ପଥର ସବୁ ଉଚ୍ଚକୁ ଉଠିଲା କିପରି ? :
କୁହାଯାଏ, ବାଲି ପୋତି ପୋତି ମନ୍ଦିର ଗଢ଼ା ଯାଏ । ଏ ଚିନ୍ତାଧାରା ଆସିଛି ସାହେବମାନଙ୍କ ପାଖରୁ ଯେଉଁମାନଙ୍କର ଧାରଣା ଥିଲା (ସେ ଯୁଗରେ), ଭାରତୀୟମାନଙ୍କ ଭଳି ଅନଗ୍ରସର ଜାତି ପକ୍ଷରେ ଏହାଠାରୁ ଅଧିକ କିଛି କରିବା ସମ୍ଭବ ନଥିଲା । ୧୯୦୨-୦୩ରେ PWDର Superintending Engineer, M.H. Arnott ଆଉ ପାଦେ ଆଗକୁ ଯାଇ କହିଛନ୍ତି, "it is nearly certain" । ବାଲି କାଢ଼ି ନେବା ସଙ୍ଗେ ସଙ୍ଗେ ବିଶାଳ ମନ୍ଦିରଟି ନିଜ ଓଜନରେ ଭୁଶୁଡ଼ି ପଡ଼ିଲା । ତାଙ୍କ ଲେଖା ପୁରୀ ଡିଷ୍ଟି୍ରଚ୍ଛର୍ ଗେଜେଟ୍ରେ ପ୍ରକାଶ ମଧ୍ୟ ପାଇଲା ।(୧୫୧)
ଅନେକଗୁଡ଼ିଏ କାରଣରୁ ଏହା ସମ୍ଭବ ନୁହେଁ । ଏହା କରିବାକୁ ହେଲେ ପ୍ରତି ସ୍ତରରେ ବାଲିର ଉଚ୍ଚତା ଓ ମୂଳର ଦୈର୍ଘ୍ୟ ବଢେ଼ଇ ବଢେ଼ଇ ଯିବାକୁ ପଡ଼ିବ ଏବଂ ମନ୍ଦିରର ରୂପରେଖ (Contour) ଠିକ୍ ଉଠୁଛି ନା ନାହିଁ ଜଣାପଡ଼ିବ ନାହିଁ । ଯଦିବା ଧରାଯାଏ, ବାଲି ପୋତି ମନ୍ଦିର ତୋଳା ଯାଇଥିଲା; ଏତେ ବିଶାଳ ପଥର ଓ ଲୌହଖଣ୍ଡ କ୍ରମ ବର୍ଦ୍ଧମାନ ବାଲି କୁଢ଼ ଉପରେ ଟଣା ଗଲା କେଉଁ ଉପାୟରେ ? ଏ ପ୍ରଶ୍ନ ମଧ୍ୟ ଉଠୁଛି ଅନ୍ୟ ସ୍ଥାନରେ । ଏତେ ବାଲି ଭୁବନେଶ୍ୱର ଭଳି ସ୍ଥାନରେ ଆସିଲା କୁଆଡ଼ୁ ଏବଂ ମନ୍ଦିର ଶେଷ ହେବା ପରେ ଗଲା କୁଆଡେ଼ ?
ବାଲିରେ ପୋତିଲେ ପ୍ରକୃତରେ କେତେ ପରିମାଣ ବାଲି ପ୍ରୟୋଜନ ହେବ ଏବଂ ସେଥିପାଇଁ କେତେ ସ୍ଥାନର ପ୍ରୟୋଜନ ହେବ- ଏହା ଉପରେ କୌଣସି ବିଜ୍ଞାନ-ସମ୍ମତ ଆକଳନ ହୋଇନାହିଁ । ମୁଠାଏ ବାଲି ତଳେ ଢ଼ାଳିଲେ ୪୫ଂ କୋଣ କରି ଗୋଟିଏ ଓଲଟା କାହାଳି ହୋଇଯିବ । କୋଣାର୍କର ରେଖଦେଉଳ ଓ ଜଗମୋହନ ପୋତିବାକୁ କେତେ ବାଲି ଲାଗିବ ? ଚିତ୍ର ନଂ.୩ ଦେଖନ୍ତୁ । ୪୫୬ ଫୁଟ୍ ବ୍ୟାସ ବିଶିଷ୍ଟ ସ୍ଥାନ ୧,୬୩,୩୭୮.୨୮ବର୍ଗ ଫୁଟ ଅଥବା ୩.୭୫ ଏକର । ଯେହେତୁ ୨୨୮ ଫୁଟ୍ ଉଚ୍ଚତା ଯାଏ ପୋତା ହେବ, ବାଲିର ପରିମାଣ ଲାଗିବ
ଅର୍କକ୍ଷେତ୍ର କୋଣାର୍କ . ୬୭