ସେହିପରି ବୀର ମୁକୁନ୍ଦଦେବଙ୍କ ରାଣୀ 'ହେଡ଼ା' ଅର୍ଥାତ୍ ଗୋମାଂସ ପରଷି ଥାଆନ୍ତୁ ଅଥବା ହୀରା ପରଷି ଥାଆନ୍ତୁ, କାର୍ଯ୍ୟଟି ଜଣେ ପରାଜିତ ସାମ୍ରାଜ୍ଞୀଙ୍କ ପକ୍ଷେ ଗର୍ବର ବିଷୟ ନୁହେଁ । ସେ ଯୁଗରେ ପରାଜିତ ହିନ୍ଦୁରାଜାଙ୍କ ପୁରବାସୀ ରମଣୀମାନଙ୍କର ଅଗ୍ନିରେ ଝାସ ଦେବାର ପ୍ରଥା ଥିଲା ଏବଂ କଟକ ସତୀଚଉରା ହୁଏତ ସେବେ ବି ଥିଲା ।
ଏସବୁ କବିତାର ଐତିହାସିକ ମୂଲ୍ୟ ନଗଣ୍ୟ କିନ୍ତୁ ଗୋଟିଏ ଉଜ୍ଜ୍ୱଳ ସମୟ ପରେ ସମାଜ, ଅବକ୍ଷୟର କେଉଁ ଅତଳକୁ ଚାଲିଯାଇଥିଲା ତାହାର ଏକ ନିଷ୍ଠୁର କରୁଣ ଆଲେଖ୍ୟ ଏ ଶ୍ଳେଷାତ୍ମକ କବିତାଦ୍ୱୟ; ଚାରଣ କବି ତ ସମସାମୟିକ ଜନମାନସର ଦର୍ପଣ ! ଆହୁରି ଗୋଟିଏ ବିଷୟ ଲକ୍ଷଣୀୟ । ଇତିହାସ କହୁାହିଁ କେଉଁ ସମୟରେ "ହେଡା' ଶବ୍ଦଟି ବ୍ୟବହୃତ ହୋଇଥିଲା ଏବଂ କେଉଁ ସମୟରେ ତାହା ପରିବର୍ତ୍ତ କରି "ରତ୍ନ' ଶବ୍ଦଟି ବସେଇବାର ଚେଷ୍ଟା ହେଲା । ହୁଏତ ସମୟ ଆସିଥିଲା ଯେତେବେଳେ ଅବକ୍ଷୟର ପଙ୍କିଳତାରୁ ଟିକେ ଉପରକୁ ସମାଜ ଉଠିଥିଲା, ଯଦିଓ ଜଣେ ସାମ୍ରାଜ୍ଞୀଙ୍କ ପକ୍ଷେ ଜଣେ ବିଧର୍ମୀ ଅତ୍ୟାଚାରୀ ସେନାନାୟକକୁ ହୀରା ଉପହାର ଦେବା ମଧ୍ୟ କିଛି ଶ୍ଲାଘାର ବସ୍ତୁ ନୁହେଁ ।
ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବଙ୍କର ମୃତ୍ୟୁ ଘଟେ ୧୫୬୮ ଖ୍ରୀଷ୍ଟାବ୍ଦରେ । ତାହା ପରେ କିଞ୍ଚିତାଧିକ ତିିଶହ ବର୍ଷ ମଧ୍ୟରେ କୋଣାର୍କ ବାଲି ତଳେ ପୋତି ହୋଇଯାଏ ଏବଂ ଅରଣ୍ୟ ଗ୍ରାସକରେ ଗୋଟିଏ ଉଜ୍ଜ୍ୱଳ ସଭ୍ୟତା । ଏ ଦୀର୍ଘ ସମୟର ଘଟଣା ପ୍ରବାହ କୌଣସି ଚାରଣ କବି ଧରି ରଖିଥିଲେ ଅବା ନାହିଁ, ତାହା ଗବେଷଣା ସାପେକ୍ଷ ।
