ପୃଷ୍ଠା:Arkakshetra konark.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମନ୍ଦିର ଜଣେ କଳିଙ୍ଗ ନରପତିଙ୍କ ସୃଷ୍ଟି । ଗଙ୍ଗ ବଂଶର ବହୁ ନରପତିଙ୍କ ନାମ ସୂର୍ଯ୍ୟଙ୍କର କୌଣସି କୌଣସି ନାମରେ ନାମିତ, ଯଥା : ଭାନୁଚନ୍ଦ୍ର, ପ୍ରଭାକର, ଆଦିତ୍ୟ ଦେବ, ଉଦୟାଦିତ୍ୟ, ଦିବାକର ଶର୍ମା, ରବି ଶର୍ମ୍‍, ଭାନୁ ଶର୍ମ୍‍ ପ୍ରଭୃତି । ଏକାଦଶ ଶତାବ୍ଦୀର ବଜ୍ର-ହସ୍ତ ଦେବ ଜଣେ ପ୍ରବଳ ମାର୍ତ୍ତଣ୍ଡ ଭକ୍ତ ଥିଲେ । ନଗରୀ ତମ୍ବାପଟ୍ଟା ଅନୁଯାୟୀ ତୃତୀୟ ଅନଙ୍ଗଭୀମଦେବ ପାଞ୍ଚ ବାଟୀ ଜମି ଦାନ କରିଥିଲେ ।(୭୦) ମାଦଳାପାଞ୍ଜିମତେ ଅନଙ୍ଗଭୀମ ଦେବଙ୍କ ପୂର୍ବବର୍ତ୍ତୀ ରାଜାମାନେ ସୂର୍ଯ୍ୟଦେବଙ୍କ ଭୋଗ ପାଇଁ ୪୨,୫୦୦ କାହାଣ କଉଡ଼ି ବାର୍ଷିକ ବ୍ୟୟ କରୁଥିଲେ । ଅନଙ୍ଗଭୀମ ସେଥିରେ ଆହୁରି ୩୦,୦୦୦ କାହାଣ କଉଡ଼ି ଯୋଗ କରି ବରାଦ ବଢ଼ାଇ ଦେଲେ ।(୭୧) ଏହା ଅବଶ୍ୟ ଚାରିକ୍ଷେତ୍ର ମଧ୍ୟରେ ପଦ୍ମକ୍ଷେତ୍ରରେ ଥିବା ପୁରାତନ ସୂର୍ଯ୍ୟ ମନ୍ଦିର ପାଇଁ ଉଦ୍ଦିଷ୍ଟ ଥିଲା । ଲାଙ୍ଗୁଳା ନରସିଂହଦେବ ନିଜ ପୁତ୍ରର ନାମ ଭାନୁଦେବ ରଖିଥିଲେ । କୋଣାର୍କଠାରେ ସୂର୍ଯ୍ୟ ପୂଜାର ପ୍ରଚଳନ କେବେ ଠାରୁ, ତାହା ନେଇ ମତ ବିରୋଧ ଅଛି କିନ୍ତୁ ଉପରୋକ୍ତ ତଥ୍ୟରୁ ପରିଷ୍କାର ଜଣାପଡ଼ୁଛି, ନରସିଂହଦେବଙ୍କ ବେଶ୍‍ କିଛି ପ୍ରଜନ୍ମ ପୂର୍ବରୁ ମଧ୍ୟ କୋଣାର୍କଠାରେ ସୂର୍ଯ୍ୟ ପୂଜାର ପ୍ରଚଳନ ଥିଲା ।

