ପୃଷ୍ଠା:Arkakshetra konark.pdf/୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଲୁହା ଢଳେଇ :

କୋଣାର୍କ ବେଢ଼ା ଭିତରେ ପଡ଼ିଥିବା ବଡ଼ ବଡ଼ ଲୁହାକଡ଼ି ସମସ୍ତେ ଦେଖିଛନ୍ତି, ଯାହା ଏ ସାତଶହ ବର୍ଷ ପରେ ମଧ୍ୟ କଳଙ୍କି ଲାଗି ନାହିଁ । ଏହା ସେ ଯୁଗର ଗୋଟିଏ ବିସ୍ମୟକର କୀର୍ତ୍ତିି । ବିସ୍ମୟକର କିନ୍ତୁ ସ୍ୱାଭାବିକ; କାରଣ ଓଡ଼ିଶାରେ ଲୁହା ଖଣି ଓ କୋଇଲା ଖଣି ଅଛି ପ୍ରଚୁର, ଯାହା ଏ ଯୁଗର ଶିଳ୍ପୋଦ୍ୟୋଗୀମାନଙ୍କୁ ଦଳ ଦଳ ଟାଣି ଆଣୁଛି । ମଣିଷ ତାହାର ପ୍ରାକୃତିକ ସମ୍ପଦର ସଦୁପଯୋଗ କରିଥାଏ । ଓଡ଼ିଶାର ବିସ୍ମୃତ ଲୌହ ଶିଳ୍ପୀ ତାହାହିଁ କରିଥିଲେ ।

କୋଣାର୍କ କଡ଼ିର ଲୁହା ଶ୍ରେଷ୍ଠ ଅବା ଦିଲ୍ଲୀ ଅଶୋକ ସ୍ତମ୍ଭର ଲୁହା ଶ୍ରେଷ୍ଠ - ଏହା ନେଇ ଗୋଟିଏ ଅନାବଶ୍ୟକ ବିବାଦ ସୃଷ୍ଟି କରିଛନ୍ତି କରୁଣାସାଗର । ଗାଙ୍ଗୁଲୀଙ୍କ ଗୋଟିଏ ବାକ୍ୟର ଖିଅ ଟାଣି ଡଚ୍ଛରର ବେହେରା କହିଛନ୍ତି, "The above table shows that the Iron used in Delhi Pillar is in no way superior to Konark."। ସେ କୋଣାର୍କ ଲୁୁହାର ଏବଂ ଅଶୋକ ସ୍ତମ୍ଭ ଲୁହାର Chemical analysis ଉପସ୍ଥାପନ କରିଛନ୍ତି ।(୧୪୫) ଏହା ସହିତ ଆଧୁିକ Stainless Steel ରChemical analysis ସଂଯୁକ୍ତ କରି ଛଅ ନମ୍ବର ସାରଣୀରେ ଉପସ୍ଥାପନ କରାହେଲା ।

ସାରଣୀ ନଂ - ୬
କ୍ଷୟରୋଧକାରୀ ଲୌହ
Konark Iron Ashok Modern Stainless Steel(*)
Item P.Neogi Newton Ghosh Stambha SS୩୦୧ SS୪୦୯
Iron --- --- --- ୯୯.୭୨ --- ---
Carbon traces ୦.୧୧୦ ୦.୨୭-୦.୪୫ ୦.୦୮୦ ୦.୧୫ ୦.୦୮
Manganese nil nil ୦.୦୪ max nil ୨.୦ ୧.୦
Phospherous ୦.୧୫ ୦.୧୧୫ ୦.୦୦୮-୦.୦୧୫ ୦.୧୧୪ ୦.୦୪୫ ୦.୦୪୫
Silicon --- ୦.୧୦୦ ୦.୦୫-୦.୧୧ ୦.୦୪୬ ୧.୦ ୧.୦
Copper --- --- ୦.୧୬ max. --- --- ---
Nickel --- --- ୦.୧୬ max. --- ୬.୦/୮.୦ ୦.୫୦
Chromium --- --- ୦.୧୬ max. --- ୧୬.୦/୧୮.୦ ୧୦.୫/୧୧.୭୫
Sulpher traces ୦.୦୨୪ --- ୦.୦୦୬ ୦.୦୩୦ ୦.୦୩୦
Ti-୦.୬x%c min ୦.୭୫ max
(*) Source: Salem Steel Plant Guide book.

ଉପରୋକ୍ତ ସାରଣୀର ପାଞ୍ଚଟି ସ୍ତମ୍ଭରେ ଲୁହାର ପରିମାଣ ଦିଆଯାଇ ନାହିଁ । ଶହେ ପ୍ରତିଶତ ଯୌଗିକ ବସ୍ତୁର ପରିମାଣ ବାଦ୍‍ ଦେଇ ଯାହା ରହିବ ତାହା ଅବଶ୍ୟ ଲୁହା । ଧାତୁ ବିଦ୍ୟାର ଅଧିକ ଭିତରକୁ ପ୍ରବେଶ ନ କରି ସାଧାରଣ ପାଠକ ବୁଝିପାରିଲା ଭଳି କିଛି ଆଲୋଚନା କରିଲେ ବିଷୟଟି ବୁଝିବା ସହଜ ହେବ । କାର୍ବ ଲୁହାରେ କଳଙ୍କିିରୋଧୀ ଚରିତ୍ର ଆରୋପ କରେ; କିନ୍ତୁ ଆଧିକ୍ୟ, ଲୁହାକୁ ଭଙ୍ଗୁର କରେ, ଯଥା ଢଳେଇ

ଅର୍କକ୍ଷେତ୍ର କୋଣାର୍କ . ୬୫