୧୯୦୦ ଖ୍ରୀଷ୍ଟାବ୍ଦର ଖନନ କାର୍ଯ୍ୟ ପରେ ପୁରାତାତ୍ତ୍ୱିକ, ଐତିହାସିକ, କବି, ସାହିତ୍ୟିକ ଓ ଭାବୁକମାନଙ୍କର ଦୃଷ୍ଟି ନୂଆ କରି ଆକର୍ଷିତ ହୁଏ କୋଣାର୍କ ପ୍ରତି । ପରବର୍ତ୍ତୀ ଶହେ ବର୍ଷରେ ଅଧିକାଂଶ କାବ୍ୟ କବିତା ରଚିତ ହେଲା ସେଇ ପୁରାତନ କିମ୍ବଦନ୍ତୀର ଖିଅଧରି, ଯାହାର ସିଂହଭାଗ 'ଧର୍ମପଦ' କାହାଣୀ । କେହି ନାଟକ ସୃଷ୍ଟି କରିଲେ ନାହିଁ ଅବିସ୍ମରଣୀୟ ନରସିଂହ ଦେବଙ୍କୁ ମୁଖ୍ୟ ଚରିତ୍ର କରି । କେହି ଲେଖିଲେ ନାହିଁ ବାରଶହ ଶିଳ୍ପୀ ଓ ପଛରେ ଛାଡ଼ି ଆସିଥିବା ବନିତାମାନଙ୍କର ବିରହ କାହାଣୀ । କେହି ଲେଖùଲେ ନାହିଁ ଅସଂଖ୍ୟ ମିଥୁ ମେଳରେ ବାଧ୍ୟତାମୂଳକ ବ୍ରହ୍ମଚର୍ଯ୍ୟର ଅସହନୀୟ କଷଣ କଥା, ଏପରିକି କେହି ଲେଖିଲେ ନାହିଁ ଗୁଣ୍ଠୁଣି ହାତୀ ସୁଦେହୀର କର୍ତ୍ତବ୍ୟ ନିଷ୍ଠା ନେଇ ଶିଶୁ ମନଲୋଭା ଗଳ୍ପଟିଏ । ପ୍ରାୟ ସମସ୍ତେ (ସାମାନ୍ୟ କିଛି ବ୍ୟତିକ୍ରମ ବ୍ୟତୀତ) ସେଇ ପରିଚିତ କିମ୍ବଦନ୍ତୀମାନଙ୍କର ଖùଅ ଧରି କାବ୍ୟ ସୃଷ୍ଟି କରିଛନ୍ତି ।
ଏହା ମଧ୍ୟରେ ନୀଳକଣ୍ଠ ଦାଶ ଓ ଗୋଦାବରୀଶ ମହାପାତ୍ର ରାଣୀମାନଙ୍କୁ ନେଇ ଗୋଟିଏ ପ୍ରେମର କୋଣାର୍କ ଗଢ଼ିଥିଲେ, କିନ୍ତୁ ଗୋପବନ୍ଧୁ ଦାସଙ୍କ 'ଧର୍ମପଦ' ଭଳି ଜମିଲା ନାହିଁ । କାରଣ ଏହା ନୁହେଁ ନୀଳକଣ୍ଠ ଓ ଗୋଦାବରୀଶଙ୍କ ଲେଖାର କାବ୍ୟମୂଲ୍ୟ ନିକୃଷ୍ଟ, 'ଧର୍ମପଦ'ର ଖ୍ୟାତି ଆସିଲା ଗୋଟିଏ ଭି୍ନ ପରିବେଶରେ, ଗୋଟିଏ ଯୁଗ ସନ୍ଧିକ୍ଷଣରେ । ଏହାର ଆଲୋଚନା ଏହାପରେ କରାଯିବ ।
ଧର୍ମପଦ :
ଯେଉଁ ଧର୍ମପଦ କାହାଣୀ ପାଇଁ କୋଣାର୍କର ପ୍ରସିଦ୍ଧି, ତାହାର ଗୋଟିଏ ବଚ୍ଚନ୍ଦଷ-ମକ୍ଷଷଲବନ୍ଥ ଅଛି, ଯାହା ସତ୍ୟର ପ୍ରୟୋଜନରେ ଏଠାରେ ପରିବେଷିତ ହେଉଛି । Dr. K. Sunderam ତାଙ୍କର The Simachalam Temple' ପୁସ୍ତକର ପୃଷ୍ଠା ୫୯-୬୦ରେ ଠିକ୍ ଧର୍ମପଦ କାହାଣୀ ଭଳି ଗୋଟିଏ କାହାଣୀ ପରିବେଷଣ କରିଛନ୍ତି । ସ୍ୱାଭାବିକ ଭାବେ ନାମଗୁଡ଼ିକ ଭି୍ନ । ପାଠକମାନଙ୍କର ମନେଥିବ, ବିଧ୍ୱସ୍ତ ସୀମାଚଳମ୍ ମନ୍ଦିରଟି ନରସିଂହଦେବ ନୂଆ କରି ଗଢ଼ି ଦେଇଥିଲେ । ତେଣୁ ଇତିହାସ ଦୃଷ୍ଟିରୁ ସେ ମନ୍ଦିରଟି କୋଣାର୍କଠାରୁ ପୁରାତନ । ସେ ଗଳ୍ପରେ ମଧ୍ୟ ବାଳକଟି ବରକୋଳି ବଦଳରେ "ନେରେଡୁ' ନାମକ କୋଳି ଧରି ବାପା ପାଖକୁ ଯାଇଥିଲା । (କରୁଣାସାଗର - Konark- Vol-I-P.95)