ସ୍ଥାନ ମାହାତ୍ମ୍ୟର ମୂଳ ଦାବିଦାର କୃଷ୍ଣଙ୍କ ପୁତ୍ର ଶାମ୍ବ । ପିତାଙ୍କ ଅଭିଶାପରେ ଶାମ୍ବ କୁଷ୍ଠ ରୋଗଗ୍ରସ୍ତ ହୋଇଗଲେ । ପୁଣି ତାଙ୍କରି ଆଦେଶରେ ମୈତ୍ରେୟ ବନରେ ୧୨ବର୍ଷ ତପସ୍ୟା କରି ରୋଗମୁକ୍ତ ହେଲେ । ରୋଗ ମୁକ୍ତି ପରେ ଚନ୍ଦ୍ରଭାଗାର ସ୍ୱଚ୍ଛ ଜଳ ତଳୁ ପ୍ରାପ୍ତ ସୂର୍ଯ୍ୟ ବିଗ୍ରହଟିଏ ମନ୍ଦିର ଗଢ଼ି ସ୍ଥାପନ କଲେ ଏବଂ ସୌରଦେବଙ୍କ ପୂଜା ପାଇଁ କେତେ ଜଣ ମଗଦେଶୀୟ (ଭୈଷଜ-ବୈଦ୍ୟ) ବ୍ରାହ୍ମଣ ନିୟୋଜିତ କଲେ । ଏ ଉପାଖ୍ୟାନର ଉଲ୍ଲେଖ ଶାମ୍ବ ପୁରାଣ ଛଡ଼ା କପିଳ ସଂହିତାରେ ମଧ୍ୟ ମିଳୁଛି ।(୭୨) ଏ ଉପାଖ୍ୟାନ ଡ: ରାଜେନ୍ଦ୍ରଲାଲ ମିତ୍ରଙ୍କ ଠାରୁ ଏ ଯୁଗର ଡ: କରୁଣାସାଗର ବେହେରାଙ୍କ ପୁସ୍ତକରେ ମଧ୍ୟ ମିଳୁଛି ।(୭୩)

ଆଧୁିନିକ ଐତିହାସିକମାନେ କିନ୍ତୁ ଶାମ୍ବ ପୁରାଣର ଐତିହାସିକ ମୂଲ୍ୟ ନେଇ ଘୋର ସନ୍ଦିହାନ । ଉତ୍ତ. ଟଚ୍ଛଚ୍ଚ ଜନ୍ଦଷରନ୍ଦରଚ୍ଚମତ୍ତଚ୍ଛଚ୍ଚ ପାଦେ ଆଗେଇ ଯାଇ କହିଛନ୍ତି, ଶାମ୍ବ ପୁରାଣରେ ଯେଉଁ ଅଂଶ କୋଣାର୍କ ମନ୍ଦିର ସମ୍ବନ୍ଧୀୟ- ତାହା ନରସିଂହ ବଂଶର ପତନ ପରେ (୧୪୩୪/୩୫ ଖ୍ରୀ.ଅ.) ଯୋଡ଼ା ଯାଇଛି- "ଷଚ୍ଚନ୍ଦରତ୍ତଚ୍ଛଟ୍ଟଚ୍ଛକ୍ଷରନ୍ଦରଯ ମଶବଟ୍ଟନ୍ଦରତ୍ତ" ।(୭୪) ପୌରାଣିକ ତଥ୍ୟଗୁଡ଼ିକ ସପକ୍ଷରେ, ଅନ୍ୟାନ୍ୟ ପାରିପାର୍ଶ୍ୱିକ ପ୍ରମାଣ ନ ପାଇବା ଯାଏ ସେମାନେ ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ପାରିପାର୍ଶ୍ୱିକ ପ୍ରମାଣ କ'ଣ ? ତମ୍ବାପଟ୍ଟା, ପ୍ରସ୍ତର ଲିପି, କାଗଜରେ ଅଥବା ତାଳପତ୍ରରେ ଲିଖିତ ବୟାନ ଆଦି ପ୍ରଥମ ପରିଚ୍ଛେଦରେ ଆଲୋଚିତ ହୋଇଛି । ଏ ପ୍ରମାଣଗୁଡ଼ିକ ମଧ୍ୟ ଅନେକ ସମୟରେ ପରସ୍ପର ବିରୋଧୀ ଏବଂ ବିବାଦମୁକ୍ତ ନୁହେଁ ।

ଶାମ୍ବ ଏକ ଐତିହାସିକ ଚରିତ୍ର କି ?

ଏ ବିଷୟରେ କୃପାସିନ୍ଧୁ ଅର୍ଜୁ ପୌତ୍ର ପରୀକ୍ଷିତଙ୍କୁ ଆଲୋଚନା ମଧ୍ୟକୁ ଆଣିଛନ୍ତି । କାରଣ ମହାଭାରତ ଅନୁଯାୟୀ କୃଷ୍ଣପୁତ୍ର ଶାମ୍ବ ପରୀକ୍ଷିତଙ୍କ ପ୍ରାୟ ସମସାମୟିକ । ବିଷ୍ଣୁପୁରାଣ ଅନୁଯାୟୀ କଳିଯୁଗର ଚଳନ ହିସାବ କରି ପରୀକ୍ଷିତଙ୍କ ସମୟ ଖ୍ରୀଷ୍ଟପୂର୍ବ ଊନବିଂଶ ଶତାବ୍ଦୀ ଆକଳନ କରିଛନ୍ତି କୃପାସିନ୍ଧୁ । ଭାଗବତ ଓ ବିଷ୍ଣୁପୁରାଣର ସମୟ ଗଣନାରେ କିଛି ଫରକ୍‍ ଥିଲେ ମଧ୍ୟ ପାରିପାର୍ଶ୍ୱିକତା ବିଚାର କରି ଶାମ୍ବଙ୍କୁ ଖ୍ରୀଷ୍ଟପୂର୍ବ ଊବିଂଶ ଶତାବ୍ଦୀର ଲୋକ ବୋଲି ନିର୍ଣ୍ଣୟ କରିଛନ୍ତି କୃପାସିନ୍ଧୁ ।(୭୫)

