ପୃଷ୍ଠା:Arkakshetra konark.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଷାଢ଼ ମାସରେ - ରବି
ଶ୍ରାବଣ ମାସରେ - ଗଭସ୍ତି
ଭାଦ୍ର ମାସରେ - ଯମ
ଆଶ୍ୱି ମାସରେ - ହିରଣ୍ୟଗର୍ଭ
କାର୍ତ୍ତିିକ ମାସରେ - ଦିବାକର

ଆକାଶ ପରିକ୍ରମାର ପ୍ରଥମ ମାସରେ ଆଦିଦେବଙ୍କ ନାମ ମିତ୍ର । ସୂର୍ଯ୍ୟ ପୂଜାର ପ୍ରଥମ ପଂକ୍ତିରେ ଉଚ୍ଚାରିତ ହେଉଛି- "ଓଁ ମିତ୍ରାୟ ନମଃ ।' ସେଇ ମିତ୍ରଙ୍କ ବରଲାଭ କରିବା ପାଇଁ ଆରାଧନା କରିଥିବାରୁ ସ୍ଥାନର ନାମ "ମିତ୍ରବନ' ଅଥବା "ମୈତ୍ରବନ' ହେବା ସ୍ୱାଭାବିକ ।

ଶାମ୍ବ ପୁରାଣରେ କୁହାଯାଇଛି ଲବଣୋଦଧି ତୀରରେ ତପୋବନ ମଧ୍ୟରେ "ମୁଣ୍ଡିର' ଅର୍ଥାତ୍‍ ସୂର୍ଯ୍ୟଦେବଙ୍କ ସ୍ଥାପନା କରିଥିଲେ ।

""ଦୃଷ୍ଟ୍ୱା ତପୋବନମ୍‍ ରମ୍ୟମ୍‍ ଲବଣୋଦଧି ଆଶ୍ରିତମ୍‍ । (ଶାମ୍ବ ପୁରାଣ - ୪୨.୭)
""ତସ୍ମି୍‍ ତପୋବନେ ଦେଶେ ତୀରେ ତୁ ଲବଣୋଦଧ୍ୱାଃ । (ଶାମ୍ବପୁରାଣ - ୪୩.୧) (୮୩)


କୌଣସି ସ୍ଥାନରେ ଜନବସତି ଗଢ଼ି ଉଠିବାର ମୂଳକାରଣ ଗମନାଗମନର ସୁବିଧା । ଏହା ଆଉ ପ୍ରମାଣର ଅପେକ୍ଷା ରଖେନା, ପୂର୍ବ କାଳରେ ଓଡ଼ିଶାର ନୌବାଣିଜ୍ୟ ଦେଶ ଦେଶାନ୍ତରକୁ ବ୍ୟାପିଥିଲା ।

ବନ୍ଦର ସହର କୋଣାର୍କ :

ସ୍ଥଳଭୂମିର ଭିତର ଅଞ୍ଚଳରୁ ସାମଗ୍ରୀ ପରିବହନ କରିବାର ମୁଖ୍ୟ ପଥ ଥିଲା ଜଳପଥ; କାରଣ ଦେଶଟି ସମୁଦ୍ର ନିକଟବର୍ତ୍ତୀ ହୋଇଥିବାରୁ ଏବଂ ମହାନଦୀ ଓ ତାହାର ଶାଖାନଦୀମାନଙ୍କରେ ଭରି ରହିଥିବାରୁ ସ୍ଥଳପଥ ଗଢ଼ିବା ଠାରୁ ଜଳପଥର ଉପଯୋଗ ସହଜତର ଥିଲା । ମହାନଦୀରୁ କାଠଯୋଡ଼ି ଓ ସେଥିରୁ ବାହାରି କୁଆଖାଇ ନଦୀ ପୁରୀ ଜିଲ୍ଲା ମଧ୍ୟରେ ପୁଃ ପୁଃ ବିଭକ୍ତ ହୋଇଥିଲା । ନଦୀ, ସମୁଦ୍ରର ଯେତେ ପାଖା ପାଖି ଆସିବ ବିଭାଜନ ସେତେ ବେଶୀ ହେବ । କୁଆଖାଇରୁ ପୁଣି ତିନୋଟି ମୁଖ୍ୟ ଶାଖାନଦୀ ବାହାରିଛି । ଯଥା: ଦୟା, ଭାର୍ଗବୀ ଓ କୁଶଭଦ୍ରା । ପ୍ରାଚୀ ମଧ୍ୟ ସେହିପରି ଗୋଟିଏ ଶାଖା ନଦୀ ଥିଲା ଯେଉଁଥିରୁ ଶିରା ପ୍ରଶିରା ବାହାରି ସମୁଦ୍ରରେ ମିଶିଥିଲେ । ସେଗୁଡ଼ିକରୁ ଏବେ ମଧ୍ୟ ଗୋଟିଏ, ଚନ୍ଦ୍ରଭାଗା ନାମରେ ଗତିହୀନ ସ୍ଥିତି ବଜାୟ ରଖିଛି । ଚନ୍ଦ୍ରଭାଗାର ପୂର୍ବର ନାମ ଚିତ୍ରୋତ୍‍ପଳା ଅଥବା ପ୍ରସିଦ୍ଧ ପରିବ୍ରାଜକ ହୁ-ଏନ୍‍-ସାଂଙ୍କ ମତରେ (୬୩୪-୬୪୯ ଖ୍ରୀ.ଅ.) ଚେଳିତାଳୋ । ହୁ-ଏନ୍‍-ସାଂଙ୍କ ବିବରଣୀ ଅନୁଯାୟୀ ଚେଳିତାଳୋ ଗୋଟିଏ ସମୃଦ୍ଧିଶାଳୀ ନଗର ଥିଲା ଏବଂ ସେଠାରେ ଗୋଟିଏ ବୌଦ୍ଧ ମଠ ମଧ୍ୟ ଥିଲା ।(୮୪) ପୁରୀ ଗେଜେଟିଅର୍‍ରୁ ଜଣାପଡୁଛି, ୧୧୯୬-୯୭ ଯାଏ ଅଞ୍ଚଳଟି ଲୁଣ-ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା । ମନମୋହନ ଗାଙ୍ଗୁଲିଙ୍କ ମତ ଚେଳିତାଳୋ ଏ ସ୍ଥାନ ନୁହେଁ, ଯଦିଓ ପ୍ରାଚୀ ଓ ତାହାର ଶାଖା, ଚନ୍ଦ୍ରଭାଗା ଦୁଇ ପଟେ ସମୃଦ୍ଧିଶାଳୀ ସହର ଓ ବିଶାଳ ମନ୍ଦିର ସବୁ ଗଢ଼ି ଉଠିଥିଲା ।(୮୫)

