ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
× × ×
କେତେ ଶତାବ୍ଦୀ ବିତିଗଲାଣି,
ସେ ରହିଛି ନିଜ ଦୃପ୍ତ ବିଶାଳତାରେ
× × ×
ଏକ ଉଗ୍ର ଅବୟବ ଲମ୍ବି ଆସିଛି ଆଗକୁ
ନିଆଁର ଶିଖା ପରି
× × ×
ତା' ନାକରୁ ବାହାରିଆସୁଛି ତପ୍ତ ନିଃଶ୍ୱାସ
ବାଜୁଛି ଭଙ୍ଗା ମନ୍ଦିରର ଛାତିରେ
× × ×
ଗଭୀର ରାତିରେ
ପଥରର କାନମାନେ ଶୁଣି ପାରନ୍ତି ତା'ର ହ୍ରେଷା
× × ×
ଗୋଟେ ପାଗଳ ଘୋଡ଼ା ଧାଇଁବୁଲେ
ସୂର୍ଯ୍ୟ ମନ୍ଦିରର ଚାରିପାଖରେ,
× × ×
ପଥର ଘୋଡ଼ାକୁ କହେ
ଟାଣିବାକୁ ସୂର୍ଯ୍ୟଙ୍କ ରଥକୁ ।
× × ×
କୋଣାର୍କର ବିଶାଳ ଚକସବୁ
ଘୂରିବାକୁ ଆରମ୍ଭ କରନ୍ତି ନିଜ ନିଜ ସ୍ଥାନରେ
× × ×
ଘୁଞ୍ଚେ ନାହିଁ ବାଲିଭର୍ତ୍ତିି ପଥରର ରଥ
ନିଜ ଓଜନରେ ଚାପି ହୋଇଯାଏ
ଏକ ବିଷଣ୍ଣ ଅତୀତ ।
× × ×
ଡାକେ ସମସ୍ତଙ୍କୁ
ସବାର ହେବାପାଇଁ ତା' ପିଠିରେ
ଯାଇ ପହଞ୍ଚିବାକୁ ଆଲୋକର କେନ୍ଦ୍ରରେ
ମହାକାଳର ସୀମାରେ ।