Jump to content

ପୃଷ୍ଠା:Arkakshetra konark.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମତ ଉଦ୍ଧାର କରି କହିଛନ୍ତି, କନିଂହାମ୍‍ ଏ ନଗରକୁ ଭୁବନେଶ୍ୱର ମନେ କରିଛନ୍ତି ଏବଂ ରାଜେନ୍ଦ୍ରଲାଲ ଆଉ ପାଦେ ଆଗେଇ ଏହାକୁ ଯାଜପୁରରେ ବସେଇଛନ୍ତି । ପ୍ରାଚୀ ମାହାତ୍ମ୍ୟରୁ କେତୋଟି ଧାଡ଼ି ଉପସ୍ଥାପିତ କରାଯାଇ ପାରେ, ଯାହା ମଧ୍ୟରେ ନିହିତ ଅଛି ସ୍ଥାନୀୟ ଏକ ଲୋକକଥା ।

ପୂର୍ବ କାଳରେ ପ୍ରାଚୀ ତୀରେ ଚିତ୍ର ଚାଣ୍ଡାଳ ପୁର କରେ ॥
ସର୍ବ ଜନରେ ନିଷ୍ଠାପର ହୋଇ ସେଠାରେ କରେ ଘର ॥
ତା' ସଙ୍ଗେ କଶ୍ଚିତ୍‍ ଦ୍ୱିଜନାରୀ ଉତ୍ପଳା ନାମେ ସେ କୁମାରୀ ॥
ବିହାର କରେ ତା ସଙ୍ଗରେ ପତ୍ନୀ ଭାବରେ ନିରନ୍ତରେ ॥
ପୂର୍ବ ଜନ୍ମର ପାପ ବଳେ ସନ୍ତାନ ହୀନ ହେଲା କାଳେ ॥
ଏ ରୂପେ କେତେ କାଳ ଗଲା ମରଣ କାଳ ଆସି ହେଲା ॥
ଚିତ୍ର-ଉତ୍ପଳା ଦୁହିଁଙ୍କର ଜୀବ ଛାଡ଼ିଲା କଳେବର ॥
ସେ ଦୁହିଁଙ୍କର ଦ୍ରବୁ ଜାତ ସେ ନଦୀ ସେ ଦିୁ ବିଖ୍ୟାତ ॥
- ୨ୟ ଅଧ୍ୟାୟ (୭-୧୭)

କୁପାସିନ୍ଧୁ ଏହାକୁ ପ୍ରାମାଣ୍ୟ ଧରି ନେଇ କହୁଛନ୍ତି, କାଦୁଆ ନଦୀର ଲୁପ୍ତ ଶାଖା ଚିତ୍ରୋତ୍ପଳା ତଥା ଚନ୍ଦ୍ରଭାଗା । ଚନ୍ଦ୍ରଭାଗାର ଉତ୍ପତ୍ତି ସ୍ଥଳର ଦୁଇ ପଟେ ଦୁଇଟି ଗ୍ରାମ ଅଛି, ନାମ "ଚିତ୍ର' ଓ "ଉତ୍ପଳା' ।(୧୪୨)

ଏଠାରେ ଲକ୍ଷ୍ୟ କରିବାର କଥା, ମହାନଦୀରୁ ସମୁଦ୍ରାଭିମୁଖୀ ଶାଖା ପ୍ରଶାଖା, କାଠଯୋଡ଼ି, କୁଆଖାଇ, କୁଶଭଦ୍ରା, ବିରୂପା, ଦୟା, ଭାର୍ଗବୀ; କାହାରି ନାମ ନିଆ ଯାଇ ନାହିଁ, ପ୍ରାଚୀ ସିଧା ସଳଖ ମହାନଦୀରୁ ଜାତ ହୋଇଛି । ଏ ବିଷୟକୁ କିଛି ପରେ ପୁଣି ଆସିବା ।

