ପୃଷ୍ଠା:Arkakshetra konark.pdf/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=80]]

ସଂକୁଚିତ ହେବାକୁ ଚେଷ୍ଟା କରିବ ଏବଂ ମାତ୍ର ଗୋଟିଏ ଅଂଶ ବାହାରେ ଗଦା ହେବ ନାହିଁ । ଏହା ଘଟିଥିଲେ ତିିଟି ପୀଢ଼ର ଅନ୍ୟ କୌଣସି ଅଂଶ ଭୁଶୁଡ଼ି ନ ପଡ଼ି କେବଳ ରହପାଗ ଉପରେ ପ୍ରଥମ ପୀଢ଼ର ଛଅଟି ଥାକ (ଏପରିକି ତା' ଉପରେ ବାଜେଣି କନ୍ୟା ଓ ଭୈରବ ମଧ୍ୟ ଅକ୍ଷତ ଅଛନ୍ତି) ଏବଂ ଦକ୍ଷିଣ ଦିଗର ଦ୍ୱାର ଅଂଶ ଧ୍ୱଂସ ହୁଅନ୍ତା ନାହିାଁ (ଫଟୋ ୧୧-କ ଓ ୧୧-ଖ)

ପ୍ରଥମଟି(ଫଟୋ ୧୧-କ) ପ୍ରଥମ ସଂରକ୍ଷଣ କାର୍ଯ୍ୟର ଠିକ୍‍ ପୂର୍ବରୁ ଏବଂ ଦ୍ୱିତୀୟଟି (୧୧-ଖ) ସାଦା ପଥର ଯୋଡ଼ି ସଂରକ୍ଷଣ କରିବା ପରେ ଚିତ୍ର ବନ୍ଦୀ ହୋଇଛିା ପରିଷ୍କାର ଜଣାପଡୁଛି କେହି ଯେପରି ସେ ଅଞ୍ଚଳରୁ କିଛି ତାଡ଼ି ନେବାର ଚେଷ୍ଟା କରିଛି । କିନ୍ତୁ ମନ୍ଦିର ବାଡ଼ କୌଣସି ଦିଗକୁ ନ ଢ଼ଳି ଖାଡ଼ା ଅଛି । ଏକମାତ୍ର ପୂର୍ବଦ୍ୱାର ଛଡ଼ା ଆଉ ସବୁ ଦ୍ୱାର ଉପରେ ନବଗ୍ରହ ଖଣ୍ଡ ଖଣ୍ଡ କରି ନଅ ଖଣ୍ଡ ପଥରରେ ଗଢ଼ା ହୋଇଥିଲା ।(୧୮୬) ଏହା ଛଡ଼ା New Lightର ପୃଷ୍ଠା ୨୦୬ ଏବଂ ଷ୍ଟାର୍ଲିିଂ ପ୍ରଦତ୍ତ ରେଖା ଚିତ୍ରରୁ (୧୮୭) ଜଣାପଡ଼ୁଛି ମୁଗୁି ପଥରର ସାତ ଡାଳିବିଶିଷ୍ଟ ଦ୍ୱାର ବନ୍ଧ (ପୂର୍ବ ଦ୍ୱାରରେ ଏବେ ମଧ୍ୟ ଅଛି) ବାହାରେ ଗୋଟିଏ ବିଶାଳ ତୋରଣ ଥିଲା ଯାହା ପ୍ରଥମ ପୀଢ଼ ଛୁଇଁଥିଲା । ସେ ତୋରଣ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ ଥିଲା । ଶିଳ୍ପତସ୍କରମାନଙ୍କ ପାଇଁ ଏ ପରିତ୍ୟକ୍ତ ମନ୍ଦିର ସୁା ଖଣି ଥିଲା । ଦକ୍ଷିଣ ଦିଗର ବେଢ଼ାଦ୍ୱାରଠାରୁ ସମୁଦ୍ର ଆହୁରି ଘୁଞ୍ଚି ଯାଇ ନଥିଲା । ଶୂ୍ୟକୁ ଲମ୍ଫ ଦେବାର ଭ୍ରମ ସୃଷ୍ଟି କରୁଥିଲେ ମଧ୍ୟ ଜଗମୋହନର ଉତ୍ତର, ଦକ୍ଷିଣ ଦିଗକୁ ଉଡ଼ି ବୁଲିବାର ସାମର୍ଥ୍ୟ ନଥିଲା ୫୬ ଟନ୍‍ ଓଜନ ଗଜସିଂହଟିର ।

ଇଂଜିିନିୟର ବିଶନ୍‍ ସ୍ୱରୂପ ତାଙ୍କ କୋଣାର୍କ ପୁସ୍ତକର ଅଷ୍ଟମ ପରିଚ୍ଛେଦର ପ୍ରଥମ ଧାଡ଼ିରେ ଲେଖିଛନ୍ତି,"There is not much to say about the engineering of the Orissa Temples." ଏବଂ ୫୮ ପୃଷ୍ଠାର ଶେଷ ଧାଡ଼ିରେ ପୁଣି ଲେଖିଛନ୍ତି "It is most likely that it was errected without any scientific method----." ଏପରି ମଣିଷ ନିକଟରୁ ଗଭୀର ଅନୁସନ୍ଧାନର ଆଶା କରିବା ବୃଥା । ତିିଖଣ୍ଡରେ ବିଭକ୍ତ ଗଜସିଂହର ବର୍ତ୍ତମାନ ସ୍ଥିତି ବିଷୟରେ ଏତିକି କୁହାଯାଇ ପାରେ, ଭିତରୁ ନିଷ୍କାସିତ ପଥର କୁଢ଼ ମଧ୍ୟରୁ କୌଣସି ଏକ ବିଜ୍ଞ ପୁରାତତ୍ତ୍ୱବିତ୍‍ ପରେ ଖଣ୍ଡଗୁଡ଼ିକୁ ଚିହ୍ନଟ କରି ଏଠାରେ ରଖିଛନ୍ତି ।

୮୦ . ଅର୍କକ୍ଷେତ୍ର କୋଣାର୍କ