ପୃଷ୍ଠା:Arkakshetra konark.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଦେଶୀୟ ନରପତିଙ୍କ ଲୁଣ୍ଠ ଓ ଉଡ଼୍‍ବର୍ଣ୍ଣଙ୍କ ଭୂମିକା :

୫୬ ବର୍ଷ ପରେ ପୁଣି ପଟ୍ଟ ଉଠିଛି ୧୮୨୧ ଖ୍ରୀଷ୍ଟାବ୍ଦରେ । ଏହାପରର ଇତିହାସ, ବିଦେଶୀ ଶାସକମାନଙ୍କର ସଂରକ୍ଷଣ ପ୍ରଚେଷ୍ଟା ଓ ଜଣେ ଦେଶୀୟ ନରପତିଙ୍କ ଧର୍ମ ନାମରେ ଲୁଣ୍ଠ ସହିତ ଜଡିତ ।

୧୮୨୧ କର୍ଣ୍ଣେଲ୍‍ ମ୍ୟାକେଞ୍ଜି ଆସି ଦେଖିଲେ, ରେଖଦେଉଳର ୧୨୦' ଦିଶୁଛି, ଆଉ ସମସ୍ତ ବାଲୁକା ଗର୍ଭରେ ।
୧୮୩୭ ଜେମ୍‍ସ ଫର୍ଗୁସନ୍‍ ଆସି ଦେଖùଲେ, ଗଣ୍ଡିର ୧୪୦ ଫୁଟ୍‍ ଠାରୁ ୧୫୦ ଫୁଟ୍‍ ଅଛି । ଜଗମୋହନ ଦିଶୁଛି ଓ ଆଉ ସମସ୍ତ
ଭଙ୍ଗା ପଥର ଓ ବାଲି ଗଦା ଭିତରେ ଲୁପ୍ତ । ସେ ଗୋଟିଏ ଚିତ୍ର କରାଇଥିଲେ । (ଫଟୋ-୧୨)
୧୮୩୭ ଖୋର୍ଦ୍ଧାରାଜା ପୁରୀ କଲେଚ୍ଛରରଙ୍କ ଗୋଟିଏ ଅସ୍ପଷ୍ଟ ଅନୁମତି ନେଇ ନିଜ ଗଡ଼ରେ ମନ୍ଦିର ଗଢ଼ିବା ଛଳରେ ସାଦା ପଥର
ସହିତ କାରୁକାର୍ଯ୍ୟପୂର୍ଣ୍ଣ ପଥର ସବୁ ବୋହିବାକୁ ଲାଗିଲେ; ପୂର୍ବଦ୍ୱାରର ନବଗ୍ରହ ଶୀଳା ନେବାର ଚେଷ୍ଟା କରିବା ସମୟରେ
ଆଜ୍ଞଷବନ୍ଦଷମ ଜଚ୍ଛମଷରନ୍ଦସ୍ଥ ଚ୍ଛଳ ଇରଚ୍ଚଵବକ୍ଷ କମିଶନରଙ୍କୁ ଲେଖି ରାଜାଙ୍କର ମୂର୍ଖ ଆଚରଣ ବନ୍ଦ କଲେ । ରାଜା କିନ୍ତୁ ମୃତ୍ୟୁ
ପର୍ଯ୍ୟନ୍ତ ନବଗ୍ରହ ଶୀଳା ପୁରୀ ମନ୍ଦିରକୁ ନେବାକୁ ଅସମର୍ଥ ଥିବାରୁ ମ୍ରିୟମାଣ ଥିଲେ । (Debla Mitra - P.୧୧-୧୫ )
୧୮୩୮ ଲେଫ୍‍ଟନାଣ୍ଟ କିଟୋ ଦେଖùଯାଇ ଲେଖିଛନ୍ତି ବିମାନର ଆଉ ମାତ୍ର ୮୦ ଠାରୁ ୧୦୦ ଫୁଟ୍‍ ଅଛି ।
(କରୁଣାସାଗର ପୃ.୧୩୨)
୧୮୩୯ ଆଲଫ୍ରେଡ୍‍ ବଣ୍ଡ - ସମୁଦ୍ର ଯାତ୍ରାରୁ କହିଛନ୍ତି, ଜଗମୋହନ ଉପରକୁ ଆଉ ମାତ୍ର ୧୦ ଫୁଟ୍‍ ଅଛି ।
(କରୁଣାସାଗର ପୃ.୧୩୩)
୧୮୬୮ ରାଜେନ୍ଦ୍ରଲାଲ ମିତ୍ର - ଗଣ୍ଡି ଦିଶିଲା ନାହିଁ । ରେଖ ଦେଉଳର ଅବଶିଷ୍ଟାଂଶ ବାଲୁକା ମଧ୍ୟରେ ଲୁପ୍ତ ।
( Antiquitics of Orissa - V-II-p-151 Stella Karmrish- The Hindu Temple, P-୬୦୭)
୧୯୦୦ Sir John Woodburn, Lt. Governor, ୧୯୯୦ ଡିସେମ୍ବର ମାସରେ କୋଣାର୍କ ପରିଦର୍ଶ ପରେ କୋଣାର୍କ
ପୁରୁଦ୍ଧାର ପାଇଁ ପ୍ରଥମ ବଡ଼ ପଦକ୍ଷେପ ନେଲେ । ସେସବୁ ଇତିହାସ ଶେଷ ପରିଚ୍ଛେଦରେ ବିବୃତ ହେବ । ଏ ମହାନ୍‍
ଇଂରେଜଙ୍କ କାର୍ଯ୍ୟକୁ ଭାରତବାସୀ ଶ୍ରଦ୍ଧାର ସହିତ ସବୁଦି ମନେ ରଖùବେ । କିନ୍ତୁ ଏ ବିଶ୍ୱଐତିହ୍ୟ ପ୍ରତି ତଥାକଥିତ
ସଭ୍ୟ ଇଂରେଜମାନଙ୍କର ପ୍ରାୟ ଶହେ ବର୍ଷର ଅବହେଳା ମଧ୍ୟ ଇତିହାସରେ ଲେଖାହେବ । (ଷଷ୍ଠ ପରିଚ୍ଛେଦ ଦେଖନ୍ତୁ)

ଭବିଷ୍ୟତରେ ଇତିହାସ ଲେଖକ ଏକଥା ଲେଖùବାକୁ ବାଧ୍ୟ ହେବେ ଯେ; ଏହି ମହାନ୍‍ ଶିଳ୍ପ ଧର୍ମ, ମତ, ଦେଶ ଓ ଜାତି ନିର୍ବିଶେଷରେ, ଧର୍ମାନ୍ଧତା, ଅଜ୍ଞାନତା ଓ ଅବହେଳାର ଶିକାର ହୋଇଥିଲା; ପ୍ରକୃତି କେବଳ ତାହାର ସ୍ୱଚରିତ୍ରାନୁଯାୟୀ କାର୍ଯ୍ୟ କରିଛି ।

...

୮୪ . ଅର୍କକ୍ଷେତ୍ର କୋଣାର୍କ