ଇଣ୍ଟରନେଟ୍‍ରୁ ପ୍ରାପ୍ତ ଗୋଟିଏ ତଥ୍ୟ, ପ୍ରାଚୀ କୁଆଖାଇ ନଦୀରୁ ବାହାରି ବିଞ୍ଝାରପୁର ଠାରେ କୁଶଭଦ୍ରା ସହିତ ଯୁକ୍ତ ହେଲା । ଏହାଛଡ଼ା ମଧ୍ୟ ପ୍ରାଚୀ ନାମ ରହିଲା ଏବଂ ପ୍ରଥମେ "ଶୋଲ' ଓ ପରେ "ଦେବୀ' ନଦୀ ହେଲା । ଏହା କିନ୍ତୁ ସମ୍ଭବ ନୁହେଁ, କାରଣ ଦେବୀ ନଦୀ, କାଠଯୋଡ଼ିର ନିମ୍ନ ଅବବାହିକାକୁ ବୁଝାଇ ଥାଏ । ଏଠାରେ ମଧ୍ୟ ଲକ୍ଷଣୀୟ, ଲୁପ୍ତଦୀ ପ୍ରାଚୀ, ମହାନଦୀର କୋଣାର୍କ ସଂଲଗ୍ନ ଉପତ୍ୟକାରେ ହିଁ ବହୁଥିଲା, ଯାଜପୁରରେ ନୁହେଁ ଯେଉଁଠାରେ ବହୁଛି ଯୋଡ଼ିଏ ବଡ଼ଦୀ - ବ୍ରାହ୍ମଣୀ ଓ ବୈତରଣୀ ।

ବୋନର୍‍-ଶର୍ମା-ଦାସ ଗରଦ୍ଧ କଷଵଶନ୍ଦର ୯୬ ଓ ୯୭ ପୃଷ୍ଠା ମଧ୍ୟରେ ଗୋଟିଏ ମାନଚିତ୍ର ଉପସ୍ଥାପନ କରିଛନ୍ତି । ମହାନଦୀର ଯେଉଁ ଶାଖାଟିକୁ ବର୍ତ୍ତମାନ ବିରୂପା କୁହାଯାଉଛି ସେଇ ଶାଖାଟିକୁ ଚିତ୍ରୋତ୍ପଳା ରୂପେ ଦେଖାଇ ପୂର୍ବମୁଖା ନେଇ କେନ୍ଦ୍ରାପଡ଼ାର ବହୁ ପରେ ବୈତରଣୀ ସହିତ ମିଶେଇ ଦିଆଯାଇଛି । ତାହା ପୂର୍ବେ ସେଥିରେ ବ୍ରାହ୍ମଣୀ ମିଶିଛି । ଏହା ନିହାତି ଅସମ୍ଭବ, କାରଣ ଏହା ମାନିବାକୁ ହେଲେ ପ୍ରାଚୀ ମାହାତ୍ମ୍ୟରେ ବର୍ଣ୍ଣିିତ ସ୍ଥାନ ସକଳ ଅସ୍ୱୀକାର କରିବାକୁ ପଡ଼ିବ । ଲକ୍ଷଣୀୟ, ସେଇ ମାନଚିତ୍ରରେ କାଠଯୋଡ଼ି ସ୍ଥାନରେ ପ୍ରାଚୀ ଲେଖା ହୋଇଛି, ଅର୍ଥାତ୍‍ ପ୍ରାଚୀନ ମହାନଦୀରୁ ବାହାରିଛି । ଏହା ପ୍ରାଚୀନ ମାହାତ୍ମ୍ୟର ବର୍ଣ୍ଣନା ସହିତ ମିଶୁଛି । ସେ ମାନଚିତ୍ରରେ କଟକ ବିଡ଼ାନାସୀଠାରୁ ଦେବୀ ନଦୀ ବାହାରିଛି ଏବଂ ସେଇଠାରୁ ପ୍ରାଚୀ ଶୋଲ ନାମ ଧାରଣ କରିଛି । ଶୋଲ ନଦୀରୁ ବାହାରିଛି ଦୟା, କିଛି ବାଟ ପରେ ଏହା ଚନ୍ଦ୍ରଭାଗା ଓ ଆହୁରି ତଳକୁ ଡିହପାଟଣା ନିକଟରେ କୁଶଭଦ୍ରା ଓ କାଦୁଆ ମଙ୍ଗଳା ନାମ ନେଇ ଦ୍ୱି-ଧାରାରେ ବିଭକ୍ତ ହୋଇଯାଇଛି । କୁଶଭଦ୍ରା କୋଣାର୍କର ପଶ୍ଚିମକୁ ସମୁଦ୍ରରେ ପଡ଼ିଛି ଏବଂ କାଦୁଆ କୋଣାର୍କଠାରେ ଖେଳେଇ ଯାଇଛି । ଆହୁରି ଲକ୍ଷଣୀୟ, ଦେବୀନଦୀ ମୁହାଣ ତଳେ 'ପ୍ରାଚୀନ' ଲେଖା ହୋଇଛି ।

