ପୃଷ୍ଠା:Arkakshetra konark.pdf/୭୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏହା ନ ଘଟି ଯେବେ ଗଜସିଂହ ଜଗମୋହନର ଉତ୍ତର ଦିଗକୁ ଗଡ଼ିଥାଆନ୍ତା ତେବେ ପ୍ରଥମେ ବିପୁଳ କ୍ଷତି ଘଟନ୍ତା ପ୍ରଥମ ପୀଢ଼ର ଉତ୍ତର-ପଶ୍ଚିମ କୋଣରେ, ଯାହା ହୋଇନାହିଁ ଏବଂ ତାହା ପରେ ପ୍ରଥମ ପୃଷ୍ଠ ଉପର ଦଶ ବାର ଫୁଟ ଓ ପୀଠ ବାଡ଼ର ପ୍ରଭୂତ କ୍ଷତି ଘଟାଇ ତଳେ ପଡ଼ନ୍ତା । ଏହା ମଧ୍ୟ ହୋଇ ନାହିଁ ।

ଇଂଜିିୟର ବିଶନ୍‍ ସ୍ୱରୂପ ଯିଏ, ୧୯୦୧-୦୬ ସଂରକ୍ଷଣ କାର୍ଯ୍ୟ ସହିତ ସଂପୃକ୍ତ ଥିଲେ କହିଛନ୍ତି ;

" ---- fell with a great force on the Jagamohan and causing a big hole in the pyramidal roof, rolled along towards the north, on which side it is still lying."(୧୮୫)

ପୀଢ଼ର ମଧ୍ୟସ୍ଥଳରେ ଗୋଟିଏ ବଡ଼ ଗାତ କରିସାରିବା ପରେ ବିଶାଳ ଗଜ ସିଂହ କିପରି ଅନୂ୍ୟନ ୫୦/୫୫ ଫୁଟ ଉତ୍ତରକୁ ସମାନ୍ତରାଳ ଗତି କରିବା ପରେ ପ୍ରଥମେ ପୃଷ୍ଠ ପିଠିରେ ଏବଂ ତାହା ପରେ ତଳେ ପଡ଼ିଲା ଏବଂ ସେ ସବୁ ଅଂଶର କିଛି କ୍ଷତି ଘଟିଲା ନାହିଁ, ଏହା ଦୁର୍ବୋଧ୍ୟ । (ରେଖାଚିତ୍ର ୯,୧୦ ଓ ୭ ଦେଖନ୍ତୁ, ପୃଷ୍ଠା- ୧୧୦,୧୧୩ ଓ ୧୦୦)। ଏହାପରେ ବିଶନ୍‍ ସ୍ୱରୂପ ଆଉ ଗୋଟିଏ ବିସ୍ଫୋରକ ଉକ୍ତି କହିଛନ୍ତି, ଯାହାର କୌଣସି ବୈଜ୍ଞାନିକ ଭିତ୍ତି ନାହିଁ ।

"The violent shock caused much damage to the roof of the Jagamohan on the south and southwestside, for the heavy lion rolling towards north weighted the roof un-equally and the corbelling on the south and south-west being partly relieved of the pressure came down."(୧୮୫)

ଜଗମୋହନର ପୀଢ଼ ଗୋଟିଏ କାଠ ପୀଢ଼ା ନୁହେଁ ଯେ, ଗୋଟେ ପଟେ ଓଜନ ବଢ଼ିଲେ ଅନ୍ୟ ପଟ ଟେକି ହୋଇଯିବ। ଉତ୍ତରକୁ ଗଡ଼ିଯିବାର ଅନୁମାନର କୌଣସି ଭିତ୍ତି ନାହିଁ। କୋର୍‍ବେଲିଂ (corbelling)ନୀତିରେ ବଳୟର କୌଣସିଠାରେ କ୍ଷତି ହେଲେ ବଳୟଟି ଭିତରକୁ

[[ଫାଇଲ:|423px|page=79]]
ଫଟୋ-୧୦ : ପତିତ ଗଜସିଂହ ଦ୍ୱାରା ଜଗମୋହନରେ କ୍ଷତ (୧୯୦୦-୧୯୦୩)

ଅର୍କକ୍ଷେତ୍ର କୋଣାର୍କ . ୭୯