ପୃଷ୍ଠା:Arkakshetra konark.pdf/୨୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପୂର୍ବେ ବାଲି ତଳୁ ମିଳିଥିବା ବିଷ୍ଣୁ ମୂର୍ତ୍ତିି ଏଇ ମନ୍ଦିରର ମୂଳ ବିଗ୍ରହ ବୋଲି କୁହାଯାଉଛି । ମୂର୍ତ୍ତିିଟି ଦିଲ୍ଲୀର ଗବନ୍ଦଷଚ୍ଛଚ୍ଚବକ୍ଷ ଖନ୍ଧଜ୍ଞରନ୍ଧଲ ରେ ଅଛି ।(୨୯୨) ମନ୍ଦିରଟିର କୌଣସି ସଂରକ୍ଷଣ ହେଲା ଭଳି ମନେ ହେଉନାହିଁ । ବହୁ ପରସ୍ତ ଶିଉଳି ଜମି ଗଲାଣି ଏବଂ ଇଟାଗୁଡ଼ିକ କ୍ଷୟ ହେବାରେ ଲାଗିଛି । କିଛି ସମୟ ଛିଡ଼ା ହେଲେ ହୃଦୟ ଅଧିକ ଭାରାକ୍ରାନ୍ତ ହେବ । (ଫଟୋ-୭୪)

(୪) ନାଟମଣ୍ଡପ :

ନାଟମଣ୍ଡପର ପୂର୍ବ ଦିଗର ବିଶାଳ ସୋପାନଶ୍ରେଣୀ ଯେଉଁଠାରୁ ଆରମ୍ଭ ହୋଇଛି, ସେଠାରେ ଦେଖାହେବ ପୂର୍ବରୁ ଆଲୋଚିତ ଗଜସିଂହ ସହିତ । (ଫଟୋ-୭୫)

[[ଫାଇଲ:|423px|page=211]]
ଫଟୋ-୭୫ : ଗଜସିଂହ

ପରିକ୍ରମା କିନ୍ତୁ ଆରମ୍ଭ ହେବ ମଣ୍ଡପର ଦକ୍ଷିଣ ଦିଗରୁ କାରଣ ପ୍ରଥମ ପୃଷ୍ଠର କାର୍ଯ୍ୟଗୁଡ଼ିକ ସେଇ ଦିଗରେ ସର୍ବାଧିକ ପରିସ୍ଫୁଟ । ପୂର୍ବେ ଆଲୋଚିତ ହୋଇଛି, ଏ ମନ୍ଦିରର ପୀଠ ମଧ୍ୟ ୧ ନମ୍ବର ମନ୍ଦିରର ପୀଠର ପ୍ରାୟ ସମ ଉଚ୍ଚ ଏବଂ ଏହା ମଧ୍ୟ ଗୋଟିଏ ପଞ୍ଚରଥ ପରିକଳ୍ପା । କିନ୍ତୁ ପାଗଗୁଡ଼ିକ ପରିଷ୍କାର ଫୁଟୁ ନାହିଁ । ନାଟମଣ୍ଡପର ଭୂମି ନକ୍ସା (ରେଖାଚିତ୍ର-୧୨, ପୃଷ୍ଠା-୧୨୦) ଆଉ ଥରେ ଦେଖିିଅନ୍ତୁ । ପ୍ରଥା ଅନୁଯାୟୀ ପୀଠ ଦେହରେ ଅଛି ପାଞ୍ଚ ବିଭାଗ - ପାଭାଗ, ତଳଜଙ୍ଘା, ବନ୍ଧନ, ଉପରଜଙ୍ଘା ଓ ବାରଣ୍ଡାା କିନ୍ତୁ ଉପବିଭାଗଗୁଡ଼ିକ କୋଣପାଗରେ ଯେତେ ସ୍ପଷ୍ଟ ଅନ୍ୟତ୍ର ତାହା ନୁହେଁ । ଏହାର କାରଣ ସମାନ୍ତରାଳ ଉପବିଭାଗଗୁଡ଼ିକ ନିରବଚ୍ଛି୍ନ ଭାବେ ବାଡ଼ର ଚତୁର୍ଦ୍ଦିଗରେ ବୁଲିାହିଁ । ରେଖାଚିତ୍ର-୧୬ ସହିତ ଫଟୋ (୭୬-କ, ପୃଷ୍ଠା- ୧୧୨,୧୧୩) ଦେଖିଲେ ବକ୍ତବ୍ୟ ପରିଷ୍କାର ହେବ ।

ବଡ଼ ମନ୍ଦିର ପୃଷ୍ଠର ଉପନକୁ କୌଣସିକ୍ରମେ ପ୍ରଥମ ପୃଷ୍ଠର ମାନ୍ୟତା ଦିଆଯାଇ ପାରିବ ନାହିଁ କାରଣ ତାହା ଉପରେ ଖୁର, କୁମ୍ଭ ଇତ୍ୟାଦି ଉପବିଭାଗ ନାହିଁ । ଏଠାରେ କିନ୍ତୁ ଉପନ ଉପରେ ତି ିଟି ଉପବିଭାଗ ଅଛି- ଖୁର, ନୋଳି ଓ ବସନ୍ତା ଏହାକୁ ପ୍ରଥମ ପୃଷ୍ଠ ରୂପେ ଚିହ୍ନିତ କଲେ ମଧ୍ୟ ଏହା ଉପରେ କାରୁକାର୍ଯ୍ୟ ପ୍ରାୟ ନାହିଁ । ଫଟୋ- ୭୬(ଖ) ଦେଖନ୍ତୁ ।

ପୂର୍ବ ଦିଗର ସୋପାନ ଦୁଇପଟେ ଦୁଇଟି ବାଡ଼ ଅଛି ଯାହା ପ୍ରଥମ ଓ ଦ୍ୱିତୀୟ ପୃଷ୍ଠର ସଂପ୍ରସାରିତ ଅଂଶ । ଏହା ଉପରେ ମଧ୍ୟ ନିୟମିତ ବିଭାଗ ତଥା ଉପବିଭାଗ ଅଛି କିନ୍ତୁ ମନେ ହେବ ଶିଳ୍ପୀ ଯେପରି ଏଗୁଡ଼ିକ ଅଳଂକୃତ କରିବାକୁ ସଂପୂର୍ଣ୍ଣ ଭୁଲି ଯାଇଛନ୍ତିା ଫଟୋ-୭୬(ଗ) ଦେଖିଲେ ବକ୍ତବ୍ୟ ପରିଷ୍କାର ହେବ । ନାଟମଣ୍ଡପ ଯେବେ ବଡ଼ ମନ୍ଦିର ସହିତ ଗଢ଼ା ହୋଇଥାଆନ୍ତା; ଏପରି ବିଚ୍ୟୁତି ଅକଳ୍ପୀୟ । ପାଭାଗ, ବନ୍ଧନ ଓ ବାରଣ୍ଡାର ଉପବିଭାଗ ଉପରେ ପରିଚିତ ଡାଳି କାମ ଅଛି, ନୂତନତ୍ୱ କିଛି ନାହିଁ । ଏକମାତ୍ର ବନ୍ଧନକୁ ଛାଡ଼ିଦେଲେ ଅନ୍ୟାନ୍ୟ ଉପବିଭାଗଗୁଡିକର ବିସ୍ତାରରେ ବିଘ୍ନ ଘଟାଉଛନ୍ତି ନୃତ୍ୟ-

ବାଦ୍ୟରତ କନ୍ୟାଗଣ ।

ଅର୍କକ୍ଷେତ୍ର କୋଣାର୍କ . ୨୧୧