କଡେଇ । ମାଙ୍ଗାନିଜ୍ ଘର୍ଷଣ ରୋଧ କରେ ଏବଂ ଉପର ସ୍ତରକୁ ଟାଣ କରେ । ନିକେଲ୍ ଲୁହାକୁ ମୋଡ଼ିବାକୁ ଦିଏ ଏବଂ ବହନ କ୍ଷମତା ବଢ଼ାଏ । କ୍ରୋମିୟମ୍ କଳଙ୍କି ନିରୋଧକାରୀ ମୁଖ୍ୟ ବସ୍ତୁ । Copper ମଧ୍ୟ କଳଙ୍କି ନିରୋଧକ ଶକ୍ତି ଯୋଗାଏ । ଏହାଛଡ଼ା alloy steel ରେ ଆହୁରି ଅନ୍ୟାନ୍ୟ ବସ୍ତୁ ମିଶା ହୁଏ ଲୁହାର ଚରିତ୍ରଗତ ବିଭିନ୍ନ ସଂସ୍କାର ଆଣିବା ପାଇଁ । ଗୋଟିଏ ଧାଡ଼ିରେ କହିବା ଉଚିତ୍ ନୁହେଁ କେଉଁଟି ଶ୍ରେଷ୍ଠ କେଉଁଟି ନୁହେଁ । ଦେଖିବା କଥା, ପ୍ରଯୁକ୍ତିବିଦ୍ ସେ ଲୁହାରେ କି କି ଗୁଣ କେତେ ପରିମାଣରେ ଥିବାର ପ୍ରୟୋଜନ କରୁଛି ଏବଂ ତାହା ଧାତୁବିତ୍ ଦେଇ ପାରୁଛି ନା ନାହିଁ । ସାଧାରଣ ଭାବେ କହିବାକୁ ଗଲେ, "କଳିଙ୍ଗ', "ଅଶୋକ' କେହି କଳଙ୍କି ିରୋଧୀ ଲୁହା ନୁହଁନ୍ତି କାରଣ, ସେମାନଙ୍କ ମଧ୍ୟରେ କ୍ରୋମିୟମ୍ର ପରିମାଣ ନାହିଁ ଅଥବା ଖୁବ୍ କମ୍ । କଳଙ୍କିନିରୋଧୀ କ୍ଷମତା ଆସୁଛି Carbonର ପରିମାଣ ଅଧିକ କରି ଏବଂ ଭଙ୍ଗୁରତା ନିରୋଧ କରି Tensile strength ବଢ଼ା ହେଉଛି ଅନ୍ୟାନ୍ୟ alloying ବସ୍ତୁର ପରିମାଣର ହେର୍ଫେର୍ କରି । କୋଣାର୍କ କଡି ସମ୍ପର୍କିତ ବିତର୍କଟି ସୃଷ୍ଟି ହୋଇଛି, ଗାଙ୍ଗୁଲୀଙ୍କ ମନ୍ତବ୍ୟର ମାତ୍ର କିଛି ଅଂଶ ଉଦ୍ଧାର କରାଯିବା ଫଳରେ - "....more wonderful than the beams of Orissa." (୧୪୬)
ସମ୍ପୂର୍ଣ୍ଣ ତିନୋଟି ବାକ୍ୟ ହେଲା, "In India, we have instances of iron manufacture existing for a long time. The iron pillar at Delhi is more wonderful than the beams of Orissa. I quote below what an eminent engineer wrote in a first class engineering journal of England in 1871 on our Indian Iron manufacture."(୧୪୭)
ଲକ୍ଷ୍ୟ କରିବାର କଥା ଗାଙ୍ଗୁଲୀ Superior ଶବ୍ଦଟି ବ୍ୟବହାର କରି ନାହାନ୍ତି, 'wonderful' ଶବ୍ଦଟିର ବ୍ୟବହାର କରିଛନ୍ତି ଏବଂ ଏହା ସାମଗ୍ରିକ ଭାବରେ ଭାରତୀୟ ଲୌହଶିଳ୍ପର ପରିପ୍ରେକ୍ଷୀରେ । ଏହା ଅବଶ୍ୟ ସ୍ୱୀକାର୍ଯ୍ୟ, ଅଶୋକ ସ୍ତମ୍ଭ, ଯେକୌଣସି ଲୁହା କଡ଼ିରୁ - ଓଡ଼ିଶାର ହେଉ ଅଥବା ଦିଲ୍ଲୀର, ନିଶ୍ଚୟ ଦୃଷ୍ଟି-ନନ୍ଦନ । ଏ ବିଷୟରେ ଆହୁରି ବିବେଚ୍ୟ ଗାଙ୍ଗୁଲୀଙ୍କର ଠିକ୍ ପୂର୍ବ ଅନୁଚ୍ଛେଦର ବକ୍ତବ୍ୟ । "I believe that the Orissan metallurgists could also have effected an increase in the strength of wrought iron if they willed; they did not do so, for the nature of forging the beams by the method of welding described above demanded of them to make the iron rather weaker (from modern standard) in strength."
