ପୃଷ୍ଠା:Arkakshetra konark.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାବରେ, କଡି ଦିଶେ ନାହିଁ, ପ୍ରସ୍ତର ଖଣ୍ଡ ଦେହକୁ ଦେହ ଠେଲା ଠେଲି ହୋଇ ଭାରସାମ୍ୟ ରଖେ ଓ ତମ୍ବା ଚାପୁଣିଦ୍ୱାରା ମଧ୍ୟ ରହିଥାଏ । ସେଇ XXI ର ପୂର୍ବବର୍ତ୍ତୀ ୫ ଠାରୁ ୧୦ ନମ୍ବର ଉଲ୍ଲେଖରୁ ଜଣାପଡୁଛି, ଚନ୍ଦ୍ରାତପ ଗଢ଼ିବା ଛଡ଼ା ଅନ୍ୟାନ୍ୟ ବସ୍ତୁ ମିଳିଯାଇ ଥିଲା । ପ୍ରୟୋଜନ ଥିଲା ଅଧିକ ଶିଳ୍ପୀଙ୍କ । ମହାରାଜ ଭୁବନେଶ୍ୱରରୁ ଦଶଜଣ ଶିଳ୍ପୀ ଯୋଗାଡ଼ କରିଦେଲେ । ଏକାମ୍ର କଟକରୁ ଆସିଥିବା ଶିଳ୍ପୀମାନେ ଯୋଜନା ଅନୁଯାୟୀ କାର୍ଯ୍ୟ ଶେଷ କରିଦେଲେ ।

ବରଂ ବେକୀ ତିଆରି ବେଳେ ବାରେ ବାରେ ବିଫଳତା ଆସିଛି । ମହାରାଜ ଥରେ ହେଲେ ହସ୍ତକ୍ଷେପ କରି ନାହାନ୍ତି । ସାତଜଣ ପଥୁରିଆ ୧୨ଦି କାର୍ଯ୍ୟ କରି ବିଫଳ ହେଲେ । ସଫଳତା ପଛରେ ଆତ୍ମପ୍ରତ୍ୟୟ, ଦଳଗତ ନିଷ୍ଠା ଏବଂ ସ୍ୱ-ଆରୋପିତ ଦଣ୍ଡ କିପରି କାର୍ଯ୍ୟ କରିଥିଲା ତାହାର ବିବରଣୀ ମିଳୁଛି । ଶେଷରେ ଗଦାଧର ବେକୀ ନିର୍ମାଣ କରିଦେଲେ ଏବଂ ନିଧି ମହାରଣା ଯିଏ କାର୍ଯ୍ୟଟି ପାଇଁ ପୂର୍ବରୁ ୨ ମାଢ଼ ପାଇଥିଲେ ତାହା ଗଦାଧରକୁ ଫେରାଇ ଦେଲେ । ( XXXVI-9-N.L.-P.118)ା ଏପରି ନିଷ୍ଠା ଏ ଯୁଗରେ ବିରଳ ।

ବର୍ଷ ବର୍ଷ ବିତି ଯାଉଛି, ମହାରାଜ ଉଚ୍ଛନ୍ନ ହେବା ସ୍ୱାଭାବିକ । ସେ ବୈଶାଖ ୨୬ ଦି ଶିଳ୍ପୀମାନଙ୍କୁ ଗୋଟିଏ ଆଦେଶ ଶୁଣେଇଲେ । "ବର୍ତ୍ତମାନ ନ'ବର୍ଷ ବିତି ଗଲାଣି ଏବଂ ତୁମେମାନେ ବହୁ ପରିଶ୍ରମ କରିଲଣି, କିନ୍ତୁ ଏ ଯାଏ ବେକୀ କାମ ସରିଲା ନାହିଁ । ଦଶମ ବର୍ଷର ଦଶ ମାସ, ଦଶ ଦିରେ ଗର୍ଭମୁଦ ଶେଷ ହେବା ଉଚିତ୍‍ । ଏ ସମୟ ସୀମା ଯେପରି ଅତିକ୍ରାନ୍ତ ନ ହୁଏ । ଅନ୍ୟାନ୍ୟ କାର୍ଯ୍ୟ ବିଷୟରେ ମୁଁ କିଛି କହିବାକୁ ଚାହୋଁ ।' ( Leaf XXXIX-8-N.L.-P-124 )