କରୁଣାସାଗର ଗୋଟିଏ ପ୍ରଶ୍ନବାଚୀ ବାକ୍ୟରେ ଲେଖିଛନ୍ତି, "ଐଳ ନ୍ଦଶର ଭନ୍ଧଷକ୍ଷଯଷଚ୍ଚଵ ଲବନ୍ଦରତ୍ତଷବକ୍ଷଜ୍ଞ ଦ୍ଧରତ୍ତର ଭତ୍ତଚ୍ଛନ୍ଧଵଶନ୍ଦ ଳତ୍ତଚ୍ଛଲ ବ କ୍ଷଚ୍ଛଚ୍ଚଵ ଯଷଜ୍ଞନ୍ଦବଚ୍ଚମର, ବଜ୍ଞ ଷଜ୍ଞ ଚ୍ଚଚ୍ଛଦ୍ଧ ଭରକ୍ଷଷରବ୍ଦରଯ, ନ୍ଦଶରସ୍ଥ ଲନ୍ଧଜ୍ଞନ୍ଦ ଶବବ୍ଦର ଭରରଚ୍ଚ ନ୍ଦତ୍ତବଚ୍ଚଜ୍ଞଟ୍ଟଚ୍ଛତ୍ତନ୍ଦରଯ ଚ୍ଛଚ୍ଚ ନ୍ଦଶର ଜ୍ଞରବ ଚ୍ଛତ୍ତ ଭସ୍ଥ ତ୍ତବଳନ୍ଦଜ୍ଞ ବକ୍ଷଚ୍ଛଚ୍ଚଵ ନ୍ଦଶର ତ୍ତଷବ୍ଦରତ୍ତଜ୍ଞ (Fig.21)" ।(୧୪୩) 'ଐଳ ' ଶବ୍ଦଟି ବ୍ୟବହାର କରିବାର କାରଣ, ଡାଃ ବେହେରା ବିଶ୍ୱାସ କରିବାକୁ ଅକ୍ଷମ, ସେ ସମୟରେ ନଦୀଗୁଡ଼ିକ ନାବ୍ୟା ଥିଲା । କିନ୍ତୁ ପଥର ସବୁ ସମୁଦ୍ରକୁ ଗଲା କେଉଁ ବାଟେ ? ଏ ପ୍ରଶ୍ନର ଉତ୍ତର ଖୋଜି ନାହାନ୍ତି କରୁଣାସାଗର । ମାନଚିତ୍ରଟିରେ (ଋଷଵ.୨୧) ପ୍ରାଚୀ ନଦୀର ଉତ୍ପତ୍ତି ଦେଖା ହୋଇଛି ବାଲିଅନ୍ତାରେ, ଯେଉଁଠାରେ ମହାନଦୀ ଅଥବା ତାହାର ଶାଖା ନଦୀ କିଛି ନାହିଁ ଏବଂ ନାହିଁ କୌଣସି ଉଚ୍ଚ ପର୍ବତ । କୁଶଭଦ୍ରା ଭୁବନେଶ୍ୱର ଉପରେ ଭାର୍ଗବୀରୁ (?) ବାହାରି କୋଣାର୍କ ଠାରୁ ଦୂରରେ ବଙ୍ଗୋପସାଗରରେ ପଡ଼ିଛି । ଗୋଟିଏ ଅନାମା ନଦୀ ନିମାପଡ଼ାରୁ ବାହାରି ଚାଲି ଯାଇଛି କୋଣାର୍କ ଆଡ଼କୁ ଯାହାର ଅନ୍ୟ ଗୋଟିଏ ଧାରା "କାଦୁଆ' ନାମ ନେଇ ପ୍ରାଚୀ ନଦୀର ମୁହାଣରେ ସମୁଦ୍ରରେ ମିଶିଛି । ମାନଚିତ୍ରରୁ ମୂଳ ପ୍ରଶ୍ନର ସଦୁତ୍ତର ମିଳୁ ।ହିଁ କିନ୍ତୁ ଲିଖିତ ବର୍ଣ୍ଣ ।ରେ କରୁଣାସାଗର କେତେଗୁଡ଼ିଏ ମୂଲ୍ୟବାନ ତଥ୍ୟ

ଉପସ୍ଥାପନ କରିଛନ୍ତି । କଟକଠାରେ ମହାନଦୀରୁ କାଠଯୋଡ଼ି ବାହାରି କିଛି ଦୂର ଯାଇ ଦୁଇ ଧାରାରେ ବିଭକ୍ତ ହୋଇଛି । ମୂଳ ଧାରା କ୍ଷୀଣରୁ

୬୨ . ଅର୍କକ୍ଷେତ୍ର କୋଣାର୍କ