ପୃଷ୍ଠା:Arkakshetra konark.pdf/୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କଳପ୍ରିୟକୁ ଯମୁା ନଦୀର ଦକ୍ଷିଣ ତୀର ରୂପେ ଅର୍ଥ କରାଯାଇଛି, କୌଣସି ବିଶେଷ ସ୍ଥାନର ନାମ ନାହିଁ । ମୂଳସ୍ଥାନକୁ ହୁ-ଏନ୍‍-ସାଂ ବର୍ଣ୍ଣିିତ ମୁ-ଲୋ-ସାନୁ-ପୁ-ଲୋ ଅଥବା ଆଧୁିକ ମୁଲତାନ କୁହାଯାଉଛି । ହୁ-ଏନ୍‍-ସାଂଙ୍କ ବର୍ଣ୍ଣା ଅନୁସାରେ ମୁଲତାନରେ ଗୋଟିଏ ସୁନ୍ଦର ସୂର୍ଯ୍ୟ ମନ୍ଦିର ଥିଲା ଏବଂ ସେଠାରେ ପୂଜାର୍ଚ୍ଚାର ପ୍ରଚଳନ ଥିଲା । ମୁଲ୍‍ତାନ୍‍କୁ ସାନ୍ଧ୍ୟ-ସୂର୍ଯ୍ୟ ଆରତି ସହ ଯୋଡ଼ା ଯାଇଛି । ଖାଲି ମୁଲତାନ କାହିଁକି ପୃଥିବୀ ଏବଂ ଏଇ ଭାରତବର୍ଷର ବହୁ ସ୍ଥାନରେ ସୂର୍ଯ୍ୟପୂଜାର ପ୍ରଚଳନ ଥିଲା, ଯାହା ପୂର୍ବେ ଆଲୋଚିତ ହୋଇଛି । ପ୍ରସଙ୍ଗ ଏଠାରେ କୋଣାର୍କ ସହିତ ଶାମ୍ବଙ୍କର ସଂପୃକ୍ତି । ଉଦିତ-ସୂର୍ଯ୍ୟ ସହିତ କୋଣାର୍କର ସମ୍ପର୍କ ( ମୁଣ୍ଡିର ) ସାରଣୀ-୪ ସୂଚିତ କରୁଛି । ଶାମ୍ବ ସୂର୍ଯ୍ୟଙ୍କୁ ପ୍ରଣାମ କରି ବୁଡ଼ ଦେଇ ମୂର୍ତ୍ତିି ପାଇଥିବା କଥା ପୂର୍ବେ ଆଲୋଚିତ ହୋଇଛିା

ମୈତ୍ରେୟ ବନରେ ସୂର୍ଯ୍ୟପୂଜାର ଅଗ୍ରଗତି :

ଛାଡ଼ି ଆସିଥିବା ପୃଷ୍ଠାଗୁଡ଼ିକରେ ପ୍ରମାଣିତ ହୋଇଛି, ଶାମ୍ବ ଐତିହାସିକ ଚରିତ୍ର ଓ ତାଙ୍କ ସାଧନାସ୍ଥଳ ଚନ୍ଦ୍ରଭାଗା ସାଗର ସଙ୍ଗମରେ ସେ ସମୟର ଜନଶୂ୍ୟ ବନରେ । ସେ ପରୀକ୍ଷିତଙ୍କ ସମସାମୟିକ ହୋଇଥିବାରୁ ତାଙ୍କର ଯୁବାବସ୍ଥା ଖ୍ରୀଷ୍ଟପୂର୍ବ ୧,୪୦୦ ପାଖାପାଖି ହେବା ସମ୍ଭବ । ସେ ସମୟ ଓ ନରସିଂହ ଦେବଙ୍କ ସମୟ ମଧ୍ୟରେ ( ୧୨୩୮ ଠାରୁ ୧୨୬୪ ଖ୍ରୀଷ୍ଟାବ୍ଦ ) ଅଢେ଼ଇ ହଜାର ବର୍ଷରୁ ଅଧିକ ବ୍ୟବଧାନ । ସେ ସମୟର ବାସ୍ତୁବିଦ୍ୟା କିପରି ଥିଲା ଜଣାନାହିଁ, ତେବେ ଶାମ୍ବ ପ୍ରତିଷ୍ଠିତ ମନ୍ଦିର ଏତେ ବର୍ଷ ତିଷ୍ଠି ଥିବା ମନେହୁଏନା । ଏ ଅଢେ଼ଇ ହଜାର ବର୍ଷ ମଧ୍ୟରେ ମୈତ୍ରେୟବନ କିପରି କୋଣାର୍କକୁ ପରିବର୍ତ୍ତିତ ହେଲା ଆଗକୁ ଦେଖିବା । ତେବେ ଏ ବନରେ ଶାମ୍ବ ଏକମାତ୍ର ତପସ୍ୱୀ ନଥିଲେ ।

