ପୃଷ୍ଠା:Arkakshetra konark.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

(LI-୧୦ ) - ତୃତୀୟ ରାତ୍ରିର ଶେଷ ଆଡକୁ ସୂତ୍ରଧର (ସେତେବେଳକୁ ଫେରି ଆସିଥିଲେ), ଗଙ୍ଗା ମହାପାତ୍ର ଓ ଧର୍ମ ମହାପାତ୍ର ମିଶି କଳସଟି ବସେଇ ଦେଲେ । ସହସ୍ର ମଲ୍ଲ (ରାଜାଙ୍କ ଭଗ୍ନୀପତି ଓ ପ୍ରଧାନ ସେନାପତି, ଯିଏ ରାଜାଙ୍କ ଅନୁପସ୍ଥିତିରେ କୋଣାର୍କ କାର୍ଯ୍ୟ ତଦାରଖ କରୁଥିଲେ) ଧର୍ମ ମହାପାତ୍ରଙ୍କୁ ୫ମାଢ଼ ଓ ହଳେ ପାଟ ଧୋତି ଦାନ ଦେଲେ(୬୧) ।

(LI-୧୧ ) - ଏଗରୁ ପଟିକ-କୁମ୍ଭକ (ଗୋଟେ ପ୍ରକାରର ବଳା) କଳସ ଦେହରେ ବସେଇବା ପାଇଁ ସୂତ୍ରଧର, ଗଙ୍ଗା ମହାପାତ୍ର ଓ ଧର୍ମ ମହାପାତ୍ର ପ୍ରତ୍ୟେକେ ୨ ମାଢ଼ ପାଇଲେ ।(୬୨)

(LI-୧୨) - ଆଷାଢ଼ ଶୁକ୍ଲ ଏକାଦଶୀ ଦି ରାଜଗୁରୁଙ୍କ ସହିତ ମହାଶ୍ରମ (ନରସିଂହଦେବ) ଆସି ପହଞ୍ଚùଲେ ।(୬୩) (ଲକ୍ଷ୍ୟ କରନ୍ତୁ ଧର୍ମ ମହାପାତ୍ର ସେ ଯାଏ କାର୍ଯ୍ୟ କ୍ଷେତ୍ରରେ ଥିଲେ)

(LI-୧୩ ) - ଶିଳ୍ପୀକୁଳର ସମ୍ମାନ ରକ୍ଷା କରିବାକୁ - ଯାହା ସୂତ୍ରଧରଙ୍କ ଇଜ୍ଜତ (ଷଜ୍ଞନ୍ଦବ) ପ୍ରଶ୍ନ ଥିଲା- ଧର୍ମପଦ ରାତ୍ରିର ତୃତୀୟ ପ୍ରହରରେ ହସ୍ତୀ ପୃଷ୍ଠରେ ଗ୍ରାମକୁ ଫେରି ଗଲେ । ମନ୍ତ୍ରୀ ବାଳଶ୍ରୀଙ୍କ ହୁକୁମରେ ଧର୍ମ ମହାପାତ୍ରଙ୍କୁ ୭୦ ମାଢ଼ ଦିଆଗଲା, କିନ୍ତୁ ଖାତାରେ ଲେଖାହେଲା ମୂଲିଆଙ୍କ ପାଉଣା ।(୬୩)

ଧର୍ମପଦର ଏପରି ପଳାୟ ହୁଏତ କିଶୋର ସୁଲଭ ମାନସିକତା ଧରାଯାଇ ପାରେ ଅଥବା ହୁଏତ Cର୍ଷା୍ୱିତ ଶିଳ୍ପୀମାନେ ତାକୁ ବିତାଡ଼ିତ କରିଥାଇ ପାରନ୍ତି । କିନ୍ତୁ ବାଳଶ୍ରୀ ଥାଉଥାଉ ୭୦ ମାଢ଼ ମୂଲିଆ ପାଉଣା ଦେଖାଗଲା କାହିଁକି ?

ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ଅଂଶ ସ୍ଥାପନ ସମୟରେ ପୂଜାପାଠ ସହିତ ଭୋଜି ହେବାର ନୀତି ମଧ୍ୟ ପାଳିତ ହୋଇଥାଏ । ତାହା ମଧ୍ୟ ସାରାଦିଧରି ହେଲା ଏଠାରେ ।(୬୪)

(LII-୯) - ଅନୁଷ୍ଠାନ ପରେ ବଡ଼ ପାତ୍ରରେ ମିଷ୍ଟାନ୍ନ ପଠାଗଲା ଧର୍ମପଦ ଓ ସୂତ୍ରଧରଙ୍କ ପରିବାର ନିକଟକୁ ।(୬୫)

(LII-୧୦) - ମହାଶ୍ରମ ଓ ରାଜଗୁରୁ ଚାରିଟି ହାତୀରେ ପୁରୀ ଫେରିଗଲେ ।(୬୫)

"ଲୋକେ ଜାଣିବେ ନି' ଥିଓରୀଟି ପରୀକ୍ଷା କରାଯାଉ । ସୂତ୍ରଧର ମନ୍ଦିର ମୁଣ୍ଡରୁ ଧର୍ମପଦକୁ ଠେଲିଦେଲେ ଅଥବା ଧର୍ମପଦ କୁଦି ପକାଇଲେ, କେଉଁଠିକୁ ? ଅବଶ୍ୟ ସମୁଦ୍ର ଭିତରକୁ । ସମୁଦ୍ର କେଉଁଠି ଥିଲା ? ନିଶ୍ଚୟ ବେଢ଼ା ଭିତରେ ନୁହେଁ । ଏପରିକି ବେଢ଼ା ଦେହକୁ ସମୁଦ୍ର ଲାଗିଥିଲେ ମଧ୍ୟ, ଗଗନ-ପଥରେ ଧର୍ମପଦକୁ ଅନ୍ତତଃ ୨୭୦ ଫୁଟ୍‍ ଲମ୍ଫ ଦେବାକୁ ପଡ଼ିଥିବ, ନଚେତ୍‍ ସୂତ୍ରଧର ସେତିକି ବଳଶାଳୀ ହେବା ପ୍ରୟୋଜନ ପୁଅକୁ ୨୭୦ ଫୁଟ ଫୋପାଡ଼ି ଏ ଅତ୍ୟାଶ୍ଚର୍ଯ୍ୟ କାର୍ଯ୍ୟ କରିବାକୁ । (୭ ନମ୍ବର ରେଖାଚିତ୍ର ଦେଖନ୍ତୁ) । ଏହା ସ୍ପଷ୍ଟତଃ ଅସମ୍ଭବ ।

ଯେବେ ହତ୍ୟା ଅଥବା ଆତ୍ମହତ୍ୟାର ଯୋଜନା ଥାଏ, ତେବେ ମଧ୍ୟ କାର୍ଯ୍ୟଟି ସହଜ ହେବନାହିଁ । ମନ୍ଦିରଟି ଯେତେ ସ୍ଥୂଳ ଏବଂ ତା' ଚାରି ପଟେ ନିସ ଦେଉଳ ତିିଟି ଓ ଜଗମୋହନ ଯେପରି ଘେରି ରହିଛି ପୃଷ୍ଠ ଉପରେ ପଡ଼ିବାକୁ ଅନୂ୍ୟନ ୩୫ ଫୁଟ୍‍ ଲମ୍ଫ ଦେବା ପ୍ରୟୋଜନ । ପ୍ରଥମତଃ ଏହା ପୃଥିବୀର ଦୀର୍ଘତମ ଲମ୍ଫ ପ୍ରଦାନକାରୀ କ୍ଷମତାର ମଧ୍ୟ ବାହାରେ ଏବଂ ସମ୍ଭବ ହେଲେ ବି, ନୀରବରେ ପ୍ରସ୍ଥାନଟି ଘଟିବ ନାହିଁ । ହଟ୍ଟଗୋଳ କମ୍‍ ହେବ ନାହିଁ ।

