ପୃଷ୍ଠା:Arkakshetra konark.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୮.ବନ୍ଦର ପରିତ୍ୟକ୍ତ ହେଲାରୁ ମନ୍ଦିର ପରିତ୍ୟକ୍ତ ହେଲା: ବନ୍ଦର ପରିତ୍ୟକ୍ତ ହେଲାରୁ ମନ୍ଦିର ପରିତ୍ୟକ୍ତ ହେଲା : କୋଣାର୍କ ଗୋଟିଏ ବନ୍ଦରଭିତ୍ତିକ ସହର ଥିଲା, ନଦୀ ଶୁଖିଗଲାରୁ ବନ୍ଦର ବନ୍ଦ ହେଲା ଏବଂ କ୍ରମେ ପରିତ୍ୟକ୍ତ ହେଲା । ଓଡ଼ିଶାରେ କୋଣାର୍କ ଛଡ଼ା ଆହୁରି ଅନେକ ବନ୍ଦର ଥିଲା । ସେ ସବୁ ବର୍ତ୍ତମାନ ମୃତ କିନ୍ତୁ ସେ ସବୁ ଲୋକାଳୟଶୂନ୍ୟ ହୋଇଯାଇ ନାହିଁ ।

୯. ବାଲୁକାରାଶିର ଅତ୍ୟଧିକ ଉତ୍ତାପ : କପିଳ ସଂହିତାର ଗୋଟିଏ ସୂତ୍ର (କପିଳ ସଂହିତା, ପୃ.୩୭) ଉଦ୍ଧାର କରି କରୁଣାସାଗର କହିଛନ୍ତି, ଅବାଧ ବାୟୁ ପ୍ରବାହ ଫଳରେ ବାଲିକୁଦ ସୃଷ୍ଟି ହେଲା ଏବଂ ପ୍ରବଳ ଉତ୍ତାପ ହେଲା । ତେଣୁ ଲୋକେ ପଳାୟନ କଲେ ଏବଂ ବାଲି ଝଡ଼ରେ ମନ୍ଦିର ପୋତି ହୋଇଗଲା ।

ବାଲି ଉପରେ ଉତ୍ତାପ ନୂଆ କଥା ନୁହେଁ, ସମୁଦ୍ର ତୀରରେ ତେବେ ଲୋକାଳୟ ଗଢ଼ି ଉଠନ୍ତା ନାହିଁ / ଯାହା ଘଟିଥିଲା ତାହା ସମ୍ପୂର୍ଣ୍ଣ ବିପରୀତ ।

୧୦. ସମୁଦ୍ରରୁ ଉତ୍‍ଥିତ ପ୍ରବଳ ଜଳପ୍ଳାବନ : ଏ ପ୍ରସଙ୍ଗରେ କରୁଣାସାଗର ଅନେକଗୁଡ଼ିଏ ତଥ୍ୟ ଉପସ୍ଥାପନ କରିଛନ୍ତି । କମିଶନର୍‍ ଊ. ଝ. ଖରନ୍ଦମବକ୍ଷଳ ଙ୍କ ଅଭିମତ, ୧୮୩୧ ସାଲର ଜଳ ପ୍ଳାବନରେ ୨୨,୦୦୦ ଅଧିବାସୀଙ୍କ ମୃତ୍ୟୁ, ୧୮୮୫ ରେ ଳବକ୍ଷଜ୍ଞର ଟ୍ଟଚ୍ଛଷଚ୍ଚନ୍ଦ ବୁଡ଼ିଯିବା ଇତ୍ୟାଦି ଅନେକ କଥା କହିଛନ୍ତି, କିନ୍ତୁ କୌଣସି ସିଦ୍ଧାନ୍ତରେ ଉପିନୀତ ହୋଇ ନାହାଁନ୍ତିା ୨୨୮ ଫୁଟ୍‍ ଉଚ୍ଚ ନିଦା ମନ୍ଦିରକୁ ଗଡେ଼ଇ ଦେଲା ଭଳି ତୋଫାନ୍‍ ସେ ସମୟରେ ହୋଇଥùଲା କି ନାହିଁ; ପାଣିପାଗ ବିଭାଗ କହୁନାହିଁ । ତେବେ ଏତିକି କହିଲେ ଯଥେଷ୍ଟ ହେବ, ସେପରି ଝଡ଼ ପ୍ରକୃତରେ ବହିଥùଲେ ପୁରୀ ମନ୍ଦିର ଅକ୍ଷତ ରହି ନଥାନ୍ତା ଏବଂ ଓଡ଼ିଶାର ସାଗରତୀରଠାରୁ ଅନ୍ୟୂନ ୫୦ କିଲୋମିଟର ଭିତରକୁ ଲୋକାଳୟ ନିଶ୍ଚିହ୍ନ ହୋଇ ଯାଇଥାଆନ୍ତା ।

