ପୃଷ୍ଠା:Arkakshetra konark.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏତିକି କୁହାଯାଇପାରେ (କ) ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମୂର୍ତ୍ତିିର କଳ୍ପା ଅନ୍ୟ କୌଣସି ମନ୍ଦିରରେ ନାହିଁ (ଖ) ଜଗନ୍ନାଥ ମୂର୍ତ୍ତିିର ପରିକଳ୍ପା ଶବରମାନଙ୍କ ସହିତ ସଂଯୁକ୍ତ ଯେଉଁମାନଙ୍କର ସମସ୍ତ ନିର୍ମାଣ କାଠରେ (ଗ) ଓଡ଼ିଶା ଓ ଓଡ଼ିଶା ବାହାରେ କୌଣସି ସୂର୍ଯ୍ୟ ମୂର୍ତ୍ତିି କାଠରେ ତିଆରି ନୁହେଁ, ଏପରିକି (ଘ) କୋଣାର୍କର ପାର୍ଶ୍ୱଦେବତାମାନେ ମଧ୍ୟ ପଥରରେ ତିଆରି ଏବଂ (ଙ) ପୁରାତନ ସୂର୍ଯ୍ୟମନ୍ଦିରର ପାର୍ଶ୍ୱଦେବତାମାନେ (ରାମଚଣ୍ଡୀ, ଛାୟାଦେବୀ ଇତ୍ୟାଦି) ସୂର୍ଯ୍ୟ ବିଗ୍ରହ । ବଡ଼ ମନ୍ଦିରରେ ହଠାତ୍‍ କାଠକୁ ଚାଲିଯିବାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ । ଏ ମତଟି ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ ।

ଶୂନ୍ୟରେ ଭାସମାନ ସୂର୍ଯ୍ୟ ଥାଳି ସମ୍ବନ୍ଧରେ କରୁଣାସାଗର କହିଛନ୍ତି; ଏପରି ଗୋଟିଏ କୌଶଳ ହିନ୍ଦୁମାନଙ୍କୁ ଜଣାଥିବା କଥା ଐତିହାସିକ ଏଲ୍‍କାଜଓ୍ୱାନୀ କହିଛନ୍ତି, ମହମୁଦ୍‍ ଦ୍ୱାରା ୧୦୨୬ ଖ୍ରୀଷ୍ଟାବ୍ଦରେ ପ୍ରସିଦ୍ଧ ସୋମନାଥ ମନ୍ଦିର ଆକ୍ରମଣ ପ୍ରସଙ୍ଗରେ । ସେ କିନ୍ତୁ ବିଶ୍ୱାସ କରୁାହାନ୍ତି, କୋଣାର୍କରେ ସେପରି କିଛି ଥିଲା ବୋଲି । ଯେଉଁ ବିଜ୍ଞାନ (ଅଥବା ମ୍ୟାଜିକ୍‍) ପଶ୍ଚିମ ପ୍ରାନ୍ତରେ ଆରବ ମହାସାଗର ତୀରରେ ଥିଲା, ଦୁଇ ଶହ ବର୍ଷ ପରେ ତାହା ପୂର୍ବ ପ୍ରାନ୍ତର ବଙ୍ଗୋପସାଗର ତୀରରେ ରହିବାରେ ବାଧା କେଉଁଠି ? ବିଶେଷକରି ଯେତେବେଳେ ଓଡ଼ିଶାରେ ମଧ୍ୟ ସାମୁଦି୍ରକ ବାଣିଜ୍ୟ ଥିଲା । ଏ ଲେଖକ ଅଳ୍ପଦି ତଳେ ନବଗଠିତ ସୋମନାଥ ମନ୍ଦିର ଦେଖି ଆସିଛି । ସେଠାରେ ପେଣ୍ଡାଲ୍‍ ଉପରେ ଗୋଟିଏ ଲିଙ୍ଗ ଅଛି ଏବଂ ପେଣ୍ଡାଲ୍‍ ଆଗକୁ ଥିବା ନିମ୍ନ ସ୍ଥାନରେ ଦକ୍ଷିଣା ଦେଇ ଗୋଟିଏ ପାତ୍ରରେ ପାଣି ଢ଼ାଳିଲେ ଲିଙ୍ଗ ମୁଣ୍ଡରେ ପାଣି ପଡ଼ୁଛି । ସେଠାରେ କି ମ୍ୟାଜିକ୍‍ କାମ କରୁଛି ଦିନେ ହୁଏତ ଉଦ୍‍ଘାଟିତ ହେବ । କିନ୍ତୁ ପାଣି କେବେହେଲେ ଉପରକୁ ଉଠେନାହିଁ ଏବଂ ଦେବତା ତାଙ୍କର ଐହିକ ଶକ୍ତି ପ୍ରଦର୍ଶ କରି ଦକ୍ଷିଣା ଆଦାୟ କରିବାକୁ ବସି ରହି ନାହାନ୍ତି । ଏ ଥିଓରୀର ମୂଳ ବାଧକ କିନ୍ତୁ ଅନ୍ୟତ୍ର । ବୈଦିକ ଯୁଗରେ ହୁଏତ ମୂର୍ତ୍ତିି ପୂଜାର ପ୍ରଚଳନ ନଥିଲା ଏବଂ ପୂର୍ବଜମାନେ ଅଗ୍ନି ଗୋଲକ ଭଳି ଝଟକୁଥିବା ବସ୍ତୁ ପୂଜା କରୁଥିଲେ । କିନ୍ତୁ ତାହାର ବହୁ ପରବର୍ତ୍ତୀ କାଳରେ ମୂର୍ତ୍ତିି ପୂଜାର ପ୍ରଚଳନ ପରେ ହଠାତ୍‍ ବୈଦିକ ପ୍ରଥାକୁ (ପ୍ରମାଣ ସାପେକ୍ଷ) ଫେରିଯିବା ବିଶ୍ୱସନୀୟ ନୁହେଁ ।

