Jump to content

ପୃଷ୍ଠା:Arkakshetra konark.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୩. ଚୁମ୍ବକୀୟ ଶକ୍ତି : କଳସର ଚୁମ୍ବକୀୟ ଶକ୍ତିରେ ଜାହାଜଗୁଡ଼ିକ ଟାଣି ହୋଇ କୂଳରେ ପିଟିହେବା ଫଳରେ କ୍ଷତିଗ୍ରସ୍ତ ହେଉଥିବାରୁ ନାବିକମାନେ କଳସ କାଢ଼ି ନେଲେ । ତେଣୁ ମନ୍ଦିରଟି କ୍ରମେ ଭୁଶୁଡ଼ି ପଡ଼ିଲା । ଗୋଟିଏ ଜାହାଜକୁ ସମୁଦ୍ର ଭିତରୁ ଟାଣି ଆଣି ପାରିବା ଭଳି ସାଧାରଣ ଚୁମ୍ବକ ତ ଦୂରର କଥା, ଏପରିକି ବିଦ୍ୟୁତ୍‍ଚାଳିତ ଊକ୍ଷରମନ୍ଦତ୍ତଚ୍ଛ-ଲବଵଚ୍ଚରନ୍ଦ ମଧ୍ୟ ଆଜିଯାଏ ତିଆରି ହୋଇନାହିଁ ।

କଳସ ନୁହେଁ, ସମଗ୍ର ମନ୍ଦିରର ବିପୁଳ ସୌନ୍ଦର୍ଯ୍ୟ, ଚୁମ୍ବକ ଭଳି ସମୁଦ୍ରଗାମୀ ଜାହାଜମାନଙ୍କୁ କୂଳକୁ ଟାଣି ଆଣୁଥùଲା ଏବଂ କୋଣାର୍କ ଗୋଟିଏ ବନ୍ଦର ତଥା ଐଶ୍ୱର୍ଯ୍ୟମୟ ନଗର ଥିବାରୁ(୧୬୩) ବାଣିଜ୍ୟିକ ଆଦାନ ପ୍ରଦାନ ଘଟୁଥିଲା । ହୁଏତ କୋଣାର୍କ ସ୍ଥପତିଙ୍କ ଏହା ମଧ୍ୟ ପରିକଳ୍ପିତ ଥିଲା ।

୪. ଭୂମିକମ୍ପ : ଏ ମତର ସର୍ବାଗ୍ରେ ଅଛନ୍ତି ଆ. ଜନ୍ଦଷତ୍ତକ୍ଷଷଚ୍ଚଵ(୧୬୪) । କେତେଗୁଡ଼ିଏ ତଥ୍ୟ ବିଚାରକୁ ନେଲେ ଅଣବୈଷୟିକ ଲୋକ ମଧ୍ୟ ଏ ମତଟିର ଅସାରତା ବୁଝି ପାରିବ । କୋଣାର୍କ ଦେଉଳର ବିମାନର ଉଚ୍ଚତା ଥିଲା ୨୨୮ ଫୁଟ (ଅକଳିତ), ଦେବାଲର ବେଧ ୧୭ଫୁଟ୍‍ ୬ଇଞ୍ଚ (କୋଣ ପାଗ), ୨୪ ଫୁଟ୍‍ ୨ଇଞ୍ଚ (ରହପାଗ) । ତଥ୍ୟଟି ଆଜଐର ମୂଳ ମ୍ୟାପ୍‍ରୁ ସଂଗୃହୀତ । ଆଗପଟେ ଦେହକୁ ଦେହ ଲାଗି ରହିଛି ବିଶାଳ ଜଗମୋହନ ଏବଂ ଅନ୍ୟ ତିି ପଟେ ପୁଣି ଦେହକୁ ଦେହ ଲାଗି ରହିଛି ତିନୋଟି ନିସ ଦେଉଳ । ସମସ୍ତ କିଛି ବସିଛି ଗୋଟିଏ ୧୬ଫୁଟ୍‍ ୬ଇଞ୍ଚ ଉଚ୍ଚର ନିଦା ପୀଠ ଉପରେ । ନିଅଁ (ସମ୍ପୂର୍ଣ୍ଣ ପୀଠଟି) ଭୂମି ତଳକୁ ଯାଇଛି ଶାସ୍ତ୍ରମତେ ମନ୍ଦିର ଉଚ୍ଚତାର ୧/୩ ଅଂଶ । ଏପରି ଗୋଟିଏ ନିଦା ମନ୍ଦିର ଦୋହଲାଇବାକୁ କେଉଁ ପ୍ରବଳ ସ୍ତରର ଭୂକମ୍ପର ପ୍ରୟୋଜନ ବୈଜ୍ଞାନିକମାନେ କହନ୍ତୁ ଏବଂ ଛଷମଶରତ୍ତ ଜମବକ୍ଷର ରେ ସେ ସ୍ତରର ଭୂକମ୍ପ ବିଗତ ୮୦୦ ବର୍ଷ ଭିତରେ ଆଦୌ ହୋଇଛି କି ?

