ପୃଷ୍ଠା:Arkakshetra konark.pdf/୨୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନୁହେଁ । ଉତ୍ତର ଓ ଦକ୍ଷିଣ ଦିଗରେ କେବେହେଲେ ଏତେ ବଡ଼ କଣା ହୋଇ ନଥିଲା । ଗଜସିଂହ ପଡ଼ି ବଡ଼ କ୍ଷତ ସୃଷ୍ଟି ହୁଏ ଜଗମୋହନର ପଶ୍ଚିମ ପଟେ, ତାହା ମଧ୍ୟ "ଗଇଣ୍ଠାଳ' ଅଞ୍ଚଳରେ । ଆଲୋକଚିତ୍ର ୧୦ ଦ୍ରଷ୍ଟବ୍ୟ ।

ଆର୍କୋଲଜିକାଲ୍‍ ସର୍ଭେ ଅଫ୍‍ ଇଣ୍ଡିଆର (ASI) ସହଯୋଗିତାରେ କାର୍ଯ୍ୟଟି କରନ୍ତି ପବ୍ଲିକ୍‍ ଓ୍ୱାର୍କସ୍‍ ଡିଭିଜନ୍‍ (PWD) ଦଶବର୍ଷ ଧରି । ଏଇ ସମୟ ମଧ୍ୟରେ ଜଗମୋହନର ଦୁଆର ସବୁ ପଥର ଗଢ଼ି ବନ୍ଦ କରି ଦିଆଯାଇ ଭିତରେ ବାଲି ଭର୍ତ୍ତିି କରାଯାଏ । ବାଲି କିପରି ଭର୍ତ୍ତିି କରାଗଲା ତାହାର ଗୋଟିଏ ବିଶଦ୍‍ ବିବରଣୀ ଦେଇଛନ୍ତି ବିଶନ୍‍ ସ୍ୱରୂପ Konarka The Black Pagoda of Orissa ପୁସ୍ତକରେ । ବିଶନ୍‍ ସ୍ୱରୂପ ଥିଲେ ସଂରକ୍ଷଣ କାର୍ଯ୍ୟରେ ନିଯୁକ୍ତ ଜଣେ Executive Engineer ।

"Stones from the inner portion of the roof were dropping every now and then. The damage done to the walls caused unequal pressure to be brought on to individual stones which consquently began to get crushed. The building could not in fact, be left to itself without a collapse in not very distant future." (Bishan Swarup-P.୧୦୧) ଏପରି ପରିସ୍ଥିତିରେ ଜରୁରୀ ପଦକ୍ଷେପର ପ୍ରୟୋଜନ ଥିଲା ।

