ମନ୍ଦିର ନିର୍ମାଣ ଶେଷ ହୋଇ ଧର୍ମାଚରଣ ଯେ ବହୁଦି ହୋଇଥିଲା, ତାହାର ନିଦା ପ୍ରମାଣ ରତ୍ନ ସିଂହାସନ । ମନ୍ଦିରର ଭଙ୍ଗା ପଥର କୁଢ଼ ଯେତେବେଳେ ଗର୍ଭଗୃହରୁ ବାହାର କରାଗଲା ରତ୍ନ ସିଂହାସନଟି ପ୍ରାୟ ଅକ୍ଷତ ଅବସ୍ଥାରେ ସ୍ୱସ୍ଥାନରେ ଥିଲା, ବିଗ୍ରହ ନଥିଲା କିନ୍ତୁ ବିଗ୍ରହ ପୀଠର ପଶ୍ଚାତ୍ ଭାଗ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ସିଂହାସନଟି ବ୍ୟବହାର ହେବାର ବହୁ ଚିହ୍ନ ଥିଲା । ଅସମାପ୍ତ ମନ୍ଦିର ମଧ୍ୟରେ କେହି ଦେବସିଂହାସନ ନିର୍ମାଣ କରନ୍ତି ନାହିଁ ।
ସିଂହାସନଟି ଭଲ ରୂପେ ନିରୀକ୍ଷଣ କଲେ ଦେଖାଯିବ, ସବା ଉପର ଧାଡ଼ିର ଭାସ୍କର୍ଯ୍ୟ ପଦ୍ମ ପାଖୁଡ଼ା ହାତ ଲାଗି ଲାଗି କେତେକ ସ୍ଥାନରେ ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି । କଳସ, ଘଟ ଇତ୍ୟାଦି ବହୁବର୍ଷ ବସିବା ଫଳରେ ସ୍ଥାନେ ସ୍ଥାନେ ଗାତ ହୋଇ ଯାଇଛି । ଜଗମୋହନକୁ ଯୋଗ କରୁଥିବା ଦ୍ୱାର ବନ୍ଧର ଯେତିକି ଦିଶୁଛି, ତାହାର ତଳ ବନ୍ଧ ବହୁ ବର୍ଷ ଧରି ଭକ୍ତ ଚରଣ ପାତରେ ଘୋରି ହୋଇଯାଇଛି ।
ବ୍ରହ୍ମପୁରାଣରେ କୋଣାର୍କଠାରେ ପୂଜାବିଧି କଥା ବିସ୍ତୃତ ଭାବେ ଉଲ୍ଲିଖିତ ଅଛି । ପୂଜା ହେଉ ନଥିଲେ ପୂଜାବିଧି କଥା ଆସିବ କିପରି ? ସେହିପରି ବ୍ରହ୍ମାଣ୍ଡପୁରାଣ, କପିଳ ସଂହିତା ଇତ୍ୟାଦି ଗ୍ରନ୍ଥରେ ବିଭି୍ନ ମାସରେ କୋଣାଦିତ୍ୟଙ୍କ ଉଦ୍ଦେଶ୍ୟରେ ବିଭି୍ନ ମେଳା କଥା ଅଛି । ବିା ଠାକୁରରେ ମେଳା ହେବ କାହିଁକି ?
ଲାଙ୍ଗୁଳା ନରସିଂହଦେବଙ୍କ ପରେ ଦ୍ୱିତୀୟ ନରସିଂହଦେବଙ୍କଠାରୁ ଚତୁର୍ଥ ନରସିଂହଦେବ (୧୩୮୪)ଙ୍କ ଚାରି ପ୍ରଜନ୍ମ ଏ ମହାନ କୀର୍ତ୍ତିି କଥା ସେମାନଙ୍କ ତାମ୍ରଶାସନରେ ବାରଂବାର କହିଛନ୍ତି । ମନ୍ଦିର ସମ୍ପୂର୍ଣ୍ଣ ହୋଇ ନଥିଲେ ସେମାନେ ଏ ଜୟଗାନ କରିଥାଆନ୍ତେ କାହିଁକି ?
