ପୃଷ୍ଠା:Arkakshetra konark.pdf/୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=83]]
ଫଟୋ-୧୨ : ୧୮୩୭ରେ ଜେମ୍‍ସ୍‍ ଫର୍ଗୁସନ୍‍ଙ୍କ ଦ୍ୱାରା ପ୍ରସ୍ତୁତ କୋଣାର୍କର ତୈଳଚିତ୍ର

ମରହଟ୍ଟାମାନଙ୍କର ଅବଦାନ ! :

ଅଷ୍ଟାଦଶ ଶତାବ୍ଦୀ ବେଳକୁ ମରହଟ୍ଟାମାନେ ଓଡ଼ିଶା ଅଧିକାର କରିଗଲେଣି । ମନେହୁଏ ସେମାନେ ସେତେବେଳକୁ ସେମାନଙ୍କର ଚିରାଚରିତ ଗଣେଶ ଆରାଧନା ଛାଡ଼ି ଜଗନ୍ନାଥ ଭକ୍ତ ପାଲଟି ଗଲେଣି । ସେଇମାନେ ହିଁ ୧୭୬୫ ଖ୍ରୀଷ୍ଟାବ୍ଦରେ କୋଣାର୍କଠାରୁ ଅରୁଣସ୍ତମ୍ଭ ବୋହି ଆଣି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଥାପି ଦେଲେ ।(୧୯୩) ସେଇମାନେ ପୁଣି କୋଣାର୍କ ବେଢ଼ା ଭାଙ୍ଗି ସେଠାକାର ପଥର ଆଣି ପୁରୀରେ ଏକ ଅଖ୍ୟାତ ମନ୍ଦିର ଗଢ଼ି ପକାଇଲେ ଏବଂ ବେଢ଼ା ଉପରେ ଥିବା ଅର୍ଦ୍ଧ-ଚନ୍ଦ୍ରାକାର ସ୍ତମ୍ଭ ପଥର ବୋହି ଆଣି ପୁରୀ ମେଘନାଦ ପ୍ରାଚୀରରେ ଲଗେଇଲେ । କୋଣାର୍କରୁ ବହୁ ଶିଳ୍ପସୁଷମ ମୂର୍ତ୍ତିି ଆସି ଭୋଗ ମଣ୍ଡପରେ ଲାଗିଲା ।(୧୯୪)

ମରହଟ୍ଟା ଆକ୍ରମଣକାରୀମାନେ ଅତ୍ୟାଚାରୀ "ବର୍ଗୀ' ନାମରେ ଖ୍ୟାତ ଥିଲେ । ମନେ ହୁଏ ସେମାନଙ୍କର ତଥାକଥିତ ଜଗନ୍ନାଥ ଭକ୍ତି ପଛରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଚ୍ଛନ୍ନ ଥିଲା । ସେମାନଙ୍କର ବହୁ ପରେ ଇଂରେଜମାନଙ୍କର ପ୍ରଥମ ଯୁଗରେ East India Company ଅଠରନଳା ପାଖରେ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ କର ବସେଇ ଖ୍ରୀଷ୍ଟାନ୍‍ ଯାଜକମାନଙ୍କର ରୋଷର ପାତ୍ର ହୋଇଥିଲେ କିନ୍ତୁ ସଂଖ୍ୟାଧିକ ଜଗନ୍ନାଥ ଭକ୍ତଙ୍କୁ ତୁଷ୍ଟ କରି ପ୍ରଥମେ ସେମାନଙ୍କର ବାଣିଜ୍ୟ ଓ ପରେ ରାଜ୍ୟ ବିସ୍ତାର କରିବାକୁ ସକ୍ଷମ ହୋଇଥିଲେ(୧୯୫) । ଲୁଣ୍ଠକାରୀର କୌଣସି ଧର୍ମ ନାହିଁ । ଐତିହ୍ୟ ନାମକ ଚିନ୍ତା ତ ବହୁ ଦୂରରେ । ମରହଟ୍ଟା ଦସ୍ୟୁମାନେ ଶାସକ ହୋଇ ମଧ୍ୟ ସେଇ ନୀତିରେ ପରିଚାଳିତ ହୋଇଥିଲେ ।

୧୭୬୫ରେ ଅରୁଣସ୍ତମ୍ଭ ଅପସାରିତ ହେବା ପରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ବିତିଗଲା । ଇତି ମଧ୍ୟରେ ବଣିକର ଛଦ୍ମବେଶରେ ଇଂରେଜ ଏ ଦେଶରେ ପ୍ରବେଶ କଲା । (ଊବଜ୍ଞନ୍ଦ ଐଚ୍ଚଯଷବ Cଚ୍ଛଲଟ୍ଟବଚ୍ଚସ୍ଥ, ସୁତାନୁଟୀରେ ପଦାର୍ପଣ କଲେ ୧୬୯୦ ସାଲରେ । କଲିକତା ଗଢ଼ି ଉଠିବାକୁ ଡେରି ଅଛି ) । ସ୍ଥାନୀୟ ଗ୍ରାମବାସୀ ଧର୍ମ ନାମରେ ଏବଂ ବିଦେଶୀ ଦସୁ୍ୟ ଐତିହ୍ୟ ସଂରକ୍ଷଣ ନାମରେ, କିଛି ଶିଳ୍ପ କର୍ମ ଲୁଟ୍‍ କଲେ, କୋଣାର୍କ ପ୍ରାୟ

ବିସ୍ମୃତ ହେଲା । ବିମାନ ଖଣ୍ଡ ଖଣ୍ଡ ହୋଇ ଖସିବାକୁ ଲାଗିଲା, କ୍ରମେ ବାଲୁକା ସ୍ତୂପ ଓ ଅରଣ୍ୟ ଗ୍ରାସ କରିଗଲା ସୂର୍ଯ୍ୟ ମନ୍ଦିର ।

ଅର୍କକ୍ଷେତ୍ର କୋଣାର୍କ . ୮୩