ନାମ ବିବାଦ ଗୋଟିଏ ବଡ଼ ବିବାଦ ନୁହେଁ । ସେ ସମୟରେ ରାଜା ମହାରାଜାମାନେ ନାନା ନାମଭୂଷଣରେ ଅଭିଷିକ୍ତ ହେଉଥିଲେ, ଯଥା- ଅନିୟଙ୍କ ଦେବ-ଅନଙ୍ଗଭୀମଦେବ, ଚୋଡ଼ଗଙ୍ଗ-ଚୋଳଗଙ୍ଗ । ନାମ ବିବାବକୁ ବାଦ ଦେଇ ଦେଖିବାକୁ ହେବ, ୮୫୦ ଖ୍ରୀଷ୍ଟାବ୍ଦରେ କେହି ସୂର୍ଯ୍ୟମନ୍ଦିର ଗଢ଼ିଥିଲେ କି ଏବଂ ସେ କିଏ ? ୮୫୦ ଖ୍ରୀଷ୍ଟାବ୍ଦ କଥା ଉଠୁଛି, କାରଣ ମୂଳ ବିବାଦର ସୂତ୍ରପାତ ଆବୁଲ୍ଫଜଲ ପ୍ରଣୀତ ଆଇନ୍-ଇ-ଆକବରୀରୁ , ଯାହାକୁ ବିଶନ୍ ସ୍ୱରୂପ ଗଣ୍ଠି କରି ଧରି ବସିଛନ୍ତି । ଆବୁଲଫଜଲ୍ଙ୍କ ଓଡ଼ିଶା ଆଗମନ ୧୫୮୦ ଏବଂ ସେ ୭୫୦ ବର୍ଷ ପୂର୍ବେ କୋଣାର୍କ ଗଢ଼ା ହୋଇଥିଲା ବୋଲି କହୁଛନ୍ତି । (ଲୋକ ମୁଖେ ଶ୍ରୁତ)
ଇଣ୍ଟେରନେଟ୍ରୁ ପ୍ରାପ୍ତ ଗୋଟିଏ ତଥ୍ୟ ଅନୁଯାୟୀ, ପୁରଞ୍ଜୟ କେଶରୀ ଉଦ୍ୟୋତ କେଶରୀଙ୍କ ପୌତ୍ର ଏବଂ କର୍ଣ୍ଣଦେବଙ୍କ ଭ୍ରାତା । ତାଙ୍କର ରାଜତ୍ୱକାଳ ସପ୍ତମ ଶତାବ୍ଦୀ, ନବମ ଶତାବ୍ଦୀ ନୁହେଁ, ଆବୁଲ୍ଫଜଲ କଥିତ ସମୟର ଅନ୍ତତଃ ଆହୁରି ଦେଢ଼ଶହ ବର୍ଷ ପୂର୍ବରୁ ।
ଅନ୍ୟ ଦିଗରୁ ଦେଖିଲେ ଚୋଡ଼ଗଙ୍ଗଦେବ ୧୧୧୨ ଖ୍ରୀଷ୍ଟାବ୍ଦରେ କର୍ଣ୍ଣଦେବଙ୍କ ଠାରୁ ରାଜ୍ୟ ଛଡ଼ାଇ ନେଇଥିଲେ । (ପୂର୍ବେ ଆଲୋଚିତ ହୋଇଛି ) ଯଦି ପୁରଞ୍ଜୟ ଅଥବା ପୁରନ୍ଦର କେଶରୀ ଏଇ କର୍ଣ୍ଣଦେବଙ୍କ ଭ୍ରାତା ହୋଇ ଥାଆନ୍ତି, ତେବେ ହୁଏତ ପୁରଞ୍ଜୟ/ପୁରନ୍ଦର ଓ କର୍ଣ୍ଣଦେବଙ୍କୁ ଆଗେଇ ଆସିବାକୁ ପଡ଼ିବ ଚୋଡ଼ଗଙ୍ଗଙ୍କ ସମୟକୁ ଅଥବା ସପ୍ତମ ଶତାବ୍ଦୀରେ କେଶରୀ ବଂଶର ଆଉ ଜଣେ ପୁରଞ୍ଜୟ ଖୋଜିବାକୁ ପଡ଼ିବ । ସମସ୍ତ ପ୍ରଶ୍ନର ସଦୁତ୍ତର ଏ ଯାଏ ମିଳିାହିଁ । କିନ୍ତୁ ଏତିକି ନିଶ୍ଚିତ ରୂପେ କୁହାଯାଇ ପାରିବ, ସେ ପୁରାତନ ମନ୍ଦିର ଦକ୍ଷିଣ-ପଶ୍ଚିମ କୋଣରେ ଥିବା ଛୋଟ ମନ୍ଦିରଟି, ଯାହାକୁ ଛାୟାଦେବୀ, ମାୟାଦେବୀ ଇତ୍ୟାଦି ନାମରେ ଭୂଷିତ କରାଯାଇଛି ଏବଂ ଏହା ସହିତ ନାଟମଣ୍ଡପର ସମ୍ପର୍କ କଷ୍ଟକଳ୍ପିତ ।
