ରହିଲା । ସେ ଅଂଶ ଭାଂଗି ଦେଖାଗଲା ତା' ମଧ୍ୟରେ ଏକ ବେଙ୍ଗ ଅଛି । ବିଧ୍ୱସ୍ତ ବୃଦ୍ଧଶିଳ୍ପୀ ଗୋଟିଏ ତରବାରୀଦ୍ୱାରା ନିଜ ହସ୍ତଚ୍ଛେଦନ କରିବାକୁ ଉଦ୍ୟତ ହେବାରୁ ତାଙ୍କୁ ନିବୃତ୍ତ କରୁଛି ଜଣେ ଯୁବକ । ଏହାପରେ ଜଣାଗଲା ଯୁବକ କୌଣସି ଏକ କ୍ରୀଡ଼ପୁର ଗ୍ରାମର କୃଷ୍ଣଦେବଙ୍କ ପୁତ୍ର । ମାତୃ ଜଠରରେ ଥିବା ସମୟରେ ପିତା ଚାଲିଆସିଥିଲେ ମନ୍ଦିର ଗଢ଼ିବାକୁ । ସେଇ କୃଷ୍ଣଦେବ ଆଜିକାର ଜନକଚାରୀ । ପିତା ପୁତ୍ର ମିଳନ ପରେ ଜନକଚାରୀ ଗ୍ରାମକୁ ଫେରିଗଲେ ଏବଂ ସେଠାରେ ମଧ୍ୟ ଗୋଟିଏ ବିଶାଳ ମନ୍ଦିର ଗଢ଼ିଲେ । (The Dharmapada Tradition Revisited- Dr. K.C. Dash) ।
ଏପରି ଗଳ୍ପ ହୁଏତ ଅନ୍ୟତ୍ର ଥାଇ ପାରେ କାରଣ ବିସ୍ମୟ ବାଳକ ଅଥବା ପ୍ରତିଭାଦୀପ୍ତ ଯୁବକ ସବୁ ଯୁଗରେ ସବୁଦେଶରେ ଜନ୍ମ ହୋଇଥା'ନ୍ତି, ଏହା କହିବା ଅସଙ୍ଗତ ହେବ, ଶତବର୍ଷ ଓ ଶତଶତ ଯୋଜନ ଦୂରରେ କେହି ଗଳ୍ପଟିର ନକଲ କରିଲେ । ବର୍ତ୍ତମାନ ଦେଖାଯାଉ ଓଡ଼ିଶାର କାହାଣୀଟି କିପରି ?
ନୂତନ ପିଢ଼ିର ଉଚ୍ଚଶିକ୍ଷିତ ଓଡ଼ିଆ ପିଲା କ୍ରମେ ଜାତୀୟ ଐତିହ୍ୟ ଭୁଲି ଯାଉଛନ୍ତି । ତେଣୁ ପୁରାବୃତ୍ତିର ଅଭିଯୋଗ ସତ୍ତ୍ୱେ କାହାଣୀଟି ଦୋହରାଉଛି ।
ଶିଳ୍ପୀ ବିଶୁ ମହାରଣା, ସନ୍ତାନସମ୍ଭବା ସ୍ତ୍ରୀକୁ ଘରେ ଛାଡ଼ି କୋଣାର୍କ ଗଢ଼ିବାକୁ ଚାଲି ଆସିଲେ ଚନ୍ଦ୍ରଭାଗା ତୀରକୁ । ଆସିଲେ ଯେ ଘରକୁ ଆଉ ଫେରି ନାହାନ୍ତି ବର୍ଷ ବର୍ଷ ଧରି । ବାର ବର୍ଷ ବିତିଗଲା । କୋଣାର୍କ ଶେଷ ହୋଇ ମଧ୍ୟ ଶେଷ ହେଉ ନାହିଁ, ଚୂଳି ମରାଯାଇ ପାରୁାହିଁ । ରାଜ ଆଦେଶ ହୋଇଛି, ଆଉ ଦୁଇ ଦି ମଧ୍ୟରେ ଶେଷ ନ ହେଲେ ୧୨୦୦ ଶିଳ୍ପୀଙ୍କ ମୁଣ୍ଡକାଟ ହେବ ।
