ପୃଷ୍ଠା:Arkakshetra konark.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆଉ ଗୋଟିଏ ମୁଖ୍ୟ ପ୍ରମାଣ ମଣିଷର ସ୍ୱଭାବ । ତାହାର ଯେଉଁ ସୃଷ୍ଟି ସେ ଅମର କରି ରଖିବାକୁ ଚାହେଁ ସେଥିରେ ସେ ଏପରି ବସ୍ତୁ ବ୍ୟବହାର କରେ, ଯାହା ସହଜଲଭ୍ୟ କିନ୍ତୁ ଦୀର୍ଘସ୍ଥାୟୀ ।ଓଡ଼ିଶାରେ କନ୍ଦାପଥର (ଖଣ୍ଡୋଲାଇଟ୍‍) ସହଜ ଲଭ୍ୟ । (ରେଖାଚିତ୍ର ନଂ.୨ ଦେଖନ୍ତୁ, ପୃଷ୍ଠା-୫୫) । ଏହା ସ୍ୱାଭାବିକ, ମନ୍ଦିର, ଯାହା ଈଶ୍ୱରଙ୍କୁ ସମର୍ପିତ, ସେଥିରେ ସେ ପଥର ବ୍ୟବହାର କରିବ । ମାଟିପୋଡ଼ା ଇଟାର ବ୍ୟବହାର ସେ ଜାଣିଥିଲା; ହୁଏତ ତାହାର ବ୍ୟବହାର ଥିଲା ବାସଗୃହରେ ଏବଂ ଅଳ୍ପ କିଛି ମନ୍ଦିରରେ । କିନ୍ତୁ ମନ୍ଦିର ତଥା ଦୁର୍ଗରେ ସେ ବ୍ୟବହାର କରୁଥିଲା ପଥର । ମନମୋହନ ଗାଙ୍ଗୁଲୀ ବିଷୟଟି ଉପରେ ଗୋଟିଏ ସଂପୂର୍ଣ୍ଣ ପରିଚ୍ଛେଦ ବ୍ୟୟ କରିଛନ୍ତି ତାଙ୍କର ପ୍ରସିଦ୍ଧ ପୁସ୍ତକ "Orissa and her remains-ancient and mediaeval" (Chapter v, Page୮୮-୧୦୪) ରେ । ନିମ୍ନରେ ସେଥିରୁ କିଛି ଉପସ୍ଥାପିତ କରାଗଲା ।

ରାଣୀ ଗୁମ୍ଫା ସମ୍ମୁଖରେ ଆଣ୍ଠୁ ପର୍ଯ୍ୟନ୍ତ ବୁଟ୍‍ଜୋତା ପିନ୍ଧିଥିବା ଦ୍ୱାରପାଳର ମୂର୍ତ୍ତିି ଦେଖି ୟୁରୋପୀୟ ଐତିହାସିକମାନେ ଧରି ନେଇଛନ୍ତି ଏହା ୟୁରୋପରୁ ଆଗତ । ରାଜେନ୍ଦ୍ର ଲାଲ୍‍ ମିତ୍ର ତାଙ୍କର Indo-Aryan, Vol-Iରେ ପ୍ରମାଣ କରିଛନ୍ତି, ଭାରତୀୟମାନଙ୍କର ନିଜସ୍ୱ ବୁଟ୍‍ ଜୋତା ଥିଲା । ଡକ୍ଟରର ମିତ୍ରଙ୍କ ପ୍ରମାଣକୁ ଛାଡ଼ିଦେଲେ ମଧ୍ୟ ପ୍ରଶ୍ନ ରହୁଛି, କିଏ କାହା ନିକଟରୁ ଅନୁକରଣ କରିଥିଲେ- ଖାଲି ପରିଧାନରେ ନୁହେଁ, ଆହୁରି ଉଚ୍ଚତର ବିଷୟରେ ।ଜଣେ ୟୁରୋପୀୟ ପଣ୍ଡିତ (Pocoke) ତାଙ୍କ "India in Greece" ପୁସ୍ତକରେ ଦୀର୍ଘ ପ୍ରମାଣ ଶୃଙ୍ଖଳ ଉପସ୍ଥାପନ କରି କହୁଛନ୍ତି, ପ୍ରାକ୍‍-ଐତିହାସିକ ଯୁଗରେ ଭାରତୀୟମାନେ ଗ୍ରୀସ୍‍ରେ କଲୋନି ସ୍ଥାପନ କରିଥିଲେ, ଯାହାର ଅଲିଭା ଚିହ୍ନ ରହିଯାଇଛି ଗ୍ରୀକ୍‍ମାନଙ୍କ ଉପରେ । ପ୍ରଖ୍ୟାତ୍‍ ଦାର୍ଶନିକ ପିଥାଗୋରାସ୍‍ ଭାରତୀୟ ଶାକ୍ୟମୁନିଙ୍କ ସହିତ ଦେଖା କରିଥିବା ଏବଂ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବାର ପ୍ରମାଣ ମିଳୁଛି ।