ଏହାପରେ ଆସିବା ଅନ୍ୟାନ୍ୟ ବିବାଦକୁ । ମନମୋହନ ଗାଙ୍ଗୁଲୀ ଏହାକୁ ଭୋଗମଣ୍ଡପ ଅଭିହିତ କରିଛନ୍ତି । କାରଣ ସେ ଧରି ନେଇଛନ୍ତି ପୁରୀ ଓ ଲିଙ୍ଗରାଜ ମନ୍ଦିର ଭଳି ଏଠାରେ ମଧ୍ୟ ଜଗମୋହନ ପରେ ଆଗେ ନାଟମଣ୍ଡପ ଓ ପରେ ଭୋଗମଣ୍ଡପ ଥିବା କଥାା ଏହା ଯେବେ ନାଟମଣ୍ଡପ ହେବ, ତାହା ଆଗକୁ ଭୋଗମଣ୍ଡପ ପାଇଁ ଆଉ ସ୍ଥାନ ନାହିଁ (ବେଢ଼ା ଠାରୁ ମାତ୍ର ୮୫ ଫୁଟ ଦୂର, ଚିତ୍ର ନଂ.୮, ପୃଷ୍ଠା-୧୦୬ ଦେଖନ୍ତୁ) । ତାଙ୍କ ମତାନୁସାରେ ଯଦି ଏହା ଭୋଗମଣ୍ଡପ, ନାଟମଣ୍ଡପ ଗଢ଼ିବାକୁ ମାତ୍ର ୪୦ ଫୁଟ ସ୍ଥାନ ପଛରେ ରହିଛି, ଯାହା ଏ ବିଶାଳ ମନ୍ଦିରକୁ ସାଜିଲା ଭଳି ନୁହେଁ । ଅବଶ୍ୟ ଯେବେ ପ୍ରସିଦ୍ଧ ସପ୍ତାଶ୍ୱ ଓ ତତ୍ସଂଲଗ୍ନ ସୋପାନ ଭଙ୍ଗାଯାଏ, ଅନ୍ୟ କଥା । ଏପରି ବାତୁଳ ପରିକଳ୍ପା ଅନ୍ତତଃ କୋଣାର୍କ ସ୍ଥପତି କରି ପାରି ନଥିବେ ।
କୃପାସିନ୍ଧୁ ଏହାକୁ ସ୍ୱାଭାବିକ ଭାବେ ନାଟମଣ୍ଡପ କହିଛନ୍ତି କାରଣ ଏହାର କାନ୍ଥବାଡ଼ ସର୍ବତ୍ର ନର୍ତ୍ତକ ନର୍ତ୍ତକୀ ମୂର୍ତ୍ତିି ଯାହାର ପ୍ରୟୋଜନୀୟତା ନାହିଁ ଭୋଗମଣ୍ଡପରେ ।
ଦେବଳା ମିତ୍ର ଏହାକୁ ଭୋଗମଣ୍ଡପ ଅଭିହିତ କରିଛନ୍ତି ଦୁଇଟି କାରଣରୁ । ଗୋଟିଏ କାରଣ ଏହାର ଦକ୍ଷିଣରେ ଅଛି ରନ୍ଧନଶାଳା ।(୧୦୮) ଦ୍ୱିତୀୟ କାରଣ ଏହା ଭିତରେ ଥିବା ମୋଟ ମୋଟ ଖମ୍ବ ଲିଙ୍ଗରାଜ ଭୋଗମଣ୍ଡପ ଭଳି ଏବଂ ସ୍ୱଳ୍ପ ସ୍ଥାନ, ଭୋଗ ରଖିବାପାଇଁ ଉପଯୁକ୍ତ । ଦେବଳା ମିତ୍ର କିନ୍ତୁ ଏତେ ନାଟ୍ୟଗୀତର ଆୟୋଜନ କଥା ସମ୍ପୂର୍ଣ୍ଣ ଅଣଦେଖା କରିଯାଇଛନ୍ତି ଏବଂ ଭୋଗ ଥିବା ସ୍ଥାନ ଚାରିପଟ ଏତେ ଖୋଲା କାହିଁକି ସେ କଥା ଆଲୋଚନା କରି ନାହାନ୍ତି ।
ଦେବଳା ମିତ୍ର ଯେଉଁ ଯୁକ୍ତିଟି ବାଢ଼ିଛନ୍ତି ଭୋଗମଣ୍ଡପ ସପକ୍ଷରେ, ତାହା ମଧ୍ୟ ବିପକ୍ଷରେ ଯାଉଛି । ୮ ନମ୍ବର ରେଖାଚିତ୍ର ଦେଖନ୍ତୁ । ରନ୍ଧନଶାଳା ନାଟମଣ୍ଡପ ଠାରୁ ୧୨୦ ଫୁଟ ଦୂରରେ ଅବସ୍ଥିତ । ମଣ୍ଡପଟି ଯେବେ ଭୋଗମଣ୍ଡପ ରୂପେ କଳ୍ପିତ ହୋଇଥାଆନ୍ତା, ରନ୍ଧନଶାଳା ଏତେ ଦୂରରେ ଗଢ଼ିବାର ପ୍ରୟୋଜନ ହୁଅନ୍ତା ନାହିଁ ।