ଶତ୍ରୁ ଆକ୍ରମଣ ଭୟରେ ମୂର୍ତ୍ତିି ଅପସାରଣ ଗୋଟିଏ ବିଶ୍ୱାସଯୋଗ୍ୟ ସତ୍ୟ । ଏହାକୁ ଅବିଶ୍ୱାସ କରିବାର କାରଣ ନାହିଁ । ଐତିହାସିକମାନେ ଯେବେ ଚାକ୍ଷୁସ ପ୍ରମାଣ ଖୋଜୁଥିବେ ତାହା ମିଳିବା କେବେ ମଧ୍ୟ ସମ୍ଭବ ହେବ ନାହିଁ ଏବଂ ପ୍ରତ୍ୟକ୍ଷ ପ୍ରମାଣରେ ମଧ୍ୟ ଗଣ୍ଡଗୋଳ ଥାଏ । ପାରିପାର୍ଶ୍ୱିକ ପ୍ରମାଣ (Circumstancial evidence) ଯେତେବେଳେ ନ୍ୟାୟାଳୟ ମଧ୍ୟ ଗ୍ରହଣ କରୁଛି, ସବୁ ବିଷୟରେ ଚାକ୍ଷୁସ ପ୍ରମାଣ ଖୋଜିବା ବାତୁଳତା ।

କରୁଣାସାଗର Vol.IIþ ୨୧୨ ପୃଷ୍ଠା ଦ୍ୱିତୀୟ ଅନୁଚ୍ଛେଦ ଶେଷରେ କହିଛନ୍ତି, "Tradition relates that the presiding deity was removed to Puri. There is no direct evidence to confirm or reject the view." ଏହା ଗୋଟିଏ "view" ମାତ୍ର ନୁହେଁ, ମାଦଳା ପାଞ୍ଜିରେ ଲିଖିତ ତଥ୍ୟ । ତଥ୍ୟ ଅପ୍ରମାଣ କରା ଯାଇପାରେ କିନ୍ତୁ "view" ମାତ୍ର କହି ଏଡେ଼ଇ ଦିଆଯାଇ ପାରୋହିଁ ।

ଉପରୋକ୍ତ ମନ୍ତବ୍ୟ ରଖିବା ପରେ, ୨୧୩ ଠାରୁ ୨୧୫ ପୃଷ୍ଠା ମଧ୍ୟରେ ପୁଣି ପ୍ରସଙ୍ଗଟି ଉତ୍‍ଥାପନ କରି କରୁଣାସାଗର ଗୋଟିଏ ଜ୍ଞାନଦୀପ୍ତ ଆଲୋଚନା ଉପସ୍ଥାପନ କରିଛନ୍ତି । ପୁରୀ ମନ୍ଦିରରେ ରକ୍ଷିତ ଗୋଟିଏ ଛୋଟ ବିଗ୍ରହରେ ସେ ସୂର୍ଯ୍ୟ ବିଗ୍ରହର ଶାସ୍ତ୍ରୋକ୍ତ ଲକ୍ଷଣ ସବୁ ଦେଖିବାକୁ ପାଇଛନ୍ତି । ଏ ବିଗ୍ରହଟିକୁ ବିଶନ୍‍ ସ୍ୱରୂପ ଓ ମନମୋହନ ଗାଙ୍ଗୁଲୀ ବୁଦ୍ଧ ମୂର୍ତ୍ତିି ରୂପେ ଚିହ୍ନିତ କରିଛନ୍ତି । ପଣ୍ଡିତ କୃପାସିନ୍ଧୁ ମିଶ୍ର ଏହାକୁ ଇନ୍ଦ୍ରଙ୍କ ବିଗ୍ରହ ରୂପେ ଚିହ୍ନିତ କରିଛନ୍ତି । କରୁଣାସାଗର ଏ ସମସ୍ତ ମତ ଶାଣିତ ଯୁକ୍ତି ଦ୍ୱାରା ଅପ୍ରମାଣ କରିଛନ୍ତି ଏବଂ ସୂର୍ଯ୍ୟ ମୂର୍ତ୍ତିିର ସମସ୍ତ ଚିହ୍ନ ଦେଖିବା ସତ୍ତ୍ୱେ ଶେଷରେ କହୁଛନ୍ତି, "However for the correct indentification of this image, we have to wait for the removal of the crude wall from its front."

