ପୃଷ୍ଠା:Arkakshetra konark.pdf/୩୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ପ୍ରଯୁଜ୍ୟ ? ଏହାଛଡ଼ା ଅନ୍ୟ ଗୋଟିଏ ଘଟଣାକୁ ମଧ୍ୟ ବୈଜ୍ଞାନିକମାନେ ଗୁରୁତ୍ୱ ଦେଇଛନ୍ତି । ପୁରାଣରେ ବର୍ଣ୍ଣିିତ ଅଛି- ମହାଭାରତ ଯୁଦ୍ଧର ୨୭ବର୍ଷ ପରେ କୃଷ୍ଣ ମୃତ୍ୟୁବରଣ କରିଲେ ଏବଂ ଦ୍ୱାରକା ସମୁଦ୍ର ଗର୍ଭରେ ଲୀ ହୋଇଗଲା ।

ଅନୁସନ୍ଧାନରେ ବ୍ୟବହୃତ ହୋଇଥିଲା Computer operated planetorium software, marine archaeological technique, earth-sensing satellite photography, thermo-luminescence carbon dating ଇତ୍ୟାଦି ବହୁତଗୁଡ଼ିଏ ପ୍ରଯୁକ୍ତି । ଏଥିରେ ସଂପୃକ୍ତ ଥିଲେ Indian Institutes of Science ର ବିଶ୍ୱବନ୍ଦିତ ଜ୍ୟୋତିର୍ବିଜ୍ଞାନୀ Dr. R.N. Iyangar ତଥା ଆହୁରି କେତେକ ଜ୍ୟୋତିର୍ବିଜ୍ଞାନୀ ଏବଂ ପ୍ରସିଦ୍ଧ Marine Archaeologist Dr. S.R. Rao. । ନିବନ୍ଧଗୁଡ଼ିକ ଇଣ୍ଟରନେଟ୍‍ରୁ ପ୍ରାପ୍ତ ।(୭୬) ବୈଜ୍ଞାନିକ ଆଲୋଚନାର ପରିଭାଷା ସାଧାରଣ ମଣିଷର ବୋଧଗମ୍ୟ ହୋଇ ନପାରେ ଏବଂ ସମୟେ ସମୟେ ଭ୍ରମ ସୃଷ୍ଟି କରିପାରେ, ତେବେ ସାର ମର୍ମ ଉପସ୍ଥାପିତ ହୋଇଛି ସନ୍ଦର୍ଭର ତୃତୀୟ ଅନୁଚ୍ଛେଦରେ :

"These have led to the conclusion that Mohabharata War was actually fought in 1478 BC and Sri Krishna's Dwaraka City got submerged under the sea in 1443 BC."

ଇଣ୍ଟରନେଟ୍‍ରୁ ପ୍ରାପ୍ତ ପ୍ରାସଙ୍ଗିକ ଅଂଶ ପରିଶିଷ୍ଟ ୨ରେ ସଂଯୋଜିତ ହୋଇଛି । ନିଃସନ୍ଦେହ ଭାବରେ ଆମେ ଏହାକୁ ପ୍ରମାଣ ବୋଲି ଗ୍ରହଣ କରି ପାରିବା । ତେଣୁ କୃଷ୍ଣ ଓ ତତ୍‍ପୁତ୍ର ଶାମ୍ବଙ୍କୁ ଐତିହାସିକ ଚରିତ୍ର ମଧ୍ୟ ଧରାଯିବ । ବିବାଦ କିନ୍ତୁ ଏହିଠାରେ ଶେଷ ହେଉନାହିଁ । ଏହାପର ବିବାଦ ଆସୁଛି ଶାମ୍ବ କେଉଁଠାରେ ସୌରପୂଜା କରିଥିଲେ ?