ଏଣେ ବିଶୁ ମହାରଣାଙ୍କ ସ୍ତ୍ରୀ ଯଥା ସମୟରେ ଏକ ପୁତ୍ର ସନ୍ତାନ ଜନ୍ମଦେଲେ । ପିଲାଟି କ୍ରମେ ବଢ଼ିବାକୁ ଲାଗିଲା । ପିଲାଟିର ଧୀଶକ୍ତି ଥିଲା ଅଭ୍ଭୁତ, ସେ ଥିଲା ବିସ୍ମୟ ବାଳକ । କିନ୍ତୁ Cର୍ଷା୍ୱିତ ସହପାଠୀଙ୍କ "ଅଣବାବୁଆ' ସମ୍ବୋଧନରେ ଅପମାନିତ ହୋଇ ଜିଜ୍ଞାସୁ ମନ ତା'ର ମା'ଙ୍କଠାରୁ ପିତାଙ୍କ ବୃତ୍ତାନ୍ତ ଶୁଣିଛି । ତେଣୁ ବାର ବର୍ଷର ସେହି ବାଳକଟି ବାହାରି ପଡ଼ିଛି ପିତୃସନ୍ଧାନରେ । ସାଙ୍ଗରେ ନେଇଛି ପରିଚୟର ସନ୍ତକ ସ୍ୱରୂପ ବାରି ବରକୋଳି ଓ ବାପାଙ୍କର ପୋଷା ବଳିଆ କୁକୁର । ସେହି ବାଳକଟି ଥିଲା ଧର୍ମପଦ ।
ପିତା ପୁତ୍ରଙ୍କର ମିଳନ ଘଟିଚି ଏକ ଦୁଃଖଦ ସନ୍ଧ୍ୟାରେ, ଯେତେବେଳେ ମରଣର ଏକ ଅନାଗତ ଆତଙ୍କରେ ଶିଳ୍ପୀକୁଳ ମ୍ରିୟମାଣ । ନବନିର୍ମିତ ମନ୍ଦିରର ଚୂଳି ମାରିବା ଥିଲା ଶିଳ୍ପୀକୁଳର ସମସ୍ୟା । ବାଳକଟି କିନ୍ତୁ ଶିଳ୍ପବିଦ୍ୟାରେ ଏତେ ବ୍ୟୁପùତ୍ତି ଲାଭ କରିଥିଲା ଯେ ରାତାରାତି ସେ ଚୂଳି ମାରି ଦେଲା । ଏହା ପରେ ଜନ୍ମ ନେଲା ଆଉ ଗୋଟିଏ ସମସ୍ୟା । ଶିଳ୍ପୀକୁଳର ଭୟ, ରାଜା ଜାଣି ପାରିଲେ ଭାବିବେ; ଯାହା ଗୋଟିଏ ୧୨ ବର୍ଷର ବାଳକ କରିପାରିଲା, ତାହା କାହିଁକି ବାରଶହ ବଢେ଼ଇ (ଶିଳ୍ପୀ) କରି ପାରିଲେ ନାହିଁ ? ତେଣୁ ତାଙ୍କର ମୁଣ୍ଡ କାଟ ହେବ । ସେ ଚିନ୍ତାରୁ ଜାତ ହେଲା ଅମର ବାକ୍ୟ ଗୋଟିଏ :
"ବାରଶହ ବଢେ଼ଇର ଦାୟ, ନା ପୁଅର ଦାୟ, ଏକମାତ୍ର ପୁତ୍ରକୁ ତ୍ୟାଗ କରିବାକୁ ପଡ଼ିବ । ଏଠାରେ କିମ୍ବଦନ୍ତୀ ଦୁଇଭାଗ ହୋଇଯାଇଛି । ଗୋଟିଏ ଭାଗରେ ବିଶୁ ମହାରଣା ମନ୍ଦିର ଉପରୁ ପୁତ୍ରକୁ ମୃତୁ୍ୟମୁଖକୁ ଠେଲି ଦେଇଛନ୍ତି । ଅନ୍ୟ ଭାଷ୍ୟରେ, ଧର୍ମପଦ ନିଜେ ମନ୍ଦିର ଉପରୁ ସମୁଦ୍ରକୁ ଝାସ ଦେଇଛି । ଗୋପବନ୍ଧୁ କିମ୍ବଦନ୍ତୀର ଦ୍ୱିତୀୟ ଭାଷ୍ୟଟି ବାଛି ନେଇଛନ୍ତି ।
