ଘଣ୍ଟଶୀଳା (ପୃ.୪୯), ନରାଜ (ପୃ.୫୧), ଅରଗଡ଼ (ପୃ.୪୩), ଖିଚିଂ (ପୃ.୫୪), ଜଗଦଳପୁର-ବିଶ୍ୱାଥ (ପୃ.୯୬ ଏବଂ ୧୨୮), ନରସିଂହପୁର (ପୃ୭୦ ଓ ୭୩), ତାପଙ୍ଗ (ପୃ.୭୧), ନୀଳଗିରି-ପିତାଶୁଣୀ (ପୃ.୯୮), ସିଦ୍ଧ ଦୁର୍ଗା (ପୃ.୪୯) ।
ଯେଉଁ ସମୟର ଆଲୋଚନା ହେଉଛି, ସେ ସମୟରେ ଯାନ୍ତ୍ରିକ ପରିବହନ ନଥିଲା କି ସ୍ଥଳପଥରେ ସହଜ ଯୋଗାଯୋଗ ନଥିଲା । ଏତେ ବିସ୍ତୀର୍ଣ୍ଣ ଅଞ୍ଚଳରୁ ବିପୁଳ ପରିବହନ ନଦୀ-ନିର୍ଭର ହୋଇଥିବା ସ୍ୱାଭାବିକ ।
ସ୍ଥଳପଥ ଦେଇ ପଥର ବୋହିବାର ଗୋଟିଏ ଚିତ୍ତାକର୍ଷକ ବିବରଣୀ ଦେଇଛନ୍ତି କରୁଣାସାଗର । ବହୁ ଚକଲଗା ଶଗଡ଼ରେ ପଥର ବୋଝେଇ କରି କିଛି ଲୋକ ଟାଣୁଥିଲେ ଏବଂ କିଛି ଲୋକ ପଛରୁ ଠେଲୁଥିଲେ । ଗ୍ରାମ ପରେ ଗ୍ରାମ ମଣିଷ ବଦଳ ହେଉଥିଲେ, ପ୍ରତି ଗ୍ରାମର କର୍ତ୍ତବ୍ୟ ଥିଲା ପଥର ଶଗଡ଼କୁ ପରବର୍ତ୍ତୀ ଗ୍ରାମରେ ପହଞ୍ଚେଇ ଦେବା- ପଥରବୁହା relay race ! (୧୩୯) ଯନ୍ତ୍ରଟିର ଯୋଡ଼ିଏ ରେଖାଚିତ୍ର ମିଳୁଛି New Light ର ୨୨୩ ପୃଷ୍ଠାରେ । ଯନ୍ତ୍ରଟିର ନାମ 'କଳଶଗଡ଼ି' । ବ୍ୟବସ୍ଥାଟି ଚିତ୍ତାକର୍ଷକ ନିଶ୍ଚୟ, କିନ୍ତୁ ଏହାଦ୍ୱାରା ଦୂର ଦୂରରୁ ପଥର ପରିବହନ ସମ୍ଭବ ନୁହେଁ । ଜଳପଥର ସହାୟତା ଆବଶ୍ୟକ ଥିଲା । ହୁଏତ ଖାଦାନରୁ ନଦୀ ନିକଟକୁ ପରିବହନରେ ଏ ପ୍ରଥା ପ୍ରଚଳିତ ଥିଲା । କରୁଣାସାଗର କିନ୍ତୁ କହିଛନ୍ତି, ଓଡ଼ିଶାର ବଡ଼ ନଦୀଗୁଡ଼ିକ ବର୍ଷାଜଳପୁଷ୍ଟ ହୋଇଥିବାରୁ ବର୍ଷାଦି ଛଡ଼ା ଅନ୍ୟ ସମୟରେ ନଦୀପଥ ପରିବହନ ସନ୍ଦେହଜନକ ।(୧୪୦) ମତଟି ଗ୍ରହଣଯୋଗ୍ୟ ହେଉ ନାହିଁ ।
ଗୋଟିଏ ସାଧାରଣ ବିଶ୍ୱାସ, ଏକମାତ୍ର ହିମାଳୟରୁ ଉଭ୍ଭୂତ ନଦୀଗୁଡ଼ିକ ଚିରାବ୍ୟା ହୋଇଥାଏ । କାରଣଟି କିନ୍ତୁ ହିମାଳୟ ସଂପୃକ୍ତ ନୁହେଁ । ଗଙ୍ଗାର ହିମାନୀପୁଷ୍ଟ ଜଳ ଏହ୍ଲାବାଦ ପହଞ୍ଚିବା ଆଗରୁ ଶେଷ ହୋଇଯାଏ । ଏହା ପରେ ଗଙ୍ଗା, ନେପାଳରୁ ଆଗତ କୋଶୀ ଛଡ଼ା ବହୁ କ୍ଷୁଦ୍ର କ୍ଷୁଦ୍ର ଉପନଦୀଦ୍ୱାରା ଜଳପୁଷ୍ଟ ହୁଏ । ଯେଉଁ ସମୟର ଆଲୋଚନା ହେଉଛି, ସେ ସମୟରେ ଓଡ଼ିଶା ବୃକ୍ଷଶୂ୍ୟ ହୋଇଯାଇ ନଥିଲା, ନଦୀଗୁଡ଼ିକ ସବୁ ଋତୁରେ ନାବ୍ୟା ଥିଲା । ଏପରିକି ଅଖ୍ୟାତ ସ୍ଥାନମାନଙ୍କରେ ମଧ୍ୟ ବନ୍ଦର ଥିଲା, ଯାହାର ଗୋଟିଏ ବିବରଣୀ ହସ୍ତଗତ ହୋଇଛି ( 'ଆକ-ମାବୋଇ', ଆଶୁତୋଷ ପ୍ରସାଦ ପଟ୍ଟନାୟକ) ।(୧୪୧) କେତେକ ପୁରାତନ ନାମ ଏବଂ ତାହାର ଏବେକାର ନାମ ନିମ୍ନରେ ଦିଆଗଲା :
