ପୃଷ୍ଠା:Arkakshetra konark.pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଇନ୍‍-ଇ-ଆକବରୀ ନରସିଂହ ଦେବଙ୍କୁ ବିରାଟ ଦାନବୀର ପ୍ରମାଣ କରିବାକୁ ଯାଇ ଗୋଟିଏ "ମିଥ୍‍' ସୃଷ୍ଟି କରିଛନ୍ତି । ତାଙ୍କ ମତରେ ମନ୍ଦିରଟି ଗଢ଼ିବାକୁ ୧୨ ବର୍ଷ ଲାଗି ଥିଲା ଏବଂ ୧୨ ବର୍ଷର ରାଜସ୍ୱ ବ୍ୟୟ ହୋଇଥିଲା । ବାର ବର୍ଷ ଶାସନ କାର୍ଯ୍ୟ ଚାଲୁଥିଲା କିପରି ? ଦୃଶ୍ୟତଃ ଅତିକଥନ । କୋଣାର୍କ ପ୍ରକଳ୍ପର ଆକଳିତ ଖର୍ଚ୍ଚ ଥିଲା କୃପାସିନ୍ଧୁଙ୍କ ମତେ ୨୨ କୋଟି ୭୫ ଲକ୍ଷ ଟଙ୍କା ଏବଂ ଗାଙ୍ଗୁଲୀଙ୍କ ମତେ ୩ କୋଟି ଟଙ୍କା (ପୃ-୪୮୩) । ପ୍ରଥମ ଥୋକ ଟଙ୍କା ଆସେ ଯୁବରାଜ ନରସିଂହ ଦେବଙ୍କର ଦାକ୍ଷିଣାତ୍ୟ ଅଭିଯାନରୁ ଏବଂ ପରବର୍ତ୍ତୀ ପ୍ରତିଟି ଅଭିଯାନରୁ ମଧ୍ୟ ଅର୍ଥ ଆସେ କୋଣାର୍କ ମନ୍ଦିର ପ୍ରକଳ୍ପ ପାଇଁ ।(୧୨୦) ଦାନ ଧ୍ୟାନ ଛଡ଼ା ଜଣେ ସୁଶାସକ ଓ ଚାରୁକଳାର ପୃଷ୍ଠପୋଷକ ରୂପେ ତାଙ୍କର ଖ୍ୟାତି ଥିଲା ଭାରତବ୍ୟାପୀ ।(୧୨୧)

[[ଫାଇଲ:|423px|page=50]]
ଫଟୋ-୪: ନରସିଂହଦେବଙ୍କ ତୀରଚାଳନା (ପ୍ରସ୍ତରଭେଦ)

ସେ ଯୁଗରେ ରାଜାମାନେ ଏକାଧିକ ବିବାହ କରୁଥିଲେ । ଅନେକେ ଭାବି ଥାଆନ୍ତି ଏହା ସେମାନଙ୍କର ବିଳାସୀ ତଥା ଉଚ୍ଛୃଙ୍ଖଳ ଜୀବନ ଯାପନର ଅଙ୍ଗ । ରାଜା ମହାରାଜାମାନେ ଅବଶ୍ୟ ବିଳାସୀ ଏବଂ ଅନେକ ସମୟରେ ଉଚ୍ଛୃଙ୍ଖଳ ହେଉଥିଲେ କିନ୍ତୁ ବହୁ ବିବାହ ମୂଳତଃ ରାଜନୈତିକ ପ୍ରୟୋଜନରୁ ହେଉଥିଲା ଏବଂ କନ୍ୟା ଚୟ ହେଉଥିଲା ଅନ୍ୟ ଦେଶରୁ । ନରସିଂହ ଦେବଙ୍କର ଦାକ୍ଷିଣାତ୍ୟରେ ୧୨ ବର୍ଷ ଯୁଦ୍ଧ ସୁବିଦିତ । ମାଦଳା ପାଞ୍ଜି ଓ ବାୟାଚକଡ଼ାରୁ ମିଳୁଛି ନରସିଂହଦେବ ପାଣ୍ଡ୍ୟା ରାଜକନ୍ୟାକୁ ବିବାହ କରିଥିଲୋ(୧୨୦) କିନ୍ତୁ ସେ ରାଣୀଙ୍କର ନାମ ମିଳୁ ।ହିଁ ।

ଅନନ୍ତ ବାସୁଦେବ ମନ୍ଦିରର ଶିଳାଲେଖରୁ ମିଳୁଛି, ନରସିଂହଦେବ ମାଲଓ୍ୱା ରାଜାଙ୍କ କନ୍ୟା ସୀତା ଦେବୀଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଶ୍ୱଶୁର ବଂଶର (ହାହିହ୍ୟାବଂଶ) କୌଣସି ଏକ ପରମରାଦିଦେବ ନରସିଂହଦେବଙ୍କ ପାଇଁ ଯୁଦ୍ଧରେ ପ୍ରାଣ ଦେଇଥିଲେ । ପୁତ୍ର ପ୍ରଥମ ଭାନୁଦେବଙ୍କ ପାଇଁ ମଧ୍ୟ କନ୍ୟା ଚୟ କରିଥିଲେ ଚାଲୁକ୍ୟ ବଂଶରୁ ।(୧୨୧) ଦେଖାଯାଉଛି ପଶ୍ଚିମ ସୀମାରେ ମଧ୍ୟ ବନ୍ଧୁ ଚୟ କରିବାର ପ୍ରୟୋଜନ ବୋଧ କରିଥିଲେ ନରସିଂହ ଦେବ । ମାଲଓ୍ୱା ଅଞ୍ଚଳଟି ଓଡ଼ିଶା ଓ ମହାରାଷ୍ଟ୍ର ମଧ୍ୟସ୍ଥ ମଧ୍ୟପ୍ରଦେଶ ମଧ୍ୟରେ ଏବଂ ଇତିହାସ ପ୍ରସିଦ୍ଧ ଅହଲ୍ୟାବାC ସେଇ ବଂଶର ରାଣୀ ଥିଲେ । ଇତିହାସ କିନ୍ତୁ କହୁାହିଁ, ପଶ୍ଚିମ ପ୍ରାନ୍ତରେ ନରସିଂହଦେବ କୌଣସି ଯୁଦ୍ଧ ସାମ୍ମୁଖ୍ୟ ଖୋଲିଥିଲେ । ତେବେ ପରମରାଦିଦେବ କେଉଁ ଯୁଦ୍ଧରେ ପ୍ରାଣ ଦେଲେ ? ହୁଏତ ଏ ବିବାହ ବନ୍ଧନ, ମହାଭାରତୀୟ ରାଜ୍ୟ ବିସ୍ତାର ଯୋଜନାର ଅଙ୍ଗ ଥିଲା । ବିଷୟଟି ଆଗକୁ ଆଲୋଚିତ ହେବ ।

ନରସିଂହ ଦେବଙ୍କର ଗୋଟିଏ କାଶ୍ମୀରୀ ସ୍ତ୍ରୀ ଥିଲେ, ଏହା କହିଛନ୍ତି ନୀଳକଣ୍ଠ

୫୦ . ଅର୍କକ୍ଷେତ୍ର କୋଣାର୍କ