ପୃଷ୍ଠା:Arkakshetra konark.pdf/୨୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମଧ୍ୟରେ ।ଲେଖକର ପରବର୍ତ୍ତୀ ପ୍ରଶ୍ନ ଥିଲା ଆଲୋଚିତ ଆଠ ବର୍ଷର କୌଣସି ବର୍ଷରେ ମାଘ ସପ୍ତମୀ ଉପରୋକ୍ତ ୧୫/୧୬ ଦିନ ମଧ୍ୟରେ ପଡ଼ିବ କି ? ଶୁଭେନ୍ଦୁବାବୁଙ୍କ ମତାମତ ନିମ୍ନରେ ଦିଆଗଲା ।(ଆଲୋଚନା ମାଧ୍ୟମରେ ୧୨୫୩ ମଧ୍ୟ ବିଚାରକୁ ନିଆଯାଇଥିଲା ।)

ବର୍ଷ ମାଘ ସପ୍ତମୀ ତାରିଖ
୧୨୫୩ ଜାନୁଆରି ୨୦, ଗୁରୁବାର
୧୨୫୪ ଜାନୁଆରି ୨୭, ମଙ୍ଗଳବାର
୧୨୫୫ ଜାନୁଆରି ୨୦, ସୋମବାର
୧୨୫୬ ଜାନୁଆରି ୨୦, ଗୁରୁବାର
୧୨୫୭ ଜାନୁଆରି ୨୭, ଶନିବାର
୧୨୫୮ ଜାନୁଆରି ୨୭, ରବିବାର
୧୨୫୯ ଜାନୁଆରି ୨୪, ସୋମବାର
୧୨୬୦ ଜାନୁଆରି ୨୭, ମଙ୍ଗଳବାର

ତାଙ୍କ ମତରେ, ଏ ଗଣନା ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ କରାଯାଇଛି, ଯାହା ସହିତ ଓଡ଼ିଶାରେ ପ୍ରଚଳିତ ପାଞ୍ଜିମାନଙ୍କର ଗଣନାରେ ୧୫ ଦିନର ବ୍ୟବଧାନ ମଧ୍ୟ ସମୟେ ସମୟେ ହୋଇଥାଏ ।୧୫ ଦିନର ବ୍ୟବଧାନ ଉପରୋକ୍ତ ହିସାବରେ ମିଶାଇଲେ ମଧ୍ୟ ଆଲୋଚିତ କୌଣସି ବର୍ଷ ମାଘ ସପ୍ତମୀ ମାର୍ଚ୍ଚ ୧୩ଠାରୁ ଏପ୍ରିଲ୍‍-୬ ମଧ୍ୟରେ ପଡ଼ୁ ନାହିଁ ।ତେଣୁ ସେ ଦିମାନଙ୍କରେ ସୂର୍ଯ୍ୟକିରଣ ମଧ୍ୟ ବିଗ୍ରହ ଉପରେ ପଡ଼ୁାହିଁ ।ମିଳିଥିବା ଦୁଇଟି ଇ-ମେଲ୍‍ର ନକଲ ପରିଶିଷ୍ଟରେ ଦିଆଗଲା ।

ମାଦଳାପାଞ୍ଜି ଓ ବାୟାଚକଡ଼ା ନିର୍ଭର କରି ବୋନ୍‍ର କହିଛନ୍ତି, ଭୂମିପୂଜା ହୋଇଥିଲା, ୧୯୪୨ କନ୍ୟା ଶୁକ୍ଲ ପକ୍ଷ ଦଶମୀ ବୃହସ୍ପତି ବାର ।ଡଚ୍ଛରର ଶୁଭେନ୍ଦୁ ପଟ୍ଟନାୟକଙ୍କ ଗଣନାରେ ତାରିଖଟି ସେଇ ବର୍ଷର ସେପ୍ଟେମ୍ବର ୨୫ ।

