ବିମାନ ଓ ଜଗମୋହନ ଗୋଟିଏ ପୃଷ୍ଠ ଉପରେ ବସା ଯାଇଛି । ସେ ପୃଷ୍ଠରେ ତିନିକାମ - ଖୁର ପୃଷ୍ଠ, କଣି ଓ ବସନ୍ତ । ଖୁରପୃଷ୍ଠରେ ପଦ୍ମକାମ ଓ ମୁହନ୍ତିରେ ନଟୀ ଲତା ଏବଂ ବସନ୍ତରେ ଯୁଦ୍ଧ ଯାତ୍ରାର ଦୃଶ୍ୟ, ନର୍ତ୍ତକୀ, ରାଜଦରବାର ଇତ୍ୟାଦି । ବାଡ଼ରେ ଅବଶିଷ୍ଟ ଅଛି ପାଭାଗ, ତଳଜଙ୍ଘା ଓ ବନ୍ଧନ, ପାଭାଗର ପାଞ୍ଚ ଉପବଭିାଗ - ଖୁର , କୁମ୍ଭ, ପଟ, କଣି ଓ ବସନ୍ତ । କେତେକ ସ୍ଥାନରେ ଖରୁ ଉପର ଭାଗରେ ପଦ୍ମ ପାଖୁଡା ଆଦୌ କଟାଯାଇ ନାହିଁ ଏବଂ ଏହା ସ୍ୱାଭାବିକ କ୍ଷୟ ନୁହେଁ ତଳ ମୁହାନ୍ତିର ଡାଳି କାମ ଓ ଓହଳୁଥିବା ଚୈତ୍ୟ ଲକେଟ୍ର୍ କାମ ବିଶେଷ କ୍ଷୟ ପାଇନାହିଁ । ଖୁର ଉପରେ ଏବଂ କୁମ୍ଭ ମଝିରେ କେତେକ ପଦ୍ମ ପାଖୁଡା କାମ ଅଛି । ଏପରି ଗଠନ ୧ନଂ. ମନ୍ଦିରର ସମସାମୟିକ ନୁହେଁ । ବଡ କାମ ମଧ୍ୟରେ ସର୍ପ ଦେବତା, ଅଳସୀ କନ୍ୟା ଓ ପାର୍ଶ୍ୱ ଦେବତାମାନଙ୍କ ଭାସ୍କର୍ଯ୍ୟ ୧ନମ୍ବର ଦେଉଳର ସେହି କାମମାନଙ୍କ ସହତି ପାର୍ଥକ୍ୟ ବାରି ହୋଇ ପଡୁଛି ।
ନୂତନ ଓ ପୁରାତନ ମନ୍ଦିରର ତୁଳନାତ୍ମକ ଭାସ୍କର୍ଯ୍ୟ :
ଏ ଦୁଇଟି ମନ୍ଦିରର ଶିଳ୍ପକର୍ମ ଭିନ୍ନ ସମୟର ବୁଝେଇବାକୁ କେତେଗୁଡ଼ିଏ ଫଟୋ ୭୩ ନମ୍ବର ଆଲୋକ ଚିତ୍ରମାଳାରେ ସଜାଗଲା । ବାମ ପଟେ ନୂତନ ମନ୍ଦିର (ଅର୍ଥାତ୍ ୧ନଂ ମନ୍ଦିର) ଓ ଡାହାଣ ପଟେ ପୁରାତନ ମନ୍ଦିର (୨ନଂ ମନ୍ଦିର)ରୁ ଫଟୋଚିତ୍ରଗୁଡ଼ିକ ଅଣାଯାଇଛି ।
ଦକ୍ଷିଣ-ପାର୍ଶ୍ୱଦେବ :
ପୁରାତନ ମନ୍ଦିରର ମୂର୍ତ୍ତିିଟିର ମୁଣ୍ଡ ନାହିଁ, ବୁଝାଯାଉ ନାହିଁ ଏହା 'ପୁଷନ୍' ଅଥବା ନୁହୋଁ ଏହାର ପାଦ ପାଖରେ ସପ୍ତାଶ୍ୱ ନାହିଁ, ନାହାନ୍ତି ଅରୁଣ ମଧ୍ୟା ବଡ଼ ମନ୍ଦିରର ଦେବ ପୀଠ ଭଳି ପଞ୍ଚରଥ ନୁହେଁ । ଏହାର ପାଦ ପୀଠ ଏବଂ ପଦ୍ମ ପାଖୁଡ଼ା ଗଢ଼ଣ ମଧ୍ୟ ନିଆରା । ପାଦ ପାଖରେ ନାହାନ୍ତି ଆରାଧନାମଗ୍ନ ରାଜା ଓ ପୁରୋହିତ ଏବଂ କଟି ଦୁଇ ପାର୍ଶ୍ୱରେ ନାହାନ୍ତି ସୂର୍ଯ୍ୟପତ୍ନୀ ଚତୁଷ୍ଟୟ । ପରିଧାନର ଲୁଗାରେ ସୂକ୍ଷ୍ମ କାମ ନାହିଁ । ପୁରୁଷ ଓ ନାରୀ ମୂର୍ତ୍ତିିଗୁଡ଼ିକର ମୁଖର ଗଠନରେ ଫରକ୍ ଅଛି ।
ଅର୍କକ୍ଷେତ୍ର କୋଣାର୍କ . ୨୦୭