ବାଦିକାମାନଙ୍କଠାରୁ ଏମାନଙ୍କର ଚେହେରା, ପରିଧାନ ଓ ନୃତ୍ୟଭଙ୍ଗୀରେ କିଛି ଫରକ ଦିଶୁଛି । କେତେକ ବୈଷ୍ଣବ ବେଶଧାରୀ ମଧ୍ୟ ଦେଖାଯାଉଛନ୍ତି । ମନେହୁଏ ବିଭି୍ନ ସଂପ୍ରଦାୟର ନର୍ତ୍ତକୀ, ବାଦିକା ଏଠାକୁ ଆସୁଥିଲେ ସେମାନଙ୍କର କଳା ପ୍ରଦର୍ଶ କରିବାକୁ , ତାହାରି ସ୍ମାରକୀ ଏସବୁ ଚିତ୍ର ।
ସର୍ବାଙ୍ଗୀନ ଶିଳ୍ପ ପରିକଳ୍ପ ।ରେ ନାଟମଣ୍ଡପ ମଧ୍ୟ ଅନବଦ୍ୟ କିନ୍ତୁ ମନୁଷ୍ୟ ଅବୟବ ଗଠନରେ ଅପରିଣତ ହସ୍ତର କାର୍ଯ୍ୟ ବହୁସ୍ଥାନରେ ଫୁଟି ବାହାରୁଛି । ମନେ ପକାନ୍ତୁ ନାଟ୍ୟାଚାର୍ଯ୍ୟଙ୍କ ମୂର୍ତ୍ତିି କଥା (ଫଟୋ-୨(କ) ପୃଷ୍ଠା-୩୦ ଦେଖନ୍ତୁ) । ଦେହଗଠନରେ କୌଣସି ଲାଳିତ୍ୟ ନାହିଁ । ଗୋଟିଏ ବୃଦ୍ଧ ନାଟ୍ୟାଚାର୍ଯ୍ୟ ଦେହରେ ଅବଶ୍ୟ ଯୌବନର ଲାଳିତ୍ୟ ଆଶା କରାଯାଏ ନା, କିନ୍ତୁ ବର୍ଷ ବର୍ଷ ନାଟ୍ୟ ସାଧନାସିଦ୍ଧ ଦେହ ସହିତ ବୟସର ଗାମ୍ଭୀର୍ଯ୍ୟ ମିଶି ଅନ୍ୟ ଗୋଟିଏ ମାତ୍ରା ଯୋଗ କରି ପାରିଥାଆନ୍ତା । ତୁଳନାତ୍ମକ ଭାବେ ସୂତ୍ରଧର ଦମ୍ପତିଙ୍କୁ ଦେଖନ୍ତୁା (ଫଟୋ- ୪୫, ପୃଷ୍ଠା-୧୬୬)
ଭିତର ଖମ୍ବଗୁଡ଼ିକ ପରୀକ୍ଷା କଲେ ପ୍ରଥମେ ନଜର ପଡ଼ିବ ଖୁର ଏବଂ କୁମ୍ଭ ଆଦୌ ଗଢ଼ା ହୋଇ ନାହିଁ । ସାଧା ପଥର ବକ୍ଷରେ ନିହାଣମୁ ଆଦୌ ଦାଗ କାଟି ନାହିଁ । ବାୟାଚକଡ଼ାରୁ ଜଣାପଡ଼ୁଛି, ସେ ଯୁଗରେ ମଧ୍ୟ ଏ ଯୁଗ ଭଳି ବିଭିନ୍ନ ବିଭିନ୍ନ ବିଷୟରେ କୁଶଳୀଶିଳ୍ପୀମାନଙ୍କୁ ବିଭିନ୍ନ କାର୍ଯ୍ୟ ବଣ୍ଟା ହେଉଥିଲା । ସବା ତଳର କାମ ସବା ଶେଷରେ କରିବା ଯୁକ୍ତିଯୁକ୍ତ କାରଣ ଉପର ଭାସ୍କର୍ଯ୍ୟ କାଟିବା ସମୟରେ ଭଙ୍ଗା ଟୁକୁଡ଼ା ପଥର ପଡ଼ି ତଳ ଶିଳ୍ପକାର୍ଯ୍ୟର କ୍ଷତି ଘଟାଇ ପାରେ । ଦେଶରେ ଏପରି କିଛି ରାଜନୈତିକ ବା ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା କି, ଯାହା ଫଳରେ ଶେଷ କାର୍ଯ୍ୟ ବନ୍ଦ ହୋଇଯାଏ ? କୌଣସି ଗବେଷକ ଯଦି ଏହି ଖିଅ ଧରି ଅଗ୍ରସର ହୁଅନ୍ତି, ତେବେ ହୁଏତ ଦିନେ ଜଣାପଡ଼ିବ, ନାଟମଣ୍ଡପ ଠିକ୍ କେଉଁ ସମୟରେ ଗଢ଼ା ହୋଇଥିଲା । କିନ୍ତୁ ଯେତିକି ଦିଶୁଛି ସେଥିରୁ ସ୍ପଷ୍ଟ ବାରି ହେଉଛି, ବଡ଼ ମନ୍ଦିର
ଓ ନାଟମଣ୍ଡପ ଏକା ସମୟର କାର୍ଯ୍ୟ ନୁହେଁ ।
ଅର୍କକ୍ଷେତ୍ର କୋଣାର୍କ . ୨୨୧