କ ସହିତ ଆଲୋଚନା କରିଥିଲେ ? Rustam J. Mehetaଙ୍କ ଭାଷାରେ :
".......from a distance, one can imagine the Sun God's temple almost in motion, the wheels turning, the stone steeds straining to wing the chariot across the firmament. The air seems to vibrate with a torried mysterious power, the pulsting power of the omnipotent Sun"..(୨୮୯)
ଭାରତୀୟ ଶିଳ୍ପ ଚିନ୍ତାର ନିର୍ଯ୍ୟାସ ଯେପରି ଅଜାଡ଼ି ପଡ଼ିଛି ଏଇ ମୂର୍ତ୍ତିିଗୁଡ଼ିକ ଉପରେ । ପାଶ୍ଚାତ୍ୟ ଶିଳ୍ପ ଚିନ୍ତା ଦୁଇଟି ଧାରାରେ ପ୍ରବାହିତ ହୋଇଛି । ମଧ୍ୟ ଯୁଗରେ ଥିଲା ବାସ୍ତବତାନିର୍ଭର । ବାସ୍ତବ ହେଲେ ମଧ୍ୟ ଷଯରବକ୍ଷ । ଜଣେ ସୁଗଠିତ ପୁରୁଷର ଅଙ୍ଗ ପେଶୀବହୁଳ ନ ହୋଇଥିଲେ ମଧ୍ୟ ପେଶୀ-ବହଳୁ ତାର ସୌନ୍ଦର୍ଯ୍ୟ ଫୁଟେଇବାକ ୁହିଁ ହେବ । ନାରୀ-େ ସ×ନ୍ଦର୍ଯ୍ୟର ଉପାସକ ସାରା ବିଶ୍ୱରେ ସବ ୁସମୟରେ ଥେù ଲ । ବାସ୍ତବତାବାଦୀ ଶଳ୍ପି ୀ ନାରୀ ବକ୍ଷ ଯେତେ ସଦୁ ଢୃ ଼କର ିଫେୁ ଟଇଲେ ମଧ୍ୟ କଛି ିଅବନତା ଏହା ପର ଯଗୁରେ ଆସିଲା ଆଭଜ୍ଞନ୍ଦତ୍ତବମନ୍ଦ ଆତ୍ତନ୍ଦ, ଯାହା ଭାବବାଚକ ଏବଂ ସମୟେ ସମୟେ ଦୁର୍ବୋଧ୍ୟ । ଭାରତୀୟ ଶିଳ୍ପ ଚିନ୍ତା ଏହା ଠାରୁ ସମ୍ପୂର୍ଣ୍ଣ ନିଆରା; ବାସ୍ତବତା ମଧ୍ୟରେ ଥାଇ ମଧ୍ୟ ବଭଜ୍ଞନ୍ଦତ୍ତବମନ୍ଦା ଏ ଶିଳ୍ପୀର ନାରୀ ବକ୍ଷ, ସାମାନ୍ୟତମ ମଧ୍ୟ ଅବନତ ହୁଏ ନାହିଁ । ସିଂହକଟି ସହିତ ଗୁରୁନିତମ୍ବ ବାସ୍ତବରେ ହୁଏନା । କଦଳୀ ବୃକ୍ଷ ସମ ଜାନୁ ତଥା ହରିଣ ଚକ୍ଷ ୁମଧ୍ୟ ହଏୁ ନା । କିନ୍ତୁ ଏ ନାରୀ ମଧ୍ୟ ନାରୀ ଛଡ଼ା ଅନ୍ୟ କିଛି ନେୁ ହାଁ ପାଶ୍ଚାତ୍ୟ ଶିଳ୍ପର ନାରୀଦେହର କୌଣିକ ସୌନ୍ଦର୍ଯ୍ୟ ଏ ନାରୀ ଦେହରେ ନାହିଁ; ଅଛି ଲାବଣ୍ୟ । ଏହା କବି ଶିଳ୍ପୀର କଳ୍ପନାର ନାରୀ- "The eternal she.
"ଶାନ୍ତିସ୍ୱରୂପଙ୍କ ଗୋଟିଏ ଉଦ୍ଧୃତି ଦେଇ ଏ ପ୍ରସଙ୍ଗର ସମାପ୍ତି ଟାଣିବା :
"The many striking figures of comely damsels and full-bosomed musicians placed high up on the roof galleries, of drum, flute and cymbal players speak mutely yet eloquently of a life full of fun and frolic - of music, dance and young love. The robust beauty, the softly contoured female figures, seem redolent with exuberant vitality and healthy breath of life, their plastic flesh of stone vibrant with an innate lust for life. Each one is an enchantress, exquisitely graceful, tender and serene."(୨୯୦)
ଅର୍କକ୍ଷେତ୍ର କୋଣାର୍କ . ୨୦୧