ଗାଙ୍ଗୁଲୀ ଖମ୍ବଗୁଡ଼ିକର ମାପଚୁପ୍‍ କରି ଦେଖାଇ ଦେଇଛନ୍ତି ସେସବୁ ଭାରତୀୟ ଶିଳ୍ପଶାସ୍ତ୍ର 'ମନସାରା' ନିୟମାନୁସାରେ ଗଠିତ, ଗ୍ରୀକ୍‍ ଶିଳ୍ପଶାସ୍ତ୍ର ନିୟମାନୁସାରେ ନୁହୋଁ ଚତୁର୍ଭୁଜ, ପଞ୍ଚଭୁଜ କୋଣବିଶିଷ୍ଟ ଖମ୍ବମାନଙ୍କର ଶାସ୍ତ୍ରୋକ୍ତ ନାମ ଅଛିା ଯଥା: ବ୍ରହ୍ମକାଣ୍ଡ, ଶିବକାଣ୍ଡ ଇତ୍ୟାଦି । ପ୍ରସିଦ୍ଧ ଅରୁଣସ୍ତମ୍ଭକୁ ଅନେକେ ମନେ କରିଥାଆନ୍ତି ଗ୍ରୀକ୍‍ ରୋମାନ୍‍ ପ୍ରଭାବିତ ।ଏ ୧୬ କୋଣ ବିଶିଷ୍ଟ ଖମ୍ବ, ପ୍ରକୃତରେ 'ରୁଦ୍ର-କାଣ୍ଡ' ( History of Science, P-12, Ganguly-P-89)

ଆଲେକ୍‍ଜାଣ୍ଡାରଙ୍କର ଭାରତ ଅଭିଯାନ ଚତୁର୍ଥ ଶତାବ୍ଦୀର ପ୍ରଥମ ଭାଗରେ ଘଟିଥିଲା ଯାହାର ସ୍ଥାୟୀତ୍ୱ ସୀମିତ ଥିଲାା ସେ ଭାରତବର୍ଷ ଭିତରକୁ ପ୍ରବେଶ କରି ରାଜ୍ୟ ବିସ୍ତାର ଅଥବା କଲୋନୀ ସ୍ଥାପନ କରି ନ ଥିଲେ ।ପଞ୍ଜାବ ସୀମାନ୍ତରୁ ଓଡ଼ିଶା ବହୁଦୂର ଏବଂ ସେ ସମୟରେ ପାହାଡ଼, ପର୍ବତ, ଘନ ଜଙ୍ଗଲ, ନଦୀ ନାଳ ଯୋଗୁଁ ଦୁର୍ଗମ ଥିଲା ।ସେ ସ୍ୱଳ୍ପସ୍ଥାୟୀ ଗ୍ରୀକ୍‍ ଅଭିଯାନର ଛାପ, ଓଡ଼ିଶାର କଳା ସଂସ୍କୃତିରେ ପଡ଼ିଥିବା- କଷ୍ଟ କଳ୍ପା ।ବ୍ରିଟିଶ୍‍ କଲୋନୀ ଯାହା ଅନେକ ଦୀର୍ଘସ୍ଥାୟୀ ଥିଲା, ଏହା କରି ପାରି ନାହିଁ ।ଏପରିକି ଦକ୍ଷିଣୀ ରାଜାମାନେ, ଯିଏ ଓଡ଼ିଶା ଦଖଲ କରିଗଲେ, ଶେଷରେ ନିଜେ ଓଡ଼ିଆ ହୋଇଗଲେ ସିା ଏଠାକାର କଳା ସଂସ୍କୃତିକୁ ଦକ୍ଷିଣୀ କରିପାରିଲୋହିାଁ ଏଇଠାରେ ଏ ଦେଶର କଳାସଂ ସ୍କୃତିର ଅର୍ନ୍ତିହିତ ଶକ୍ତି ।

ଓଡ଼ିଶାରେ ମନ୍ଦିର ଶିଳ୍ପର କ୍ରମବିକାଶ ଓ କୋଣାର୍କ :