କୋଣାର୍କ ଲୁହାକଡ଼ି ଗଢ଼ା ହୋଇଥିଲା ଶହ ଶହ ବର୍ଷ ଧରି ପ୍ରଦତ୍ତ ଭାର ବହନ କରିବା ପାଇଁ ଏବଂ ସେ ତାହା କରିଥିଲା ସଫଳ ଭାବେ ଯେ ପର୍ଯ୍ୟନ୍ତ ଲୋଭୀ ମଣିଷ ସେଥିରେ ବ୍ୟାଘାତ ସୃଷ୍ଟି ନ କରିଛି । କଡ଼ିଗୁଡ଼ିକ ମଧ୍ୟ ଭାଗରେ ମୋଟ ଏବଂ ପ୍ରାନ୍ତ ଭାଗରେ ଅଳ୍ପ ମୋଟ । ଦକ୍ଷିଣ ଦୁଆର ଉପରୁ ଖସିଥିବା ଲୁହାକଡ଼ିର ଉଦାହରଣ ନିଆଯାଉ :
ଦୈର୍ଘ୍ୟ - ୨୩', ମଧ୍ୟ ଭାଗର ସ୍ଥୂଳତା - ୧୧, ପ୍ରାନ୍ତଭାଗର ସ୍ଥୂଳତା - ୯ ୧/୪
ଏପରି ଗଠନର କାରଣ, Simple Supported Beam ଉପରେ ସର୍ବାଧିକ force କାର୍ଯ୍ୟ କରି ଥାଏ ମଧ୍ୟ ଭାଗରେ । ଇଞ୍ଜିିୟର୍ ମନମୋହନ ଗାଙ୍ଗୁଲୀ ତାଙ୍କର Applied Mechanicsର ଜ୍ଞାନ ପ୍ରୟୋଗ କରି ଗଣନା କରି ଦେଖିଲେ, "...... stiffness has been secured without unncecessary waste of material." (୧୪୮)
କଡ଼ିଗୁଡ଼ିକ ଗଢ଼ିବାର ପ୍ରକି୍ରୟା ମଧ୍ୟ ଥିଲା ବିଚିତ୍ର । ଏ କଡ଼ିଗୁଡ଼ିକ ଭାଙ୍ଗିଲେ ତାହା ଭିତରୁ ଖଣ୍ଡ ଖଣ୍ଡ ଲୁହା ଲମ୍ବ ଭାବେ ସଜା ହୋଇ ଥିବାର ଦିଶୁଛି ଏବଂ ମନେ ହେଉଛି ତାହା ଉପରେ ତରଳ ଲୁହା ଢ଼ଳା ହୋଇଛି । ଏହା କିପରି ହେଲା ? କରୁଣାସାଗର ଓ ଗାଙ୍ଗୁଲୀ ଦୁହେଁ ନାନା ଉପାୟ ଭାବିଛନ୍ତି, କିନ୍ତୁ କୌଣସିଟି ସେମାନଙ୍କୁ ସନ୍ତୁଷ୍ଟ କରି ପାରିାହିଁ (୧୪୯) । କରୁଣାସାଗର ନିଜେ କହିଛନ୍ତି, କାଠକୋଇଲାର ଚୁଲିରେ ଏହା ସମ୍ଭବ ନୁହେଁ । ଗାଙ୍ଗୁଲୀ କହିଛନ୍ତି, ସେମାନଙ୍କୁ refining, puddling, shingling ଏବଂ rolling ଜଣା ନଥିଲା, ନା ସେମାନଙ୍କର ଥିଲା ଆଧୁିକ ମେସି୍ ଯାହା ବହୁ ଶତାବ୍ଦୀ ପରେ ଆଧୁିକ ପ୍ରଯୁକ୍ତିବିଦ୍ୟା ଗଢ଼ି ତୋଳିଛି ।
