ପୂର୍ବଘାଟ ପର୍ବତମାଳାର ଶେଷ ଅଂଶ ଉପକୂଳବର୍ତ୍ତୀ ଓଡ଼ିଶାର ବେଶ୍ କିଛି ଅଂଶ ଦଖଲରେ ରଖିଛି । ସାଧାରଣ ଭାବେ ଦେଖିବାକୁ ଗଲେ ନଦୀବାହିତ ପଟୁସ୍ତର (Alluvium) ଉପକୂଳରୁ ୩୦/୪୦ ମାଇଲ୍ ଯାଏ ବେଶ୍ କିଛି ସମତଳ ଅଞ୍ଚଳ ଗଢ଼ି ତୋଳିଛି । କିନ୍ତୁ ଏହା ତଳେ ମଧ୍ୟ ପଥର ସ୍ତର ଅଛି । ପାହାଡ଼ଗୁଡ଼ିକରୁ ଭୂମି କ୍ଷୟ ହୋଇ ରହିଯାଇଛି ନାନା ପ୍ରସ୍ତରର ସ୍ତର, ଯାହାର ଭୂତାତ୍ତ୍ୱିକ ମିଶ୍ରଣ ( geological composition) ବିଶେଷଜ୍ଞମାନଙ୍କର ଅନୁସନ୍ଧାନର ବିଷୟବସ୍ତୁ । ଏଠାରେ ଆଲୋଚ୍ୟ, ଯେଉଁ ତିନୋଟି ଧରଣର ପଥର ମନ୍ଦିରରେ ବ୍ୟବହାର କରାଯାଇଛି, ତାହାର ନିର୍ମାଣଗତ ଉପଯୋଗିତା ( Laterite ) ଅର୍ଥାତ୍ ମାଙ୍କଡ଼ା ପଥରରେ ଲୁହାର ଆଧିକ୍ୟ ଅଛି କିନ୍ତୁ ଏହା ସଚ୍ଛିଦ୍ର (porous) । ଭୁବନେଶ୍ୱର, ଖୋର୍ଦ୍ଧା ଓ ଚଉଦୁଆର ଅଞ୍ଚଳରେ ମାଟିର ଆବରଣ ସାମାନ୍ୟ କାଢ଼ିଦେଲେ ଏହାର ସ୍ତର ମିଳେ । ଏହାର ପ୍ରଥମ ସ୍ତର ଅତ୍ୟନ୍ତ କଠିଣ, ସହଜରେ ଟାଙ୍ଗିଆ ଚାଲେ ନାହିଁ । ଦ୍ୱିତୀୟ, ତୃତୀୟ ଏପରିକି ଚତୁର୍ଥ କାଟେଣି (ସ୍ତର) ଯାଏ ବ୍ୟବହାର କରାଯାଇଥାଏ । ତାହା ତଳକୁ ମାଟି ଭଳି ନରମ । ମାଙ୍କଡ଼ା ପଥରର ବିଶେଷତ୍ୱ, ପାଣି ପବନ ଏହାର କ୍ଷତି କରୋହିଁ ବରଂ କ୍ରମେ ଟାଣ କରେ । ଏହାର ବହୁଳ ବ୍ୟବହାର ନିଅଁ, ବେଢ଼ା, ମେଜିଆ ତଳ ଓ ସୋପାନରେ ।
Chlorite ଅର୍ଥାତ୍ ମୁଗୁନିରେ ଅଛି hydorus silicate of alumina, ferrous oxide ଏବଂ magnesia (୧୩୨) କେତେକ ବିଶେଷ ମୁଗୁି ଯାହା ବ୍ୟବହୃତ ହୋଇଥିଲା ସୂର୍ଯ୍ୟଦେବଙ୍କ ମୂର୍ତ୍ତିି ଗଢ଼ିବାରେ ଉପରୋକ୍ତ ଯୌଗିକ ବସ୍ତୁ granet ମଧ୍ୟ ବହନ କରିଥାଏ ।(୧୩୩) ଏହା ଫଳରେ ପଥରଟି ଅତି ଟାଣ, ମସୃଣ ଓ ବହୁ ବର୍ଷ ଧରି ପାଣି ପବନର ଆକ୍ରମଣ ରୋଧ କରିଥାଏ । ଏହା ଉପରେ ଅତି ସୂକ୍ଷ୍ମ କାର୍ଯ୍ୟ ମଧ୍ୟ ହୋଇପାରେ (ଯଥା- ସୂର୍ଯ୍ୟଦେବଙ୍କ ପରିଧାନ) କିନ୍ତୁ କାର୍ଯ୍ୟଟି ଦୀର୍ଘ ପରିଶ୍ରମ ସାଧ୍ୟ । ଯୁକ୍ତିଯୁକ୍ତ ଭାବେ ମୁଗୁି ବ୍ୟବହାର ହୋଇଛି ବିଗ୍ରହ ଗଢ଼ିବାରେ, ଦେବ ସିଂହାସନରେ, ଦ୍ୱାରବନ୍ଧରେ ଏବଂ ନବଗ୍ରହ ପାଟ ଭଳି ବିଶେଷ ବିଶେଷ ସ୍ଥାନରେ ।