ମୈତ୍ରେୟ ବନର ଅବସ୍ଥିତି :

ପୁରାଣ ମତେ ମୈତ୍ରେୟ ବନ ମଧ୍ୟରେ ଚନ୍ଦ୍ରଭାଗା ତୀରରେ ଶାମ୍ବ ସୂର୍ଯ୍ୟଙ୍କ ଆରାଧନା କରିଥିଲେ ।

ବିଶନ୍‍ ସ୍ୱରୂପଙ୍କ ମତରେ ମୈତ୍ରେୟ ବନ ଓ ଚନ୍ଦ୍ରଭାଗା ସମୁଦ୍ର ତୀରରେ ଥିବା ସମ୍ଭବ ନୁହେଁ, କାରଣ ସମୁଦ୍ର ବାଲିରେ ବୃକ୍ଷ ତଥା ବନଜାତ ହେବା ସମ୍ଭବ ନୁହେଁ । ଶାମ୍ବ ଯେଉଁ ଚନ୍ଦ୍ରଭାଗା ତୀରରେ ସୂର୍ଯ୍ୟ ଆରାଧନା କରିଥିଲେ, ତାହା ଏଠାରେ ନୁହେଁ ପଞ୍ଜାବରେ । ଶ୍ରୀକୃଷ୍ଣଙ୍କ ଦ୍ୱାରକା ଓଡ଼ିଶା ଠାରୁ ବହୁ ଦୂରରେ; ତୁଳନାମୂଳକ ଭାବେ ପଞ୍ଜାବ ନିକଟରେ, ତେଣୁ ଶାମ୍ବ ଏତେଦୂର ଆସିବାର ଯଥାର୍ଥତା ନଥିଲା ।(୭୭)

ସ୍ୱରଚିତ ନାନା ଯୁକ୍ତିଜାଲରେ ବିଭ୍ରାନ୍ତ କରୁଣାସାଗର, ମୈତ୍ରେୟ ବନର ଐତିହ୍ୟ ଅସ୍ୱୀକାର ନ କରି ମଧ୍ୟ ମିତ୍ରବନର ମୂଳ ଅବସ୍ଥିତି ପଞ୍ଜାବରେ କହୁଛନ୍ତି ।(୭୮)

କୃପାସିନ୍ଧୁ ବିଶଦ୍‍ ଆଲୋଚନାଦ୍ୱାରା ବିଶନ୍‍ ସ୍ୱରୂପଙ୍କ ମତ ଖଣ୍ଡ କରିଛନ୍ତି ।(୭୯) ସେ ସମସ୍ତ ପ୍ରମାଣ ନ ଦୋହରାଇ, ଏ ଲେଖକ ଅନାଲୋଚିତ ତଥ୍ୟ କିଛି ଯୋଗ କରିବାକୁ ଚାହୁଁଛି ।

ସମୁଦ୍ର ବାଲିରେ ବୃକ୍ଷ ଜନ୍ମହୁଏ ନାହିଁ ସମସ୍ତେ ଜାଣନ୍ତି, କିନ୍ତୁ କୋଣାର୍କ ଖାଲି ସମୁଦ୍ର ନିକଟବର୍ତ୍ତୀ ସ୍ଥାନ ନୁହେଁ, ସମୁଦ୍ରାଭିମୁଖୀ ଅସଂଖ୍ୟ ନଦୀନାଳର ମୁହାଣରେ ଅବସ୍ଥିତ । ଏ ଯୁଗରେ ବହୁ ନଦୀନାଳ ଶୁଖି ଯାଇଛି କିନ୍ତୁ ସେ ଯୁଗରେ ମହାନଦୀର ନାନା ଶାଖା ପ୍ରଶାଖା ସମୁଦ୍ରରେ ମିଶିଥିଲା ଏ ଅଞ୍ଚଳରେ, ଏହା ଐତିହାସିକ ତଥା ଭୌଗୋଳିକ ସତ୍ୟ । ଏପରି ଅଞ୍ଚଳରେ ପଟୁ ଜମାହୋଇ ଛୋଟ ବଡ଼ ବହୁ ବୃକ୍ଷ ଜାତ ହୁଏ । ଶ୍ରେଷ୍ଠ ଉଦାହରଣ, ସୁନ୍ଦରବନ । ଓଡ଼ିଶାର ବଞ୍ଚùରହିଥିବା ନଦୀ ମୁହାଣମାନଙ୍କର ବ-ଦ୍ୱୀପମାନଙ୍କରେ ଏବେ ମଧ୍ୟ ବନ ଅଛି । ପଞ୍ଚାବରେ ଚନ୍ଦ୍ରଭାଗାର ଅବସ୍ଥିତି କଷ୍ଟକଳ୍ପିତ ।