ମାଦଳା ପାଞ୍ଜି ଓ କଳାପାହାଡ଼ :

ମାଦଳାପାଞ୍ଜିର ପାଠୋଦ୍ଧାର କରି ମନମୋହନ ଗାଙ୍ଗୁଲୀ (୧୬୯), ବିଶନ୍‍ ସ୍ୱରୂପ (୧୭୦), କୃପାସିନ୍ଧୁ ମିଶ୍ର (୧୭୧) ଏବଂ ଷ୍ଟେଲା କର୍ମରୀଶ୍‍ (୧୭୨) ସମସ୍ତେ କହିଛନ୍ତି, ୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗଦେଶରୁ ଆଗତ ମୁସଲମାନବାହିନୀ ସହିତ ଯୁଦ୍ଧରେ ମୁକୁନ୍ଦଦେବଙ୍କର ମୃତ୍ୟୁ ହୁଏ । ତାହା ପରେ ମୁସଲମାନ ସେନାଧ୍ୟକ୍ଷ କଳାପାହାଡ଼ ଧ୍ୱଂସ ଓ ଲୁଟପାଟର ପ୍ରବାହ ବୁହାଇ ଦିଏ । ସେ ପ୍ରବାହ ଯାଜପୁରଠାରୁ କୋଣାର୍କ ଯାଏ ବ୍ୟାପୀ ଥùଲା । ବିଶାଳ କୋଣାର୍କ ମନ୍ଦିରଟି ଭାଙ୍ଗି ନପାରି କଳସଟି ଧ୍ୱଂସ କରି ତାହା ଭିତରୁ ଧନରତ୍ନ ଲୁଟ୍‍କରି ନିଏ ସେ ଯବନ । କର୍ବେଲିଂ ପଦ୍ଧତିରେ ଗଠିତ ମନ୍ଦିରର ଭାରସାମ୍ୟ ରଖùବାରେ କଳସର ବିଶେଷ ଭୂମିକା ଥାଏ । କୋଣାର୍କ ରେଖଦେଉଳର କଳସର ଅକଳିତ ଓଜନ ୧୦୦ ଟନ୍‍ ଥିଲା । ଭାରସାମ୍ୟ ହଟି ଯିବାରୁ କ୍ରମେ ପଥରଗୁଡ଼ିକ କେନ୍ଦ୍ରଚ୍ୟୁତ ହୋଇ ରେଖଦେଉଳର ପତନ ହୁଏ ।

କରୁଣାସାଗର କିନ୍ତୁ କଳାପାହାଡ଼ର ଐତିହାସିକତା ସ୍ୱୀକାର କରନୁ ।ହାନ୍ତିା ଯେହେତ ୁମାଦଳା ପାଞ୍ଜିର ବିଭନି ୍ନସଂସ୍କରଣ ଅଛି ଏବଂ ଅନେକେ ଅଭିଯୋଗ କରି ଥାଆନ୍ତି ଅମୁକ୍‍ ଅମୁକ୍‍ ତଥ୍ୟ ମାଦଳା ପାଞ୍ଜିରେ ନାହିଁ । ଷ୍ଟେଲା କର୍ମରୀଶ୍‍ ବ୍ୟବହାର କରିଥùବା ସଂସ୍କରଣର ପରିଚିତି ଦେଇଛନ୍ତି Prachi edition- p.p.-62. fascicle No.7 of Mukundadev ।

