ପୃଷ୍ଠା:Arkakshetra konark.pdf/୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ନିଅଁ ଖୋଳା :

ଓଡ଼ିଶାର ଦେଉଳଗୁଡ଼ିକର ନିଅଁ ସାଧାରଣ ଘର ଭଳି ହୁଏ ନାହିଁ କାରଣ ଏହାର ବାଡ଼ ମେଜିଆ ସବୁ ମିଶି ପୋତା ( Plinth ) କୋଣାର୍କରେ ପୁଣି ଏହା ସହିତ ତଳପୃଷ୍ଠ, ଖୁରପୃଷ୍ଠ ଏବଂ ତଳପୃଷ୍ଠ ତଳେ "ଉପନ' ମିଶିଛି, ଯାହାର ମିଳିତ ଉଚ୍ଚତା ୧୬'-୬ । ଏ ସମସ୍ତ ତଳେ ଆହୁରି ନିଦା ପଥର ଅଛି ଯାହା ଭୂମି ତଳକୁ ଯାଇଛି । କେତେ ତଳକୁ ଯାଇଛି ସେ ପ୍ଳିନ୍ଥ ?

ଶିଳ୍ପ ଶାସ୍ତ୍ରମତେ ଦେଉଳର ଏକ ତୃତୀୟାଂଶ ମାଟି ତଳକୁ ପୋତାରେ ଯାଏ ।(୧୨୯) ଯେବେ ବିମାନର ଉଚ୍ଚତା ୨୨୮ଫୁଟ ଥାଏ (୧୩୦) ୭୬ ଫୁଟ୍‍ ମାଟି ତଳକୁ ଯାଇଛି । କୋଣାର୍କ ଭଳି ବାଲିଆ ଜାଗାରେ ଏହା ସମ୍ଭବ କି ? ଚାରି ଛଅ ଫୁଟ୍‍ ଖୋଳିଲା ବେଳକୁ ଚାରି ପଟରୁ ବାଲି ଧସି ଆସିବ । ଏହାଛଡ଼ା ପାଣି ମଧ୍ୟ ଭରିଯିବ ସମୁଦ୍ର ସହିତ ସମତା ରଖିବାକୁ । ମନମୋହନ ଗାଙ୍ଗୁଲୀ; କଶ୍ୟପ ପୁରାଣ ଓ ମତ୍ସ୍ୟପୁରାଣକୁ ନିର୍ଭର କରି ମୃତ୍ତିକା ପରୀକ୍ଷା (soil testing) କରିବାର ଗୋଟିଏ ପ୍ରକ୍ରିୟା କହିଛନ୍ତି ।(୧୩୧) ଗୋଲାକାର ଗର୍ତ୍ତଟିଏ ହାତେ ଗଭୀର ଖୋଳି ସେ ମାଟି ପୁଣି ଗାତରେ ଭରି ଦିଆଯିବ, ସେ ମାଟି ଗାତରୁ ଉଛୁଳି ପଡ଼ିବ ଅଥବା ସମତୁଲ ହେବ ଅଥବା ଭରିବ ନାହିଁ ।

ନିର୍ଣ୍ଣୟ :
ଉଛୁଳି ପଡ଼ିଲେ - ଭଲ
ସମତୁଲ ହେଲେ - ଚଳିବ
ପୂରା ନ ଭରିଲେ - ଖରାପ

ଏ ପ୍ରକ୍ରିୟା ଚାଲିବ ଯେତେବେଳ ଯାଏ ସହନଶୀଳ ଭୂମିତଳ ନ ମିଳିଛି । ଏହା ମଧ୍ୟ କୋଣାର୍କରେ କିଭଳି ହୋଇ ପାରିବ ସାଧାରଣ ବୁଦ୍ଧି ବହିର୍ଭୂତ । ତେବେ କୋଣାର୍କ ସ୍ଥପତି ସାଧାରଣ ଲୋକ ନଥିଲେ ।

