ପୃଷ୍ଠା:Arkakshetra konark.pdf/୨୪୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମୀର ତନ୍ତ୍ରୀଙ୍କ 'ପ୍ରିୟ ପର୍ଯ୍ୟଟକ' ପ୍ରଥମେ ଉଲ୍ଲେଖ କରିବାର କାରଣ, କବି ବର୍ତ୍ତମାନ ଆସାମର ସ୍ଥାୟୀ ବାସିନ୍ଦା ହେଲେ ମଧ୍ୟ ଦୁଇ ପ୍ରଜନ୍ମ ପୂର୍ବେ ଥିଲେ ଓଡ଼ିଶାର ମଣିଷ । କବିତାଟି ବିଲୀୟମାନ କୀର୍ତ୍ତିିଟି ପାଇଁ ଗୋଟିଏ ଦୀର୍ଘଶ୍ୱାସ ।

"ମୁଁ ବାହାରି ଆସିଲି ଏକୁଟିଆ

କଳଙ୍କିତ ରାତି,

ପ୍ରାର୍ଥନାର ଶୂନ୍ୟ ହାତ ।

ନୃତ୍ୟଶାଳାଟି ଶୂନ୍ୟ

ଓଡିଶୀର ମୁଦ୍ରା ଭୁଲି

ଆତ୍ମହତ୍ୟା କଲେ ଦେବଦାସୀମାନେ

ଚନ୍ଦ୍ରଭାଗା କାନ୍ଦୁଛି

କୂଳରେ ବୋହିଯାଉଛି ଚନ୍ଦ୍ରଭାଗାର ରକ୍ତ....।"

ନୀଳମଣି ଫୁକନ୍‍ ଆସାମର ଖ୍ୟାତନାମା କବିା ତାଙ୍କର 'କବିତା' ର ତିିନିଟି ଧାଡ଼ି ଏହିପରି :

"ଗୋଟିଏ ମହାବୃତ୍ତର କେନ୍ଦ୍ରରେ ଠିଆ ହୋଇ ଯେପରି

ନିରୀକ୍ଷଣ କରୁଅଛି ।

ନିଆଁ ପାଣି ବାୟୁ ଗ୍ରହ ଓ ନକ୍ଷତ୍ର ।"

- ଅନୁବାଦ, ଭାମତୀ ଦେବୀ

ଇମ୍ଫାଲରେ ଜନ୍ମିତ ୟୁଲେମ୍ବମ୍‍ ଇବୋମଚାଙ୍କ "ମତମ ଅମସୁଂ କୀମ୍‍" କବିତାରେ ଗୋଟିଏ ନୂତନ ଅନୁଭବର ସ୍ପର୍ଶ ମିଳୁଛି ।

"ଘୂରୁଛି ଅବିରାମ ସମୟର ଚକ

× × ×

ସମୟର ପଦଚିହ୍ନ ଏବେ ବି ଅଜଣା ଆମକୁ

ଯାହା ଧରି ରଖେ କୋଣାର୍କ ମନ୍ଦିର

× × ×

ଉତ୍ତୋଳିତ ବାହୁରେ କାମନାର ଢେଉ

ଅଂଗେ ଅଂଗେ ଲାସ୍ୟ

ମୁହଁରେ ଉଚ୍ଛୁଳା କାମନାର ଅମୃତ

× × ×

କାମନାର ଶେଷହୀନ ଉଚ୍ଛ୍ୱାସ !

ଓ ସମୟର ଶେଷହୀନ ଗତି

- ଅନୁବାଦ, ସୁନୀଲ୍‍ କୁମାର ହୁଇଦ୍ରୋମ୍ବା

କବି ଆଶୁତୋଷ ପରିଡ଼ାଙ୍କ 'କୋଣାର୍କର ଘୋଡ଼ା' ଫସିଲ୍‍ ପାଲଟି ଯାଇଥିବା ଅତୀତର ଦୀର୍ଘଶ୍ୱାସ ମଧ୍ୟରେ ଉନ୍ମୁକ୍ତ ବାୟୁର ହିଲ୍ଲୋଳ,

ଶକ୍ତିର ବିଚ୍ଛୁରଣ :

"ସିଏ କ'ଣ ଫିଟି ଆସିଥିଲା

ସୂର୍ଯ୍ୟଙ୍କ ଅସ୍ତାବଲ୍‍ରୁ