ପୃଷ୍ଠା:Arkakshetra konark.pdf/୨୫୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୧. ସିଲ୍‍ କରାଯାଇଥିବା ଜଗମୋହନ ଭିତରେ ଜମୁଥିବା ଆର୍ଦ୍ରତାର ପରିମାପ ।

୨. ସୌଧଟିକୁ ବାହାରୁ ସମ୍ପୂର୍ଣ୍ଣ 'Watertight' କରିବା ।

୩. ବେଢ଼ା ଭିତରୁ ଜଳ ନିଷ୍କାସନର କାର୍ଯ୍ୟ ।

୪. ଭଗ୍ନ ବେଢ଼ାର ମରାମତି କରି ମୂଳ ଉଚ୍ଚତାକୁ ଉଠେଇବା ।

୫. ପ୍ରସ୍ତର ଦେହରେ ରାସାୟିକ ପ୍ରଲେପ ଦେବା ।

୬. ଦକ୍ଷିଣ ଦିଗରେ ଆହୁରି ଅଧିକ କାଜୁ ଗଛ ଲଗେଇବା ।

ଦେବଳା ମିତ୍ର ଲେଖିଛନ୍ତି, "The Committee met for the second time in 1953 and since then recommendations have been persistently followed up by the Survey." (୨୯୯)

ବାକ୍ୟଟି ମନେହୁଏ ଲେଖା ହୋଇଥିବ ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ଉତ୍ସାହିତ କରିବାକୁ କିନ୍ତୁ କଥାଟି ଯେବେ ସତ୍ୟ ହୋଇଥାଆନ୍ତା, ଅର୍ଥାତ୍‍ persistently followed up, ପରବର୍ତ୍ତୀ ୧୦ଟି ବିଶେଷଜ୍ଞ କମିଟି ବସିବାର ପ୍ରୟୋଜନ ହୁଅନ୍ତା ନାହିଁ । ୰ବିଶ୍ୱନାଥ ଦାସ କମିଟିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୁପାରିଶ୍‍ ୧ ଏବଂ ୩ ଏବେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ । ଏହାପର ଘଟଣା ପ୍ରବାହର ଗୋଟିଏ ଧାରାବାହିକ ବିବରଣୀ ନିମ୍ନରେ ପ୍ରଦତ୍ତ ହେଲା । ଅଧିକାଂଶ ତଥ୍ୟ ଇଣ୍ଟରନେଟ୍‍ରୁ ପ୍ରାପ୍ତ ଯାହା ଏ.ଏସ୍‍.ଆଇ. ଯୋଗେଇ ଥିଲା ନେଟ୍‍କୁ । ସାମାନ୍ୟ କେତୋଟି ବିଭିନ୍ନ ସୂତ୍ରରୁ ପ୍ରାପ୍ତ ।

୧୯୭୭- କାର୍ଣ୍ଣିସ୍‍ରୁ ଆଉ ଗୋଟିଏ ବଡ଼ ପଥର ଖସିଲା ଯାହାକୁ epoxy morter ଦ୍ୱାରା ଯୋଡ଼ି ୧୯୮୮ ଯାଏ ବସାଯାଇ ପାରିଲା ନାହିଁ ।

୧୯୭୮- ଡିସେମ୍ବର ୭, କୋଣାର୍କଠାରେ ଆଉ ଗୋଟିଏ ବିଶେଷଜ୍ଞ କମିଟି ବସିଲା ।

୧୯୭୯- ସେତେବେଳକୁ ଅବକ୍ଷୟ ଏତେ ମାତ୍ରାରେ ବଢ଼ି ଉଠିଥିଲା ଯେ, UNESCO ଜଣେ ବିଶେଷଜ୍ଞ Prof. Limaire ଙ୍କୁ ପଠାଇଲେ । ସେ ମହାଶୟ ଦିଲ୍ଲୀରେ ଆଲୋଚନା କରି ଫେରିଗଲେ ।

୧୯୮୦- ଉଦ୍‍ବିଗ୍ନ ଭାରତ ସରକାର ଗୋଟିଏ Inter-disciplinary committee ର ବସେଇଲେ ଏବଂ UNESCOକୁ ବିଶେଷଜ୍ଞ ପଠାଇବାପାଇଁ ଅନୁରୋଧ କଲେ ।