ଜଣେ ଆଧୁିକ ପ୍ରଯୁକ୍ତିବିତ୍‍ ଲେଖକଙ୍କ ସହିତ ଏ ବିଷୟ ଆଲୋଚନା ପ୍ରସଙ୍ଗରେ ଆଧୁିକ ପାଇଲିଂ କଥା କହିଥିଲେ । ସେ ତାଙ୍କର ୟୁରୋପ ଭ୍ରମଣ ଅବସରରେ ଭେିସ୍‍ ସହର ଦେଖିଥିଲେ, ଯେଉଁଠାରେ ଘରଦ୍ୱାର ସବୁ ଜଳ ମଧ୍ୟରେ, ସେଠାରେ ବହୁ କାଳରୁ ପାଇଲିଂ ଦ୍ୱାରା ବଡ଼ ବଡ଼ ଇମାରତ୍‍ ତୋଳା ହୋଇଥିବାର ପ୍ରମାଣ ପାଇଛନ୍ତି । ପ୍ରକି୍ରୟାଟିରେ ୩/୪ ଫୁଟ୍‍ ଛାଡ଼ି ଛାଡ଼ି ୪୦/୫୦ ଫୁଟ୍‍ ଲମ୍ବ କାଠ ବହ୍ଲା ପିଟି ପିଟି ମାଟି ତଳକୁ ପୋତି ଦିଆଯାଏ ଏବଂ ତାହା ଉପରେ କଂକ୍ରିଟ୍‍ ସ୍ଲାବ୍‍ ଢଳେଇ କରି ବହୁତଳ ପ୍ରାସାଦ ତିଆରି କରାଯାଏ । ସେ ଯୁଗରେ ସିମେଣ୍ଟ୍‍ କଂକ୍ରିଟ୍‍ ନଥିଲା, ଚୂ ଗୋଡ଼ି ମିଶା କଂକ୍ରିଟ୍‍ ଢ଼ଳା ହେଉଥିଲା । କୋଣାର୍କ ସ୍ଥପତିଙ୍କୁ ପାଇଲିଂ ଭଳି ଗୋଟିଏ ସହଜ ପ୍ରକ୍ରିୟା ଜଣା ନଥିବାର କାରଣ ନାହିଁ । ପ୍ରାୟ ଶହେ ବର୍ଷ ପୂର୍ବେ ସେଇ ସମୁଦ୍ର କୂଳରେ ପୁରୀ ମନ୍ଦିର ଗଢ଼ିବାର ଅଭିଜ୍ଞତା ତାଙ୍କର ଥିଲା । ୟୁରୋପୀୟମାନେ ଯେହେତୁ ଶହ ଶହ ବର୍ଷର ଇତିହାସ ସାଇତି ରଖିଛନ୍ତି, ସେମାନଙ୍କ କାମ ପ୍ରମାଣଯୋଗ୍ୟ ଏବଂ ଲିଖିତ ଇତିହାସ ନାହିଁ ବୋଲି ଏ ଦେଶରେ ଉନ୍ନତ ପ୍ରଯୁକ୍ତି ନଥିଲା କହିବା କୁଯୁକ୍ତି ହେବ । ଐତିହାସିକ ଓ ପୁରାତତ୍ତ୍ୱବିଦ୍‍ ପ୍ରମାଣ ଖୋଜନ୍ତୁ, କାରଣ ଯୁଗ ଯୁଗର ଅତ୍ୟାଚାର ଓ ଅବହେଳା ସତ୍ତ୍ୱେ କୋଣାର୍କ ଏବେ ମଧ୍ୟ ଠିଆ ହୋଇ ରହିଅଛି ।

ପ୍ରସ୍ତର ଚୟନ :