କୋଣାର୍କ ଦେଉଳର ଖଣ୍ଡିଏ ଶିଳାଲେଖ କଲିକତାର Indian Museumରେ ଗଚ୍ଛିତ ଅଛି । ସେ ଲେଖାର ପାଠୋଦ୍ଧାର କରି କରୁଣାସାଗର କହିଛନ୍ତି, ସେଥିରେ ଦୁଇଜଣ ଭଣ୍ଡାର ଅଧିକାରୀ ଏବଂ ଜଣେ ହିସାବରକ୍ଷକ କଥା ଲେଖାଅଛି । ମନ୍ଦିର ପରିଚାଳିତ ନ ହେଉଥିଲେ ଏମାନଙ୍କ ନିୟୋଗର ପ୍ରଶ୍ନ ଉଠନ୍ତା ନାହିଁ ।(୧୬୦)
ଆଇନ୍-ଇ-ଆକ୍ବରୀ ଯେତେ ବିତର୍କିତ ହେଲେ ମଧ୍ୟ ନିମ୍ନୋକ୍ତ ବାକ୍ୟଟି ଐତିହାସିକ ଓ ଲେଖକମାନେ ଗର୍ବର ସହିତ ସ୍ମରଣ କରନ୍ତି, "Even those whose judgement is critical and who are difficult to please stand astonished at its sight." ମନ୍ଦିରଟି ଶେଷ ହୋଇ ନଥିଲେ, ଏ ବାକ୍ୟଟି ରଚିତ ହୋଇ ନଥାଆନ୍ତା ।
ବର୍ତ୍ତମାନ କାଳର ଗୋଟିଏ ବୈଜ୍ଞାନିକ ଅନୁସନ୍ଧାନ ପ୍ରାସଙ୍ଗିକ ହେବ । ୧୯୨୯ ଖ୍ରୀଷ୍ଟାବ୍ଦରେ ଐ.C.ଜ. ନୀଳମଣି ସେନାପତି କୋଣାର୍କ ଦେଉଳରୁ ପଥର ଖଣ୍ଡିଏ ନେଇ ବୈଜ୍ଞାନିକ ଡଚ୍ଛରର ପ୍ରାଣକୃଷ୍ଣ ପରିଜାଙ୍କୁ ପରୀକ୍ଷା କରିବାକୁ ଦେଲେ । ଡକ୍ଟର ପରିଜା, ପଥରଟି ଉପରେ ଶିଉଳି ଓ ଶିଉଳିଜାତ ଉଦ୍ଭିଦ ସ୍ତର ପରୀକ୍ଷା କରି ୩୫୭ ସ୍ତର ପାଇଥିଲେ । ବର୍ଷକୁ ଗୋଟିଏ ଲେଖା ସ୍ତର ଜମାହେବା ହିସାବରେ ୩୫୭ ବର୍ଷ ଧରି ମନୁଷ୍ୟ ଚଳାଚଳ ହୋଇ ନଥିବା କଥା ନିର୍ଣ୍ଣୟ କଲେ ଏବଂ ସେଥିରୁ ଜଣାପଡୁଛି ୧୫୭୩ ଖ୍ରୀଷ୍ଟାବ୍ଦ ପରେ ମନ୍ଦିରର ରକ୍ଷଣାବେକ୍ଷଣ ହୋଇ ନାହିଁ । ସନ୍ଦର୍ଭଟି 'ଝଙ୍କାର' ଓ ପୁରୀ ଜିଲ୍ଲା ଗେଜେଟିୟରରେ ପ୍ରକାଶିତ ହୋଇଥିଲା ।(୧୬୧)