ମାଘ ସପ୍ତମୀ ଦିନ ଯଦିଓ ବିଗ୍ରହ ସୂର୍ଯ୍ୟସ୍ନାତ ହେବାର କିମ୍ବଦନ୍ତୀ ପ୍ରତିଷ୍ଠିତ ହେଲା ନାହିଁ, ଅନ୍ୟ ଗୋଟିଏ ତଥ୍ୟରୁ ମନ୍ଦିର ପ୍ରତିଷ୍ଠା ହେବାର ବର୍ଷ, ତାରିଖ ସଠିକ୍‍ ଭାବେ ନିର୍ଣ୍ଣିିତ ହେଉଛି ।ବାୟାଚକଡ଼ାମତେ ସେଦିନ ଖାଲି ମାଘ ସପ୍ତମୀ ନୁହେଁ, ଗୋଟିଏ ରବିବାର ମଧ୍ୟ ଥିଲା ।ଏହା ମିଳିଯାଉଛି ଉପରୋକ୍ତ ସାରଣୀର ୧୨୫୮ ଜାନୁଆରି ୨୭ ତାରିଖ ସହିତ ।ଏହା ମଧ୍ୟ ମାଦଳାପାଞ୍ଜିର ମତ (୬ ନମ୍ବର ବିଡ଼ା) ।ଆହୁରି ସହମତ ମିଳୁଛି ସ୍ୱାମୀ କାନୁ ପିଲ୍ଲାଇ ରଚିତ Indian Ephimeris, Vol-IVରୁ (Boner-Newlight-P-୧୭୬) ।

ଆହୁରି ଗୋଟିଏ ରବିବାର ପଡ଼ୁଥିଲା ୧୨୫୨ ଜାନୁଆରି ୨୧ ତାରିଖ ଦିନ କିନ୍ତୁ ୧୨୪୨ର ଭୂମି ପୂଜାଠାରୁ ଏହା ମାତ୍ର ୧୦ ବର୍ଷ ଯେତେବେଳେ ନରସିଂହ ଦେବ ଦକ୍ଷିଣରେ ଯୁଦ୍ଧରତ; ସମୟଟି କୋଣାର୍କ ଗଢ଼ିବାପାଇଁ ଅତି କମ୍‍ ଏବଂ ୧୦ ବର୍ଷ କଥା କେହି କହୁାହାନ୍ତି । ୧୨୫୨ ଗ୍ରହଣଯୋଗ୍ୟ ନୁହେଁ ।ତେଣୁ ଏହା ସିଦ୍ଧାନ୍ତ ନିଆଯାଇପାରେ ଯେ ଭୂମିପୂଜା ୧୨୪୨ଖ୍ରୀଷ୍ଟାବ୍ଦ, ସେପ୍ଟେମ୍ବର୨୫ ଓ ମନ୍ଦିର ପ୍ରତିଷ୍ଠା ଦିବସ ୧୨୫୮ ଖ୍ରୀଷ୍ଟାବ୍ଦ, ଜାନୁଆରି ୨୭ ।

ବାୟା ଚକଡ଼ା : (New light on the Sun Temple)

ଅଳ୍ପକାଳ ପୂର୍ବେ କେତେକ ତାଳପତ୍ର ପୋଥି ଆବିଷ୍କୃତ ହୋଇଛି, ଯାହାକୁ ଭିତ୍ତି କରି ଡଚ୍ଛରର ଏଲିସ୍‍ ବୋନର ଓ ପଣ୍ଡିତ ସଦାଶିବ ରଥ ଶର୍ମା ଐତିହାସିକ ଡ: ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସହଯୋଗିତାରେ ଇଂରାଜୀରେ ରଚନା କରିଛନ୍ତି "New light on the Sun Temple of Konarka." (ଏହାପରେ ଗ୍ରନ୍ଥଟି New light ନାମରେ ନାମିତ ହେବ ) ।ଏ ଗ୍ରନ୍ଥରେ କ'ଣ ଅଛି ତାହା ବର୍ଣ୍ଣା କରିଛନ୍ତି ଷ୍ଟେଲା କର୍ମରୀଶ୍‍ ଏବଂ କେତେକ ତଥ୍ୟ ବ୍ୟବହାର କରିଛନ୍ତି ତାଙ୍କର "The Hindu Temple" ଗ୍ରନ୍ଥ ଦ୍ୱୟରେ ।ସାଥେ ସାଥେ ଏକଥା ମଧ୍ୟ କହିଛନ୍ତି କର୍ମରୀଶ,

ଗ୍ରନ୍ଥଟିର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି କେତେକ ଜର୍ମାନ୍‍ ଓ ଭାରତୀୟ ପଣ୍ଡିତ ଯେଉଁମାନଙ୍କ ମଧ୍ୟରେ ଡକ୍ଟରର କରୁଣାସାଗର ବେହେରା

ଅର୍କକ୍ଷେତ୍ର କୋଣାର୍କ . ୨୯