ଏହା ତ ରାଜାଦେଶ ନୁହେଁ ରାଜ ଅନୁରୋଧ । ଏଠାରେ ମଧ୍ୟ ସ୍ପର୍ଶକାତର ଶିଳ୍ପୀ ପରିଚାଳନା କରିବାରେ ରାଜାଙ୍କ ସଂଯମ ଓ ବ୍ୟକ୍ତିତ୍ୱ ଲକ୍ଷଣୀୟ । ଏ ଆଦେଶରେ ଗୋଟିଏ ସୂକ୍ଷ୍ମ ରସିକତା ମଧ୍ୟ ପ୍ରଚ୍ଛନ୍ନ ଅଛି । ଫୁଟ୍‍ନୋଟରେ ବୋନର୍‍ କହୁଛନ୍ତି ଦଶମାସ ଦଶଦି ଗର୍ଭଧାରଣର ସମୟକୁ ସୂଚିତ କରୁଛି ।

ମନ୍ଦିର ନିର୍ମାଣର ଶେଷ ଅଙ୍କର ଗୋଟିଏ ଘଟଣା । ମୁଣ୍ଡି ମାରିବାରେ ବିଫଳ ସୂତ୍ରଧର, ସିଲ୍‍କରା ଚିଠି ଖଣ୍ଡିଏ ମହାରାଜାଙ୍କୁ ପଠେଇ ଦେଇ ନିଜେ ଚାଲିଗଲେ ଗ୍ରାମକୁ । ବିବରଣୀ ଅନୁଯାୟୀ ଏକମାତ୍ର କଳସ ବସେଇବା କାମ ବନ୍ଦ ରଖି ଅନ୍ୟାନ୍ୟ କାର୍ଯ୍ୟ ବିଧିବଦ୍ଧ ଭାବେ ଚାଲିଲା । ସୂତ୍ରଧରଙ୍କ ଲୋକେ ଭରସା ଛାଡ଼ି ନଥିଲେ ।

ବାଳଶ୍ରୀ ପାଲିଙ୍କି କରି ସୂତ୍ରଧରଙ୍କ ଘରକୁ ଚାଲିଲେ । ଘୋଡ଼ା ଉପାଖ୍ୟାନର ନାରାୟଣ ମହାପାତ୍ର, ଗଙ୍ଗା ମହାପାତ୍ର ଓ ଗଦାଧର ମହାପାତ୍ର ମଧ୍ୟ ସାଙ୍ଗରେ ଗଲେ । ଏ କାର୍ଯ୍ୟ କାହା ଆଦେଶରେ ହେଲା ? ମନେ ରଖିବାକୁ ହେବ ବାଳଶ୍ରୀ ନରସିଂହଦେବଙ୍କର ପ୍ରଧାନମନ୍ତ୍ରୀ ।

ଧର୍ମ ମହାପାତ୍ରର ଅନୁପ୍ରବେଶ ହେଲା, ସୂତ୍ରଧର ଫେରି ଆସିଲେ, କଳସ ବସିଗଲା । ମହାରାଜ ନିଶ୍ଚୟ ସମସ୍ତ ଖବର ରଖିଲେ । ପରଦିରାଜପୁରୋହିତଙ୍କ ସହିତ ମହାରାଜ କାର୍ଯ୍ୟ କ୍ଷେତ୍ରକୁ ଆସିଲେ । ଧର୍ମୀୟ ବିଧି ବିଧାନ ମଧ୍ୟ ଶେଷ ହେଲା କିନ୍ତୁ କୌଣସି ଆଚରଣରେ ଶିଳ୍ପୀକୁଳ ପ୍ରତି ତାଚ୍ଛଲ୍ୟ ଅଥବା ଅସୂୟା ପ୍ରକାଶ ପାଇଲା ନାହିଁ ।

ଏପରି ବିରାଟ ମଣିଷ କ'ଣ ହଠାତ୍‍ ରୋଷବଶରୁ ତାଙ୍କର ପି୍ରୟ ଶିଳ୍ପୀମାନଙ୍କର ମୁଣ୍ଡ କାଟି ପକାନ୍ତେ !!