ବିଜ୍ଞାନ ଛାଡ଼ି ଦେଇ ସାଧାରଣ ବୁଦ୍ଧି ପ୍ରୟୋଗ କରିବାା ଏଡ଼େ ବିରାଟ ଭୂମିକମ୍ପ ହେଲା, ସଂଲଗ୍ନ ଜଗମୋହନର କିଛି କ୍ଷତି ହେଲା ନାହିଁ; ପୀଠ ଉପରେ ଗୋଟିଏ ଫାଟ ମଧ୍ୟ ହେଲା ନାହିଁ; ପୁରୀ ଦେଉଳର କିଛି ହେଲା ନାହିଁ; ନିକଟବର୍ତ୍ତୀ ଗ୍ରାମମାନଙ୍କର କୌଣସି କ୍ଷତି ହେଲାନାହିଁଳ୍କ ଏହା ସମ୍ଭବ ନୁହେଁ । ଅଶୀ ଦଶକରେ ଗଡ଼ଓ୍ୱାଲ ଅଞ୍ଚଳରେ ଯେଉଁ ଭୂମିକମ୍ପ ହୋଇଥùଲା ତାହାର ଚିହ୍ନ ୨୦୦/୩୦୦ କିଲୋମିଟର ଦୂରରେ ଥିବା ଛୋଟ ଛୋଟ ମନ୍ଦିର ଏବେ ମଧ୍ୟ ବହନ କରୁଛି । ଭୂମିକମ୍ପ ଗୋଟିଏ ମନ୍ଦିରକୁ କେନ୍ଦ୍ର କରି ହୁଏନା ।

୫. ବଜ୍ରପାତ : ଏ ମତବାଦର ଉଦ୍‍ଗାତା ମଧ୍ୟ ସେଇ ଷ୍ଟାର୍ଲିିଂ ସାହେବ । ବଜ୍ର ପଡ଼ି ବିମାନ ଭୁଶୁଡ଼ି ପଡ଼ିଲା ଅଥଚ ଜଗମୋହନର କିଛି ହେଲା ନାହିଁ, ଗଠନଗତ ସ୍ଥୂଳତା ଯୋଗୁଁ ଏହା ସମ୍ଭବ ନୁହେଁ । ବିଶନ୍‍ ସ୍ୱରୂପ, ଯିଏ ଏ ମନ୍ଦିରର ପ୍ରଥମ ବିରାଟ ସଂରକ୍ଷଣ କାର୍ଯ୍ୟ ସହିତ ଯୁକ୍ତ ଥùଲେ, କହୁଛନ୍ତି ୧୯୦୦ ଠାରୁ ୧୯୧୦ ମଧ୍ୟରେ ଦୁଇଥର ବିରାଟ ବଜ୍ରପାତ ହୋଇଥùଲା, ଅଥଚ ଜୀର୍ଣ୍ଣ ଜଗମୋହନର ଆଦୌ କିଛି ଅଧିକ କ୍ଷତି ହେଲାନାହିଁ ।(୧୬୫) ଏବେ ମଧ୍ୟ ବହୁ ମନ୍ଦିର ଅଛି ଯାହା ଉପରେ କ୍ଷଷଵଶନ୍ଦରଚ୍ଚଷଚ୍ଚଵ ବତ୍ତତ୍ତରଜ୍ଞନ୍ଦରତ୍ତ ଲଗା ହୋଇ ନାହିଁ କିନ୍ତୁ ସେଗୁଡ଼ିକର କିଛି ହେଉନାହିଁ, ବହୁ ବର୍ଷ ଧରି ବଜ୍ରପାତ ହେବା ସତ୍ତ୍ୱେ । ମନ୍ଦିର ନିର୍ମାଣ କୌଶଳରେ ଏମିତି କିଛି ଅଛି ଯେଉଥù ଯୋଗୁଁ ବିଦ୍ୟୁତ୍‍ ଆଘାତ ଵତ୍ତଚ୍ଛନ୍ଧଚ୍ଚଯଷଚ୍ଚଵ ହୋଇ ଯାଉଛି ମନ୍ଦିରର କ୍ଷତି ନ କରି ।