"ରାଜା ଜାଣିଲେ ମୁଣ୍ଡ କାଟି ଦେବେ କଥାଟି ଆହୁରି ହାସ୍ୟକର । ନରସିଂହଦେବ ଖାଲି ବୀର ଯୋଦ୍ଧା ନ ଥିଲେ, ସେ ଥିଲେ ଜଣେ ସଫଳ ଶାସକ ମଧ୍ୟ, ରାଜ୍ୟ ଶାସନର ପ୍ରୟୋଜନରେ ଗୁପ୍ତଚରର ପ୍ରୟୋଜନ ସବୁଦି ଥିଲା । ନରସିଂହଦେବଙ୍କ ଗୁପ୍ତଚର କଥା ଏଇ ବାୟା ଚକଡ଼ାରୁ ମଧ୍ୟ ଜଣାପଡ଼ୁଛି । ସେ ନଜାଣି କିଛି ହେଉ ନଥିଲା ।

XXXVI-6 - ପହଲି ପଟ୍ଟନାୟକ ନାମକ ଜଣେ ଗୁପ୍ତଚର ନିୟୋଜିତ ହୋଇଥିଲେ ରାତିରେ କ୍ୟାମ୍ପ ମଧ୍ୟରେ ହେଉଥିବା କଥା ଜଣାଇବାକୁ (୬୬) ।

LXV-18 - ସୁଭଗୁପ୍ତ କଞ୍ଚୁକୀ (ମୁଖ୍ୟ ଗୁପ୍ତଚର) ଏବଂ ଛାଡ଼ ସିଂହ ଗୁପ୍ତଚର ୬ ମାଢ଼ ଓ ୧୧ ଭରଣ ପାଇଲେ ।(୬୭)

ଇତିହାସର ମଳି ପୃଷ୍ଠାରୁ ବର୍ତ୍ତମାନ ଧର୍ମପଦର ବୟସ ସ୍ଥିର କରିବାର ଚେଷ୍ଟା କରାଯାଉ । "ବାରବର୍ଷ'ର ମୂଳରେ ସେଇ ଆଇନ୍‍- ଇ-ଆକବରୀ ସ୍ରଷ୍ଟା ଆବୁଲ୍‍ ଫଜଲ୍‍ ଯିଏ ଲୋକ ମୁହଁରୁ ଶୁଣି କୋଣାର୍କ ଇତିହାସ ଲେଖି ପକାଇଲେ ଏବଂ ଆହୁରି ଅନେକ ଅସମ୍ଭବ କଥା ଲେଖି ଗଲେ । ମନେହୁଏ ୧୨ ସଂଖ୍ୟାଟି ପ୍ରତି ତାଙ୍କର ଦୁର୍ବଳତା ଥିଲା- ୧୨ ବର୍ଷରେ ମନ୍ଦିର ନିର୍ମାଣ, ୧୨ ଶହ ଶିଳ୍ପୀ, ୧୨ ବର୍ଷର ରାଜସ୍ୱ । ସେଇ ରୀତିରେ ଆସିଛି ୧୨ ବର୍ଷର ବାଳୁତ ପୁଅ ଧରମା । ଲୋକଶ୍ରୁତି ଅନୁଯାୟୀ ମନ୍ଦିର ଗଢ଼ିବାକୁ ଯିବା ସମୟରେ ସୂତ୍ରଧରଙ୍କ ସ୍ତ୍ରୀ ସନ୍ତାନସମ୍ଭବା ଥିଲେ, ଯେହେତୁ କୋଣାର୍କ ଗଢ଼ିବାକୁ ୧୨ ବର୍ଷ ଲାଗି ଥିଲା ଏବଂ ତେଣୁ ଧର୍ମପଦର ବୟସ ସେତେବେଳେ ୧୨ । ପ୍ରାୟ ସବୁ

ଐତିହାସିକଙ୍କ ମତ, ନରସିଂହଦେବ ସିଂହାସନ ଆରୋହଣର ୫ମ ଅଙ୍କରେ, ଅର୍ଥାତ୍‍ ୪ର୍ଥ ବର୍ଷରେ ମନ୍ଦିର ନିର୍ମାଣ ଭାର ସୂତ୍ରଧରଙ୍କ ହାତରେ

୩୪ . ଅର୍କକ୍ଷେତ୍ର କୋଣାର୍କ