ତଥାପି ପୁରାଣଗୁଡ଼ିକର ଐତିହାସିକ ସତ୍ୟତା ନେଇ ସନ୍ଦେହ ରହି ଯାଉଛି । ଇଦାନୀଂ ବିଜ୍ଞାନର ନୂତନ ନୂତନ ପ୍ରୟୋଗାତ୍ମକ ଆବିଷ୍କାର ଫଳରେ ଗବେଷକମାନେ ପୌରାଣିକ ଘଟଣାର ସତ୍ୟାସତ୍ୟ ନିର୍ଣ୍ଣୟ କରି ପାରୁଛନ୍ତି କେତେକ କ୍ଷେତ୍ରରେ । ଯେହେତୁ ଶାମ୍ବ ଶ୍ରୀକୃଷ୍ଣଙ୍କ ପୁତ୍ର ଏବଂ ଶ୍ରୀକୃଷ୍ଣ ମହାଭାରତ ସହିତ ଅଚ୍ଛେଦ୍ୟଭାବେ ଜଡ଼ିତ, କିଛିବର୍ଷ ପୂର୍ବେ କରାଯାଇଥିବା କିଛି ବୈଜ୍ଞାନିକ ଅନୁସନ୍ଧାନର ଫଳାଫଳ ପ୍ରାସଙ୍ଗିକ ହେବ ।

ମହାଭାରତରେ ବର୍ଣ୍ଣିିତ ବିଶେଷ ବିଶେଷ ଘଟଣାଗୁଡ଼ିକ ଘଟିବା ସମୟରେ ଗ୍ରହ ନକ୍ଷତ୍ରମାନଙ୍କର ଅବସ୍ଥିତି କିପରି ଥିଲା, ଆଦି-ମହାଭାରତ ରଚୟିତା ବ୍ୟାସଦେବ ଲିପିବଦ୍ଧ କରିଥିଲେ । ଏ ବିଷୟରେ ପୁାର (ପୁଣେ) Bhandarkar Oriental Research Institute ବ୍ୟାସ ମହାଭାରତର ଇଂରାଜୀ ସଂସ୍କରଣ କରିଛନ୍ତି, ଯାହାକୁ ଆଦି-ମହାଭାରତର ବିଶ୍ୱସ୍ତ ଅନୁବାଦ ଧରାଯାଇ ଥାଏ । ଗ୍ରହ ନକ୍ଷତ୍ରମାନଙ୍କର ବର୍ଣ୍ଣିିତ ସମାବେଶ ଘଟିଥିଲା ଅଥବା ନୁହେଁ ଏବଂ କେବେ ଘଟିଥିଲା କମ୍ପ୍ୟୁଟର ସାହାଯ୍ୟରେ ସ୍ଥିର କରାଯାଇ ପାରୁଛି ଏବଂ ତାହାର ବିଶ୍ଳେଷଣ ମଧ୍ୟ । ଉଦାହରଣ ସ୍ୱରୂପ, କେତେଗୁଡ଼ିଏ "ଯୋଡ଼-ଗ୍ରହଣ' କଥା ଆଲୋଚିତ ହୋଇଛି, ଅର୍ଥାତ୍‍ ତେର ଦି ମଧ୍ୟରେ ସୂର୍ଯେ୍ୟାପରାଗ ଓ ଚନ୍ଦ୍ରଗ୍ରହଣ

ଘଟିଥିବାର ପ୍ରମାଣ । ହଜାର ହଜାର ବର୍ଷ ମଧ୍ୟରେ ଶହ ଶହ ଏପରି ଯୋଡ଼ି ମିଳୁଛି । କେଉଁ ଯୋଡ଼ି ମହାଭାରତର ବିଶେଷ ଘଟଣା ପ୍ରତି

୩୮ . ଅର୍କକ୍ଷେତ୍ର କୋଣାର୍କ