ଲାହୁଲ୍‍ ସ୍ଫୀତି ଅଞ୍ଚଳର ଚନ୍ଦ୍ରଭାଗା ନାମକ ଗୋଟିଏ କ୍ଷୁଦ୍ର ନଦୀକୁ ଚେନାବର ପୂର୍ବରୂପ କୁହାଯାଇ ପାରେ । ଏ ଲେଖକ କାଶ୍ମୀର ଓ ହିମାଚଳ ପ୍ରଦେଶର ନଦୀଗୁଡ଼ିକର ଉପତ୍ୟକାରେ କିଛି ଥର ଘୂରିବୁଲିଛି ଏବଂ କିଛି ତଥ୍ୟ ଚୟ କରିଛି । ହିମାଚଳ ଓ ଲେହ ସୀମାଠାରୁ ୩୨ କିଲୋମିଟର ପଛକୁ ବାରଲାଚ୍ଚା ନାମକ ୧୫,୮୪୨ ଫୁଟ୍‍ ଉଚ୍ଚ ଗୋଟିଏ ଗିରିସଂକଟ ଅଛି । ସେଠାରେ ଥିବା ସୁରଜତାଲ୍‍ ନାମକ ଗୋଟିଏ ବିଶାଳ ହ୍ରଦରୁ "ଭାଗା' ନାମକ ଗୋଟିଏ କ୍ଷୁଦ୍ର ନଦୀର ଉତ୍ପତ୍ତି । ସେ ପାହାଡ଼ର ପାଦଦେଶରୁ "ଚନ୍ଦ୍ର' ନାମକ ଆଉ ଗୋଟିଏ କ୍ଷୁଦ୍ର ନଦୀର ଉତ୍ପତ୍ତି । "ଭାଗା' ଗୋଟିଏ ପଥ ଧରି ୯୨ କିଲୋମିଟର ଏବଂ ଚନ୍ଦ୍ର ଅନ୍ୟ ପଥ ଧରି ୧୨୨ କିଲୋମିଟର ଆସିବା ପରେ "ତଣ୍ଡ' ନାମକ ସ୍ଥାନରେ ମିଳିତ ହୋଇ "ଚନ୍ଦ୍ରଭାଗା' ସୃଷ୍ଟି କରିଛି । ଚନ୍ଦ୍ରଭାଗା ୧୬୪ କି.ମି. ଯିବା ପରେ ଧରଓ୍ୱାସ୍‍ଠାରେ କାଶ୍ମୀରରେ ପ୍ରବେଶ କରିଛି; ସେତେବେଳକୁ ଚନ୍ଦ୍ରଭାଗା ଚେନାବ୍‍

ନାମ ଧାରଣ କରି ସାରିଲାଣି । ହିମାଚଳ ପ୍ରଦେଶର ଅନ୍ୟାନ୍ୟ ଅଞ୍ଚଳରେ ଖୁବ୍‍ କମ୍‍ ଲୋକ ଜାଣନ୍ତି, ଚେନାବ୍‍ର ଅନ୍ୟ କୌଣସି ନାମ ଥିଲା । ପ୍ରାୟ

ଅର୍କକ୍ଷେତ୍ର କୋଣାର୍କ . ୩୯