କୃପାସିନ୍ଧୁ କହିଛନ୍ତି, କଳାପାହାଡ଼ ଆସିବାର ଖବର ପାଇ ବ୍ରାହ୍ମଣମାନେ ବିଗ୍ରହ କାଢ଼ି ନେଇ କିଛି ଦିନ ଅନ୍ୟତ୍ର ଲୁଚାଇ ଥିଲେ ଏବଂ ପରେ ପୁରୀମନ୍ଦିର ବେଢ଼ା ମଧ୍ୟରେ ପ୍ରତିଷ୍ଠା କଲେ, ଯେଉଁଠାରେ ଏବେ ମଧ୍ୟ ସେ ବିଗ୍ରହ ପୂଜା ପାଉଛନ୍ତି । ଷ୍ଟେଲା କର୍ମରୀଶ୍‍ କିନ୍ତୁ ନିଜେ ଦେଇଥùବା ମାଦଳାପାଞ୍ଜିର ତଥ୍ୟକୁ ସନ୍ଦେହ ଚକ୍ଷୁରେ ଦେଖùଛନ୍ତି । କାରଣ ଆବୁଲ୍‍ ଫଜଲ୍‍ଙ୍କ ପ୍ରଶଂସା : " "The gandi was still intact and temple in worship some three hundred years later is evident by Abul Fazal's tribute to the ......, declaring that even those whose judgement is critical and who are difficult to please stand astonished at its sight."

ଷ୍ଟାର୍ଲିିଂ, ହଣ୍ଟର ଇତ୍ୟାଦିଙ୍କ କଥା ଛାଡିଦେଲେ ମଧ୍ୟ ମନମୋହନ ଗାଙ୍ଗୁଲୀ ଓ ବିଶନ୍‍ ସ୍ୱରୂପଙ୍କଠାରୁ ଆଜିକାର କରୁଣାସାଗର ପର୍ଯ୍ୟନ୍ତ ପ୍ରାୟ ସମସ୍ତ ଐତିହାସିକ (ଏକ ମାତ୍ର କୃପାସିନ୍ଧୁଙ୍କ ବ୍ୟତୀତ) ମାଦଳାପାଞ୍ଜିର ଐତିହାସିକତା ନେଇ ଅଳ୍ପାଧିକ ସନ୍ଦିହାନ । ଅଥଚ ସେଇ ବିଦଗ୍ଧ ଐତିହାସିକମାନେ ଆବୁଲ୍‍ ଫଜଲ୍‍ଙ୍କୁ ବିନା ପ୍ରଶ୍ନରେ ଗ୍ରହଣ କରି ନେଇଛନ୍ତି; ଯେଉଁ ଆବୁଲ୍‍ ଫଜଲ୍‍ ନିଜର ସ୍ୱୀକାରୋକ୍ତି ଅନୁଯାୟୀ ଇତିହାସ ଲେଖùଥùଲେ ଶୁଣା କଥାରେ ଏବଂ ଉପସ୍ଥାପିତ କରିଛନ୍ତି କେତେକ ଅସମ୍ଭବ "ତଥ୍ୟ" (ପୃ-୧୨ ଦେଖନ୍ତୁ) । ଏହାର କାରଣ କ'ଣ ? ଆବୁଲ୍‍ ଫଜଲ୍‍ ଆକବରଙ୍କ ଦରବାରର ଜଣେ ବିଶିଷ୍ଟ ଅମୀର ଯାହାଙ୍କର ଉଚ୍ଛ୍ୱସିତ ପ୍ରଶଂସା ଦେଶ ବିଦେଶରେ "ବ୍ୟାନର୍‍ ହେଡ୍‍ ଲାଇନ୍‍'ରେ ପ୍ରଚାର କରି ହେବ ଏବଂ ମାଦଳାପାଞ୍ଜି ଲେଖକ, କରୁଣାସାଗରଙ୍କ ଭାଷାରେ ଜଣେ "ସାଧାରଣ ପୁରୋହିତ" ମାତ୍ର ! ଷ୍ଟେଲା ପୁଣି ସେଇ ଏକା ଅନୁଚ୍ଛେଦରେ ଆବୁଲ୍‍ ଫଜଲ୍‍ଙ୍କ ଆଉ ଗୋଟିଏ ବାକ୍ୟର ଉଦ୍ଧୃତି ଦେଇଛନ୍ତି;

ଅର୍କକ୍ଷେତ୍ର କୋଣାର୍କ . ୭୫