ଆଜି ହୁଏତ ବହୁ ଶିଳ୍ପଶାସ୍ତ୍ର ଲୋପ ପାଇ ଯାଇଛି, ଏହା କିନ୍ତୁ ନିଶ୍ଚିତ, ଆଜିକାର ପ୍ରଯୁକ୍ତି ବିଦ୍ୟା ପୂର୍ବସୂରୀମାନଙ୍କୁ ଜଣାଥିଲା । ଦୁଃଖ ଲାଗେ ଯେତେବେଳେ ଜଣେ ଆଧୁିକ ପ୍ରଯୁକ୍ତିବିଦ୍ ବିଶନ୍ ସ୍ୱରୂପ ଲେଖନ୍ତି, "There is not much to say about Engineering of the Orissa Temples, ......but it is most likely that it was erected without any scientific method."(୧୫୦)
କେବଳ ବିଶନ୍ ସ୍ୱରୂପ ନୁହନ୍ତି, ପାଶ୍ଚାତ୍ୟ ଶିକ୍ଷାର ଆଲୋକପ୍ରାପ୍ତ ବହୁ ଭାରତୀୟ ଆଜି ମଧ୍ୟ ବିଶ୍ୱାସ କରି ପାରୁାହାନ୍ତି, ତ୍ରୟୋଦଶ ଶତାବ୍ଦୀର ଗୋଟିଏ ତଥାକଥିତ ଅନଗ୍ରସର ଜାତି କିପରି ଏ ବିଶାଳ କି୍ରୟାକାଣ୍ଡ ଅସମ୍ଭବ ଦକ୍ଷତା ସହକାରେ ସମାପନ କରିଥିଲା । ସେମାନଙ୍କର ମୂଳ ଚିନ୍ତାଟା ହିଁ ପରାଧୀନ ଦେଶର ହୀନମନ୍ୟତାପ୍ରସୂତ, ଯାହା ଆଜି ଆଉ ଭାରତୀୟମାନଙ୍କୁ ଶୋଭାପାଏନା । ଏ ବିଷୟ ଆହୁରି ଉଠିବ ଆଗକୁ ବିଭି୍ନ ପ୍ରସଙ୍ଗରେ । କିଏ ଜାଣେ, ସେମାନଙ୍କର ଏପରି ସବୁ ସରଞ୍ଜାମ ଥିଲା, ଯାହା ଆଧୁିକ ବିଶାଳ ଯନ୍ତ୍ରପାତି ଠାରୁ ସରଳ ଅଥଚ ନିର୍ଭରଯୋଗ୍ୟ । ଆଶା କରାଯାଇପାରେ
ଏ ଦିଗରେ ଆହୁରି ଗବେଷଣା ହେବ ଏବଂ କେବେ ନା କେବେ ପୂର୍ବସୂରୀମାନଙ୍କର ବୈଷୟିକ ଜ୍ଞାନର ପ୍ରକୃତ ମୂଲ୍ୟାୟନ ହେବ ।
୬୬ . ଅର୍କକ୍ଷେତ୍ର କୋଣାର୍କ