ମନ୍ଦିର ନିର୍ମାଣ ଶେଷ ହୋଇ ବିଗ୍ରହ ପ୍ରତିଷ୍ଠା ହୋଇଥିବା କଥା ପ୍ରମାଣିତ, ଯଦିଓ ମନ୍ଦିର ପ୍ରତିଷ୍ଠାର ବର୍ଷ ମାସ ଦିନ ଏ ଯାଏ ସନ୍ଦେହ ଘେରରେ । ଅନ୍ୟ ପ୍ରମାଣ ନ ପାଇବା ପର୍ଯ୍ୟନ୍ତ ମାଦଳା ପାଞ୍ଜି ବର୍ଣ୍ଣିିତ ତଥ୍ୟ ଗ୍ରହଣ କରାଯାଇପାରେ;୧୨୫୮ ଖ୍ରୀଷ୍ଟାବ୍ଦ, ମାର୍ଗଶିର ଶୁକ୍ଲପକ୍ଷ ସପ୍ତମୀ । (ପ୍ରଥମ ନରସିଂହଦେବଙ୍କ ପୋଥି ମାଦଳାପାଞ୍ଜି, ସଂଖ୍ୟା-୬ ।)
ପତନର ଇତିହାସ :
ଏଠାରେ ମଧ୍ୟ ଇତିହାସଠାରୁ କିମ୍ବଦନ୍ତୀର ପ୍ରାଧାନ୍ୟ, କିମ୍ବଦନ୍ତୀରୁ ଇତିହାସର ଜଟ ସହଜରେ ଛଡ଼ା ଯାଇ ପାରୁାହିଁ । ତଥାପି କିମ୍ବଦନ୍ତୀଗୁଡ଼ିକ ଯଥା ସମ୍ଭବ ପଛକୁ ରଖି ଇତିହାସ ଚର୍ଚ୍ଚା କରିବା ।
ଯୋଡ଼ିଏ ପ୍ରଶ୍ନ ଉଠୁଛି; ମନ୍ଦିରଟି ଭାଙ୍ଗିଲା କେବେ ଏବଂ କାହିଁକି ? ମନ୍ଦିରଟି ଗୋଟିଏ ଦିରେ ଭାଙ୍ଗି ନାହିଁ; ସେ ଧ୍ୱଂସର ଇତିହାସ ଦୀର୍ଘ ଏବଂ କରୁଣ । ମନ୍ଦିରଟି ଭାଙ୍ଗିଲା କାହିଁକି, ସେ ସମ୍ବନ୍ଧରେ ଅନେକଗୁଡ଼ିଏ ମତ ପ୍ରଚଳିତ ଅଛି । ସେଗୁଡ଼ିକ ପ୍ରଥମେ ଆଲୋଚନା କରାଯାଉ ।
୧. ମନ୍ଦିରଟି ଆଦୌ ସମ୍ପୂର୍ଣ୍ଣ ହୋଇ ନଥିଲା : ବିଷୟଟି ଆଲୋଚିତ ହୋଇଛି ପୃ ୭୦ ଠାରୁ ୭୧ ମଧ୍ୟରେ ଏବଂ ପ୍ରମାଣିତ ହୋଇଛି, ମତଟି ଭୁଲ୍ ।
୨. ଅଭିଶାପ : ଋଷି ଗୌତମଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ଛଳନାରେ ଇନ୍ଦ୍ର ଉପଭୋଗ କରିଥିବାର କାହାଣୀ ସହିତ ସମସ୍ତେ ପରିଚିତ । ଏ କାହାଣୀର ଅନ୍ୟ ଗୋଟିଏ ଭାଷ୍ୟ ହେଉଛି, ସେହି ଲମ୍ପଟ ଇନ୍ଦ୍ର ନୁହଁନ୍ତି ସୂର୍ଯ୍ୟ । ତେଣୁ ମୁିଙ୍କ ଅଭିଶାପରେ ସୂର୍ଯ୍ୟ ମନ୍ଦିର ଧ୍ୱଂସ ହେଲା । ଏ ଉଦ୍ଭଟ
ଗଳ୍ପଟି ଅପ୍ରମାଣ କରିବାକୁ କରୁଣାସାଗର ଅଧପୃଷ୍ଠା ବ୍ୟୟ କରିଛନ୍ତି ।(୧୬୨)
ଅର୍କକ୍ଷେତ୍ର କୋଣାର୍କ . ୭୩