ପୃଷ୍ଠା:Arkakshetra konark.pdf/୨୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=213]]

ଦକ୍ଷିଣ, ପଶ୍ଚିମ ଓ ଉତ୍ତର ପୃଷ୍ଠର ଚିତ୍ର ଉପସ୍ଥାପିତ ହେଲାା (ଫଟୋ- ୭୭ କ,ଖ,ଗ)। ଏ ଚିତ୍ରଗୁଡ଼ିକରେ ମିଳୁଛି ଅସଂଖ୍ୟ ନୃତ୍ୟରତା ନାରୀ ଓ କିଛି ପୁରୁଷା ମନେହେବ ଯେପରି ନୃତ୍ୟଶାସ୍ତ୍ରର ପୃଷ୍ଠା ପରେ ପୃଷ୍ଠା ଖୋଲି ଯାଉଛି ପ୍ରସ୍ତର ପୃଷ୍ଠାରେ । ସମସ୍ତେ ନୃତ୍ୟରେ ମତ୍ତ; ଏପରିକି ଏ ବିଶ୍ୱବ୍ୟାପୀ ନୃତ୍ୟର ତାଳେ ତାଳେ ନାଚି ଉଠୁଛନ୍ତି ବଂଶୀଧାରୀ କୃଷ୍ଣ, ପେଟମୋଟ ନାଗରିକ ଓ ଜଟାଧାରୀ ସନ୍ନ୍ୟାସୀ । ପାଭାଗ ଲାଇନ୍‍ରେ ଅଛି କିଛି କଖର ମୁଣ୍ଡି, ବନ୍ଧନର ତଳେ ଓ ଉପରେ କିଛି ବଜ୍ରମୁଣ୍ଡି । ଏହା ମଧ୍ୟରେ ଅଛନ୍ତି ବିଳାସିୀ ନାରୀ, ଅଶ୍ୱାରୂଢ଼ ରାଜା, ହସ୍ତୀ ପୃଷ୍ଠରେ ରାଜା । ଶିକାର ଦୃଶ୍ୟ । ସିଂହ ସହିତ ମୁହାଁମୁହିଁ, ଏକାକିୀ ନାରୀ, ଏଇପରି ଅନେକ କିଛି । ଏଗୁଡ଼ିକୁ ନାଟମଣ୍ଡପରେ ବିଚ୍ୟୁତି କୁହାଯିବ । ନମୁନାଗୁଡ଼ିକ ଉପସ୍ଥାପିତ ହେଲା ଫଟୋ-୭୮ ମାଳାରେ । କିନ୍ତୁ ଏ ନୃତ୍ୟରତ ଓ ଅନ୍ୟ କାର୍ଯ୍ୟରେ ରତ ନରାରୀ ଦେହରେ ନାହିଁ ସେଇ ଅପାର୍ଥିବ ଲାବଣ୍ୟ, ଯାହା ବଡ଼ଦେଉଳର ପ୍ରତିଟି କାର୍ଯ୍ୟରେ ଅନୁଭୂତ ହୋଇଛି ।

[[ଫାଇଲ:|423px|page=213]]

କୁହାଯାଇଥାଏ ଏ ନାଟମଣ୍ଡପରେ ଆଦୌ ମିଥୁନମୂର୍ତ୍ତିି ନାହିଁ । ଯାହା ବଡ଼ ମନ୍ଦିରରେ ଅକଳ୍ପୀୟ । କଥାଟି କିନ୍ତୁ ସଂପୂର୍ଣ୍ଣ ସତ୍ୟ ନୁହେଁ । ଉତ୍ତର ଦିଗର ପୃଷ୍ଠ ବାଡ଼ରେ ଏପରି ଗୋଟିଏ ଦୃଶ୍ୟ ଅଛି, ଯାହା ଉପସ୍ଥାପନ କରାଗଲା ଫଟୋ-୭୮(ଡ଼) ପୃଷ୍ଠା-୨୧୮ରେ ।

ସୋପାନ ଦେଇ ଦ୍ୱିତୀୟ ପୃଷ୍ଠ ଉପରକୁ ଉଠିଲେ ମିଳିବ ୧୧ଫୁଟ୍‍ ଓସାର ବାରଣ୍ଡା, ମଣ୍ଡପ ପରିକ୍ରମା କରିବାକୁ । ଏହା ଉପରେ ଅଛି ମାତ୍ର ୪ ଫୁଟ୍‍ ୫ ଇଞ୍ଚ ଉଚ୍ଚ ତୃତୀୟ ପୃଷ୍ଠ ଯେଉଁଥିରେ ଅଛି ମାତ୍ର ତିନିଟି ବିଭାଗ- ପାଭାଗ, ଜଙ୍ଘା ଓ ବାରଣ୍ଡି । ଏହା ମଧ୍ୟ ନିରବଚ୍ଛିନ୍ନ ନୁହେଁ । କିନ୍ତୁ ଭାସ୍କର୍ଯ୍ୟଗୁଡ଼ିକ ଅନବଦ୍ୟ । ମନେହେବ ଯେପରି ଦଳେ ପୋଖତ୍‍ ଶିଳ୍ପୀ ଆସି ଏ କାମ ଶେଷକରି ଅନ୍ୟତ୍ର ଚାଲିଗଲେ । ଫଟୋ-୮୦ ଦେଖନ୍ତୁ । ଫଟୋ- ୭୯,୮୦,୮୧ ଓ୮୨ରେ ଆହୁରି ମଧ୍ୟ ମିଳିବ ନାଟମଣ୍ଡପର ଖଣ୍ଡିତ ବାଡ଼ ଓ ଉତ୍ତର ଦିଗର ନିଦା ବାଡ଼ ଏବଂ ତାହା ଉପରେ ବହୁ ଶିଳ୍ପକର୍ମ ।

ମଣ୍ଡପ ବାଡ଼ ପାର ହୋଇ ଭିତରକୁ ପ୍ରବେଶ କଲେ ମିଳିବେ ସେଇ ପ୍ରସିଦ୍ଧ ଚାରି ଖମ୍ବ ଯାହା ପୂର୍ବରୁ ବିଶେଷ ରୂପେ ଆଲୋଚିତ ହୋଇଛିା ଚିତ୍ରମାଳା ୮୪ ଦେଖନ୍ତୁ । ମଣ୍ଡପର ବାଡ଼, ଖମ୍ବ ଏପରିକି ତୃତୀୟ ପୃଷ୍ଠବାଡ଼ରୁ କେତେକ ନର୍ତ୍ତକୀ ଓ ବାଦିକାମାନଙ୍କର ଚିତ୍ର ଉପସ୍ଥାପନ

କରାଗଲା ଚିତ୍ରମାଳା-୮୬ରେ । ତଳବାଡ଼ର ନର୍ତ୍ତକୀ ଓ

ଅର୍କକ୍ଷେତ୍ର କୋଣାର୍କ . ୨୧୩