ଅର୍ଦ୍ଧ-ଶତାବ୍ଦୀ ପୂର୍ବର ଗୋଟିଏ ଭ୍ରମଣ କାହାଣୀରେ ପ୍ରସିଦ୍ଧ ହିମାଳୟ ପରିବ୍ରାଜକ ଉମାପ୍ରସାଦ ମୁଖାର୍ଜୀ ହିମାଚଳ ପ୍ରଦେଶର ନଦୀଗୁଡ଼ିକର ପୋଷାକୀ ନାମ ସହିତ ପାଠକର ପରିଚୟ କରାଇ ଦେଇଛନ୍ତି । ଯଥା, ଝୀଲମ୍ ‚ ବିତସ୍ତା, ଚିାବ୍ ‚ ଚନ୍ଦ୍ରଭାଗା, ରାବି ‚ ଇରାବତୀ ଓ ସତ୍ଲେଜ ଅଥବା ଶତଦ୍ରୁ ‚ ବିପାଶା ।(୮୦) କାଶ୍ମୀରରେ ଚେନାବ୍ ପ୍ରାୟ ୨୧୦ କିଲୋମିଟର୍ ଗତି କରି ନାନା ଉପନଦୀପୁଷ୍ଟ ହୋଇ ପଞ୍ଜାବରେ ପ୍ରବେଶ କରେ । ସେ ଅଞ୍ଚଳ ବର୍ତ୍ତମାନ ପାକିସ୍ତାନ ଅନ୍ତର୍ଗତ । ପାକ୍-ପଞ୍ଜାବରେ ଚେନାବ ପ୍ରାୟ ୬୦୦ କି.ମି. ଗତି କରିବା ପରେ "ଇଣ୍ଡସ୍' ନଦୀ ସହିତ ମିଳିତ ହୋଇଛି । ଏହା ମଧ୍ୟରେ ଚେନାବ୍ ସହିତ ମିଳିତ ହୋଇଛି । କାଶ୍ମୀରରୁ ଆଗତ ଝୀଲମ୍ ଓ ଭାରତ ପଞ୍ଜାବରୁ ଆଗତ ସତ୍ଲେଜ୍; ନାମ ଅପରିବର୍ତ୍ତିିତ ରହିଛି । ଇଣ୍ଡସ୍ ସହିତ ମିଳିତ ହେବା ପରେ ଚେନାବ ଲୋପ ପାଇଛି ଏବଂ ସୁକ୍କୁର ପ୍ରଦେଶ ମଧ୍ୟ ଦେଇ ଇଣ୍ଡସ୍ ଆହୁରି ୭୨୦ କି.ମି. ଗତି କରି କେଟ୍ ବନ୍ଦର ନିକଟରେ ଆରବ ସାଗରରେ ପଡିଛି । ଚେନାବ୍ର ଗତିପଥ ଯେ କେହି ମାନଚିତ୍ର ଉପରେ ଦେଖି ପାରନ୍ତି । ଏଥିରେ ସମୁଦ୍ର ମୁହାଣରେ ଚନ୍ଦ୍ରଭାଗା ତୀରରେ ମୈତ୍ରେୟ ବନ ଆସିଲା କେଉଁଠାରୁ ?
ଚେନାବ୍ ନଦୀ ପାକ୍-ପଞ୍ଜାବରେ ପ୍ରବେଶ କରିବାର ପ୍ରାୟ ୪୩୦ କି.ମି. ପରେ ବାମ ପଟେ ମୁଲତାନ ରହିଯିବ, ଠିକ୍ କୂଳରେ ନୁହେଁ, ଦଶ ପନ୍ଦର କି.ମି. ଦୂରରେ । ପୁରାତନ ଯୁଗରେ ମୁଲତାନରେ ସୌରପୂଜାର ପ୍ରସିଦ୍ଧି ଥିଲା । ତେବେ ତାକୁ ଟାଣିଟୁଣି ସ୍ୱଳ୍ପସ୍ଥାୟୀ ଚନ୍ଦ୍ରଭାଗା ସହିତ ଯୋଡ଼ି ଏବଂ ସମୁଦ୍ରକୁ ଖୁବ୍ କମ୍ରେ ୮୦୦ କି.ମି. ପାଖକୁ ଟାଣି ଶାମ୍ବଙ୍କୁ ସ୍ନାନ କରାଇବା କଷ୍ଟକଳ୍ପିତ । ଏହାଛଡ଼ା ମ୍ୟାପ୍ ଉପରେ ନଜର ଦେଲେ ଦେଖାଯିବ, ଦ୍ୱାରକାଠାରୁ ମୁଲତାନ୍ ଖୁବ୍ ପାଖରେ ନୁହେଁ- ମଝିରେ ଅଛି ସମୁଦ୍ର, ଗୋଟିଏ ମୃତ ସମୁଦ୍ର ଏବଂ ବହୁତ ବୁଲାଣି ବାଟ ।
