ପୃଷ୍ଠା:Arkakshetra konark.pdf/୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଗ୍ରୀକ୍‍-ରୋମାନ୍‍ ପ୍ରଭାବ :

ଇଂରେଜମାନେ ଯେତେବେଳେ ଆମ ଦେଶ ଅଧିକାର କରନ୍ତି, ସେତେବେଳେ ଏ ଦେଶବାସୀ ଅବକ୍ଷୟର ଅତଳରେ ବୁଡ଼ି ଗଲେଣି; ଅଶିକ୍ଷା, କୁଶିକ୍ଷା, କୁସଂସ୍କାରର ପଙ୍କରେ ଘାଣ୍ଟି ହେଉଛନ୍ତି । ସେତେବେଳେ ଆଲୋକପ୍ରାପ୍ତ ଶିକ୍ଷିତ ଇଂରେଜମାନେ ଚିନ୍ତା ମଧ୍ୟ କରି ପାରୁଥିଲେ ଏ ଜାତି ଏକ ସମୟରେ ଅତି ଉନ୍ନତ ଜାତି ଥିଲା । ଶାସକର ଅହଂକାର ଅବଚେତନରେ କାର୍ଯ୍ୟ କରୁଥିଲା । ଡଃ ଫର୍ଗୁସନ୍‍ଙ୍କ ଭଳି ପଣ୍ଡିତ ବ୍ୟକ୍ତି ମଧ୍ୟ ବିଶ୍ୱାସ କରୁଥିଲେ, ଏ ଦେଶରେ ଆଲେକ୍‍ଜାଣ୍ଡରଙ୍କ ଭାରତ ଆକ୍ରମଣ ପୂର୍ବରୁ ପ୍ରସ୍ତର ସ୍ଥାପତ୍ୟ ନଥିଲା । ଐତିହାସିକ Vincent Smith, ତାଙ୍କ Greco-Roman Influence on Civilisation of India ପୁସ୍ତକରେ ଲେଖିଛନ୍ତି :

'No Indian example in stone either of architecture on sculpture earlier than Ashoka (B.C.୨୬୦-୨୩୨)has yet been discovered and the wel-known theory of Mr. Fergusson, that the sudden introduction of stone instead of wood for the purpose of both architecture and sculpture in India was the result of communication between the empire of Alexander and his successors and that of Maurya dynasty of Chandra Gupta and Ashoka, in my opinion, certainly correct.'

ଜେନେରାଲ କନିଂହାମ୍‍, ଯିଏ କିଛି ଭିତରକୁ ପ୍ରବେଶ କରିଥିଲେ, ଲେଖିଛନ୍ତି ;

As the city of Girivraja or Old Rajgriha was built by Bimbisara, the contemporary of Buddha, we have another still existing example of Indian stone building at least 250 years older than the date of Ashoka'(୨୦୩).

କୁଶାଣ ଯୁଗର (ଦ୍ୱିତୀୟ ଶତାବ୍ଦୀ) ଶିଶୁପାଳଗଡ଼ର ଖନନ କାର୍ଯ୍ୟ ଏବେ ମଧ୍ୟ ସଂପୂର୍ଣ୍ଣ ହୋଇନାହିଁ । ଏହା ଆଲେକ୍‍ଜାଣ୍ଡାରଙ୍କ ଭାରତ ଆଗମନର ବହୁ ପୂର୍ବର କୀର୍ତ୍ତିି । ଶାସ୍ତ୍ର-ପୁରାଣମାନଙ୍କରେ ଏ ବିଷୟରେ କ'ଣ ଲେଖାଅଛି, ଉପସ୍ଥାପନ କରିବା ପ୍ରାସଙ୍ଗିକ ହେବ, କାରଣ ପୁରାଣଗୁଡ଼ିକ ଆଲେକ୍‍ଜାଣ୍ଡାରଙ୍କ ସମୟ ଆଗରୁ ଲେଖା ହୋଇଥିଲା ।

"ସୁରଦ୍ରୁମଲତୋଦ୍ୟାନଂ ବିଚିତ୍ରୋପବନାନ୍ୱିତଂ ।
ହେମଶୃଙ୍ଗୈର୍ଦିବିସ୍ପୃଗଭିଃ ସ୍ଫଟିକାଟ୍ଟାଳ ଗୋପୁରୈଃ ।'
(ଶ୍ରୀମଦ୍‍ଭାଗବତ, ଦଶମ ସ୍କନ୍ଧ, ପଞ୍ଚାଶତ୍‍ ଅଧ୍ୟାୟ)

"ଶିଳାନ୍ୟାସସ୍ତୁ କର୍ତ୍ତବ୍ୟଃ ପ୍ରାସଦେତୁ ଶିଳାମୟେ ।
ଇଷ୍ଟକାନାନ୍ତୁ ବ୍ୟିାସଃ ପ୍ରାସାଦେ ଚେଷ୍ଟକାଳୟେ ।'

"ଆଦାବେବଂ ସମାସେନ ଶିଳାଲକ୍ଷଣମୁତ୍ତମଂ ।
ଶିଳାନ୍ୟାସ ବିଧାନଂ ଚ ପ୍ରୋଚ୍ୟତେ ତଦନନ୍ତରଂ ।'

"ଶିଳାବା ଚେଷ୍ଟକା ବାପି ଚତସୋ୍ର ଲକ୍ଷଣାନ୍ୱିତାଃ ।
ପ୍ରାସାଦାଦୌ ବିଧାନେନ ନ୍ୟସ୍ତବ୍ୟାଃ ସୁମନୋହରାଃ ।'
(ମତ୍ସ୍ୟ ପୁରାଣ)

"କୋଟି କୋଟି ଗୁଣଂ ପୁଣ୍ୟଂ ଫଳଂ ସ୍ୟାଦିଷ୍ଟକାଳୟେ ।
ଦ୍ୱିପରାର୍ଧଗୁଣଂ ପୁଣ୍ୟଂ ଶୈଳଜେ ତୁ ବିଦୁଃ ବୁଧାଃ ।'
(ଭବିଷ୍ୟ ପୁରାଣ)

"ଇଷ୍ଟକ ଗୃହଦାନେ ତୁ ତସ୍ମାତ୍‍ ଶତଗୁଣଂ ଭବେତ୍‍ ।
ତତୋଽୟୁତଂ ଗୁଣଂ ପୁଣ୍ୟଂ ଶିଳାଗେହପ୍ରଦାନତଃ ।'
(ମହାନିର୍ବାଣ ତନ୍ତ୍ର, ତ୍ରୟୋଦଶୋଲ୍ଲାସ)

୯୦ . ଅର୍କକ୍ଷେତ୍ର କୋଣାର୍କ