Jump to content

ପୃଷ୍ଠା:Arkakshetra konark.pdf/୨୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୭. ଜଗମୋହନ ଉପରେ କଳସ ନିର୍ମାଣ ଅନାବଶ୍ୟକ ।

୮. ରାଜ୍ୟ ସରକାର ତୁରନ୍ତ ଏ.ଏସ୍‍.ଆଇ.କୁ ୧୬ ଏକର ଜମି ଦିଅନ୍ତୁ । (୨୬ ଏକରରୁ ୧୬ ହେଲା)

୯. ବର୍ତ୍ତମାନ କୋଣାର୍କ ମାଷ୍ଟର ପ୍ଲାନ୍‍ର ନବୀକରଣ ।

୧୦. ମନ୍ଦିର ପାଖରେ ଥିବା ଦୋକାନ ଘର ଉଚ୍ଛେଦନ ।

୧୧. କାରୁକାର୍ଯ୍ୟ ନିର୍ଣ୍ଣୟ ପାଇଁ ସର୍ବୋତ୍କୃଷ୍ଟ ପନ୍ଥା ନିର୍ଣ୍ଣୟ । (ବିଗତ ୭୩ ବର୍ଷରେ କାର୍ଯ୍ୟ ଆରମ୍ଭ ହେଲା ନାହିଁ କାହିଁକି ?)

୧୨. ବର୍ତ୍ତମାନ ଚାଲୁଥିବା ରାସାୟିକ ପ୍ରକି୍ରୟାର ଉପଯୁକ୍ତ ବ୍ୟବହାର ।

୧୩. ଲୁପ୍ତ କୀର୍ତ୍ତିିରାଜି ପାଇଁ ବାଲୁକାସ୍ତୂପ ଖନନା (ବ୍ରିଟିଶ୍‍ ରାଜୁତି ପରେ ଏତେ ବର୍ଷ ପର୍ଯ୍ୟନ୍ତ କ'ଣ ହେଉଥିଲା?)

୧୪. ମନ୍ଦିର ଗାତ୍ରକୁ ଆର୍ଦ୍ରତା ଓ ଜଳୀୟ ଅଂଶରୁ ରକ୍ଷା ।

୧୫. ଜଗମୋହନ ଉପରକୁ ଚଢ଼ିବା ନିଷିଦ୍ଧ କରିବା ।

୧୬. ନିକଟରେ ଥିବା ଅଟ୍ଟାଳିକାର ମାନ କୋଣାର୍କ ଐତିହ୍ୟ ସହିତ ମିଳୁଥିବା ପ୍ରୟୋଜନ ।(୩୦୩)

ଏହାପରେ ପୁଣି ୧୪ ବର୍ଷ ବିତିଗଲାଣି, ଏକା କଥା ଥରକୁ ଥର ବିଭି୍ନ ବିଶେଷଜ୍ଞ କମିଟି ଗାଇ ଚାଲିଛନ୍ତିା କାର୍ଯ୍ୟ କେବେ ହେବ ? ଭାରତ ସରକାର ଅଥବା କେହି ପଚାରିଲେ ନାହିଁ, ଏତେଗୁଡ଼ିଏ କାର୍ଯ୍ୟ ଯେବେ ବାକି ଅଛି ୧୯୩୮ଠାରୁ ଏ.ଏସ୍‍.ଆଇ. ଏବଂ ଡେରାଡୁନର ମନୁମେଣ୍ଟ ଲାବୋରଟୋରି କରୁଥିଲେ କ'ଣ ଏବଂ ତୁହାକୁ ତୁହା ବିଶେଷଜ୍ଞ ଆସି କଲେ କ'ଣ ?

୧୯/୯/୧୯୯୮- ଉତ୍ତର-ପୂର୍ବ ପଟେ ଗୋଟିଏ ୨ଟନ୍‍ ଓଜନର ପଥର ଖସିଲା । ପଥରଟିର ଓଜନ ନେଇ ସଂବାଦପତ୍ରରେ ବହୁ ବାଦ- ବିବାଦ ହେଲା, କିନ୍ତୁ କୌଣସି ତଦନ୍ତ ହେଲା ନାହିଁ କାହିଁକି ?

