ପୃଷ୍ଠା:Arkakshetra konark.pdf/୨୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
[[ଫାଇଲ:|423px|page=255]]

୧. ମୂଳଦୁଆ ପ୍ରଥମେ କିଛି ଦବିଲା ପରେ ସ୍ଥିତାବସ୍ଥାରେ ଅଛି, ଯେଉଁ ସ୍ଥିତାବସ୍ଥାରେ ଆଜିଯାଏ କୌଣସି ପରିବର୍ତ୍ତ ଘଟିାହିଁ । (ସାଢେ଼ ସାତଶହ ବର୍ଷର ବ୍ୟବଧାନ)

୨. ଜଗମୋହନ କାନ୍ଥ ଉପରେ ବାହ୍ୟ ଚାପ ମାତ୍ରାଧିକ ନୁହେଁ । ଜଗମୋହନ ଭିତରୁ ବାଲି କାଢ଼ିନେଲେ ମଧ୍ୟ ଏହା ନିରାପଦ ରହିବ ।

୩. ଜଗମୋହନ ଭିତରେ ଗଢ଼ାଯାଇଥିବା ପଥର କାନ୍ଥ ଓ ବାଲିର କୌଣସି ଆବଶ୍ୟକତା ନାହିାଁ ବାଲି ଅଗ୍ରଦେଶ ଯାଏ ଯାଇ ନାହିଁ । ଅମଳାରୁ ପ୍ରାୟ ୧୨ ଫୁଟ୍‍ ତଳକୁ ଖାଲି ଅଛି । ତଥାପି ଜଗମୋହନର ଶୀର୍ଷ, ଗତ ୧୦୦ ବର୍ଷ ମଧ୍ୟରେ ଅକ୍ଷତ ଅଛି ।

୪. ଖଣ୍ଡୋଲାଇଟ୍‍ ପ୍ରସ୍ତରରେ ଗଠିତ ଭାସ୍କର୍ଯ୍ୟଗୁଡ଼ିକର ଅବକ୍ଷୟ ନିଶ୍ଚୟ ଘଟିଛି, କିନ୍ତୁ ଏହା ସଙ୍କଟଜନକ ପରିସ୍ଥିତିକୁ ଆସିନାହିଁ । କ୍ଲୋରାଇଟ୍‍ ପ୍ରସ୍ତର ମୂର୍ତ୍ତିିଗୁଡ଼ିକ ଅକ୍ଷତ ଅଛି, ଖାଲି ହାତ ଓ ଆଙ୍ଗୁଳିଗୁଡ଼ିକ ଭାଙ୍ଗି ଯାଇଛି ।

୫. ମନ୍ଦିରର ଦୁର୍ବଳତା ଓ ଅବକ୍ଷୟର ପ୍ରଧାନ କାରଣ ଶୁଷ୍କପଥର ଯୋଡେ଼ଇ । ଯେବେ ଚୂ କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ଦେଇ ଖଞ୍ଜା ଯାଇଥାଆନ୍ତା, ଖାଲି ସ୍ଥାନ ରହି ନଥାନ୍ତା ତେବେ ଲୁଣି ପବନ, ମଇଳା ଆଦି ପ୍ରବେଶ କରି କ୍ଷତି ଘଟାଇ ନଥାନ୍ତା ।

୬. ଭାସ୍କର ରଚିତ ପ୍ରସ୍ତରମାନଙ୍କ ସ୍ଥାନରେ ସାଦା ପଥର ଲାଗିଥିବା ବିଷୟରେ କମିଟି କହିଲେ ବିଶ୍ୱଦରବାରରେ କୋଣାର୍କର ପରିଚିତି ଦୃଷ୍ଟିରୁ ସାଦା ପଥରମାନଙ୍କରେ କାରୁକାର୍ଯ୍ୟ ରଚନା କରାଯାଇ ପାରିବ କି ନାହିଁ, ନିଶ୍ଚୟ ବିଚାରଯୋଗ୍ୟ ।

୭. ମନ୍ଦିର ଚତୁଃପାର୍ଶ୍ୱର ବିକାଶ ଓ ମାଷ୍ଟର ପ୍ଲାନ୍‍ର ପ୍ରୟୋଜନ । ଏମାନେ ମଧ୍ୟ ୨୬ ଏକର ଜମି ଓଡ଼ିଶା ସରକାର ହସ୍ତାନ୍ତର କରିବା କଥା କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଏମାନେ ମନ୍ଦିର ଭିତରୁ ବାଲୁକା ନିଷ୍କାସନ ସପକ୍ଷରେ ମତ ଦେଇଛନ୍ତି ।