ଯେଉଁ Khondalite ଅର୍ଥାତ ଜବଚ୍ଚଯ-ଜନ୍ଦଚ୍ଛଚ୍ଚର ଅର୍ଥାତ୍ କନ୍ଦା ପଥର ଏ ମନ୍ଦିରରେ ବହୁତ ପରିମାଣରେ ବ୍ୟବହୃତ ସେ ବିଷୟରେ ବିସ୍ତାରିତ ଆଲୋଚନାର ପ୍ରୟୋଜନ ଅଛି । ଏ ପଥର ମଧ୍ୟରେ ଅଛି Sillimunite, granet, graphite, felspar, quartz ଏବଂ metallic minerals। ଏହା ଛଡ଼ା ଏହାର ଗଠନରେ ଅଛି lamination (scistose structure) ଯାହା ଏହାକୁ ଋଜୁତା ପ୍ରଦାନ କରୁଛି (୧୩୪) । Graphite ଥିବାରୁ ଏ ପଥର ଶିଳ୍ପୀ-ବନ୍ଧୁ ପାଲଟି ଯାଇଛି, ଅତି ଜଟିଳ ଭାସ୍କର୍ଯ୍ୟ ଅପେକ୍ଷାକୃତ ଅଳ୍ପ ସମୟରେ ଫୁଟା ଯାଇପାରୁଛି ।
କୋଣାର୍କ ଭଳି ଲବଣାକ୍ତ ପରିବେଶରେ କନ୍ଦା ପଥରର ବ୍ୟବହାର ବିବାଦାତ୍ମକ ହୋଇପାରେ । ମନେ ରଖିବାକୁ ହେବ କୋଣାର୍କ ଶିଳ୍ପୀ ପଛରେ ସାତ ଆଠଶହ ବର୍ଷର ଅଭିଜ୍ଞତା ଥିଲା ଯାହା ମଧ୍ୟରେ ସମୁଦ୍ରତୀରରେ ମନ୍ଦିର ଗଢ଼ିବାର ଅଭିଜ୍ଞତା ମଧ୍ୟ ଅଳ୍ପ ନୁହୋଁ ଏହା ଛଡ଼ା ରାଜନୈତିକ କାରଣରୁ ଦାକ୍ଷିଣାତ୍ୟ ସହ ବୈଷୟିକ ଜ୍ଞାନର ଆଦାନ-ପ୍ରଦାନ ଥିଲା । ସେ ଦେଶରେ ମଧ୍ୟ ଗୋଟିଏ ନୁହେଁ, ତିିଟି ସାଗର ତୀରରେ ବହୁ ପଥର ମନ୍ଦିର ଗଢ଼ାଯାଇଛିା ପୁରୀ ଶ୍ରୀମନ୍ଦିରରେ ହୁଏତ ଚୂ ପଟୁ ରକ୍ଷା କରିଥାଇପାରେ ତେବେ ସବୁ ମନ୍ଦିର ଚୂପଟ ତଳେ ଢଙ୍କା ପଡ଼ିଥିଲା । ପୁରୀ ଓ ଭୁବନେଶ୍ୱର ମଧ୍ୟରେ ବହୁ ମନ୍ଦିର ଲବଣାକ୍ତ ପରିବେଶରୁ ବହୁ ଦୂରରେ ନଥିଲା । କୋଣାର୍କରେ ଯେଉଁ ବିପୁଳ କ୍ଷତି ଘଟିଲା ତାହା ପାଇଁ ୩୦୦ ବର୍ଷର ଅବହେଳା ଏବଂ ସାମୁଦ୍ରିକ ପ୍ରଭାବ ବାହାରେ ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ ।
ପୂର୍ବେ ଆଲୋଚିତ ହୋଇଛି (ପୃଷ୍ଠା-୪୭) କୋଣାର୍କର ବିଶେଷ ଅବସ୍ଥାନରେ ଦିର ବିଶେଷ ସମୟରେ ସୂର୍ଯ୍ୟକିରଣରୁ ଲେଜର ଭଳି ରଶ୍ମି ଜାତ ହେଉଥିବା ସମ୍ଭବ । ଏହା ସହିତ ଲବଣାକ୍ତ ବାୟୁର ଯୌଗିକ କ୍ରିୟା, ବାୟୁ ପ୍ରବାହର ଦିଗ ଓ ବେଗ ହୁଏତ ଖଣ୍ଡୋଲାଇଟ୍ ପଥର ପାଇଁ ବିଶେଷ କ୍ଷତିକାରକ ଥିଲା । ଏହା ଅନୁମାନ ମାତ୍ର ସିଦ୍ଧାନ୍ତ ନୁହେଁ । ଏ ଦିଗରେ ବୈଜ୍ଞାନିକ ଗବେଷଣାର ପ୍ରୟୋଜନ ଅଛି କାରଣ ଏଠାରେ ଆଗକୁ ନୂତନ କୋଣାର୍କ ନିର୍ମାଣର ସମ୍ଭାବନା ଅଛି ।
ଦେଖା ଯାଉଛି, ପରିବେଶଗତ କ୍ଷୟ, ମନ୍ଦିରର ସବୁ ଅଂଶକୁ ସମ ପରିମାଣ କ୍ଷତି କରି ନାହିଁ । ଏହାର ମୂଳ କାରଣ Khondalite ମଧ୍ୟ ବିଭିନ୍ନ ରକମର ହୋଇଥାଏ । ମନମୋହନ ଗାଙ୍ଗୁଲୀ ବାର କିସମ୍ର କନ୍ଦା ପଥର, ସେମାନଙ୍କ ସ୍ଥାନୀୟ ନାମ ଓ ତାହାର ମୌଳିକ ଗଠନ ଇତ୍ୟାଦିର ଗୋଟିଏ ସାରଣୀ ତିଆରି କରିଛନ୍ତି (୧୩୫) । ସାରଣୀଟି ପର ପୃଷ୍ଠାରେ ଉଦ୍ଧାର କରାଗଲା-
୫୮ . ଅର୍କକ୍ଷେତ୍ର କୋଣାର୍କ