୧,୮୬,୨୫୦,୯୨ ଘନ ଫୁଟ । ଗୋଟିଏ ସାଧାରଣ ଟ୍ରକ୍ରେ ୨୦୦ ଘନ ଫୁଟ ବାଲି ଆସେ (ସେତେବେଳେ ଟ୍ରକ୍ ନଥିଲା କିନ୍ତୁ ଆକଳନଟି ଦିଆଗଲା ବିରାଟତ୍ୱ ବୁଝାଇବା ପାଇଁ) । ୯୩,୧୨୫ ଟ୍ରକ୍ ବାଲିର ପ୍ରୟୋଜନ । ୪୫ଂରେ ଯେଉଁ ଢ଼ାଲୁ ଆସୁଛି ତାହା ଉପରେ ମଣିଷ ଠିଆ ହୋଇପାରିବ ନାହିଁ, ପଥର ଟାଣିବା ଦୂରର କଥା । ଯେବେ ସମ୍ଭାବ୍ୟ ଢ଼ାଲୁ ୧୫ଂ ହୁଏ ତେବେ କ'ଣ ହେବ ତାହାର ଗୋଟିଏ ରେଖାଚିତ୍ର ସେଇ ଚିତ୍ର ନଂ.୩ରେ ଦିଆଯାଇଛି । ସେଥିରୁ ନିମ୍ନୋକ୍ତ ତଥ୍ୟ ମିଳୁଛି ।
ବ୍ୟାସାର୍ଦ୍ଧ (Radius) - ୮୪୮ ଫୁଟ
ସ୍ଥାନର ପ୍ରୟୋଜନ - ୫୨ ଏକର
ବାଲିର ପରିମାଣ - ୨୫,୭୬,୫୧,୦୨୦ ଘନଫୁଟ୍; ପ୍ରାୟ ୧୩,୦୦,୦୦୦ ଟ୍ରକ୍ ବାଲି ।
କୋଣାର୍କ କ୍ଷେତ୍ରରେ, ଆକଳିତ ସ୍ଥାନର ପ୍ରାୟ ଅଧା ସମୁଦ୍ର ଗର୍ଭରେ ପଡ଼ିବ, କାରଣ କୋଣାର୍କ ନିର୍ମାଣ ସମୟରେ ବେଢ଼ା ପାଖକୁ ଲାଗିଥିଲା ସମୁଦ୍ର ।
ବର୍ତ୍ତମାନ ପରିଷ୍କାର ବୁଝା ପଡୁଛି, ପରିକଳ୍ପାଟିର ଅବାସ୍ତବତା । ଗୋଟିଏ ଭୁଲ୍ ପ୍ରତି ମୋର ଦୃଷ୍ଟି ଆକର୍ଷିତ ହୋଇଛି । ଶୁଖିଲା ବାଲି ଢାଳିଲେ ତାହାର ଢାଲୁ ଅର୍ଥାତ୍ Angle of Repose ୪୫ଂ ହୁଏ ନା, ହୁଏ ୩୫ଂ । ସେ କ୍ଷେତ୍ରରେ ବ୍ୟାସାର୍ଦ୍ଧ ବଢ଼ିଯିବ ୩୨୦ ଫୁଟ୍କୁ, ସ୍ଥାନର ପରିମାଣ ବଢ଼ିବ ୭.୪୦ ଏକର ଏବଂ ବାଲିର ପ୍ରୟୋଜନ ହେବ ୩,୬୬,୮୮,୪୫୬ ଘନଫୁଟ୍ । କିନ୍ତୁ ଶୁଖିଲା ବାଲିର କାର୍ଯ୍ୟକାରୀ ସ୍ଥାୟିତ୍ୱ ରହେନା, କିଛି ଜଳର ପ୍ରୟୋଜନ ହୋଇଥାଏ । ଭିଜା ବାଲିର AOR କିନ୍ତୁ ୪୫ଂ । ଯେଉଁ ଦିଗରୁ ଦେଖିଲେ ମଧ୍ୟ ନିର୍ଣ୍ଣୟ ବଦଳୁ ନାହିଁ ।
