ପୃଷ୍ଠା:Arkakshetra konark.pdf/୨୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏହା ମଧ୍ୟରେ ସରକାରଙ୍କ ଇଚ୍ଛାନୁଯାୟୀ PWD ର ଜଣେ ସୁପରିଣ୍ଟେଣ୍ଡିଂ ଇଂଜିିୟର ମନ୍ଦିର ପରିଦର୍ଶ କରି ମତ ଦିଅନ୍ତି :

୧. ଜଗମୋହନ ଭିତରୁ ପଥରରେ ଗଢ଼ି ଠେକା ଦିଆଯାଉ ।

୨. ନିୟମିତ ଜଙ୍ଗଲ ସଫେଇର ବନ୍ଦୋବସ୍ତ କରାଯାଉ ।

୩. ପଶ୍ଚିମ ପଟର ପଥର କୁଢ଼ କାଢ଼ିବାର ଚେଷ୍ଟା ସୁଦ୍ଧା କରା ନ ଯାଉ କାରଣ ତଦ୍ଦ୍ୱାରା ଜୀର୍ଣ୍ଣ ଜଗମୋହନ ଭୁଶୁଡ଼ି ପଡ଼ିପାରେ ।

ଦେଖାଯାଉଛି, ପୁରାତନ ମନ୍ଦିରର ଗଠନ ପ୍ରକ୍ରିୟା ଓ ତାହାର ସଂରକ୍ଷଣ ସମ୍ବନ୍ଧରେ ତତ୍‍କାଳୀନ ଇଂଜିିୟରମାନଙ୍କର କୌଣସି ଜ୍ଞାନ ହିଁ ନଥିଲା । ସେ ଯାହା ହେଉ ସରକାର ସୌଧଟିର ରକ୍ଷଣାବେକ୍ଷଣ PWD ହାତରେ ସମର୍ପଣ କରନ୍ତି ଏବଂ ପୁରୀ କଲେଚ୍ଛରରଙ୍କୁ ସଜାଗ ରହିବାକୁ କୁହନ୍ତି, ଆଉ ଯେପରି ପୂରାକୀର୍ତ୍ତିି ଚୋରି ନହୁଏ ।

ଏହିପରି ଦୋଦୁଲ୍ୟମାନ ତଥା ଉଦାସୀନ କାର୍ଯ୍ୟାବଳୀରେ ଶହେବର୍ଷ କଟିଗଲା ।

୧୯୦୦, ଡିସେମ୍ବର - ପ୍ରଥମ ଦୃଢ଼ ତଥା କ୍ଷିପ୍ର ପଦକ୍ଷେପ ନେଲେ ଲେଫ୍‍ଟନାଣ୍ଟ ଗଭର୍ଣ୍ଣର ସାର୍‍ ଜନ୍‍ ଉଡ୍‍ବର୍ଣ୍ଣ । ବର୍ଷକ ମଧ୍ୟରେ ବଙ୍ଗଳାର ଆର୍କୋଲଜିକାଲ୍‍ ସର୍ଭେୟର୍‍ T. Block ଗୋଟିଏ ବିସ୍ତୃତ ପ୍ରସ୍ତାବ ଉପସ୍ଥାପନ କରନ୍ତି ୧୯୦୧ ଫେବ୍ରୁଆରି ମାସରେ ଏବଂ କାର୍ଯ୍ୟ ଆରମ୍ଭ ହୋଇଯାଏ ୧୯୦୧ଏପ୍ରିଲ୍‍ ମାସରୁ ।

ବାଲି କାଢ଼ିବା ବେଳେ ପ୍ରଥମ ଦେଖାଯାଏ ଗୋଟିଏ ଚକ ଏବଂ କ୍ରମେ କ୍ରମେ ବାଲି ତଳୁ ବାହାରି ଆସେ ଛୋଟ ବଡ଼ ମନ୍ଦିର ସବୁ । ସାଥେ ସାଥେ ଚାଲିଥାଏ ଭଗ୍ନ ଅଂଶର ମରାମତି, ଯେଉଁଠାରେ ସମ୍ଭବ, ତଳେ ପଡ଼ିଥିବା ମୂର୍ତ୍ତିିଗୁଡ଼ିକର ପୁଃସଂଯୋଜନ କରାଯାଉଥାଏ ।

ବାଲି କାଢ଼ିବା ପରେ ଜଗମୋହନର ଭିତରଟି କି ଅବସ୍ଥାରେ ଥିଲା, ତାହାର ଗୋଟିଏ ଫଟୋ ଚିତ୍ର ଦିଆଗଲା ଫଟୋ-୯୦ରେ । କେତେକ ବିଶେଷଜ୍ଞ ଏହାକୁ ଆଲୋକ ଚିତ୍ର ବୋଲି ମାନିବାକୁ ରାଜି ନୁହନ୍ତି । ସେମାନଙ୍କ ମତରେ, ଏହା ମନରୁ ଗଢ଼ା ତୈଳଚିତ୍ରଟିଏ । ସଂଶୟ ଅମୂଳକ

[[ଫାଇଲ:|423px|page=250]]