କରୁଣାସାଗର ତାଙ୍କର ଚିରାଚରିତ ଗଭୀର ଅନୁସନ୍ଧାନର ଫଳ ସ୍ୱରୂପ କେତୋଟି ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିଛନ୍ତି ।(୧୦୯) ଭୋଗମଣ୍ଡପର କଳ୍ପା ବହୁ ପଛେ ଆସିଛି । ଜଗନ୍ନାଥ ମନ୍ଦିରର ଭୋଗମଣ୍ଡପ ବହୁ ବର୍ଷ ପରେ ସୂର୍ଯ୍ୟବଂଶୀ ରାଜା ପୁରୁଷୋତ୍ତମ ଦେବଙ୍କ ଦ୍ୱାରା ଗଠିତ ହେଲା । ନରସିଂହଦେବଙ୍କ ସମୟରେ ମନ୍ଦିରରେ ନର୍ତ୍ତକୀ ଥିବାର ପ୍ରଥା ଥିଲା । ସୀମାଚଳମ୍ରେ ତାଙ୍କ ଆଦେଶରେ ଯେଉଁ ବରାହ ମନ୍ଦିରର ପୁର୍ନିର୍ମାଣ ହୋଇଥିଲା ସେଠାକାର ଶିଳାଲିପି ଅନୁଯାୟୀ ସେଥିରେ ନାଟମଣ୍ଡପ କଥା ଲିଖିତ ଅଛି । ଭବିଷ୍ୟ ପୁରାଣରେ ଲିଖିତ ଅଛି, ଯେଉଁ ରାଜା ସୂର୍ଯ୍ୟ ମନ୍ଦିରରେ ନାଟମଣ୍ଡପ (ପ୍ରେକ୍ଷାନକ) ଗଢ଼ିଦିଏ, ସେ ରାଜସୂୟ ଯଜ୍ଞର ପୂଣ୍ୟ ଅର୍ଜ କରେ ।
ଓଡ଼ିଶାରେ ଗଙ୍ଗବଂଶର ସ୍ଥାପୟିତା ଚୋଡ଼ଗଙ୍ଗଦେବ ପୁରୀ ମନ୍ଦିରରେ ମାହାରୀ ପ୍ରଥା ପ୍ରଚଳନ କରିଥିଲେ । କାରଣ ସେ ପ୍ରଥା ସେ ଦକ୍ଷିଣରୁ ଆଣିଥିଲେ । "କୃତ୍ୱା ପ୍ରେକ୍ଷାନକମ୍ ଭାନୋପିବ୍ୟମ୍ ଅୟୋତନ ସୁଭମ୍" ଇତ୍ୟାଦି ।
ନରସିଂହଦେବ ସୀମାଚଳ ମନ୍ଦିରରେ ୧୦୦ ନର୍ତ୍ତକୀ ନିୟୋଜିତ କରିଥିଲେ । ନାଟ୍ୟଶାସ୍ତ୍ର ଅନୁଯାୟୀ ଖମ୍ବ ଚାରିଟି ବ୍ରାହ୍ମଣ, କ୍ଷତି୍ରୟ, ବୈଶ୍ୟ ଓ ଶୂଦ୍ରଙ୍କ ପ୍ରତୀକ । ଦେବଳା ମିତ୍ର ଯେଉଁ ସ୍ୱଳ୍ପାୟତନ ସ୍ଥାନକୁ ଭୋଗ ସାମଗ୍ରୀ ରଖିବାର ଉପଯୁକ୍ତ ଭାବିଛନ୍ତି କରୁଣାସାଗର ତାହାର ଓଲଟାଟା କହୁଛନ୍ତି । ଭରତଙ୍କ ନାଟ୍ୟଶାସ୍ତ୍ର ଅନୁଯାୟୀ ସ୍ୱଳ୍ପାୟତନ ରଙ୍ଗାଳୟ କଥା ଲିଖିତ ଅଛି, କାରଣ ଶ୍ରୋତା/ଦର୍ଶକ ନୃତ୍ୟ ଗୀତର ସୂକ୍ଷ୍ମ
କାର୍ଯ୍ୟ ଅନୁଭବ କରିପାରିବେ । ଏ ମଣ୍ଡପର ଚାରିପଟ ଦେବାଲ ଖୋଲା ଥିଲେ ମଧ୍ୟ ଉତ୍ତର ଦିଗରେ ସୋପାନ ଉପର ମୁଣ୍ଡି ଛଡ଼ା ବାକି ସ୍ଥାନ ବନ୍ଦ
୪୬ . ଅର୍କକ୍ଷେତ୍ର କୋଣାର୍କ