ଜାଣିଲେ ସିନ୍ଦୁକ ଭାସୁଛି ମୈତ୍ରବନ ଜଳରେ । ରାଣୀଙ୍କ ସହ ଦୁହେଁ ସେଠାରେ ପହଞ୍ଚିଲେ । ଦେଖି ମନେହେଲା ଯେପରି ପ୍ରଥମା, ନିଦରେ ଶୋଇ ରହିଛନ୍ତି, ନରସିଂହଦେବ ହାତ ଧରିଲେ । ହଠାତ୍ କ'ଣ ହେଲା ପ୍ରଥମା ଶୂନ୍ୟରେ ମିଳେଇ ଗଲେ । ପଡ଼ିରହିଲା ଶୂନ୍ୟ ଆଧାର । ଗଢ଼ା ହେଲା କୋଣାର୍କ ।
ସେ ସମୟର ପ୍ରଥାରେ (ଊନବିଂଶ ଶତାବ୍ଦୀର ଶେଷ ଭାଗରେ) ୭୪ ପୃଷ୍ଠାର ଦୀର୍ଘ କାବ୍ୟଟି ରଚିତ ହୋଇଥିଲା ପୁରାତନୀ ଭାଷାରେ, ଯାହା ସହିତ ଆଜିକାର ପାଠକ ବିଶେଷ ପରିଚିତ ନୁହଁନ୍ତି । ସେଥିରେ ପୁଣି କେତେକ ଅଂଶ ବିଭି୍ନ ରାଗରେ ବନ୍ଧା ଯଥା: 'ଗୋପୀଭାଷା' ବୃତ୍ତ, 'ଶଙ୍କରାଭରଣ', 'ଆଷାଢ଼ଶୁକ୍ଲ-ବାଣୀ' କିନ୍ତୁ ଧୈର୍ଯ୍ୟର ସହିତ ପାଠକଲେ ମିଳିବ ଗୋଟିଏ ବର୍ଣ୍ଣାଢ଼୍ୟ ସମୟର ବିବରଣ; ଶେଷ ଅଂଶର କାରୁଣ୍ୟ ମନକୁ ଛୁଇଁଯିବ । ଶେଷରୁ କେତୋଟି ପଦ ନିମ୍ନରେ ଉଦ୍ଧାର କରାଗଲା । (ନୀଳକଣ୍ଠଙ୍କ ଗ୍ରନ୍ଥାବଳୀ-ମାୟାଦେବୀ)
ପାଦ ନ ଲାଗଇ ସତେ ବା ମହୀରେ
କେତେରଂଗେ ବାଳା ଯାଉଛି ଖେଳି
ଶିଶୁପାଳ-ଗଡେ଼ ଜମ୍ବୁ ରାଜଜେମା
ଆସିବେ ପରା ସେ ମାୟା ସଙ୍ଖୋଳି । (ପୃ-୩୯୦)
× × ×
ଚତୁରଙ୍ଗ-ସେନା ଶବଦ ଶୁଭିଲା
ପାଛୋଟିଲେ ମାୟାଗଡ଼-ଦୁଆରେ;
ଜମ୍ବୁଜେମା ଗଲେ ସେ ଗଡ଼ ଭିତରେ
ବିଧୁ ମୁଖେ ଫୁଟେ ବିଷାଦ ଭାଲେ । (ପୃ-୩୯୦)
× × ×
ପ୍ରସାରିଲେ ମାୟା କମ୍ର-କର-ଲତା
ଆଲିଙ୍ଗି ଧଇଲେ ଜମ୍ବୁ-ନନ୍ଦିୀ,
ପଲକେ ଚମକି ଥରିଗଲେ ବାଳା
ଖସିଗଲା ଦୃଢ଼ ବାହୁ ବନ୍ଧନୀା (ପୃ-୩୯୩)
× × ×
ଆହାରେ ଦଇବ କି କଲୁ ତୁ ସତେ !
ଶିଶୁପାଳେ ଉଠେ କ୍ରନ୍ଦନ ରୋଳ
ଅବନୀ ଆଦରି ପଡ଼ିଛନ୍ତି ମାୟା
ପରାଣ ଯାଇଛି ଛାଡ଼ି ଶରୀରା (ପୃ-୩୯୩)
× × ×
ଯାଇ ନରସିଂହ ଛୁଇଁଲେ ଶରୀର
ଶୁଣିଛି, ଉଠିଲା ଜୀବନେ ବାଳା;
ଅନ୍ଧାର ଦିଶିଲା ମଧ୍ୟାହ୍ନ ସେ ପୁରେ
କେହି ନ ଜାଣିଲେ, କି ତହିଁ ହେଲା ।
୨୩୦ . ଅର୍କକ୍ଷେତ୍ର କୋଣାର୍କ