ପଥର କାହିଁକି ? ପୋଡ଼ା ଇଟାର ବ୍ୟବହାର ସେତେବେଳକୁ ଓଡି଼ଶାବାସୀ ଜାଣିଲେଣି, ଯାହାର ପ୍ରମାଣ ଖୋଜିବାକୁ ଦୂରକୁ ଯିବାର ପ୍ରୟୋଜନ ନାହିଁ । କୋଣାର୍କ ବେଢ଼ା ଭିତରେ ଏବଂ ପୁରାତନ ସୂର୍ଯ୍ୟ ମନ୍ଦିର ପଛପଟେ ଥିବା ଇଟା ତିଆରି ବିଷ୍ଣୁ ମନ୍ଦିର ପୁରାତନ ସୂର୍ଯ୍ୟମନ୍ଦିର ଠାରୁ ମଧ୍ୟ ଆହୁରି ପୁରାତନ । ଓଡ଼ିଶା ଗୋଟିଏ ଜଙ୍ଗଲ ପ୍ରଧାନ ଦେଶ ଥିଲା, ଏପରିକି ଷାଠିଏ/ସତୁରୀ ବର୍ଷ ପୂର୍ବେ ମଧ୍ୟ ଓଡ଼ିଶାର ଶତକଡ଼ା ୬୦ ଭାଗ ଭୂମି ଜଙ୍ଗଲ ମଧ୍ୟରେ ଥିଲା । କାଠ ବ୍ୟବହୃତ ହୋଇ ପାରି ଥାଆନ୍ତା । ଲେଖକ ହିମାଚଳ ପ୍ରଦେଶରେ ବହୁ କାଠ ମନ୍ଦିର ଦେଖିଛି ।

ସ୍ଥପତି ନିର୍ମାଣଯୋଗ୍ୟ ବସ୍ତୁ ଖୋଜିଥାଏ ଯାହା ସହଜଲଭ୍ୟ, ସହଜରେ ଶିଳ୍ପଭାଷ୍ୟ ଫୁଟେଇ ପାରିବ ଏବଂ ସ୍ଥାୟୀ ହେବ । ମନ୍ଦିର କ୍ଷେତ୍ରରେ ତାହାର ଏକମାତ୍ର ଉତ୍ତର କନ୍ଦାପଥର ଯାହାକୁ ଜିଓଲଜିଷ୍ଟ Khondalite କହି ଥାଆନ୍ତି । ମାଙ୍କଡ଼ା ପଥର ଆହୁରି ସୁଲଭ ଏବଂ ଖରା ବର୍ଷା ଖାଇ ଏହା ଅଧିକରୁୁ ଅଧିକ ମଜଭୁତ ହୁଏ । କିନ୍ତୁ ପଥର ଉପରେ ଯେଉଁ ବିସ୍ମୟକର କାରୁକାର୍ଯ୍ୟ ଫୁଟେଇଛି ଓଡ଼ିଶା ଶିଳ୍ପୀ, ତାହା ମାଙ୍କଡ଼ା ପଥର ( Laterite) ଉପରେ ଫୁଟେଇବା ସମ୍ଭବ ହୁଅନ୍ତା ନାହିଁ ।

ଦେଉଳ ଅର୍ଥାତ୍‍ ଦେବାଳୟ ଅର୍ଥାତ୍‍ ଦେବତାଙ୍କ ଆଳୟ । ତାହାର ସ୍ଥାୟିତ୍ୱ, ଧର୍ମପ୍ରାଣ ସ୍ଥପତି ଚାହିଁଥିବ ଅନନ୍ତ କାଳବ୍ୟାପୀ ହେଉ । Black Agoda (ସେ ସମୟରେ ଅବଶ୍ୟ ଅଭିବ୍ୟକ୍ତିଟିର ଜନ୍ମ ହୋଇନାହିଁ) ମୁଗୁି ( Chlorite)ରେ ଗଢ଼ିଥିଲେ ଆଜିକାର ଅବକ୍ଷୟ ଆହୁରି

୫୬ . ଅର୍କକ୍ଷେତ୍ର କୋଣାର୍କ