ପ୍ରଥମେ ଚିନ୍ତା କରାଯାଇଥିଲା ଭିତରଟାକୁ ପଥର ଦ୍ୱାରା ୪୦ ଫୁଟ୍‍ ଯାଏ ଭରି ଦେଇ ମଝିରେ ଗୋଟିଏ ଖମ୍ବ ତୋଳି ଛାତକୁ ଆଶ୍ରା ଦେବା କଥା । ଯୋଜନାଟି ପରିତ୍ୟକ୍ତ ହୁଏ, କାରଣ ପରେ ଦେଖାଗଲା ଏ ମନ୍ଦିରର ଗଠନ ପ୍ରଣାଳୀ ଯାହା ସେଥିରେ ଖମ୍ବଟି ସହାୟ ନ ହୋଇ"horizontal arch pattern" ର ବିପରୀତ କାର୍ଯ୍ୟ କରିବ ଏବଂ ପତନ ତ୍ୱରାନ୍ୱିତ ହେବ । ଏହାପରେ ବାଲି ଭରିଦେଇ ସିଲ୍‍ କରିଦେବା କଥା ଚିନ୍ତା କରାଗଲା କିନ୍ତୁ ସେ ବିପୁଳ ବାଲୁକାରାଶିର ପାର୍ଶ୍ୱଚାପ ନେଇ ଚିନ୍ତିତ ଥିଲେ ଇଂଜିିୟର୍‍ମାନେ । ତେଣୁ ଭିତରେ ଦେବାଲକୁ ଲଗାଇ ୧୫ ଫୁଟ୍‍ ମୋଟ ଦେବାଲ ଉଠାଗଲା ଚାରିପଟେ । ଦକ୍ଷିଣ-ପଶ୍ଚିମ ଦିଗର ଛାତର ଭିତର କୋଣ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ସିଲ୍‍ କରିବା ପୂର୍ବେ ମରାମତି ଜରୁରୀ ଥିଲା । ବିପଦପୂର୍ଣ୍ଣ ଥିଲେ ମଧ୍ୟ, ସାହସୀ କର୍ମୀମାନେ କାର୍ଯ୍ୟଟି ସୁସମ୍ପ୍ନ କରିଥିଲେ । ଉତ୍ତର ଦ୍ୱାରଟି ଅପେକ୍ଷାକୃତ ଭଲ ଅବସ୍ଥାରେ ଥିବାରୁ ପ୍ରଥମେ ଅନ୍ୟ ଦୁଇଟି ଦୁଆର ବନ୍ଦ କରି ଦେଇ ବାଲି ଭର୍ତ୍ତିି କରାଗଲା ଯେତେଦୂର ସମ୍ଭବ ଏବଂ ପରେ ଉତ୍ତର ଦ୍ୱାର ମଧ୍ୟ ବନ୍ଦ କରି ଦିଆଗଲା । (ବିଶନ୍‍ ସ୍ୱରୂପ ଦୁଇଟି ଦୁଆର କଥା- ସମ୍ଭବତଃ ପୂର୍ବ ଓ ଦକ୍ଷିଣ ଦୁଆର କଥା କହିଛନ୍ତି । ଗର୍ଭଗୃହକୁ ସଂଯୋଗ ଦ୍ୱାରଟି କେବେ ବନ୍ଦ ହେଲା କହି ନାହାନ୍ତି ।) ପୂର୍ବ ଓ ଦକ୍ଷିଣ ଦ୍ୱାର ବନ୍ଦ କରିଦେବା ପରେ ଅନ୍ଧକାର ହୋଇଗଲା ଏବଂ କାର୍ଯ୍ୟ କରିବାକୁ ପଡ଼ିଲା ଲ୍ୟାମ୍ପ ଜାଳି । (ଫଟୋ-୧୫) ଉତ୍ତର ଦ୍ୱାର ମଧ୍ୟ ବନ୍ଦ ହୋଇଯିବା ପରେ ପୀଢ଼ ଅଂଶର ପଶ୍ଚିମ ଦିଗରେ ହୋଇଥିବା ବଡ଼ କଣା ଭିତର ଦେଇ ବାଲି ପୋତା ହେଲା । କଣାଟି ହୋଇଥିଲା ବିମାନର ଭଗ୍ନ ଅଂଶ ଗଡ଼ି । (ଫଟୋ-୧୦) କାର୍ଯ୍ୟଟି ବିପଦପୂର୍ଣ୍ଣ ଥିଲା କାରଣ ପଥର ଖସିବା ସେ ଯାଏ ବନ୍ଦ ହୋଇ ନଥିଲା । ବିଶନ୍‍ ସ୍ୱରୂପ୍‍ ସ୍ମୃତି ରୋମନ୍ଥନ କରି ଲେଖିଛନ୍ତି,"I remember how once soon after my coming out through the hole a big stone fell, which would have killed me on the spot had I not been fortunate enough to be out of the way in time." (Swarup-P.୧୦୧) ବାଲି ସେ ଯାଏ ଭରିବା ପରେ ସେ କଣାଟା ମଧ୍ୟ ବନ୍ଦ କରି ଦିଆଗଲା, ତଥାପି ଆହୁରି ବାଲି ଭରିବା ବାକି ରହିଲା । ଏହାପରେ ଉପରୁ ୩ ଇଞ୍ଚର ବ୍ୟାସର ଗୋଟିଏ କଣା କରାଗଲା diamond drill ସାହାଯ୍ୟରେ । ଯାହା ୨୫ ଫୁଟ୍‍ ଦୀର୍ଘ ଥିଲା । ସେ ବାଟେ ବାଲି ଭର୍ତ୍ତିି କରାଗଲା । ମୂଳ ଗଠନରେ ୧' X ୧' ଦୁଇଟି ଫୋକର ରଖାଯାଇଥିଲା ପୀଢ଼ ଅଞ୍ଚଳରେ, ହୁଏତ ବାୟୁ ଯାତାୟତ କରିବା ପାଇଁ । ଏପରି ରନ୍ଧ୍ର ପୁରୀ ବଡ଼ ଦେଉଳରେ ମଧ୍ୟ ଅଛି । ସେ ରନ୍ଧ୍ର ବାଟେ ଉପରୁ ପଡ଼ୁଥିବା ବାଲିକୁ ବାଉଁଶ ଦ୍ୱାରା ଯେତେଦୂର ସମ୍ଭବ ଖେଳା ହେଲା ।

