ଉତ୍ତର-ପାର୍ଶ୍ୱଦେବ : ପୁରାତନ ମୂର୍ତ୍ତିିଟିରେ ଫୁଟୁ ନାହିଁ ବଡ଼ ମନ୍ଦିରର ଉତ୍ତର-ପାର୍ଶ୍ୱଦେବତାଙ୍କ ଓଜସ୍ୱିତା । ଘୋଡାଟି ମନେହୁଏ ଖେଳନା କାଠ ଘୋଡ଼ା। କର୍ଣ୍ଣାଭରଣ ଓ ଉପବୀତର କାର୍ଯ୍ୟରେ ଫରକ୍ ଅଛି। ମୁଖ ଗଠନ ସମାନ ନୁହେଁ।
ପଶ୍ଚିମ-ପାର୍ଶ୍ୱଦେବ : ବହୁପୂର୍ବରୁ ୨ ନଂ ମନ୍ଦିରର ପଶ୍ଚିମ-ପାର୍ଶ୍ୱଦେବଙ୍କୁ ଏଠାରୁ ଅପସାରଣ କରାଯାଇ ବର୍ତ୍ତମାନ ଦିଲ୍ଲୀ ଜାତୀୟ ସଂଗ୍ରହାଳୟରେ ରଖାଯାଇଛି। ତାହାର ଆଲୋକ ଚିତ୍ର ଏଠାରେ ଦିଆଗଲା (୭୩-ଛ)। ନୂତନ ଓ ପୁରାତନ ମୂର୍ତ୍ତିି ଦୁଇଟିର ଫରକ ପରିଷ୍କାର ବୁଝାପଡ଼ୁଛି। ବଡ଼ ମନ୍ଦିରର ତିି ପାର୍ଶ୍ୱଦେବଙ୍କ ଚିତ୍ର ଓ ଏ ମନ୍ଦିରର ସେ ତିି ଚିତ୍ର ପାଖାପାଖù ରଖାଗଲା। ଫରକ୍ଗୁଡ଼ିକ ପରିଷ୍କାର ଲକ୍ଷ୍ୟ କରାଯାଇପାରେ।
ବାଡ଼ର ଅନ୍ୟାନ୍ୟ କାର୍ଯ୍ୟ : ଅବଶିଷ୍ଟ ଖୁବ୍ ବେଶୀ କିଛି ନାହିଁ। ଯାହା ଅଛି ତାହାକୁ ୭୨ ନମ୍ବର ଚିତ୍ରମାଳାରେ ସଜେଇ ଦିଆଗଲା।
ମନ୍ଦିର ଅଭ୍ୟନ୍ତର : ତ୍ରୟୋଦଶ ଶତାବ୍ଦୀର କୋଣାର୍କ ମନ୍ଦିର କାହିଁକି ଏକାଦଶ ଶତାବ୍ଦୀର ଲିଙ୍ଗରାଜ ମନ୍ଦିର ଅଭ୍ୟନ୍ତର ସହିତ ମଧ୍ୟ ଏ ମନ୍ଦିରର କୌଣସି ତାଳମେଳ ନାହିଁ। ଗର୍ଭଗୃହ ଓ ଜଗମୋହନ ଭିତର ସମ୍ପୂର୍ଣ୍ଣ ଅଳଂକରଣଶୂ୍ୟ ହୁଏ। ଏଠାରେ ଖାଲି ଅଳଂକୃତ ନୁହେଁ ବାହାର ଭଳି ଭିତରେ ମଧ୍ୟ ପାଗ ବିଭାଜନ ଅଛି। କଣମାନଙ୍କରେ ପୁଣି ଥାକ ଭଳି ଭାଞ୍ଜ କଟା ଯାଇଛି ଓ ମୂର୍ତ୍ତିି ପାଇଁ କୁଲୁଙ୍ଗୀ ଅଛି। ଗର୍ଭ ଗୃହରୁ ଦେବ ଅଥବା ଦେବୀ ବହୁକାଳରୁ ଅପସାରିତ। ମନ୍ଦିର ଭିତରର କେତେକ ଚିତ୍ର ୭୨ନମ୍ବରରେ ରଖାଗଲା।
(୩) ଇଟା ତିଆରି ବିଷ୍ଣୁ ମନ୍ଦିର :
ବିମାନ ଓ ଜଗମୋହନ ଦୁହିଁଙ୍କ ଗଣ୍ଡି ଧ୍ୱଂସ ହୋଇଯାଇଛି। ପ୍ରବେଶ ଦ୍ୱାରରେ ଅଛି ଯୋଡ଼ିଏ ଦ୍ୱାରପାଳ ଓ ଗର୍ଭଗୃହ ଦ୍ୱାର ମୁଣ୍ଡରେ ଅଛି ଗୋଟିଏ ଲକ୍ଷ୍ମୀ ମୂର୍ତ୍ତିି। ଏହା ବ୍ୟତୀତ ବାହାରେ ଭିତରେ କୌଣସି ମୂର୍ତ୍ତିି ନାହିଁ। ୧୯୫୬ର ଖନନ କାର୍ଯ୍ୟ ସମୟରେ ଏ ମନ୍ଦିରଟି ବାହାରିଲା। ସେତେବେଳେ ଦୁଇଟି କନ୍ଦାପଥର ତିଆରି ପାର୍ଶ୍ୱଦେବତା ଥିଲେ- ବରାହ ଅବତାର ଓ ବାମନ ଅବତାର। ତାହା ଅପସାରିତ ହୋଇଛି କୋଣାର୍କ ମ୍ୟୁଜିୟମ୍କୁ ।(୨୯୧) ସେଥିରୁ ଅନୁମାନ କରାଯାଏ, ଏହା ଗୋଟିଏ ବିଷ୍ଣୁ ମନ୍ଦିର ଥିଲା ।
୨୧୦ . ଅର୍କକ୍ଷେତ୍ର କୋଣାର୍କ