Jump to content

ପୃଷ୍ଠା:Arkakshetra konark.pdf/୨୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ସାଗର ସଫେଣ,
ଚତୁର୍ଦ୍ଦିଗେ ବାଲିରାଶି ଉତ୍ତପ୍ତ ପ୍ରଖର,
କାହିଁ କେତେ ଦୂରେ ଏକ ଶୀତଳ ନିର୍ଝର,
ସ୍ୱପ୍ନ ଦେଖେଁ ତାର-
ହେ ଅଜଣା ନାରୀ, ମାତା, କେବେ ଦେବ ଆଣି,
ପ୍ରତୀକ୍ଷା ମୋ ଶେଷ କରି, କେତେ ବିନ୍ଦୁ ପାଣି !

ଗୋଟିଏ ଦାନବ ପ୍ରାୟ ନିର୍ମମ ମଣିଷର ଗୋପନ ହୃଦୟର ନିଃସହାୟତା, କଳାପାହାଡ଼କୁ ଭି୍ନ ମାତ୍ରାରେ ଚିତି୍ରତ କରିଛି ।

ବୋଧହୁଏ, "The devil is not as black as it is painted."

ଶୈଳଜ ରବି, ଓଡ଼ିଶାର ଜଣେ ଅଗ୍ରଗଣ୍ୟ କବି । ସାମ୍ୟବାଦୀ ଚିନ୍ତାଧାରାର ପୁଷ୍ଟ ଏ କବି ମଝିରେ ମଝିରେ ଏପରି ସବୁ କବିତା ଲେଖନ୍ତି ଯାହା ସହିତ ସାମ୍ୟବାଦ, ବ୍ରହ୍ମବାଦ କିମ୍ବା କୌଣସି "ବାଦ'ର ସମ୍ପର୍କ ନଥାଏ । "ତୁମ ପରି କୋଣାର୍କ' ବି ସେହିପରି କବିତାଟିଏ ।

"କୋଣାର୍କ କହିଲେ କ'ଣ
ବୁଝାଯାଏ ଖାଲି
ଶୃଙ୍ଗାର ଓ ରତି
କାମନା, ଅଭୀପ୍ପା !
× × ×
ଯେଉଁଠି ଇନ୍ଦ୍ରିୟ ଦେଇ
ସବୁ ବୁଝି ହୁଏ
ହେଲେ, ସବୁକିଛି
ନିର୍ବେଦ, ନିଶ୍ଚଳ
× × ×
ଝାଉଁବଣ, ସମୁଦ୍ର ଗର୍ଜଜହ୍ନରାତି, ମହାରତି
କୁଟୀକମ କେଉଁ ବିନ୍ଧାଣିର
ସବୁ ହାୟ ଶିଳାୟିତ
ଅହଲ୍ୟା ପଥର !
× × ×
ଝଡ଼ିପଡେ଼ ନୀରବରେ
ଖଣ୍ଡ ଖଣ୍ଡ
ଓଠ, ଆଖି, ଆଙ୍ଗୁଠି, ଜଘନ
ଶିଶ୍ନ ଆଉ ସ୍ତନ
× × ×
ମୋ ପାଇଁକି

ଅର୍କକ୍ଷେତ୍ର କୋଣାର୍କ . ୨୪୧