ଦକ୍ଷିଣ ଦ୍ୱାର ବନ୍ଦ କରିଦେବା ପରେ ମଧ୍ୟ ଆହୁରି କାମ ବାକି ଥିଲା କାରଣ ମନ୍ଦିରର ଦକ୍ଷିଣ ଦିଗଟି ଅତ୍ୟନ୍ତ କ୍ଷତିଗ୍ରସ୍ତ ଥିଲା । ସେ ଦିଗରେ ଗୋଟିଏ ବିଶାଳ ପଥର ଦେବାଲ ବାନ୍ଧି ଦିଆଗଲା । ସ୍ୱରୂପ କହିଛନ୍ତି, "This of course gave a flat and inartistic look to the work, but it could not be helped as that portion of the building was in a very dangerous condition." ( Bishan Swarup-P-୧୦୨).

ସଂରକ୍ଷଣ କାର୍ଯ୍ୟରେ ନିଯୁକ୍ତ ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ବିବରଣୀ ଅଧିକ ଯୁକ୍ତିଯୁକ୍ତ ମନେହୁଏ । ମାତ୍ର କେତେକ ବିବରଣୀ ନିର୍ଭରଯୋଗ୍ୟ ନୁହେଁ । ବିଶନ୍‍ ସ୍ୱରୂପ ଯେତେବେଳେ ପଶ୍ଚିମ ଦିଗର କଣାଭିତର ଦେଇ ନିୟମିତ ଯାତାୟାତ କରୁଥିଲେ, ତେବେ ସେ ଲେଖିପାରନ୍ତେ ନାହିଁ ଗଜସିଂହ ଉପରୁ ପଡ଼ି ଉତ୍ତର ଦିଗକୁ ଗଡ଼ିଗଲା (ସ୍ୱରୂପ-୧୮୫) । ଆଲୋକଚିତ୍ର ନମ୍ବର-୧୦ (ପୃଷ୍ଠା-୭୭) ଦେଖିଲେ ବିଷୟଟି ବୁଝାପଡ଼ିବ । ତଥାପି ଶହେ ବର୍ଷ ତଳର କଥାଗୁଡ଼ିକର ବିଶେଷ ତାତ୍ପର୍ଯ୍ୟ ଅଛି ।

୧ । ବିମାନର ଗଣ୍ଡି ଭାଙ୍ଗି ପଡ଼ି ଜଗମୋହନର ବିଶେଷ କ୍ଷତି ହେଲା, ଏ ସିଦ୍ଧାନ୍ତ ଅଚଳ । ଦକ୍ଷିଣ ଦିଗର ବିଶାଳ କ୍ଷତ, ଯାହା ଏବେ ମଧ୍ୟ ଉତ୍ତ୍ୟକ୍ତ କରୁଛି ASI କୁ, ଘଟିଥିବା ସମ୍ଭବ ଏକମାତ୍ର ମନୁଷ୍ୟ ଦ୍ୱାରା ଯେଉଁ ମନୁଷ୍ୟ ସାଧାରଣ ଶିଳ୍ପ-ଚୋର ନୁହନ୍ତି । ମନେହୁଏ, କଳାପାହାଡ଼ ଓ ବାଖର ଖାନ୍‍ମାନେ ଖାଲି କଳସ ଗଡେ଼ଇ ସନ୍ତୁଷ୍ଟ ହୋଇ ନଥିଲେ ।