ପାଲୁର | - | ପାଲୁର |
ନନିଗଇନା | - | କୁହୁଡ଼ି ନିକଟସ୍ଥ ନିମିା |
କଟିକର୍ଦମ | - | କାକଟପୁର । ମ୍ୟାକ୍କି୍ରଣ୍ଡଲ୍ଙ୍କ ମତରେ କଟକ |
କୋଣନଗର | - | କୋଣାର୍କ |
କେଟ୍ଟବରା | - | ପୁରୀ ଜିଲ୍ଲାର 'କୋଠବାଡ଼' । |
ସାଲେପୁର ନିକଟସ୍ଥ 'କୋଠବାଡ଼' । | ||
ବାଲେଶ୍ୱର ଧାମରା ଅଞ୍ଚଳର 'କୋଥାର' । | ||
ଏ ସମସ୍ତ ସ୍ଥାନରେ ବନ୍ଦର ଥିବାର ଚିହ୍ନ ଅଛି । | ||
ଶିପ୍ପରା | - | ମାହାଙ୍ଗା ଅଞ୍ଚଳର 'ଶ୍ରୀପୁର' ଅଥବା 'ଶେର୍ପୁର' । |
ମପୌର | - | ପୁରୀ ସାତଭାୟା ଅଞ୍ଚଳର 'ମଇପୁର' । |
ଏହାଛଡ଼ା କିଶନନଗର, ବଡ଼ଚଣା, ଧର୍ମଶାଳା ଅଞ୍ଚଳରେ ବହୁ ଛୋଟ ଛୋଟ ବନ୍ଦର ଥିଲା, ଯେଉଁଠାରୁ ନଦୀ ଅପସାରିତ ହୋଇ ଯାଇଛି କିନ୍ତୁ ଚିହ୍ନ ବିଦ୍ୟମାନ । ଏହାଛଡ଼ା ଥିଲା ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁ-ଏନ୍-ସାଂଙ୍କ ବର୍ଣ୍ଣିିତ ଚେ-ଳି-ତା-ଲୋ-ଚିଂ । 'ଚେଳିତାଳୋ', ଚିତ୍ରୋତ୍ପଳାର ଅପଭ୍ରଂଶ ।
ପ୍ରାଚୀ ନଦୀର ଉପତ୍ୟକା ଗୋଟିଏ ଉନ୍ନତ ସଭ୍ୟତାର ପୀଠସ୍ଥାନ ଥିଲା; ଯାହାର ବର୍ଣ୍ଣା ମିଳୁଛି 'ପ୍ରାଚୀ ମାହାତ୍ମ୍ୟ'ରୁ, ହୁ-ଏନ୍-ସାଂଙ୍କ ବିବରଣୀରୁ ଏବଂ ବହୁ ଲେଖକ-ଗବେଷକମାନଙ୍କ ଲେଖାରୁ । କିନ୍ତୁ ନଦୀଟି ଲୁପ୍ତ ଏବଂ ଏହାର ଗତିପଥ ନେଇ ଅନେକ ବିଭ୍ରାନ୍ତିକର ତଥ୍ୟ ମିଳୁଛି । ଖାଲି ପ୍ରାଚୀ ନଦୀ ନୁହେଁ, ଅନ୍ୟାନ୍ୟ ନଦୀମାନଙ୍କର ମଧ୍ୟ ନାମ ତଥା ସ୍ଥାନ ବିଭ୍ରାଟ ଅଛି ।
କୃପାସିନ୍ଧୁ ପ୍ରାଚୀ ମାହାତ୍ମ୍ୟର ପ୍ରଥମ ଅଧ୍ୟାୟରୁ ଉଦ୍ଧାର କରି କହିଛନ୍ତି, ସ୍ୱର୍ଗଲୋକରୁ ସରସ୍ୱତୀ ନଦୀ ନାନା ରୂପ ଧରି ଶେଷରେ ମହାନଦୀରୁ ଜାତ ହେଲେ ଏବଂ ପ୍ରାଚୀ ରୂପେ ବୋହି ଯାଇ ଚିତ୍ରୋତ୍ପଳା ନାମ ନେଲେ । ସେହିଠାରେ ପ୍ରାଚୀରୁ କାଦୁଆ ନାମରେ ଗୋଟିଏ ଶାଖା ଜାତ ହେଲା ଏବଂ ଶେଷରେ ଚିତ୍ରୋତ୍ପଳା ଚନ୍ଦ୍ରଭାଗା ନାମ ଧାରଣ କଲା । ଚୀନ୍ ପରିବ୍ରାଜକ ହୁ-ଏନ୍-ସାଂ ଚିତ୍ରୋତ୍ପଳାକୁ ଚେଳିତାଳୋ ଉଚ୍ଚାରଣ କରିଥାଇ
ପାରନ୍ତି । ସମ୍ଭବତଃ ଚେଳିତାଳୋ ଗୋଟିଏ ଉନ୍ନତ ନଗର ଥିଲା । କୃପାସିନ୍ଧୁ ଏହାର କିଛି ପୂର୍ବେ ଜେନେରାଲ୍ କନିଂହାମ୍ ଓ ରାଜେନ୍ଦ୍ରଲାଲ ମିତ୍ରଙ୍କ
ଅର୍କକ୍ଷେତ୍ର କୋଣାର୍କ . ୬୧