ଏ ଅଞ୍ଚଳରେ ବୌଦ୍ଧ ପ୍ରଭାବ ଉପରେ ଗାଙ୍ଗୁଲି ଓ ବିଶନ୍‍ ସ୍ୱରୂପ ଦୀର୍ଘ ଆଲୋଚନା କରିଛନ୍ତି । ବୁଦ୍ଧଙ୍କ ଦାନ୍ତ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପୁରୀରୁ ପାଟଳୀପୁତ୍ର ସ୍ଥାନାନ୍ତରିତ ହୁଏ ଏବଂ ୩୧୧ ଖ୍ରୀଷ୍ଟାବ୍ଦରେ ପୁଣି ଏଠାକୁ ଆଣି ଶେଷରେ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହୁଏ ।(୮୬)

କୃପାସିନ୍ଧୁ ମଧ୍ୟ ଦନ୍ତ ଉପାଖ୍ୟାନ ନେଇ ଦୀର୍ଘ ଆଲୋଚନା କରିଛନ୍ତି । କିନ୍ତୁ ତାଙ୍କ ପ୍ରତିପାଦ୍ୟ, ଦନ୍ତପୁର ଚିତ୍ରୋତ୍ପଳାର ପୂର୍ବତନ ନାମ ଏବଂ ତାହା ତୀରରେ ସମୃଦ୍ଧିଶାଳୀ ନଗରୀ ଓ ବନ୍ଦର ଥିଲା ।(୮୭)

ବିଷୟଟି ବିବଦମାନ ହେଲେ ମଧ୍ୟ କେତୋଟି ବିଷୟ ପରିଷ୍କାର ହେଉଛି । କୋଣାର୍କ ଅଞ୍ଚଳରେ ବନ୍ଦର ଥିଲା, ଏକ ସମୟରେ ବୌଦ୍ଧ ପ୍ରଭାବ ଥିଲା ଏବଂ ଅଞ୍ଚଳଟି ସମୃଦ୍ଧ ଥିଲା । ଏପରି ନୁହେଁ, ନରସିଂହଦେବ ହଠାତ୍‍ ଗୋଟିଏ ଜନମାନବଶୂ୍ୟ ସମୁଦ୍ରବେଳାରେ ବିଶାଳ ସୂର୍ଯ୍ୟ ମନ୍ଦିରଟିଏ ଗଢ଼ିଦେଲେ ।

କୋଣାର୍କ କ୍ଷେତ୍ରର ପ୍ରାଚୀନତ୍ୱ ପ୍ରମାଣ କରିବାକୁ ଯାଇ କରୁଣାସାଗର ଓ ଛ.C.ଏବବ୍ବତ୍ତବ ବହୁକଥା କହିଛନ୍ତି । ୧୨୬୦ ଠାରୁ ୧୨୭୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରଚିତ ହେମାଦି୍ରଙ୍କ "ଚତୁର୍ବର୍ଗ ଚିନ୍ତାମଣି'ରେ କୋଣାର୍କରେ ପାଳିତ ହେଉଥିବା ଅର୍କସପ୍ତମୀ ବ୍ରତ କଥା ଉଲ୍ଲେଖ କରି କହୁଛନ୍ତି, ନରସିଂହ ଦେବଙ୍କ ମନ୍ଦିର ନିର୍ମାଣ ହେବାର ବହୁ ପୂର୍ବେ କୋଣାର୍କର ସୌରପୂଜାର ପ୍ରସିଦ୍ଧି ଦୂର ଦୂରକୁ ବ୍ୟାପିଥିଲା । ନଚେତ୍‍ ନୂତନ ମନ୍ଦିର ଗଠିତ

ହେବାର ମାତ୍ର ୨୫ ବର୍ଷ ମଧ୍ୟରେ ଏହାର ପ୍ରସିଦ୍ଧି ଦେଶର ସୁଦୂର କୋଣରେ ପହଞ୍ଚù ପାରନ୍ତା ନାହିଁ (୮୮) । ହେମାଦି୍ର କେଉଁ ସ୍ଥାନର ଅଧିବାସୀ ଥିଲେ

୪୨ . ଅର୍କକ୍ଷେତ୍ର କୋଣାର୍କ