କୌଣସି ଏକ ଅଖ୍ୟାତ ପଲ୍ଲୀରୁ ଦଳେ ନରାରୀ ନୌକାଯୋଗେ ତୀର୍ଥସ୍ନାନ ପାଇଁ ସାଗର ସଙ୍ଗମକୁ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ଅଛି ଗୋଟିଏ ବିଧବା ନାରୀ, ଯାହାର ଗୋଟିଏ ମାତ୍ର ପୁତ୍ର ଛଡ଼ା କେହି ନାହିଁ । ବାଳକଟି କିନ୍ତୁ ଜନ୍ମରୁ ମାଉସୀ ପାଖରେ ମଣିଷ ହୋଇଛି ଏବଂ ସବୁବେଳେ ମା'କୁ ଛାଡ଼ି ମାଉସୀ ପାଖରେ ଥାଏ । ଯାତ୍ରାଦି ଦେଖାଗଲା ବାଳକଟି ଆଗରୁ ଆସି ନୌକା ଉପରେ ବସି ରହିଛି । ଖବର ପାଇ ମାଉସୀ ଛୁଟି ଆସିଲା ଏବଂ ଦୂର ଜଳଯାତ୍ରାର ବିପଦ ଆଶଂକା କରି ମା' ମାଉସୀ ଦିହେଁ ବାଳକଟିକୁ ବୁଝେଇବାକୁ ଲାଗିଲେ ଯାତ୍ରାରୁ ନିବର୍ତ୍ତିିବା ପାଇଁ । ପିଲାଟି କିନ୍ତୁ ତା' ଜିଦ୍ରେ ଅଟଳ, ସେ ମଧ୍ୟ ସାଗର ତୀର୍ଥକୁ ଯିବ । ରାଗି ଯାଇ ହଠାତ୍ ମା' କହିପକାଇଲା, ତେବେ ଚାଲ୍ ତୋତେ ସାଗର ଜଳରେ ଦେଇ ଆସେ । ସେକଥା କହିବା ସାଥେ ସାଥେ ଅନୁତାପରେ ଜର୍ଜରିତା ମା' ପୁତ୍ରକୁ କୋଳକୁ ଟାଣି ନେଇ "ନାରାୟଣ', "ନାରାୟଣ' ସ୍ମରିବାକୁ ଲାଗିଲେ । ଦଳର ଅଧିପତି ମୈତ୍ର ମହାଶୟ ମାଉସୀକୁ ପ୍ରବୋଧନା ଦେଇ କହିଲେ- ବର୍ତ୍ତମାନ ଶୀତ କାଳ, ଶାନ୍ତ ନଦୀ ନଦ, ବାଟର ବିପଦ କିଛି ନାହିଁ । ତୀର୍ଥ ଯାତ୍ରା ପରେ ତୋ ପୁଅ ତୋତେ ଫେରେଇ ଦେବି । ଫେରିବା ସମୟରେ କିନ୍ତୁ ଝଡ଼ ଉଠିଲା, ନୌକା ଟଳମଳ । ନାଉରୀ ଡାକି କହୁଛି, କେହି ଜଣେ ଦେବତାଙ୍କୁ କିଛି ମାନସିକ କରି ଫେରାଇ ନେଉଛି, ତେଣୁ ଅସମୟରେ ଏତେ ଝଡ଼ । ଯାହାର ଯାହା ଥିଲା ଜଳକୁ ସମର୍ପଣ କରିଦେଲେ, କିନ୍ତୁ ଝଡ଼ ଥମୁ ନାହିଁ । ଝଲକେ ଝଲକେ ପାଣି ଉଠୁଛି ନୌକା ଉପରକୁ । ହଠାତ୍ ଭୟ ସନ୍ତ୍ରସ୍ତ ମୈତ୍ର ମହାଶୟ କହିଛନ୍ତି, "ଏଇ ସେ ନାରୀ, ଦେବତାଙ୍କୁ ସଂପି ଦେଇ ଆପଣା ପୁତ୍ରକୁ ଫେରେଇ ନେଉଛି ।' ଶୁଣିବା ମାତ୍ରେ ନାଉରୀମାନେ ଟାଣି ଘୋଷାରି ପିଲାଟିକୁ ଫୁଟନ୍ତ ତରଙ୍ଗ ମଧ୍ୟକୁ ନିକ୍ଷେପ କରିଦେଲେ । ମୈତ୍ର ମହାଶୟଙ୍କ ମନରେ ହଠାତ୍ ବିଦ୍ୟୁତ୍ ଆଘାତ୍ ଭଳି ମନେ ପଡ଼ିଗଲା, କଥା ଦେଇ ଥିଲେ ବାଳକଟିକୁ ନିର୍ବିଘ୍ନରେ ଫେରେଇ ଆଣିବେ ।
ଫିରାୟେ ଆନିବ ତୋରେ - କହି ଊର୍ଦ୍ଧ୍ୱଶ୍ୱାସେ
ବ୍ରାହ୍ମଣ ମୁହୂର୍ତ୍ତ-ମାଝେ ଝାଁପ ଦିଲ ଜଲେ ।
ଆର ଉଠିଲ ନା, ସୂର୍ଯ୍ୟ ଗେଲ ଅସ୍ତାଚଲେ ।
"ଧର୍ମପଦ'ର କେତୋଟି ଧାଡ଼ି ଚିରଦି ଅମର ହୋଇ ରହିବ :
"ମାନବ ଜୀବନ ନୁହଁଇ କେବଳ
ବର୍ଷ ମାସ ଦି ଦଣ୍ଡ,
କର୍ମେ ଜିଏଁ ନର କର୍ମ ଏକା ତାର
ଜୀବନର ମାନ ଦଣ୍ଡ ।"
× × ×
"ବାରଶ ବଢେ଼ଇ ମୋର ଜାତିଭାଇ
ସହି ନିନ୍ଦା ଅପମାନ,
ମଲେ ଯେବେ ଏଥି କି ସୁଖ ମୋହର
କରି ମନ୍ଦିର ନିର୍ମାଣ ।"
× × ×
"ପ୍ରଭୁ ପରାତ୍ପର ପରମ ଈଶ୍ୱର
ଆଶ୍ରା ଦିଅ ଶ୍ରୀ ପୟରେ,
ପୁରୁ ତବ ଇଚ୍ଛା ଏ ନର ପରାଣେ
ଜୟ ଜଗଦୀଶ ହରେ ।"
× × ×
ଅର୍କକ୍ଷେତ୍ର କୋଣାର୍କ . ୨୩୫