୨୦୦୫- ଭାରତ ସରକାର ଆଉ ଗୋଟିଏ ବିଶେଷଜ୍ଞ କମିଟି ବସେଇଲୋ ସେମାନଙ୍କ ସୁପାରିଶ ଇଣ୍ଟରନେଟ୍‍ରୁ ଉପଲବ୍ଧ ହେଉ ନାହିଁ ।

୨୦୦୬- ସିମ୍‍ଟେକ୍‍ ନାମକ ଗୋଟିଏ କନ୍‍ସଲ୍‍ଟିଙ୍ଗ୍‍ ଫାର୍ମ କୋଣାର୍କରେ ଅନୁସନ୍ଧାନ କରି ଗୋଟିଏ ରିପୋର୍ଟ ଦେଲୋ ସେତେବେଳକୁ ବାଲି ୧୬ ଫୁଟ ତଳକୁ ଖସିଗଲାଣି ଅର୍ଥାତ୍‍ ୧୯୮୭ଠାରୁ ୨୦ ବର୍ଷ ମଧ୍ୟରେ ଆହୁରି ୪ ଫୁଟ୍‍ ଖସିଛି ଏବଂ ଭିତରେ ବାଲୁକା ଚାପ ଆହୁରି ବଢ଼ୁଛି । ସେମାନେ ମଧ୍ୟ ସୁପାରିଶ କଲେ, ଭିତରୁ ବାଲି କାଢ଼ି ସଂରକ୍ଷଣ କରିବା ଉଚିତ ।

୨୦୦୭- ଆଉ ଏକ ବିଶେଷଜ୍ଞ ଦଳ କୋଣାର୍କ ପରିଦର୍ଶନ କରି ସେଇ ବାଲି କାଢ଼ିବାର ପରାମର୍ଶ ଦେଲେ ।

୨୦୦୯- କୋଣାର୍କର ଅବକ୍ଷୟ ବଢ଼ି ବଢ଼ି ଚାଲିଥାଏ । କିନ୍ତୁ ଏ.ଏସ୍‍.ଆଇ. କୌଣସି ମୌଳିକ ପଦକ୍ଷେପ ନେବାକୁ ସାହସ କରୁ ନ ଥିଲେ । ଏ ପରିସ୍ଥିତିରେ ଏ.ଏସ୍‍.ଆଇ, ପୂର୍ବମଣ୍ଡଳର ଡକ୍ଟରର ସତ୍ୟମୂର୍ତ୍ତିି ଆଉ ଗୋଟିଏ ବିଶେଷଜ୍ଞ ବୈଠକ ଡାକିଲେ । ସେ ମିଟିଂରେ କ'ଣ ହେଲା ପ୍ରକାଶ କରାଯାଇ ନାହିଁ କିନ୍ତୁ ସମ୍ବାଦପତ୍ରମାନଙ୍କରେ ବାହାରିଲା, ପ୍ରସିଦ୍ଧ ଐତିହାସିକ ଡଚ୍ଛରର ରାଜେନ୍ଦ୍ର ପ୍ରସାଦ ଦାସ ('ନିଉ ଲାଇଟ୍‍'ର ସହଯୋଗୀ ଲେଖକ ଓ ଓଡ଼ିଶାର ବିଶିଷ୍ଟ ଐତିହାସିକ) ବାଲି କାଢ଼ି ଭିତରୁ ସଂରକ୍ଷଣ କରିବା ଉପରେ ଜୋର୍‍ ଦେଇଥିଲେ ।