ବିଶନ୍‍ ସ୍ୱରୂପ ଯିଏ ବି୍ରଟିଶ୍‍ ଯୁଗର ପ୍ରଥମ କୋଣାର୍କ ସଂରକ୍ଷଣ ସହିତ ସଂପୃକ୍ତ ଥିଲେ, ସେ ଏହାର ଗୋଡ଼ି ମାଟିରେ ମଧ୍ୟ ବୌଦ୍ଧ ପ୍ରଭାବ ଦେଖୁଥିଲେ । ଯଦିଓ ତାଙ୍କର ମତ କୃପାସିନ୍ଧୁଙ୍କଠାରୁ କରୁଣାସାଗର ଯାଏ ବହୁ ପଣ୍ଡିତ ଅପ୍ରମାଣିତ କରିଛନ୍ତି, ବିଶନ୍‍ ସ୍ୱରୂପ ପ୍ରାସଙ୍ଗିକ ଏଇଥିପାଇଁ, ସେ ବହୁକିଛି ଦେଖିଛନ୍ତି ଏବଂ ଗାଙ୍ଗୁଲୀଙ୍କ ଭଳି ମାପି ପକାଇଛନ୍ତି । ବିଶନ୍‍ ସ୍ୱରୂପ କହିଛନ୍ତି, "The pedestal of the statue will, it appears from what little measurement could be taken, fit on the upper simhasana in the Black Pagoda."(୧୧୨)

କୋଣାର୍କ ଗର୍ଭଗୃହ ମଧ୍ୟରେ ବିଶାଳ ରତ୍ନସିଂହାସନ ଉପରେ ଥିବା କ୍ଷୁଦ୍ର ଆସନ ଆଜି ମଧ୍ୟ ଯିଏ ଦେଖିବ ସିଏ ବିଶ୍ୱାସ କରିବ ଯେ ବିଶାଳ ମନ୍ଦିର ତୁଳନାରେ ଦେବ ମୂର୍ତ୍ତିିଟି ଥିଲା ଅତି କ୍ଷୁଦ୍ର । ହୁଏତ ପୁରାତନ ସୂର୍ଯ୍ୟ ମନ୍ଦିର ମଧ୍ୟରୁ ଅଣାଯାଇଥିବା ମୂର୍ତ୍ତିିଟି ସେ ମନ୍ଦିର ଆକାର ସହିତ ସମତା ରଖିଥିଲା ।

ବର୍ତ୍ତମାନ ପ୍ରୟୋଜନ, ଜଗନ୍ନାଥ ମନ୍ଦିରର ପରିଚାଳକବୃନ୍ଦ ସଂସ୍କାର ଭୁଲି, ବିଶେଷଜ୍ଞମାନଙ୍କ ଦ୍ୱାରା କଥିତ ମୂର୍ତ୍ତିିଟିର ପୂର୍ଣ୍ଣ ମାପଚୁପ ଏବଂ ପ୍ରତ୍ନତାତ୍ତ୍ୱିକ ବିଶ୍ଳେଷଣ କରାନ୍ତୁ । ଯେବେ ଏହା ପ୍ରମାଣ ହୁଏ, କୋଣାର୍କ ଗର୍ଭଗୃହରେ ଥିବା ପୀଠ ସହିତ ଏ ମୂର୍ତ୍ତିିର ପୀଠ ମିଳି ଯାଉଛି, ଏହା ଜାତି ଓ ଦେଶ ପାଇଁ ଗର୍ବର ବିଷୟ ହେବ । କୋଣାର୍କର ରେଖ-ଦେଉଳ ହୁଏତ ପୁର୍ନିର୍ମିତ ହୋଇ ପାରିବ ନାହିଁ, କିନ୍ତୁ ନୂତନ କୋଣାର୍କ ମନ୍ଦିର ଗଢ଼ିବା ସମ୍ପୂର୍ଣ୍ଣ ସମ୍ଭବ ଏବଂ ସେ ଚେଷ୍ଟା ଚାଲିଛି ମଧ୍ୟ । ନବ ଆବିଷ୍କୃତ ସୂର୍ଯ୍ୟ ମୂର୍ତ୍ତିି ହୁଏତ ସେ ମନ୍ଦିର ଅଳଂକୃତ କରିବ । ଜଗନ୍ନାଥ ମନ୍ଦିରର କଳହରତ

ସେବକବୃନ୍ଦ ଓ ପରିଚାଳକମାନେ ଏ ଆବେଦନ ଶୁଣିବେ କି ?

୪୮ . ଅର୍କକ୍ଷେତ୍ର କୋଣାର୍କ