୬. ମୂଳଦୁଆ ଦବିଗଲା : ଏ ମତ ଏବେ ମଧ୍ୟ ସମୟେ ସମୟେ ଶୁଣାଯାଏ । ମୂଳଦୁଆ କେତେ ଦୃଢ଼ କରି ଗଢ଼ା ଯାଇଥùଲା ତାହାର ବିବରଣୀ ପୂର୍ବରୁ ବହୁ ବାର ଦିଆଯାଇଛି । ଛ.ଈ.ଈ. କୁ ଛାଡ଼ି ଦେଲେ ଏତେ ଦୃଢ଼ ମୂଳଦୁଆ ଏବେ ମଧ୍ୟ ହୁଏ ନାହିଁ । ମନମୋହନ ଗାଙ୍ଗୁଲୀ ଯିଏ ନିଜେ ଜଣେ ଈଶଷରଳ ଊଚ୍ଚଵଷଚ୍ଚରରତ୍ତ ଥùଲେ; ଲେଖିଛନ୍ତି,"I examined the temple very carefully and did not notice anywhere the least trace of the subsidence of the soil. This would have, as a matter of course, occasioned vertical cracks in the structure and horizental one in the floor of the sanctum; the floor, I have noticed, is without any crack; moreover, the collapse due to the subsidence of the soil would have tumbled down the temple on one side which did not occur actually."(୧୬୬)

ଲେଖକ ଅଳ୍ପଦି ପୂର୍ବେ (୦୧.୧୧.୨୦୧୦) ASI ଓଡ଼ିଶା ମଣ୍ତଳର Superintending Archaeologist ଶ୍ରୀ ଅଶୋକ କୁମାର ପଟେଲଙ୍କ ସହିତ ଆଲୋଚନା ସମୟରେ ଅବଗତ ହୋଇଥିଲେ, ଅଳ୍ପଦି ତଳେ ଅନୁସନ୍ଧାନ ସାରି ରୁଡ୍‍କୀ ଈଇଛଐ କହିଛନ୍ତି ଏବେ ମଧ୍ୟ ମୂଳଦୁଆ ସମ୍ପୂର୍ଣ୍ଣ ସ୍ଥିତିଶୀଳ ଅଛି ।

୭. ଗଠନଗତ ଦୁର୍ବଳତା : ଫର୍ଗୁସନଙ୍କ ମତ ଜଳାଜମିରେ ଗଢ଼ା ଯାଇଥିବାରୁ ମୂଳ ଦବି ଗଲା ।(୧୬୭) ସନ୍ଦେହଟି ଅମୂଳକ, ପୂର୍ବେ ଆଲୋଚିତ ହୋଇଛି । ରାଜେନ୍ଦ୍ରଲାଲ ମିତ୍ର, ଜଗମୋହନ ଭିତରେ ଗଡ଼ି ପଡ଼ିଥିବା ଖମ୍ବ ଓ ସିଲିଂ ଦେଖି ଭାବିନେଲେ ଭିତ୍ତିଭୂମି ଦୁର୍ବଳ ଥିଲା ଏବଂ ତାହାହିଁ ହୋଇଥିଲା ବିମାନ କ୍ଷେତ୍ରରେ (୧୬୮) । ମତଗୁଡ଼ିକ ପଛରେ ଗଭୀର ଅନୁସନ୍ଧାନ କିଛି ନାହିଁ । ଗାଙ୍ଗୁଲୀଙ୍କ ଯୁକ୍ତିପୂର୍ଣ୍ଣ ଅଭିମତ ଏ ସବୁ ସନ୍ଦେହକୁ ଧୂଳିସାତ୍‍ କରିଦେଉଛି । ମନେ ରଖିବାକୁ ହେବ ମନ୍ଦିର ସ୍ଥପତିଙ୍କ ପଛରେ ଅନ୍ୟୂନ ୧୦୦୦ ବର୍ଷର ବୈଷୟିକ ଜ୍ଞାନ ଓ ଦକ୍ଷତା ଥିଲା ।

ଏହା ଅଗ୍ରାହ୍ୟ ଅଥବା ନ୍ୟୂନ କରି ଦେଖିବା ପଛରେ ଜ୍ଞାନର ଅଭାବ ଓ ସଭ୍ୟତାର ଅହଂକାର ଛଡ଼ା ଅନ୍ୟ କିଛି ନାହିଁ ।

୭୪ . ଅର୍କକ୍ଷେତ୍ର କୋଣାର୍କ