ପୁରୀର ସିଦ୍ଧମହାବୀର ମନ୍ଦିର ଗାତ୍ରରେ ଗୋଟିଏ ପଥର ଖୋଦେଇ କଥା କରୁଣାସାଗର କହିଛନ୍ତି ।(୧୫୨) ଯୋଡ଼ିଏ ଚିତ୍ରରୁ ଦିଶୁଛି, ପଟା ଭଳି କିଛି ଶୂନ୍ୟରୁ ଝୁଲି ଢାଲୁ ସୃଷ୍ଟି କରିଛି ଏବଂ ପଥର ଘୋଷଡ଼ା ହେଉଛି । ଏହାର ଅଳଂକରଣରେ ଥିବା ହଂସ ଲହରୀ କୋଣାର୍କ ଭାସ୍କର୍ଯ୍ୟ ସହିତ ମିଶିଯାଇଛି । ସେଥିରୁ ଅନୁମାନ କରାଯାଉଛି, ଏ ପଥର କୋଣାର୍କ ଦେହରୁ ଆଣି ଏଠାରେ ବସା ହୋଇଛି । ଦୁଇଟି ଖଣ୍ଡରୁ ଖଣ୍ଡେ କୋଣାର୍କ ମ୍ୟୁଜିୟମ୍ରେ ଅଛି । ଏହା ଗୋଟିଏ ସମ୍ଭାବ୍ୟ ପନ୍ଥା । ଆଧୁନିକ ଗଗନଚୁମ୍ବୀ ଘରମାନଙ୍କର ନିର୍ମାଣ ହେଉଛି ଲୁହା ପାଇପ୍ର scafolding କରି । ପାଇପ୍ ବଦଳରେ ବାଉଁଶର ବ୍ୟବହାର ବହୁଦି ଧରି ରହିଥିଲା ଏବଂ ଛୋଟ ଛୋଟ କୋଠାମାନଙ୍କ ନିର୍ମାଣ ସମୟରେ ଏବେ ମଧ୍ୟ ବାଉଁଶର ବ୍ୟବହାର ହେଉଛି ।
ଏହା ଗୋଟିଏ ସମ୍ଭାବ୍ୟ ପନ୍ଥା ଏବଂ ହୁଏତ 'ସାଙ୍ଗିଆ' କାନ୍ଧେଇ ଛୋଟ ଛୋଟ ପଥର ବୁହାଯାଇଥାଇପାରେ ତେବେ ୫ ଠାରୁ ୨୦/୩୦ ଟନ୍ ପଥର, ପଟା ଉପର ଦେଇ ବୋହି ବୋହି ୨୨୮ ଫୁଟ ଉଠିବା ମଣିଷ ପକ୍ଷେ ସମ୍ଭବ ନୁହେଁ । ମନମୋହନ ଗାଙ୍ଗୁଲୀ ବିସ୍ମୟର ସହ କହିଛନ୍ତି, ଯେତେବେଳେ 'steam engine, wire rope, derrick or pulley-tackle' ଆଦି କୌଣସି ଭାରବାହୀ ଯନ୍ତ୍ର ନଥିଲା, କିପରି ବିଶାଳ ପଥର ଓ ଲୁହା କଡ଼ି ଉପରକୁ ଉଠୁଥିଲା ? କିପରି ୫୦ / ୬୦ ଟନ୍ ଓଜନର ଗଜ ସିଂହ ପ୍ରାୟ ୧୦୦ ଫୁଟ ଉପରେ ବସା ହୋଇଥିଲା ?
Steam engine ହୁଏତ ନଥିଲା, କିନ୍ତୁ ସମପରିମାଣର ଶକ୍ତିଶାଳୀ ଅନ୍ୟ କିଛି ଥିଲା ଅଥବା ନଥିଲା; କେହି କେତେବେଳେ ଭାବି ଦେଖିଲେ ନାହିଁ । ହାତୀକୁ Moving Crane କୁହାଯାଇଥାଏ । ହାତୀକୁ ଏବେ ମଧ୍ୟ ବିଶାଳ ବିଶାଳ କାଠଗଣ୍ଡି ଜଙ୍ଗଲ ଭିତରେ ବୋହିବା ପାଇଁ ବ୍ୟବହାର କରାଯାଇଥାଏ । ଓଡ଼ିଶା ହସ୍ତୀବହୁଳ ଦେଶ ଏବଂ ଓଜନିଆ ବସ୍ତୁ ବହନ କରିବାକୁ ହସ୍ତୀର ବ୍ୟବହାର ସ୍ୱାଭାବିକ । ହାତୀ ଅବଶ୍ୟ ପଥର ବୋହି କୋଣାର୍କ ମୁଣ୍ଡରେ ଥୋଇ ଦେଇ ନଥିବ, କିନ୍ତୁ Transfer of power ନାମକ ଉପଯୋଗ ବୁଝିବା