କରୁଣାସାଗର ତିନିଜଣ ପ୍ରସିଦ୍ଧ ଗବେଷକଙ୍କ ସହିତ ( ଟ.ଟ. ଖଷତ୍ତବଜ୍ଞଶଷ, ଛ.C. ଏବବ୍ବତ୍ତବ ଞ୍ଜ ଏ. ଟଚ୍ଛଚ୍ଚ ଜନ୍ଦଷରନ୍ଦରମତ୍ତଚ୍ଛଚ୍ଚ ) ସହମତ ହୋଇ କହିଛନ୍ତି, କୋଣାର୍କ ପୂର୍ବରୁ ମୁଣ୍ଡିର ଅଥବା ମୁଣ୍ଡିରସ୍ୱାମୀ ନାମରେ ନାମିତ ଥିଲା । ପରେ ମୁଣ୍ଡିର ପରିବର୍ତ୍ତ ହୁଏ କୋଣାଦିତ୍ୟକୁ ଯାହାର ବର୍ତ୍ତମାନ ନାମ କୋଣାର୍କ । ଭବିଷ୍ୟ ପୁରାଣର କେତେଗୁଡ଼ିଏ ଶ୍ଳୋକର ଉଦ୍ଧୃତି ଦେଇ କରୁଣାସାଗର ପୁଣି କହିଛନ୍ତି, ଦିବସର ତି ି ସମୟରେ ସୂର୍ଯ୍ୟ ଆରାଧନାର ପ୍ରୟୋଜନୀୟତା ଲିଖିତ ଅଛି । ସେଗୁଡ଼ିକ ଗୋଟିଏ ସାରଣୀ ଆକାରରେ ନିମ୍ନରେ ପ୍ରଦତ୍ତ ହେଲା ।(୮୧)
ତ୍ରିସନ୍ଧ୍ୟାରେ ସୂର୍ଯ୍ୟ ଆରାଧନା
ପୁରାଣର ନାମ | ଶ୍ଳୋକ ସଂଖ୍ୟା | ଉଦିତ ସୂର୍ଯ୍ୟଙ୍କ ନାମ | ମଧ୍ୟାହ୍ନ ସୂର୍ଯ୍ୟଙ୍କ ନାମ | ସନ୍ଧ୍ୟା ସୂର୍ଯ୍ୟଙ୍କ ନାମ |
ଭବିଷ୍ୟ ପୁରାଣ | ୧,୫୫,୨୭ | ମୁଣ୍ଡିର ସ୍ୱାମୀ | କଳପ୍ରିୟ | ମିତ୍ରବନ |
ଭବିଷ୍ୟ ପୁରାଣ | ୧,୭୨,୪-୬ | ମୁଣ୍ଡିର | କଳପ୍ରିୟ | ମିତ୍ରବନ |
ଭବିଷ୍ୟ ପୁରାଣ | ୧,୧୨୯,୧୬-୧୭ | ସୁତୀର | କଳପ୍ରିୟ | ମିତ୍ରବନ |
ଭବିଷ୍ୟ ପୁରାଣ | ୧୧୮୯,୨୪ | ମୁଣ୍ଡିର ସ୍ୱାମୀ | କଳପ୍ରିୟ | ମିତ୍ରବନ |
ସ୍କନ୍ଦପୁରାଣ | VI, 76,1-3.5, 22,44-45,59-60, 71 | ମୁଣ୍ଡିର | କଳପ୍ରିୟ | ମୂଳସ୍ଥାନ |
ସ୍କନ୍ଦପୁରାଣ | VII-1.139,11-12(a) | ଗଙ୍ଗାସାଗର ସଙ୍ଗମରେ | କଳପ୍ରିୟ | ମୂଳସ୍ଥାନ |
"ସୁତୀର' ଅର୍ଥ କରା ହୋଇଛି, "ସୁନ୍ଦର ସମୁଦ୍ର ତୀର' ତେବେ "ମୁଣ୍ଡିର'କୁ ଉଦୟାଚଳ ସହିତ ଯୋଡ଼ି ପଣ୍ଡିତମାନଙ୍କର ନାନା ବିବାଦୀୟ ଯୁକ୍ତି ଉପସ୍ଥାପନ କରାଯାଇଛି । ଏପରିକି ଜଣେ ପଣ୍ଡିତ ଉଦୟାଚଳକୁ ଉଦୟଗିରି ସହିତ ଯୋଡି଼ଛନ୍ତି । କଥାଟି ସରଳ, ସମୁଦ୍ର ତୀରବର୍ତ୍ତୀ ମୁଣ୍ଡିର ଅଥବା କୋଣାର୍କ ଠାରେ ପ୍ରଭାତ-ସୂର୍ଯ୍ୟଙ୍କର କିଛି ବିଶେଷ ଗୁଣ ଅଛି । ସ୍କନ୍ଦପୁରାଣ ବାଳସୂର୍ଯ୍ୟଙ୍କ ପାଇଁ ସ୍ଥାନଟିକୁ ପଶ୍ଚିମବଙ୍ଗର ଗଙ୍ଗାସାଗର ଯାଏ ନେଇ ଯାଇଛି । ଗଙ୍ଗାନଦୀର ସମୁଦ୍ର ସହିତ ମିଳନ ସ୍ଥାନ, ଗଙ୍ଗାସାଗର ନାମରେ ଖ୍ୟାତ । ସେଠାରେ ପ୍ରତିବର୍ଷ ଗଙ୍ଗାସାଗର ମେଳା ବସେ ଯାହାର ଉପଲକ୍ଷ୍ୟ ଭଗୀରଥଙ୍କ ଗଙ୍ଗା ଆନୟ । ତାହା ସହିତ କୋଣାର୍କ ସମୁଦ୍ର ତୀରରେ ଉଦିତ
ସୂର୍ଯ୍ୟ ଆରାଧନାର କୌଣସି ମେଳ ନାହିଁ ।
୪୦ . ଅର୍କକ୍ଷେତ୍ର କୋଣାର୍କ