ଗୋପବନ୍ଧୁ ଦାଶଙ୍କର ଧର୍ମପଦ: ଗୋପବନ୍ଧୁଙ୍କ ଧର୍ମପଦ ରଚିତ ହୁଏ ଏକ ଯୁଗ ପରିବର୍ତ୍ତର ସନ୍ଧିକ୍ଷଣରେ । ସେ ପରିବର୍ତ୍ତରେ କବିତାଟିର ଭୂମିକା ଅଳ୍ପ ନୁହେଁ । ସ୍ୱାଧୀନତା ଯୁଦ୍ଧରେ ଝାସଦେଇ ସେତେବେଳେ ଗୋପବନ୍ଧୁଙ୍କର କାରାବାସ ଚାଲିଥାଏ ହଜାରିବାଗ୍ ଜେଲ୍ରେ ୧୯୨୨ ଠାରୁ ୧୯୨୪ ଦୁଇବର୍ଷ । ଦେଶ ପାଇଁ ସମର୍ପିତ ପ୍ରାଣ ଗୋପବନ୍ଧୁଙ୍କର ପ୍ରତିଟି କ୍ଷଣ ମଗ୍ନ ଥାଏ ସ୍ୱଦେଶ ଚିନ୍ତାରେ । ଦେଶ ଓ ଦଶ ପାଇଁ ଚିନ୍ତାର ପ୍ରତିଫଳନ ସେ ଦେଖùବାକୁ ପାଇଛନ୍ତି, "ବାରଶ' ବଢେ଼ଇର ଦାୟ, ନା ପୁଅର ଦାୟ' କିମ୍ବଦନ୍ତୀରେ । ସେ ସମୟର ସ୍ୱଦେଶୀ ଆନ୍ଦୋଳନର ପରିବେଶରେ ଗୋପବନ୍ଧୁଙ୍କ ରଚନା "ଧର୍ମପଦ' ଉଦ୍ବୁଦ୍ଧ କଲା ଓଡ଼ିଶାବାସୀଙ୍କୁ ସ୍ୱଦେଶୀ ଆନ୍ଦୋଳନରେ ଝାସ ଦେବା ପାଇଁ । ଜେଲ୍ରୁ ମୁକ୍ତି ପରେ ୧୯୨୫ ସାଲରେ ଏହି ପୁସ୍ତକ ପ୍ରକାଶ ପାଏ ଏବଂ ଓଡ଼ିଆଙ୍କ ଚିନ୍ତା ଓ ଚେତନାରେ ବିରାଟ ଆଲୋଡ଼ ସୃଷ୍ଟିହୁଏ । ସେ ଆଲୋଡ଼ ଖାଲି ଦେଶ ପ୍ରେମର ଉନ୍ମାଦନାରୁ ନୁହେଁ, ଏହାର ମର୍ମସ୍ପର୍ଶୀ ମାନବିକ ଆବେଦନ ହୁଏତ ଅଧିକ ଥିଲା । ସେଇ ଦିଗଟି ଏଠାରେ ଆଲୋଚନା କରାଯିବ ।
ଭୂମିକାରେ ଗୋପବନ୍ଧୁ କହିଛନ୍ତି, ବାଲ୍ୟକାଳରୁ କବି ହେବାର ବାସନା ଥିବା ସତ୍ତ୍ୱେ ଜୀବନର ଘଟଣା ପ୍ରବାହରେ କାବ୍ୟ ଚର୍ଚ୍ଚା ପାଇଁ ସମୟ ପାଇ ନଥିଲେ । ଦୀର୍ଘ କାରାବାସ ସେ ସୁଯୋଗ ଆଣିଦିଏ । ନିୟମିତ ଚର୍ଚ୍ଚାରେ ଯେଉଁ ପାଲିସ୍ ଆସେ ଲେଖାରେ, ତାହା ଏ କବିତାରେ ନାହିଁ, ଗଠନ ଓ ଶବ୍ଦ ଚୟରେ ତ୍ରୁଟି ରହିଯାଇଛି । ତଥାପି ମାନବିକ ଆବେଗ ସମୃଦ୍ଧ କବିତାଟିରେ ଏପରି କିଛି ଅଛି, ଯାହା ଗୋପବନ୍ଧୁଙ୍କୁ କ୍ଷଣିକ
ସମୟ ପାଇଁ ହେଲେ ମଧ୍ୟ ବିଶ୍ୱକବି ରବୀନ୍ଦ୍ରାଥଙ୍କ ସମପର୍ଯ୍ୟାୟକୁ ନେଇ ଯାଇଛି । ରବୀନ୍ଦ୍ରାଥଙ୍କ 'ଦେବତାର ଗ୍ରାସ' ନାମକ କବିତାଟିର ଉଲ୍ଲେଖ ପ୍ରାସଙ୍ଗିକ ହେବ ।
୨୩୪ . ଅର୍କକ୍ଷେତ୍ର କୋଣାର୍କ