ପାଇଁ ଇଂଜିିୟର ଦରକାର ନାହିଁ । କିଏ କହୁଛି Pulley Tackle ସେତେବେଳେ ନଥିଲା । ଯେଉଁମାନେ ବିଶାଳ ମାପର ଲୁହାକଡ଼ି ଢାଳି ପାରୁଥିଲେ ସେମାନଙ୍କ ପକ୍ଷରେ କେତେଟା ଙନ୍ଧକ୍ଷକ୍ଷରସ୍ଥ ଓ Capstan (ଡମ୍ବରୁ ଭଳି ଗୋଟିଏ ବସ୍ତୁ) ଢାଳିବା ଗୋଟେ ବଡ଼ କାମ ନଥିଲା । ମାଦଳାପାଞ୍ଜିରେ "ଶଗଡ଼ି', "କପିକଳ' ଭଳି ଶବ୍ଦ ଥିବା କଥା କରୁଣାସାଗର କହିଛନ୍ତି ।(୧୫୩) ମଜବୁତ୍ କତା ଦଉଡିର ବ୍ୟବହାର ସମୁଦ୍ର ଯାତ୍ରୀ ଓଡ଼ିଆ, ଭଲରୂପେ ଅବଗତ ଥିଲେ; ହୁଏତ ସମୁଦ୍ର ପାରି ବେପାର-ବଣିଜ ଫଳରେ Manila Ropeର ର ବ୍ୟବହାର ଜାଣିଥାଇ ପାରନ୍ତି । ଏହା ଇଂଜିିୟରିଂର ନୂତନ ଛାତ୍ର ମଧ୍ୟ ଜାଣେ, ଛୋଟ ବଡ଼ ପୁଲିର ବ୍ୟବହାର ସହିତ Capstan ନାମକ ଲଟେଇ ବ୍ୟବହାର କରି ବହନ କ୍ଷମତା ବହୁ ଗୁଣ ବଢ଼ା ଯାଇପାରେ । ମୂଳ ଶକ୍ତି ପ୍ରସଙ୍ଗରେ ହାତୀ କଥା କୁହାଯାଇଛି, କିନ୍ତୁ କୋଣାର୍କରେ ଆଉ ଯୋଡିଏ ପ୍ରାକୃତିକ ଶକ୍ତିର ପ୍ରାବଲ୍ୟ ଥିଲା, (୧) ଜଳଶକ୍ତି (୨) ପବନ ଶକ୍ତି । ସମୁଦ୍ରାଭିମୁଖୀ ପ୍ରବହମାନ ଅନେକଗୁଡ଼ିଏ ନଦୀର ସମଷ୍ଟିଗତ ଶକ୍ତି, ସମୁଦ୍ର ଜଳର ଉପର ଓ ତଳ ପ୍ରବାହ, ଏହାର ଉପଯୋଗ କରାଯାଇ ଥାଇପାରେ । ମହାରାଷ୍ଟ୍ରର ଅଓରଙ୍ଗାବାଦ୍ର "ପାନିଚକ୍କି' ଏବେ ମଧ୍ୟ କାର୍ଯ୍ୟକ୍ଷମ । ବିଶାଳ ପଥର ଚକିରେ ଏବେ ମଧ୍ୟ ଗହମ ଚାଉଳ ଇତ୍ୟାଦି ପେଷା ହୋଇଥାଏ । ପବନ ଶକ୍ତି - Wind mill ର ଉପଯୋଗ ଏକମାତ୍ର ମଧ୍ୟଯୁଗୀୟ ୟୁରୋପ ଜାଣିଥିଲା, କିଏ କହୁଛି ? ଓଡ଼ିଶାର ପ୍ରଯୁକ୍ତିବିଦ୍ମାନେ ମନ୍ଦିରର ଅନ୍ୟାନ୍ୟ ବିଭାଗରେ ଯେଉଁ ଅସାମାନ୍ୟ ପ୍ରତିଭା ଦେଖାଇଛନ୍ତି ସେମାନେ ସ୍ୱାଭାବିକ ଭାବେ ଏ ସବୁ ପ୍ରକୃତିଦତ୍ତ ଶକ୍ତିର ଉପଯୋଗ କରିଥିବେ, ତାହା ହୁଏତ ୟୁରୋପୀୟ ଧ୍ୟାନ ଧାରଣାଠାରୁ ଭିନ୍ନ ଥିଲା ।
୬୮ . ଅର୍କକ୍ଷେତ୍ର କୋଣାର୍କ