ଉପରୋକ୍ତ ଶୀର୍ଷ ନାମରେ କିଛି ଆଲୋଚନାର ପ୍ରୟୋଜନ ଅଛି । ଏ ବିଷୟରେ ସାମାନ୍ୟ ସୂଚନା ଦିଆଯାଇଛି ପ୍ରଥମ ପରିଚ୍ଛେଦରେ । ପ୍ରଖ୍ୟାତ ଶିଳ୍ପ ଐତିହାସିକ ଚାର୍ଲସ୍‍ ଲୁଇ ଫାବି୍ର (୧୮୯୯-୧୯୬୮)ଙ୍କ ମତରେ ଖଣ୍ଡଗିରିର ଜୈ ଗୁମ୍ଫା ଠାରୁ ପର୍ଶୁରାମେଶ୍ୱର ମନ୍ଦିର ଯାଏ ପ୍ରାୟ ଆଠଶହ ବର୍ଷର କୌଣସି ଇତିହାସ ନାହିଁ ।(୨୦୪)

ଫାବ୍ରି ଲେଖିଛନ୍ତି, ଅନେକଙ୍କ ମତ ପର୍ଶୁରାମେଶ୍ୱର ଅଷ୍ଟମ ଶତାବ୍ଦୀର ମନ୍ଦିର ।କିନ୍ତୁ ନିଜେ ଅନ୍ୟତ୍ର କହିଛନ୍ତି ପର୍ଶୁରାମେଶ୍ୱରର ଗଠନ କାଳ ୬୩୦ ଖ୍ରୀଷ୍ଟାବ୍ଦ । ଛ'ଶହ ବର୍ଷ ମଧ୍ୟରେ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଶିଳ୍ପର କ୍ରମବିକାଶ ହୋଇ କିପରି କୋଣାର୍କର ଶୀର୍ଷ ବିନ୍ଦୁରେ ଉପନୀତ ହେଲା ତାହା ଉପସ୍ଥାପନ କରିବାର ଚେଷ୍ଟା କରାଯିବ ।

ଗୋଟେ ସମୟର ଐତିହାସିକ ଅସ୍ପଷ୍ଟତାର ଗୋଟିଏ କାରଣ, ଚାର୍ଲସ୍‍ ଫାବ୍ରି, Dr. K. C. Panigrahi ଇତ୍ୟାଦି ହାତ ଗଣତି କେତେଜଣଙ୍କୁ ବାଦ୍‍ ଦେଲେ, ଅଧିକାଂଶ ଗବେଷଣା ଭୁବନେଶ୍ୱର, ପୁରୀ ଇତ୍ୟାଦିରେ ଦେଖାଯାଉଥିବା ହିନ୍ଦୁ ମନ୍ଦିରମାନଙ୍କ ଉପରେ ପର୍ଯ୍ୟବସିତ । ଶିଶୁପାଳଗଡ଼ରେ ଥିବା ତୃତୀୟ ଓ ଚତୁର୍ଥ ଶତାବ୍ଦୀର କୁଶାଣ ଯୁଗର ଇତିହାସ ଏଯାଏ ସମ୍ପୂର୍ଣ୍ଣ ଉନ୍ମୋଚିତ ହୋଇନାହିଁ ।ଫାବି୍ର ନିଜେ ସମ୍ବଲପୁର ଜିଲ୍ଲାରେ କିଛି ଆବିଷ୍କାର କରିଛନ୍ତି ଯାହା ପଞ୍ଚମ, ଷଷ୍ଠ, ଏପରିକି ସପ୍ତମ ଶତାବ୍ଦୀ ଯାଏ ଆଲୋକପାତ କରୁଛି ।ରତ୍ନଗିରିର ଆବିଷ୍କାର ୫୫୦ ଖ୍ରୀଷ୍ଟାବ୍ଦର ଉଜ୍ଜ୍ୱଳ ନିଦର୍ଶା ଦୀର୍ଘ ସମୟର ବୌଦ୍ଧ ପ୍ରଭାବକୁ ବୁଝିବାର ଚେଷ୍ଟା ନ କଲେ, ତତ୍‍ପରବର୍ତ୍ତୀ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ହଠାତ୍‍ ବିସ୍ଫୋରଣ ବୁଝି ହେବ

ନାହିଁ - ଏହା ଫାବଙ୍କ ମତ ।(୨୦୫)

ଅର୍କକ୍ଷେତ୍ର କୋଣାର୍କ . ୯୧