ମୈତ୍ରେୟ ମହର୍ଷିଙ୍କ ତପସ୍ୟା ସ୍ଥଳ ହୋଇଥିବାରୁ ସ୍ଥାନର ନାମ ମୈତ୍ରେୟବନ ହେଲା ।(୮୨) ଏହାଠାରୁ ଅଧିକ ଗ୍ରହଣଯୋଗ୍ୟ କାରଣ କୃପାସିନ୍ଧୁ ନିଜେ ହିଁ ଉପସ୍ଥାପନ କରିଛନ୍ତି । ପଦ୍ମପୁରାଣର ସୃଷ୍ଟି ଖଣ୍ଡରେ ଲିଖିତ ଅଛି :

ଏକୋଽସୌ ବହୁଧାଭୂତ୍ୱା କାଳଭେଦାଦନିନ୍ଦିତଃ ।
ମାସେ ମାସେ ତୁ ପତତି ଏକୋଦ୍ୱାଦଶତାଂ ବ୍ରଜେତ୍‍ ।
ମିତ୍ରୋ ମାର୍ଗଶିରେ ମାସି, ପୈାଷେ ବିଷ୍ଣୁଃ ସନାତନଃ ।
ବରୁଣୋ ମାଘମାସେ ତୁ ସୂର୍ଯେ୍ୟା ବୈ ଫାଲ୍‍ଗୁନେଽପି ଚ ।
ଚୈତ୍ରମାସେ ତପେଦ୍‍ଭାନୁ, ବୈଶାଖେ ତାପନଃସ୍ମୃତଃ ।
ଜ୍ୟେଷ୍ଠ ମାସେ ତପେଦିନ୍ଦ୍ର ଆଷାଢେ଼ ତପତେ ରବି ।
ଗଭସ୍ତିଃ ଶ୍ରାବଣେ ମାସେ ଯମୋ ଭାଦ୍ରପଦେ ତଥା ।
ହିରଣ୍ୟରେତାଶ୍ୱଯୁଜିଃ କାର୍ତ୍ତିିକେ ତୁ ଦିବାକରଃ ।
ଇତୈ୍ୟତେ ଦ୍ୱାଦଶାଦିତ୍ୟା ମାସି ମାସି ପ୍ରକୀର୍ତ୍ତିିତାଃ ।
ଉରରୂପା ମହାତେଜା ଯୁଗାନ୍ତାଳନବର୍ଚ୍ଚସଃ ।

ସୂର୍ଯ୍ୟ ନିଜ ଗତି ପଥରେ ବାର ମାସ ପାର ହୋଇଥାଆନ୍ତି । ପ୍ରତ୍ୟେକ ମାସରେ ଅବସ୍ଥାନ କାଳରେ ଭି୍ନ ଭି୍ନ ନାମ ହୋଇଥାଏ । ଯାହା ଉପରୋକ୍ତ ଶ୍ଳୋକରେ ବର୍ଣ୍ଣିିତ ହୋଇଛି; ଅର୍ଥ -

ମାର୍ଗଶିର ମାସରେ - ମିତ୍ର
ପୌଷ ମାସରେ - ବିଷ୍ଣୁ
ମାଘ ମାସରେ - ବରୁଣ
ଫାଲ୍‍ଗୁ ମାସରେ - ସୂର୍ଯ୍ୟ
ଚୈତ୍ର ମାସରେ - ଭାନୁ
ବୈଶାଖ ମାସରେ - ତପନ
ଜ୍ୟେଷ୍ଠ ମାସରେ - ଇନ୍ଦ୍ର

ଅର୍କକ୍ଷେତ୍ର କୋଣାର୍କ . ୪୧