୨୦୦୯- ଡିସେମ୍ବର ୫ ତାରିଖ INTACH ର (Indian National Trust for Cultural Heritage) ଗୋଟିଏ ବୈଠକ ବସିଥିଲା । ମନ୍ଦିରର ଯେଉଁ ଭାସ୍କର୍ଯ୍ୟ ନଷ୍ଟ ହୋଇଯାଇଛି, ସେଠାରେ ପାର୍ଶ୍ୱବର୍ତ୍ତୀ ଭାସ୍କର୍ଯ୍ୟ ସହିତ ତାଳ ରଖି ଖୋଦନ କରି ପଥର ନ ବସାଇ ସାଦା ପଥର ବସେଇ ଦିଆ ଯାଉଛି । ଆଶଙ୍କା ପ୍ରକାଶ ପାଇଲା, କିଛି ଦି ପରେ କୋଣାର୍କ ଗୋଟିଏ ସାଦା ପଥରର କୁଢ଼ ହୋଇଯିବ । ଏ.ଏସ୍‍.ଆଇ.ର ମନ୍ତବ୍ୟ ସେମାନେ ୟୁନେସ୍‍କୋର ଗାଇଡ଼୍‍ ଲାଇନ୍‍ ମାନି ଚଳନ୍ତି । ସେଥିରେ ଶିଳ୍ପକର୍ମ ଦୋହରାଇବାର ନିର୍ଦ୍ଦେଶ ନାହିାଁ ଏହା ଅନ୍ୟତ୍ର ସେଇ ଆଜଐ ଦ୍ୱାରା ହୋଇଛି । ତାହାର ପ୍ରମାଣ ଲାଲ୍‍କିଲ୍ଲା, ସେଇ ୟୁନେସ୍କୋ ଦ୍ୱାରା କରାଯାଇଥିବା ଇଣ୍ଡୋନେସିଆର ବୋରୋବୋଦୁର ସଂରକ୍ଷଣ ।

୨୦୧୦- ଏତେବେଳକୁ ମନ୍ଦିରରୁ ଆହୁରି କେତେଖଣ୍ଡ ପଥର ଖସିଲାଣି । ବର୍ଷାକାଳରେ ବେଢ଼ା ଭିତରେ ଆଣ୍ଠୁଏ ପାଣି ଜମିଲାଣି, ଗଣମାଧ୍ୟମରେ ସମାଲୋଚନାର ଝଡ଼ ଉଠିଲା । ଦେଶବାସୀଙ୍କର କ୍ରୋଧ ନିରସନ କରିବାକୁ ଆଉ ଗୋଟିଏ ଆନ୍ତର୍ଜାତିକ ବୈଠକ ବସାଗଲା କୋଣାର୍କରେ- ମାର୍ଚ୍ଚ, ୨୦-୨୧ରେ । ଦେଶ ବିଦେଶରୁ ୬୫ ଜଣ ବିଶେଷଜ୍ଞ ଠୁଳ ହେଲେ ଯେଉଁମାନଙ୍କ ମଧ୍ୟରେ ଥିଲେ ସେଇସବୁ ବିଦେଶୀ ବିଶେଷଜ୍ଞ ଯେଉଁମାନେ ବିଗତ ୩୨ ବର୍ଷ ଧରି କହି ଆସୁଛନ୍ତି, "ଭିତରୁ ବାଲୁକା ଅପସାରଣ କରି ମନ୍ଦିର ଭିତରୁ ସଂରକ୍ଷଣ କର ।' ଏଥର ମଧ୍ୟ ସମୂହ ସ୍ୱର ଉଠିଲା, ଆଗରୁ କହି ଆସୁଥିବା କଥା ଏବଂ ଏଥର ମଧ୍ୟ ଏ.ଏସ୍‍.ଆଇ. ପୂର୍ବବତ୍‍ ସେ ସୁପାରିଶ୍‍ ମାନିବାକୁ ନାରାଜ । ହେଲେ କାହିଁକି ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଏ ବର୍ଣ୍ଣାଢ଼୍ୟ ଅନୁଷ୍ଠାନ ? ଯେହେତୁ ଏ.ଏସ୍‍.ଆଇ. ଏ ବୈଠକଗୁଡ଼ିକର ଆୟୋଜକ, ମିଟିଂର ସୁପାରିଶ