ଇଦାନିଂ ସୀମାଚଳମ୍ କାହାଣୀର ପରିଶିଷ୍ଟ ଏବଂ କର୍ଣ୍ଣାଟକର ଆଉ ଗୋଟିଏ କାହାଣୀ ନଜରକୁ ଆସିଛି । ସୀମାଚଳମ୍ ମନ୍ଦିରରେ ପିତାପୁତ୍ରଙ୍କ ମିଳନ ହେବା ପରେ ପୁତ୍ର ସେ ଆଶ୍ଚର୍ଯ୍ୟ ସୃଷ୍ଟି ମା' ନିକଟକୁ ନେଇ ଯିବାକୁ ଚାହୁଁଛି । ମନ୍ତ୍ର ବଳରେ ସେ ପୂର୍ବସ୍ୟ ମନ୍ଦିରଟି ସଚଳ କରି ବୁଲେଇ ଦେଲା । ଆଉ ଅଗ୍ରସର ହେବା ପୂର୍ବେ କ୍ରୋଧିତ ପିତା ରଥର ଅଶ୍ୱ ଏବଂ ପୁତ୍ରକୁ ଖଣ୍ଡା ଚୋଟରେ ହତ୍ୟାକଲେ । ସେହି ଦିରୁ ମନ୍ଦିରଟି ପଶ୍ଚିମାସ୍ୟ ।
ସୀମାଚଳମ୍ ଏକାଦଶ ଶତାବ୍ଦୀର ମନ୍ଦିର । ଏହାର ପ୍ରାୟ ଏକ ଶତାବ୍ଦୀ ପରେ (୧୧୧୬ ଖ୍ରୀଷ୍ଟାବ୍ଦ) ସୀମାଚଳମ୍ଠାରୁ ବହୁ ଦୂରରେ ମହୀଶୂରର ହୋୟଶାଳା ସାମ୍ରାଜ୍ୟର ହଳେବିଡ଼୍ଠାରେ ଗୋଟିଏ ମନ୍ଦିର ତିଆରି ହେଉଥିଲା । ଜନକଚାରୀ ନାମକ ଜଣେ ଶିଳ୍ପୀ ମନ୍ଦିର ଗଢ଼ୁ ଗଢ଼ୁ ନିଜେ ବୃଦ୍ଧ ହୋଇ ଗଲେଣି- ଭୋକ, ଶୋଷ ଏବଂ ଦେଶ କଥା ମଧ୍ୟ ଭୁଲି ଗଲେଣି । ରାଜା ଅଧୈର୍ଯ୍ୟ ହୋଇ ଉଠିଲେଣି । ବିଗ୍ରହ କାର୍ଯ୍ୟ ଶେଷ ହେଉଛି, କାହାରି ପ୍ରବେଶାଧିକାର ନାହିଁ । ଦ୍ୱାରରେ ଦେଖାଦେଲେ ଜଣେ ଯୁବକ । ସେ ଶିଳ୍ପୀଙ୍କୁ କହୁଛନ୍ତି ଯେଉଁ ପଥରରେ ବିଗ୍ରହ ତିଆରି ହେଉଛି ସେଥିରେ ଖୁଣ ଅଛି । ପ୍ରଗଳ୍ଭ ଯୁବକର କଥା ଶୁଣି ଶିଳ୍ପୀ ଚିତ୍କାର କରି ଉଠିଛନ୍ତି ଏବଂ ଲୋକ ଜମା ହେଉଛନ୍ତି । ଅବିଚଳିତ ଯୁବକ
କିନ୍ତୁ କିଛି ଚନ୍ଦନ ନେଇ ବିଗ୍ରହ ଦେହରେ ଲେପିଦେଲେ । କିଛି ସମୟ ପରେ ସମସ୍ତ ପ୍ରଲେପ ଶୁଖିଗଲା କିନ୍ତୁ ନାଭି ନିକଟରେ କିଛି ଅଂଶ ଓଦା
ଅର୍କକ୍ଷେତ୍ର କୋଣାର୍କ . ୨୩୩