ପୃଷ୍ଠା:Arkakshetra konark.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଜର୍ମାନୀରେ ଏବେ ମଧ୍ୟ ବ୍ୟବହାର ହେଉଥିବା ଗୋଟିଏ ପରିବହନ ବ୍ୟବସ୍ଥା କଥା କହିବା ଏଠାରେ ପ୍ରାସଙ୍ଗିକ ହେବ । ହାଇଡେଲ୍‍ବର୍ଗ ସହରରେ କଙ୍ଗସ୍ଥୁଲ (Kongsthul) ନାମକ ପାହାଡ଼ ଉପରେ ଗୋଟିଏ ପ୍ରାସାଦ (Schloss) ଅଛି । ଉପରୁ ତଳକୁ ଓ ତଳୁ ଉପରକୁ ଯାତାୟାତ କରିବା ପାଇଁ ରଜ୍ଜୁ ପଥ (Rope Way) ଭଳି ଗୋଟିଏ ବ୍ୟବସ୍ଥା ଏଥିରେ ଅଛି । କିନ୍ତୁ ଏହା ଲୁହା ରଶି ବଦଳରେ ଲାଇନ୍‍ ଉପରେ ଚାଲେ । ଚାରିଟି ବଖରା ଥିବା ଯୋଡିଏ କ୍ୟାବିନ୍ ଏକା ସାଙ୍ଗରେ ଉପର, ତଳ ହୋଇ ଦୁଇ ପଟରୁ ଚାଲେ । ଏଥିରେ କୌଣସି ଇଲେକ୍‍ଟି୍ରକ୍‍ ମୋଟର ବ୍ୟବହାର କରାଯାଇ ନାହିଁ ଏବଂ ବ୍ୟବସ୍ଥାଟି ଚାଲୁଛି ପ୍ରଥମ ବିଶ୍ୱଯୁଦ୍ଧ ସମୟରୁ । ଶୁଣାଯାଏ, ବ୍ୟବସ୍ଥାଟି ଚାଲେ ମାଧ୍ୟାକର୍ଷଣର ବ୍ୟବହାର କରି । ଆଜିକାର ଜ୍ଞାନଗର୍ବୀ ମଣିଷ ଏହା ଆଖିରେ ନ ଦେଖୁଥିଲେ ବିଶ୍ୱାସ କରୁ ନଥାଆନ୍ତା । ଆମ ପୂର୍ବସୂରୀମାନେ ଏପରି କୌଶଳ କରି ପାରି ନଥିବେ, ଭାବିବା କାହିଁକି ?

"ନିଉ ଲାଇଟ୍‍'ର ୧୨୧,୨୬୨ ଓ ୨୬୪ ପୃଷ୍ଠାରେ ହାତୀ ଦ୍ୱାରା ଓଜନ ପଥର ସ୍ଥାନାନ୍ତର କରିବା ଏବଂ ବାଲି ଟାଣିବାର କେତୋଟି ରେଖାଚିତ୍ର ଦିଆଯାଇଛି । ପୃଷ୍ଠା ୨୬୩ରେ capstan ଓ pulleyର ବ୍ୟବହାର ଦେଖାଯାଇଛି । ରେଖାଚିତ୍ରଗୁଡ଼ିକ କୌଣସି ତାଳପତ୍ର ପୋଥିର ଫଟୋଚିତ୍ର ନୁହୋଁ ସେଗୁଡ଼ିକର ପୁରାତନ ନାମ ମଧ୍ୟ ଚିତ୍ର ତଳେ ଦିଆଯାଇଛି । ଯଦିଓ ଏହାକୁ ପ୍ରାମାଣିକ କୁହାଯାଇ ପାରିବ ନାହିଁ, ପନ୍ଥାଗୁଡ଼ିକ ବିଶ୍ୱାସଯୋଗ୍ୟ । ଏ ଦିଗରେ ଅଧିକ ଗବେଷଣାର ପ୍ରୟୋଜନ ଅଛି ।

[[ଫାଇଲ:|423px|page=69]]
ଫଟୋ-୫:ଜଗମୋହନ (ସଂରକ୍ଷଣ ପୂର୍ବରୁ, ୧୮୯୦)

ଅର୍କକ୍ଷେତ୍ର କୋଣାର୍କ . ୬୯