ମନେ ହୁଏ ଧର୍ମ ମହାପାତ୍ର ପ୍ରସଙ୍ଗ କଳସ ସ୍ଥାପନ ସହିତ ଶେଷ ହୋଇ ନଥିଲା । ଅନ୍ତତଃ ଆହୁରି ଦୁଇଟି ଉଲ୍ଲେଖ ମିଳୁଛି ବାୟା ଚକଡ଼ାରୁ । ପତ୍ର ସଂଖ୍ୟା LIII(2) ରୁ ଜଣାପଡ଼ୁଛି ମହାଭାସ୍କର ମୂର୍ତ୍ତିି ସେ ଯାଏ ତିଆରି ହୋଇ ନଥିଲା । ସୂତ୍ରଧର ପ୍ରଥମେ ଭାବିଥିଲେ ନୀଳ ମୁଗୁିରେ କରିବେ କିନ୍ତୁ ପରେ ମତ ପରିବର୍ତ୍ତ କରିଥିଲେ । ସେ ମୂର୍ତ୍ତିିର କିଛି ଅଂଶର ମୋଟାମୋଟି କାମରେ ଗଗନ ମହାପାତ୍ର ଓ ଧର୍ମ ମହାପାତ୍ର ନିୟୋଜିତ ହୋଇଥିଲେ । ( Leaf LIII-4 ) । ସେଇ ପତ୍ରର ୭ ନମ୍ବରରେ ଦିଶୁଛି ଧର୍ମ ମହାପାତ୍ର କିଛି ତମ୍ବା ପଟି ଆଣି କୁମ୍ଭକ ପଥରରେ ଲଗେଇ ଥିଲେ । ମନେ ହୁଏ କଳସ ବସି ସାରିବା ପରେ ମଧ୍ୟ କାର୍ଯ୍ୟଟି ଆହୁରି ମଜବୁତ୍‍ କରିବାକୁ ଚିନ୍ତା କରିଥିଲେ ଧର୍ମ ମହାପାତ୍ର ।(୬୮)

ମନ୍ଦିର ଗାତ୍ରରେ କାମୋଦ୍ଦୀପକ ଚିତ୍ରର ଆଧିକ୍ୟ ଦେଖି ଯେ କେହି ଭାବିପାରନ୍ତି, ସେତେବେଳେ ସମାଜ ଅନେକ ଖୋଲା, ଅନେକ ସହନଶୀଳ ଥିଲା । କିନ୍ତୁ ଗୋଟିଏ ଘଟଣାରୁ ମନେହୁଏ, ବିବାହ ବନ୍ଧନ ବାହାରେ କାମକଳାର ଚର୍ଚ୍ଚା ସମାଜ ସହୁ ନଥିଲା ।

ସୁନି ନାମ୍ନୀ ଜଣେ ରେଜା ମୂଲିଆଣୀକୁ ସୋମନାଥ ନାମକ ଜଣେ ପଥର କଟାଳି ଗର୍ଭବତୀ କରିଦେଲା ଏବଂ ଦୁହେଁ କ୍ୟାମ୍ପ ଛାଡ଼ି ପଳେଇ ଗଲେ । ବାନୁ ନାମକ ଜଣେ କଟୁଆଳକୁ ପଠାଗଲା ସେମାନଙ୍କୁ ଧରି ଆଣିବାକୁ । ସୋମନାଥ, ସୁନିର ଭରଣ ପୋଷଣ ସାରାଜୀବନ

ବହନ କରିବାକୁ ଅଙ୍ଗୀକାରବଦ୍ଧ ହେବା ପରେ (ବିବାହ ?) ସେମାନଙ୍କର ପୁ ର୍ବାସ ହେଲା ଏବଂ ଦୁହିଁଙ୍କୁ ପୂର୍ବଭଳି କାମ ମିଳିଲା । ( କରବଳ

୩୬ . ଅର୍କକ୍ଷେତ୍ର କୋଣାର୍କ