୧୯୮୦-୮୧- ଅଧ୍ୟାପକ ଲେମାୟାରେ ପୁଣି ଆସିଲେ । ତାଙ୍କ ସହିତ ଥିଲେ ରୋମ୍‍ Material laboratory ର Mrs Tabasso ଏବଂ ସେମାନେ ଡିସେମ୍ବର ୨୦ ଠାରୁ ୨୯ଯାଏ କୋଣାର୍କରେ ଅବସ୍ଥାନ କରିଥିଲେ । ସେମାନଙ୍କ ସହିତ ଥିଲେ ଏ.ଏସ୍‍.ଆଇ.ର DG Dr. Thappar ଏବଂ ଡେରାଡୁନ୍ Monuments Laboratory ମୁଖ୍ୟ Dr. Tandon । ଲେମାୟାରେଙ୍କ ପ୍ରଦତ୍ତ ରିପୋର୍ଟ, ଏକମାତ୍ର ରିପୋର୍ଟ, ଯାହାର ସଂପୂର୍ଣ୍ଣ ବୟାନ ଇଣ୍ଟରନେଟ୍‍କୁ ଦିଆଗଲା । ଏହାର ଗୋଟିଏ କାରଣ ହୋଇପାରେ, ଅଧ୍ୟାପକ ମହୋଦୟ ଏ.ଏସ୍‍.ଆଇ.ର ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ରିପୋର୍ଟ ଏ.ଏସ୍‍.ଆଇ.କୁ ସୁହାଉଛି । ଏମାନେ ଅବଶ୍ୟ ପ୍ରସ୍ତରକ୍ଷୟ ଉପରେ ଗୋଟିଏ ପାଣ୍ଡିତ୍ୟପୂର୍ଣ୍ଣ ସନ୍ଦର୍ଭ ଉପସ୍ଥାପନ କରିଛନ୍ତି କିନ୍ତୁ ସନ୍ଦେହ କରିବାର ଅବକାଶ ଅଛି, ଏମାନେ କେତେ ସମୟ ଅନ୍ୟ ପଣ୍ଡିତମାନଙ୍କ ସହିତ ଆଲୋଚନାରେ ବ୍ୟସ୍ତ ରହିଲେ, କେତେ ସମୟ ପ୍ରକୃତ କୋଣାର୍କ ନିରୀକ୍ଷଣରେ ସମୟ ଦେଲେ । ଏମାନେ କୋଣାର୍କ ରଥକୁ ୧୨ଟା ଘୋଡ଼ା ଟାଣୁଥିବାର ଦେଖିଲେ ଏବଂ ଜଗମୋହନ ସମ୍ବନ୍ଧରେ ଲେଖିଲେ, "....nothing remains of the assembly hall except the base and columns." ଲେମାୟାରେ ବୋଧହୁଏ ନାଟମଣ୍ଡପ ଓ ଜଗମୋହନକୁ ଗୋଳେଇ ପକେଇଛନ୍ତି । ସେମାନଙ୍କର ମୁଖ୍ୟ ସୁପାରିଶଗୁଡ଼ିକର ସାରାଂଶ :

୧. ମନ୍ଦିରରେ ବ୍ୟବହୃତ ଖଣ୍ଡୋଲାଇଟ୍‍ ପଥରମାନଙ୍କରୁ କେତେକ ବହୁ ପରିମାଣରେ ସଚ୍ଛିଦ୍ର ଏବଂ କେତେକ ଏତେଟା ଛିଦ୍ରଯୁକ୍ତ ନୁହେଁ । ତେଣୁ କ୍ଷୟ କ୍ଷତି ଭିନ୍ନ ଭିନ୍ନ ମାତ୍ରାରେ ଘଟିଛି ।

୨. କ୍ଷୟ ଘଟିଯିବା ପରେ ଯାହା ଅଛି ତାହାର ଅବକ୍ଷୟ ଆଉ ଦ୍ରୁତ ହେବ ନାହିଁ ।

୩. ବିଭିନ୍ନ କିସମର ପଥର ବ୍ୟବହାର ହୋଇଥିବାରୁ ପ୍ରସ୍ତର ଦେହର (ତଥା ଅଳଂକରଣର) ଅବକ୍ଷୟ ବିଭି୍ନ ପରିମାଣର ହୋଇଛି; ଏହା ସହିତ ସେମାନଙ୍କର ଅବସ୍ଥାନଗତ ବିଭି୍ନତା ସମ୍ପର୍କହୀନ ମନେହୁଏ । (ଅର୍ଥାତ୍‍ ସମୁଦ୍ର ଦିଗକୁ ମୁହଁକରି ଥିବା ପଟ ଅଧିକ କ୍ଷୟ ହୋଇଥିବା ମନେ ହୁଏନା ।)

୪. କୀଟାଣୁ ଆକ୍ରମଣ (biological factor)ମନ୍ଦିରର ବିପୁଳ ଅଂଶର କ୍ଷତି ଘଟାଇଛି । ଉଭ୍ଭିଦ ଓ ଶିଉଳି ବିଶେଷ ବଂଶବୃଦ୍ଧି